ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇବା ଲକ୍ଷ୍ୟ ୧୦୬ ଦେଶର ୪୪୧୪ ଖବରକାଗଜ ପ୍ରଦର୍ଶିତ

ଭୁବନେଶ୍ୱର,୧ା୧୨ (ବ୍ୟୁରୋ) ଖବରକାଗଜ ସଂଗ୍ରହ କରିବା ତାଙ୍କର ଏକ ସଉକ। ଏପରିକି ଭିନ୍ନ ଭିନ୍ନ ଦେଶର ସବୁ ଖବରକାଗଜ ସଂଗ୍ରହ ତାଙ୍କର ଏବେ ନିଶା ପାଲଟିଯାଇଛି। ସେ ହେଉଛନ୍ତି ୪ଥର ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଥିବା ପେରମ୍ୟାନ ଶଶାଙ୍କ ଶେଖର ଦାସ। ଏବେ ସେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାମ ସ୍ଥାନିତ କରିବା ପାଇଁ ଚେଷ୍ଟା କରିଛନ୍ତି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଇଡ୍‌କଲ ଅଡିଟୋରିୟମ୍‌ ପ୍ରୋକ୍ଷାଳୟରେ ଏକ ଖବରକାଗଜ ପ୍ରଦର୍ଶନୀ ଅନୁଷ୍ଠିତ କରି ସେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ନିଜ ନାମ ସାମିଲ କରିବାକୁ ଦାବି କରିଛନ୍ତି। ସେ ୧୦୬ ଦେଶରୁ ତଥା ୮୮ଟି ଭାଷାର ୪ହଜାର ୪୧୪ଟି ଖବରକାଗଜ ପ୍ରଦର୍ଶିତ କରି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ କର୍ତ୍ତୃପକ୍ଷଙ୍କୁ ଭିଡିଓ ପଠାଇଛନ୍ତି। ଏବେ ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ କର୍ତ୍ତୃପକ୍ଷ ସମସ୍ତ ଦିଗକୁ ଯାଞ୍ଚ କରିବା ପରେ ଏହି ରେକର୍ଡ ତାଙ୍କ ନାମରେ ହେଉଛି କି ନାହିଁ ଜଣାଇବେ ବୋଲି ଶଶାଙ୍କ କହିଛନ୍ତି। କାର୍ଯ୍ୟକ୍ରମକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କିନ୍ନର ମହାସଂଘର ସଭାପତି ମୀରା ପରିଡ଼ା, ସାମାଜିକ କର୍ମୀ ରୁଦ୍ର ସାମନ୍ତରାୟ, ଓୟୁଏଟି ମୁଖ୍ୟ ବିତ୍ତ ଅଧିକାରୀ ସଂଗ୍ରାମ ସାମନ୍ତରାୟ ଓ ସଂଗ୍ରାମ ପାଇକ୍‌ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୮ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ ରବିବାର ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ୱାରାଣ୍ଟାଇନ୍‌ରୁ...

ଜଟଣୀରେ ହେବ ୨୦୦ ଶଯ୍ୟାର କ୍ୟାନ୍‌ସର ହସ୍ପିଟାଲ

ଭୁବନେଶ୍ୱର, ୮।୯(ବ୍ୟୁରୋ): ଜଟଣୀସ୍ଥିତ ନାଇଜର ପରିସରରେ ଏକ କ୍ୟାନ୍‌ସର ହସ୍ପିଟାଲ ସ୍ଥାପନ କରାଯିବ। ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ଓ...

ରାଜ୍ୟରେ ମୁଣ୍ଡପିଛା ଋଣ ୧୮ ହଜାର: ଚଳିତବର୍ଷ ରାଜ୍ୟରେ ଋଣ ଭାର ୧ଲକ୍ଷ କୋଟିକୁ ଟପିବ ବୋଲି ଆକଳନ କରାଯାଇଛି

ଭୁବନେଶ୍ୱର,୧୮।୨(ବ୍ୟୁରୋ): ରାଜ୍ୟରେ ମୁଣ୍ଡପିଛା ଋଣ ହାର ବୃଦ୍ଧି ପାଇଚାଲିଛି। ଏହି ଭାର ୧୮ ହଜାର ୪୯୭ ଟଙ୍କାରେ ପହଞ୍ଚତ୍ଛି। ବିଜେଡି ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର...

ଭାଜପା ପ୍ରାର୍ଥୀ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରିବା ପ୍ରସଙ୍ଗ: ଦାମ କହିଲେ ‘ରାଜ୍ୟରେ ଡବଲ୍‌ ଇଞ୍ଜିନ୍‌ ହୋଇଗଲା’

ଭୁବନେଶ୍ୱର,୨୨।୬(ବ୍ୟୁରୋ): ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭାଜପା ପକ୍ଷରୁ ରାଜ୍ୟ ସଭା ପ୍ରାର୍ଥୀ କରାଯିବା ଏବଂ ବିଜେଡି ତାଙ୍କୁ ସମର୍ଥନ କରିବା ଘଟଣାକୁ ନେଇ...

ଗଞ୍ଜାମ ଆକ୍ରାନ୍ତ ସୁରଟ ଫେରନ୍ତା: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ବୁଧବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି। ତେବେ ଏହି ନୂଆ...

ଅଶ୍ଳୀଳ ଭିଡିଓ ପଠାଇବା ଘଟଣା: ପାଲଟା ଅଭିଯୋଗ ଆଣିଲେ ଓଏଏସ୍‌ ଅଫିସର

ଭୁବନେଶ୍ୱର, ୮ା୭ (ବ୍ୟୁରୋ): ମହିଳା କର୍ମଚାରୀଙ୍କ ପାଖକୁ ଅଶ୍ଳୀଳ ଭିଡିଓ ଏବଂ ମେସେଜ ପଠାଇ ଅଡୁଆରେ ପଡ଼ିଛନ୍ତି ଜଣେ ଓଏଏସ୍‌ ଅଫିସର। ସମ୍ପୃକ୍ତ ମହିଳା କର୍ମଚାରୀ...

ପାଇକ ବିଦ୍ରୋହକୁ ମନେପକାଇଲା ସାମରିକ କଳାପ୍ରଦର୍ଶନ

ବୋଲଗଡ,୨୯ା୧୨(ଡି.ଏନ.ଏ): ବୋଲଗଡ ଷୋଡଶତମ ବୋଲଗଡ ମହୋତ୍ସବ ଆଶା ୨୦୧୯ ଶନିବାର ତୃତୀୟ ସଂନ୍ଧ୍ୟାରେ ପ୍ରବଳ ଶୀତ ସ୍ବତ୍ୱେ ଅଧିକ ସଂଖ୍ୟାରେ ଦର୍ଶକ ମାନଙ୍କର ସମାଗମ ହୋଇଥିଲା...

ଜିଅନ୍ତା ମାଛ ଧରି ସରପଞ୍ଚ ପ୍ରାର୍ଥିନୀଙ୍କ ପ୍ରଚାର

ନବରଙ୍ଗପୁର,୩୧ା୧(ବି.ପ୍ର.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ୪ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଭଗବତୀ ଭତରା(ମାଛଚିହ୍ନ), ହରପ୍ରିୟା ନାୟକ(ସୂର୍ଯ୍ୟ),...

Advertisement
Archives

Model This Week