ଗୁପ୍ତଚର ଭୂମିକାରେ କଙ୍ଗନା

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗ୍‌ନା ରଣାଓ୍ବତ୍‌ ଅପକମିଂ ଆକ୍ସନ ଥ୍ରିଲର ‘ଧାକଡ଼’ରେ ଜଣେ ଗୁପ୍ତଚର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ କଙ୍ଗ୍‌ନା କହନ୍ତି, ‘ଏହା ଏକ ଆକ୍ସନ୍‌ ଫିଲ୍ମ। ଏଥିରେ ଜଣେ ମହିଳା ଅତି ଦୁଃସାହସିକତା ପରିଚୟ ଦେଇ ଏକ ବିଶେଷ ଶୈଳୀରେ ଅଭିନୟ କରିଛନ୍ତି, ଯାହା ହିନ୍ଦୀ ଫିଲ୍ମରେ ଆଦୌ ଦେଖିବାକୁ ମିଳିନାହିଁ। ଏହା ଅତ୍ୟନ୍ତ ରୋମାଞ୍ଚକର, ଅତି ଜଟିଳ ବିଷୟ ଆଧାରିତ ଏବଂ ଗୋଇନ୍ଦାଗିରି ସମ୍ବଳିତ କାହାଣୀକୁ ନେଇ ଗତିଶୀଳ।’
ଏଥିରେ କଙ୍ଗ୍‌ନା ‘ଅଗ୍ନି’ ନାମରେ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେବେ ରଜନୀଶ ‘ରାଜି’ ଘାଇ। ସମ୍ପୂର୍ଣ୍ଣ ଫିଲ୍ମରେ ନୃତ୍ୟାଭିନୟର ନିର୍ଦ୍ଦେଶନା ଦେବାକୁ ନିର୍ମାତାମାନେ ହଲିଉଡ୍‌ରୁ ଜଣେ ନୃତ୍ୟ ନିର୍ଦ୍ଦେଶକ ଆଣିବା ଉଦ୍ୟମରେ ଅଛନ୍ତି। ଭାରତ, ଦକ୍ଷିଣ-ପୂର୍ବ ଏସିଆ, ମଧ୍ୟପ୍ରାଚ୍ୟ ଓ ୟୁରୋପରେ ଏହାର ଶୁଟିଂ ଚାଲିବ। ବର୍ତ୍ତମାନ କଙ୍ଗ୍‌ନା ‘ଜଜ୍‌ମେଣ୍ଟାଲ ହୈ କ୍ୟା’ର ରିଲିଜ ଅପେକ୍ଷାରେ ଅଛନ୍ତି। ଏହା ଶୁକ୍ରବାର ରିଲିଜ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ର ଆଉ ଜଣେ ଅଭିନେତ୍ରୀଙ୍କ ପରଲୋକ

ବଲିଉଡ୍‌ ଅଭିନେତ୍ରୀ ମିଷ୍ଟି ମୁଖାର୍ଜୀଙ୍କର ପରଲୋକ ଘଟିଛି। ସେ କେତୋଟି ଫିଲ୍ମରେ ଅଭିନୟ କରିଥିବା ବେଳେ ଆଇଟମ୍‌ ନମ୍ବର ମଧ୍ୟ କରିଥିଲେ। ଗତ କିଛି ଦିନ...

ଆର୍‌ଡି ବର୍ମନଙ୍କୁ କାହିଁକି ଡାକୁଥିଲେ ପଞ୍ଚମ ଦା’, ଏହା ପଛରେ ରୋଚକ କାହାଣୀ

ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ୭୦ ଦଶକକୁ ସୁବର୍ଣ୍ଣ ଯୁଗ ଭାବେ ବିବେଚନା କରାଯାଏ। ଏହି ଯୁଗରେ ସବୁକିଛି କମାଲ ଥିଲା। ଚଳଚ୍ଚିତ୍ର, ଅଭିନେତା ଏବଂ ଗୀତ...

ମା’ଙ୍କୁ ଡରି ପୁଅ ରବିର ମୁହଁ କାହାକୁ ଦେଖାଉନାହାନ୍ତି ଏକତା

ବମ୍ବେ: ସରୋଗେସୀରେ ପୁଅ ହେବାର ଦଶ ମାସ ବିତିଲାଣି। ହେଲେ ତା’ର ମୁହଁ ଦେଖାଉନାହାନ୍ତି ଲୋକପ୍ରିୟ ଟେଲିଭିଜନ ନିର୍ଦ୍ଦେଶିକା ଏକତା କପୁର। ସେ ନିଜ ସୋସିଆଲ...

ଏହି ଲୋକପ୍ରିୟ ଅଭିନେତ୍ରୀ କରୋନା ଆକ୍ରାନ୍ତ

ମୁମ୍ବାଇ,୧୦।୯-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ସାରା ଖାନ। ସେ ନିକଟରେ କରୋନା ଟେଷ୍ଟ କରିଥିଲେ। ଗୁରୁବାର ତାଙ୍କ ରିପୋର୍ଟ ଆସିଛି। ଏ...

ବନ୍ଧୁଙ୍କ ସହ ରୋଡ୍‌ ଟ୍ରିପ୍‌ରେ ଯାଇଥିବାବେଳେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଗଲେ ଏହି ଅଭିନେତା

ବମ୍ବେ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ବିଗ୍‌ବସ୍‌ ଫେମ୍‌ ଅଭିନେତା ନିଶାନ୍ତ ସିଂହ ମଲଖାନୀ। ଡିସେମ୍ବର ୩୧ ରାତି ୧୧.୫୯ରେ ରାଜସ୍ଥାନରେ ଦୁର୍ଘଟଣାର ଶିକାର ହୋଇଥିବା ନିଶାନ୍ତ...

ପଞ୍ଚଭୂତରେ ଲିନ ହେଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କୁପରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁମ୍ବାଇର ମରିିନ ଲାଇନ୍ସରେ ଥିବା ଚନ୍ଦନଓ୍ବାଡି ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।...

ଆଉ ଏକାଠି ଫଟୋ ଉଠାଇବେନି ସାରା-କାର୍ତ୍ତିକ

ଆଜିକାଲି ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ବିଭିନ୍ନ ସ୍ଥାନରେ ସାଙ୍ଗ ହୋଇ ବୁଲିବା ଦେଖିବାକୁ ମିଳୁଛି। ଦୁଇଜଣ ଫିଲ୍ମ ‘ଲଭ୍‌ ଆଜ୍‌ କଲ...

ନେହାଙ୍କ ବଦାନ୍ୟତା

ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କଡ କିଛି ଦିନ ହେବ ରହୁଛନ୍ତି ଚର୍ଚ୍ଚାରେ । ନିକଟରେ ତାଙ୍କର ନୂଆ ଗୀତ ‘ଖୟାଲ ରଖୟା କର’ ରିଲିଜ୍...

Play 250+ Trending Games
Archives

Model This Week

Why Dharitri