Posted inଜାତୀୟ

ଗୀତ ଦେଲା ପରିଚୟ, ୧୦ ବର୍ଷ ପରେ ଏବେ ଝିଅଙ୍କୁ ଭେଟିଲେ ରାନୁ ମଣ୍ଡଳ

କୋଲକାତା, ୧୪।୮:ଭାଗ୍ୟ କେତେବେଳେ ଯେ କାହାକୁ କେଉଁଠି ଆଣି ଛିଡା କରାଇଦିଏ ତାହା କେହି କହିପାରିବେ ନାହିଁ। ସେମିତି ଜଣେ ଭିକ୍ଷା ବୃତ୍ତି କରୁଥିବ ରାନୁ ମଣ୍ଡଳ ରାତାରାତି ବନିଯାଇଛନ୍ତି ସେଲିବ୍ରିଟି। ଗତ କିଛି ଦିନ ହେବ ପଶ୍ଚିମବଙ୍ଗର ରାଣାଘାଟ ରେଲଓ୍ବେ ଷ୍ଟେଶନରେ ସୁରସାମ୍ରାଜ୍ଞୀ ଲତା ମଞ୍ଜେସ୍‌କରଙ୍କ ‘ପ୍ୟାର୍‌ କା ନଗମା ହୈ..’ ଗୀତ ଗାଉଥିବା ରାନୁଙ୍କ ଭିଡିଓ ସାମ୍ନାକୁ ଆସିଥିଲା। ଅତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ଯାତ୍ରୀ ଏହି ଗୀତକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ସେହି ମହିଳାଙ୍କୁ ମୁମ୍ବାଇର ଏକ ରିୟଲିଟି ଶୋ’ରେ ଗୀତ ଗାଇବା ପାଇଁ ଅଫର ମିଳିଛି। ରାନୁଙ୍କର ମୁମ୍ବାଇରେ ହେବାକୁ ଥିବା ଖର୍ଚ୍ଚ ବହନ କରିବେ ବୋଲି ଇଭେଣ୍ଟ ଜଣାଇଛି। କେବଳ ଏତିକି ନୁହେଁ ରାନୁ ଦୀର୍ଘ ୧୦ ବର୍ଷ ପରେ ନିଜ ଝିଅଙ୍କୁ ଭେଟିଛନ୍ତି। ମୁଁ ଦ୍ୱିତୀୟ ଜୀବନ ପାଇଛି, ତାକୁ ଭଲ କରିବାକୁ ଚେଷ୍ଟା କରିବି ବୋଲି ରାନୁ କହିଛନ୍ତି। ସୂଚନାଯୋଗ୍ୟ, ରାନୁଙ୍କ ବିବାହ ମୁମ୍ବାଇର ବାବୁଲ ମଣ୍ଡଳଙ୍କ ସହିତ ହୋଇଥିଲା। କିନ୍ତୁ କିଛିବର୍ଷ ପରେ ତାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଗଲା ପରେ ସେ କୋଲକାତା ଫେରି ଆସିଥିଲେ।ରାନୁଙ୍କ କହିବାନୁଯାୟୀ, ସେ ପେଟ ପୋଶିବା ପାଇଁ ଷ୍ଟେସନରେ ଗୀତ ଗାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୭୦ ଉଚ୍ଛେଦ ପରଠୁ ୭୬୫ ଗିରଫ

ନୂଆଦିଲ୍ଲୀ,୨୦ା୧୧(ପି.ଟି.):ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଇବା ପରଠୁ ସେଠାରେ ଆତଙ୍କ ଦମନ ପାଇଁ ୭୫୬ ଟେକାମାଡ଼କାରୀ...

ପିଏମ୍‌ କିଷାନ ଯୋଜନାରେ ହେରଫେର୍‌, ଟଙ୍କା ଫେରାଇବା ଲାଗି ୨୧ ଲକ୍ଷ ଚାଷୀ ତାଲିକାଭୁକ୍ତ…

ନୂଆଦିଲ୍ଲୀ, ୮।୯ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବହୁ ହେରଫେର ହୋଇଛି। ଅଯୋଗ୍ୟ ଚାଷୀ ମଧ୍ୟ ଏହି ଯୋଜନାରେ ପଞ୍ଜୀକୃତ ହୋଇ ଲାଭାନ୍ବିତ...

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଭୂସ୍ଖଳନ: ୧୦ ଘଣ୍ଟା ଧରି ଅଟକି ରହିଲା ୧୫୦୦ ଗାଡି

ଶ୍ରୀନଗର,୨୭।୧୨-ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ରବିବାର ସକାଳେ ଭୂସ୍ଖଳନ ହୋଇଛି। ଫଳରେ ଦୀର୍ଘ ୧୦ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା। ଏଥିଯୋଗୁ ଜାତୀୟ ରାଜପଥରେ ପ୍ରାୟ...

ସଂସ୍କୃତକୁ ରାଷ୍ଟ୍ରଭାଷା ଘୋଷଣା ଆବେଦନ ଖାରଜ

ନୂଆଦିଲ୍ଲୀ,୩ା୯: ସଂସ୍କୃତକୁ ଭାରତର ଜାତୀୟ ଭାଷା ଘୋଷଣା କରିବା ଲାଗି ଦାଏର ଏକ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। କୌଣସି ଭାଷାକୁ ଜାତୀୟ ମାନ୍ୟତା...

ନିଷ୍ପତ୍ତି ବଦଳାଇଲେ ସରକାର

ନୂଆଦିଲ୍ଲୀ,୫ା୫: ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ନେବା ଲାଗି ସରକାର ଟ୍ରେନ ଚଳାଚଳକୁ ଅନୁମତି ଦେଇଛନ୍ତି।...

କଙ୍ଗନାଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୫।୩ : ଜଣାଶୁଣା ଲେଖକ ତଥା ଲିରିସିଷ୍ଟ ଜାଭେଦ ଆଖତରଙ୍କ ପକ୍ଷରୁ ଦାୟର କରାଯାଇଥିବା ମାନହାନୀ ମକଦ୍ଦମାରେ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ଗୁରୁବାର ଜାମିନ ମିଳିଛି।...

ସରକାରୀ କର୍ମଚାରୀଙ୍କ ପାଇଁ ହୋଲି ଉପହାର: ଶିଶୁ ଜନ୍ମର ସମସ୍ତ ଖର୍ଚ୍ଚ ବହନ କରିବେ ସରକାର

ପାଟଣା, ୨୭।୩: ପବିତ୍ର ହୋଲି ଉପଲକ୍ଷେ ବିହାରର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିଛି। ଏବେ ସରକାରୀ କର୍ମଚାରୀ କିମ୍ବା ଅଧିକାରୀଙ୍କ ଘରେ ପିଲା...

ବହାଦୁରଗଡ଼ରେ ଭୟାବହ ଅଗ୍ନିକାଣ୍ଡ: କେମିକାଲ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀ ନିକଟସ୍ଥ ବହାଦୁରଗଡ଼ରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ଆହତ ହୋଇଥିବା...

Advertisement
Archives

Model This Week