Posted inଜାତୀୟ

ଗୁଳିକାଣ୍ଡକୁ ନେଇ ତେଜିଲା ରାଜନୀତି

ନୂଆଦିଲ୍ଲୀ,୩୧-୧(ପି.ଟି.):ଦିଲ୍ଲୀର ଜାମିଆ ନଗରରେ ଗୁରୁବାର ଘଟିଥିବା ଗୁଳିକାଣ୍ଡକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇବା ପାଇଁ ଏହା ଭାଜପାର ଏକ ଷଡ଼ଯନ୍ତ୍ର ବୋଲି ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସମାଲୋଚନା କରିଛି। କଂଗ୍ରେସ ଏହାକୁ ଏନ୍‌ଡିଏ ସରକାର ପ୍ରାୟୋଜିତ ଆତଙ୍କବାଦ ବୋଲି ଅଭିହିତ କରିଥିବାବେଳେ ଭାଜପା ନେତାଙ୍କ ଘୃଣା ମନ୍ତବ୍ୟ ଯୋଗୁ ଏପରି ଘଟିଥିବା ସିପିଆଇ ଅଭିଯୋଗ ଆଣିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ଜାମିଆ ଶିକ୍ଷକ ସଂଘ ପକ୍ଷରୁ ଦୃଢ଼ନିନ୍ଦା କରାଯାଇଛି। ଏହାସହ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସଂଘର ଜେନେରାଲ ବଡି ମିଟିଙ୍ଗ୍‌ରେ ଦାବି କରାଯାଇଛି।
ନେତା ସଞ୍ଜୟ ସିଂ କହିଛନ୍ତି, ଫେବୃୟାରୀ ୮ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପାର ପରାଜୟ ସୁନିଶ୍ଚିତ। ଏହା ଜାଣିବା ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଓ ଭାଜପା ନେତାମାନେ ମହାମତ୍ା ଗାନ୍ଧୀଙ୍କ ଶ୍ରାଦ୍ଧଦିବସ ଭଳି ଦିନରେ ଦଙ୍ଗା ଭଳି ସ୍ଥିତି ସୃଷ୍ଟି କରିଛନ୍ତି। ଶାହା ଦିଲ୍ଲୀ ପୋଲିସର ହାତ ବାନ୍ଧି ଦେଇଥିବାରୁ ଆକ୍ରମଣକାରୀ ଗୁଳି ଚଳାଇବାବେଳେ ପୋଲିସ ନୀରବଦ୍ରଷ୍ଟା ସାଜିଥିଲା ବୋଲି ସଞ୍ଜୟ ଟୁଇଟ୍‌ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି, ଦିଲ୍ଲୀର ଆଇନଶୃଙ୍ଖଳା ପରିସ୍ଥିତି ଖରାପ ହେବାରେ ଲାଗିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସେ ଟୁଇଟ୍‌ କରିଛନ୍ତି। ଦଳ ପକ୍ଷରୁ ଶାହାଙ୍କୁ ସବୁଠୁ ଅଯୋଗ୍ୟ ସ୍ବରାଷ୍ଟ୍ରମନ୍ତ୍ରୀ ଭାବେ ଅଭିହିତ କରାଯାଇ ତାଙ୍କ ଇସ୍ତଫା ଦାବି କରାଯାଇଛି। କଂଗ୍ରେସ ନେତା ମନୀଷ ତିଓ୍ବାରୀଙ୍କ ମତରେ ଭାଜପା ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଧ୍ରୁବୀକରଣ କରୁଛି। ଯେଉଁ ଘୃଣା ଦିନେ ମହାମତ୍ା ଗାନ୍ଧୀଙ୍କୁ ହତ୍ୟା କରିଥିଲା, ତାହା ଆଜି ଭାରତର ଅର୍ଥନୀତିକୁ ପଙ୍ଗୁ କରିଦେଇଛି। ଜାମିଆ ମିଲିଆ ଇସ୍‌ଲାମିଆ ୟୁନିଭର୍ସିଟିରେ ଯେପରି ଭାବେ ଜଣେ ଅଜ୍ଞାତ ଯୁବକ ଗୁଳି ଚଳାଇଲେ, ତାହା ଏନ୍‌ଡିଏ ସରକାର ବିଗତ ମାସେ ଧରି ଦେଶରେ ସୃଷ୍ଟି କରିଥିବା ଘୃଣା ବାତାବରଣର ପରିଣାମ। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଭାଜପା ଏମ୍‌ପି ପରଭେଶ ବର୍ମାଙ୍କୁ ସେମାନଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ନିର୍ବାଚନ ପ୍ରଚାରରୁ ବାଦ୍‌ ଦେଇ ନିର୍ବାଚନ କମିଶନ ଉଚିତ ପଦକ୍ଷେପ ନେଇଛନ୍ତି। ସେହିପରି ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା କହିଛନ୍ତି, ଜାମିଆ ଗୁଳିକାଣ୍ଡ ହେଉଛି ନିର୍ବାଚନ ପ୍ରଚାର ବେଳେ ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟର ପ୍ରତ୍ୟକ୍ଷ ପରିଣାମ। ‘ବିଶ୍ୱାସଘାତଙ୍କୁ ଗୁଳି କର’ ବୋଲି ସ୍ଲୋଗାନ ଦେଇଥିବା ଅନୁରାଗ ଠାକୁରଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ନିବାସ ଛାଡିଲେ ଉଦ୍ଧବ ଠାକରେ

ମୁମ୍ବାଇ,୨୨।୬: ମହାରାଷ୍ଟ୍ରରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ହାଇଭୋଲଟେଜ ଡ୍ରାମା ବୁଧବାର ମଧ୍ୟ ଜାରି ରହିଛି। ଶିବସେନାର ବିଦ୍ରୋହୀ ବିଧାୟକମାନେ ସୁରତରୁ ଗୁଆହାଟୀରେ ପହଞ୍ଚିଛନ୍ତି। ମହାରାଷ୍ଟ୍ରର...

କୋଭିଡ୍‌ ପରୀକ୍ଷା ବଢ଼ାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୨।୧୧: ସଂକ୍ରମଣ ବଢ଼ିଚାଲିଥିବାରୁ ଏହାକୁ ନଜରରେ ରଖି କୋଭିଡ୍‌ ପରୀକ୍ଷା ବଢ଼ାଇବା ଲାଗି କେନ୍ଦ୍ର ସରକାର ଶନିବାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ...

କୋଭିଡ-୧୯ ସହ ଲଢିବାକୁ ପିଏମ୍‌ କେୟାର୍ସ ଫଣ୍ଡ ‘ଅନାବଶ୍ୟକ’: ସିପିଆଇ(ଏମ୍‌)

ନୂଆଦିଲ୍ଲୀ,୨।୪: କୋଭିଡ-୧୯ ସହ ଲଢିବାକୁ ପୃଥକ ଭାବେ ‘ପିଏମ୍‌ କେୟାର୍ସ’ ପଣ୍ଡ ଗଠନ କରିବା ଅନାବଶ୍ୟକ ବୋଲି କହିଛି କମ୍ୟୁନିଷ୍ଟି ପାର୍ଟି ଅଫ୍‌ ଇଣ୍ଡିଆ(ମାର୍କସିଷ୍ଟ)। ସେ...

ଆଦିତ୍ୟ-ଏଲ୍‌୧ର ପ୍ରଥମ କକ୍ଷ ଉତ୍ଥାନ

ବେଙ୍ଗାଲୁରୁ,୪ା୯: ଭାରତର ପ୍ରଥମ ସୋଲାର ମିଶନ ଆଦିତ୍ୟ-ଏଲ୍‌୧ ସୂର୍ଯ୍ୟ ଅଭିମୁଖେ ଉତ୍‌କ୍ଷେପଣ କରାଯିବାର ଦିନକ ପରେ ଏହାର ପ୍ରଥମ ପୃଥିବୀ କୈନ୍ଦ୍ରିକ କକ୍ଷପଥ ଉତ୍ଥାନ ରବିବାର...

ଗୋପାଳ କାଣ୍ଡାଙ୍କ ସମର୍ଥନକୁ ନେଇ ଭାଜପାରେ ମତଭେଦ

ଭୋପାଳ,୨୫।୧୦: ହରିୟାଣା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମହୁମତ ନ ମିଳିବା ଓ ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ଭାଜପା ସରକାର ଗଠନ କରିବା କଥା...

ଚାଇନିଜ୍‌ ଖାଦ୍ୟ ବିକ୍ରି କରୁଥିବା ରେସ୍ତୋରାଁ ଉପରେ ନିଷେଧାଜ୍ଞା ଜାରି କରାଯିବା ଦରକାର: ରାମଦାସ ଅଠାଓ୍ବଲେ

ନୂଆଦିଲ୍ଲୀ,୧୮।୬: ରିପବ୍ଲିକ ପାର୍ଟି ଅଫ୍‌ ଇଣ୍ଡିଆ(ଆର୍‌ପିଆଇ-ଏ)ର ନେତା ରାମଦାସ ଅଠାଓ୍ବେଲେ ଗୁରୁବାର ଚାଇନିଜ ଖାଦ୍ୟକୁ ନେଇ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି, ଯେଉଁ ରେସ୍ତୋରାଁ ଚାଇନିଜ...

ଏଜେଏଲ୍‌ ଜମି ଆବଣ୍ଟନ ମାମଲା: ଭୋରା, ହୁଡ଼ାଙ୍କୁ ଜାମିନ

ଚଣ୍ଡିଗଡ଼,୭ା୧୧(ପି.ଟି.): ଆସୋସିଏଟେଡ୍‌ ଜର୍ନାଲ୍‌ସ ଲିମିଟେଡ୍‌ (ଏଜେଏଲ୍‌)କୁ ଜମି ଆବଣ୍ଟନ ମାମଲାରେ ପଞ୍ଚକୁଲାର ସ୍ବତନ୍ତ୍ର ଇଡି କୋର୍ଟ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଏବଂ...

‘ଦି କେରଲା ଷ୍ଟୋରି’ଫିଲ୍ମ ଭଲ କି ଖରାପ ତାହା ଦର୍ଶକଙ୍କୁ ସ୍ଥିର କରିବାକୁ ଦିଅନ୍ତୁୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୫: ସୁପ୍ରିମକୋର୍ଟ ଶୁକ୍ରବାର ଫିଲ୍ମ ‘କେରଲା ଷ୍ଟୋରି’ ମାମଲାର ଶୁଣାଣି କରିଛନ୍ତି। ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡ କହିଛନ୍ତି ଯେ, ଯଦି...

Advertisement
Archives

Model This Week