ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା: ମାମୁ, ଭଣଜା ଗିରଫ

ଦାରିଙ୍ଗବାଡ଼ି,୧୪ା୧(ଡ଼ି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କ୍ରୁପାଗାଡ଼ି ଜଙ୍ଗଲରେ ଗତ ୩ ତାରିଖରେ କାଟିଙ୍ଗିଆ ପଞ୍ଚାୟତ ତଳକୁଟ୍ରୁକା ଗ୍ରାମର ସୁଦାମ ମଲ୍ଲିକ (୪୦)ଙ୍କୁ ହତ୍ୟା କରାଯାଇଥିଲା। ଗୁଣି ସନ୍ଦେହରେ ତାଙ୍କୁ ହତ୍ୟାକରି ପ୍ରମାଣ ନଷ୍ଟ କରିବାକୁ ମୃତଦେହକୁ ପୋଡ଼ି ଦିଆଯାଇଥିଲା। ଏହି ଘଟଣାରେ ସୋମବାର ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ତଳକୁଟ୍ରୁକାର ସୁମନ୍ତ ମଲ୍ଲିକ ଓ ତାଙ୍କ ମାମୁ ଗଞ୍ଜାମ ଜିଲା ବଡଗଡ଼ ଥାନା ଅଞ୍ଚଳର କୁଟ୍ରାସା ମଲ୍ଲିକ। ମୃତକଙ୍କ ସମ୍ପର୍କୀୟ ସୁମନ୍ତ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ। ସୁଦାମ ଗୁଣି କରି ତାଙ୍କୁ ଜୀବନରେ ମାରିଦେଇ ସମସ୍ତ ନେଇଯିବେ ସନ୍ଦେହ କରି ମାମୁଙ୍କ ସହ ମିଶି ସୁମନ୍ତ ହତ୍ୟାକାଣ୍ଡ ରଚିଥବା ପୋଲିସ ସୂଚନା ଦେଇଛି। ସୁଦାମ ସମସ୍ତ ସମ୍ପତ୍ତି ହାତେଇ ନେବେ ବୋଲି ସନ୍ଦେହ କରୁଥିଲେ ସୁମନ୍ତ। ତେଣୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ସେ ଯୋଜନା କରିଥିଲେ। ଗତ କିଛିଦିନ ହେଲା ସୁଦାମ କ୍ରୁପାଗାଡ଼ି ଜଙ୍ଗଲରେ ଥିବା କାନ୍ଦୁଲ ପଦରରେ ଏକାକି ରହୁଥିଲେ ା ଏହି ସୁଯୋଗରେ ତାଙ୍କୁ ହତ୍ୟା କରିବା ପାଇଁ ସୁମନ୍ତ ମାମୁଙ୍କୁ ଡକାଇଥିଲେ। ଗତ ୩ ତାରିଖରେ ମାମୁ, ଭଣଜା ଉକ୍ତ ପଦରକୁ ଯାଇ ସୁଦାମଙ୍କ କୁଡ଼ିଆରେ ପହଞ୍ଚି ତାଙ୍କୁ ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ପ୍ରାୟ ଦେଢ଼ କି.ମି. ଦୂର ଏକ ପାହାଡ଼ରେ ପୋଡି ଦେଇଥିଲେ। ଏପଟେ ପରିବାର ଲୋକେ ସୁଦାମଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନ ଥିଲେ। ପରେ ତାଙ୍କୁ ହତ୍ୟା କରାଯାଇଥିବା ଶୁଣିବାକୁ ପାଇଥିଲେ। ଅଭିଯୁକ୍ତମାନେ ସୁଦାମଙ୍କ ସ୍ତ୍ରୀ ବାସନ୍ତୀ ଏବଂ ତାଙ୍କ ପିଲାମାନଙ୍କୁ ହତ୍ୟା ଧମକ ଦେବାରୁ ସେମାନେ କେଉଁଠି ଅଭିଯୋଗ କରି ନ ଥିଲେ। ବାହାରେ ରହୁଥିବା ସୁଦାମଙ୍କ ସାନଭାଇ ପ୍ରତାପ ଏହା ଜାଣିବା ପରେ ଶନିବାର ବ୍ରାହ୍ମଣୀଗାଁ ଥାନାକୁ ଆସି ଅଭିଯୋଗ କରିଥିଲେ। ପୋଲିସ ମାମଲା (ନଂ.୭/୨୦) ରୁଜୁ କରି ତଦନ୍ତ ଚଳାଇଥିଲା। ହତ୍ୟାରେ ବ୍ୟବହୃତ ଏକ ମାରଣାସ୍ତ୍ର ଓ ମୃତଦେହ ପୋଡ଼ାଯାଇଥିବା ସ୍ଥାନରୁ ହାଡ଼, ପାଉଁଶ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୁମ୍ମା ଶୁଖୁଆ ହାଟରେ ମହିଳା ବ୍ୟବସାୟୀଙ୍କୁ ଶୋଷଣ

ଛତ୍ରପୁର,୨୧ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ହୁମ୍ମା ଶୁଖୁଆ ହାଟରେ ବ୍ୟବସାୟୀମାନଙ୍କୁ ପାନୁ ଆଦାୟ ନଁାରେ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କଲେ ଧମକ ଚମକଠାରୁ ଆରମ୍ଭ...

ନାସାରେ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ

ରାଜକନିକା,୨୮।୧୨(ଡି.ଏନ.ଏ.): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ଶନିବାର ନୂଆ କୀର୍ତ୍ତିମାନ ରଚିଛନ୍ତି ଓଡ଼ିଆ ଝିଅ ଓଁ ନାରାୟଣୀ ନାୟକ(୩୦)। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ...

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୪ ଘଣ୍ଟାରେ ବର୍ଷା

ଭୁବନେଶ୍ୱର,୪।୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନସାଗର ଓ ଏହାର ପାଖାପାଖି ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବୁଧବାର ସକାଳ ୫ଟା ୩୦ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ...

ଶ୍ରୀମନ୍ଦିରରେ ଲୋକନାଥଙ୍କ ଅଶୋକାଷ୍ଟମୀ ନୀତି

ପୁରୀ ଅଫିସ,୨।୪: ପବିତ୍ର ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀକୁ ଅଶୋକାଷ୍ଟମୀ କୁହାଯାଏ। ବୁଧବାର ଶ୍ରୀମନ୍ଦିରରେ ଶ୍ରୀଲୋକନାଥଙ୍କ ଅଶୋକାଷ୍ଟମୀ ନୀତି ପାଳିତ ହୋଇଯାଇଛି। ଶ୍ରୀଲୋକନାଥ ହେଉଛନ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ...

ବରୀ ବ୍ଲକର: ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ

ବରୀ,୧୦।୮(ସ୍ବ.ପ୍ର.): ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଯାଜପୁର ଜିଲା ବରୀ ବ୍ଲକରେ ୨୧୮ ବିଦ୍ୟାଳୟରେ ୧ା୧ା୨୦୧୧ରୁ ରେଗୁଲାର ହୋଇଥିବା ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କର ସାର୍ଟିଫିକେଟ ଯାଞ୍ଚପ୍ରକ୍ରିୟା...

ଆସନ୍ତାକାଲି ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ: ମତଦାନ ସାବ୍ୟସ୍ତ କରିବେ ୪ ଲକ୍ଷ ୬୭ ହଜାର ୫୭୮ ଭୋଟର

ଭୁବନେଶ୍ୱର,୨ା୧୧(ବ୍ୟୁରୋ)-ତିର୍ତ୍ତୋଲ ଏବଂ ବାଲେଶ୍ୱର ବିଧାନସଭା ଉପ ନିର୍ବାଚନ ପାଇଁ ମଙ୍ଗଳବାର ଭୋଟ ଗ୍ରହଣ କରାଯିବ। ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ମୋଟ...

ବିଜେଡିରେ ଯୋଗ ଦେଲେ ସ୍ବାଧୀନ କର୍ପୋରେଟର

କଟକ ଅଫିସ, ୨୮।୩(ବ୍ୟୁରୋ): କଟକ ମହାନଗର ନିଗମର ସ୍ବାଧୀନ କର୍ପୋରେଟର ସୋମବାର ବିଜେଡିରେ ଯୋଗଦେଇଛନ୍ତି। ସିଏମ୍‌ସି ୩୧ ନମ୍ବର ୱାର୍ଡର ସ୍ବାଧୀନ କର୍ପୋରେଟର ପ୍ରାର୍ଥୀ ପଦ୍ମିନୀ...

ଦୁଇ ଗାଁକୁ ପାନୀୟ ଜଳ ଯୋଗାଣ ବନ୍ଦ: ୫-ଟିରେ ଅଭିଯୋଗ ପରେ ମିଳୁନି ସୁଫଳ

ବେଗୁନିଆ,୧୪ା୧୨(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତର ୨ଟି ଗଁ।ର ୪ ହଜାର ଲୋକ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବାରୁ ଲୋକେ ଜଳକଷ୍ଟ...

Advertisement
Archives

Model This Week