Posted inଜାତୀୟ

ଗାନ୍ଧୀ ପରିବାର ସହ ରାଣାଙ୍କ ସମ୍ପର୍କ

ନୂଆଦିଲ୍ଲୀ,୯ା୩: ମନିଲଣ୍ଡରିଂ ନିବାରଣ ଆଇନ ବଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ରବିବାର ଭୋର ୩ଟାରେ ଗିରଫ ହୋଇଥିବା ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କୁ ନେଇ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ରାଣା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଏକ ପେଣ୍ଟିଂକୁ ୨ କୋଟି ଟଙ୍କାରେ କିଣିଥିଲେ। ଆୟକର ବିଭାଗ ପକ୍ଷରୁ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ ହେବା ପରେ ଗାନ୍ଧୀ ପରିବାର ସହ ତାଙ୍କ ସମ୍ପର୍କ ପଦାରେ ପଡ଼ିଛି। ଏହାକୁ ନେଇ ଭାଜପା-କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହେବା ସହ ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି।
ବର୍ଷୀୟ ୟେସ ବ୍ୟାଙ୍କ ପ୍ରମୋଟର ରାଣା କପୁରଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଇଡି ଶୁକ୍ରବାରଠାରୁ ୩୦ ଘଣ୍ଟା ଧରି ଜେରା କରିଥିଲା। ମୁମ୍ବାଇ ଅଫିସରେ ପଚରାଉଚରା ବେଳେ ମିଳିଥିବା ସୂଚନାନୁସାରେ ଗାନ୍ଧୀ ପରିବାରର ଅନ୍ୟତମ ଦାୟାଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ରାଣାଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି। ପ୍ରିୟଙ୍କାଙ୍କଠାରୁ ରାଣା ଏକ ପେଣ୍ଟିଂକୁ ୨ କୋଟି ଟଙ୍କାରେ କିଣିଥିଲେ। ତେବେ ଭାରତୀୟ ରାଜନୀତିର ଏହି ବିଶିଷ୍ଟ ପରିବାର ସହ ରାଣା ଆଉ କ’ଣ ସବୁ କାରବାର କରିଥିଲେ ତାହା ସ୍ପଷ୍ଟ କରିବା ଲାଗି ତଦନ୍ତକାରୀ ସଂସ୍ଥାଗୁଡ଼ିକ ତନାଘନା ଚଳାଇଛନ୍ତି। ୟେସ ବ୍ୟାଙ୍କ ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କୁ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଟାର୍ଗେଟ କରୁଥିବାବେଳେ ସଦ୍ୟ ପ୍ରଘଟ ଗାନ୍ଧୀ ପରିବାରକୁ ଅଡ଼ୁଆରେ ପକାଇଛି। ଭାରତର ସମସ୍ତ ଆର୍ଥିକ ଅପରାଧ ସହ ଗାନ୍ଧୀ ପରିବାରର ଗଭୀର ସମ୍ପର୍କ ରହିଛି ବୋଲି ଭାଜପା ନେତା ଅମିତ ମାଲବ୍ୟ ଟୁଇଟ୍‌ କରିଛନ୍ତି। ଭାଜପାର ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାଖା ପ୍ରଭାରୀ ମାଲବ୍ୟ ଅଭିଯୋଗ ଆଣିଛନ୍ତି ଯେ କିଙ୍ଗ୍‌ଫିଶର ଏୟାରଲାଇନ୍ସର ମାଲିକ ତଥା ମଦ ବ୍ୟବସାୟୀ ବିଜୟ ମାଲ୍ୟା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଫ୍ଲାଇଟ୍‌ ଟିକେଟ ପଠାଉଥିଲେ। ଏପରି କି ମନମୋହନ ସିଂ (ଏମ୍‌ଏମ୍‌ଏସ୍‌) ଏବଂ ପି. ଚିଦାମ୍ବରମ (ପିସି)ଙ୍କ ସହ ମଧ୍ୟ ପଳାତକ ମାଲ୍ୟାଙ୍କ ସମ୍ପର୍କ ଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଳାତକ ଅଳଙ୍କାର ବ୍ୟବସାୟୀ ନୀରବ ମୋଦିଙ୍କ ବ୍ରାଇଡାଲ ଜୁଏଲେରି କଲେକ୍ସନ୍‌ର ଉଦ୍‌ଘାଟନ କରିଥିଲେ। ଏବେ ପ୍ରିୟଙ୍କାଙ୍କ ପେଣ୍ଟିଂକୁ ରାଣା କିଣିଥିବା ବିଷୟ ସାମ୍ନାକୁ ଆସିଛି ବୋଲି ମାଲବ୍ୟ ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ଭାଜପାର ଏହି ଅଭିଯୋଗକୁ କଂଗ୍ରେସ ପକ୍ଷରୁ ଖଣ୍ଡନ କରାଯାଇଛି।

ଖଣ୍ଡନ କଲା କଂଗ୍ରେସ

ଭାଜପା ପକ୍ଷରୁ ଗାନ୍ଧୀ ପରିବାର ବିରୋଧରେ ଅଣାଯାଇଥିବା ଅଭିଯୋଗକୁ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସରକାର ନିଜ ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏଭଳି କୌଶଳ ଅବଲମ୍ବନ କରୁଛନ୍ତି। ୨୦୧୪ ମାର୍ଚ୍ଚରେ ୟେସ ବ୍ୟାଙ୍କର ଋଣ ୫୫,୬୩୩ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରଠୁ ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ପରିମାଣ ୨,୪୧,୪୯୯ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ବିମୁଦ୍ରୀକରଣର ଦୁଇବର୍ଷ ପରେ ଲୋନ୍‌ ବୁକ୍‌ରେ ୧୦୦% କାହିଁକି ବୃଦ୍ଧି ପାଇଲା? ୨୦୧୬ ମାର୍ଚ୍ଚରେ ବ୍ୟାଙ୍କର ଋଣ ପରିମାଣ ୯୮,୨୧୦ କୋଟି ଟଙ୍କା ଥିବାବେଳେ ୨୦୧୮ ମାର୍ଚ୍ଚରେ ଏହା ୨,୦୩,୫୩୪ କୋଟିରେ ପହଞ୍ଚତ୍ଥିଲା। ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଶୋଇଥିଲେ କି ? ଯଦି ଶୋଇ ନ ଥିଲେ ତେବେ ଜାଣିଶୁଣି ବ୍ୟାଙ୍କକୁ ପ୍ରଶ୍ରୟ ଦେଉଥିଲେ କି ବୋଲି ସିଂଘଭୀ ପ୍ରଶ୍ନ କରିଛନ୍ତି। ସେହିପରି ପ୍ରିୟଙ୍କାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ସିଂଘଭୀ କହିଛନ୍ତି, ପ୍ରଖ୍ୟାତ ଚିତ୍ରକର ଏମ୍‌.ଏଫ୍‌. ହୁସେନ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପାଇଁ ଏକ ପେଣ୍ଟିଂ କରିଥିଲେ। ରାଜୀବଙ୍କ ଝିଅ ପ୍ରିୟଙ୍କା ଉକ୍ତ ପେଣ୍ଟିଂକୁ ରାଣା କପୁରଙ୍କୁ ୨ କୋଟି ଟଙ୍କାରେ ବିକ୍ରି କରିଥିଲେ। କଂଗ୍ରେସ ନେତ୍ରୀ ଏହି ଅର୍ଥ ଚେକ୍‌ ଆକାରରେ ନେଇଥିଲେ। ୨୦୧୦ରେ ପ୍ରିୟଙ୍କା ଆୟକର ରିଟର୍ନ ଦାଖଲ ବେଳେ ଏନେଇ ବିଭାଗକୁ ଜଣାଇଥିଲେ। ତେଣୁ ଭାଜପା ପକ୍ଷରୁ ଅଣାଯାଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମ୍‌ପିଙ୍କ ପାଇଁ ପାଠଶାଳା: ଅଭ୍ୟାସ ବର୍ଗ ତାଲିମ୍‌ କାର୍ଯ୍ୟକ୍ରମରେ ଯୋଗଦେଲେ ଲୋକ ସଭା ଓ ରାଜ୍ୟ ସଭା ସଦସ୍ୟ

ନୂଆଦିଲ୍ଲୀ,୩।୮: ଭାଜପା ଏମ୍‌ପିଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଶନିବାରଠାରୁ ଆରମ୍ଭ କରିଛନ୍ତି ୨ ଦିନିଆ ପାଠଶାଳା। ଏହି ତାଲିମ୍‌ କାର୍ଯ୍ୟକ୍ରମର ନାମ ଅଭ୍ୟାସ...

କ୍ୱାରାଣ୍ଟାଇନକୁ ଗଲେ ୨୬ ପୋଲିସ

ନୂଆଦିଲ୍ଲୀ,୧୭।୪: କରୋନା ଭାଇରସ ଦିଲ୍ଲୀରେ ତା’ର କାୟା ବିସ୍ତାର କରି ଚାଲିଛି। ଜଣେ ଷ୍ଟେଶନ ହାଉସ ଅଫିସରଙ୍କ ସମେତ ଶୁକ୍ରବାର ୨୬ ଜଣ ପୋଲିସ କରୋନା...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ, ୧୦ରୁ ଅଧିକ ଆହତ

ଲକ୍ଷ୍ନୌ,୨।୧୧: ଉତ୍ତରପ୍ରଦେଶର ବହରାଇଚରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା ସ୍ଥାନୀୟ...

ଜାତୀୟ କ୍ରୀଡ଼ା ଦିବସ: ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୨୯।୮: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ମୋଦି...

କରୋନାରେ ମାତାପିତାଙ୍କୁ ହରାଇଥିବା ଶିଶୁଙ୍କ ନିକଟକୁ ଭାବୁକ ପତ୍ର ଲେଖିଲେ ମୋଦି

ନୂଆଦିଲ୍ଲୀ,୩୧ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସମୟରେ ନିଜ ମାତାପିତାଙ୍କୁ ହରାଇଥିବା ପିଲାମାନଙ୍କ ପାଖକୁ ଭାବୁକ ପତ୍ର ଲେଖିଛନ୍ତି । ଦିଲ୍ଲୀରେ ରହୁଥିବା ଜଣେ...

ବିପୁଳ ବିଜୟ ପରେ ଏବେ ଫୋକସ୍‌ରେ ଗୁଜରାଟ

ଗାନ୍ଧିନଗର,୧୧।୩: ୟୁପି, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଗୁଜରାଟରେ ପହଞ୍ଚିଛନ୍ତି। ପାଞ୍ଚଟି ରାଜ୍ୟ ମଧ୍ୟରୁ ଚାରିଟିରେ...

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପୁଣି ପଥର ମାଡ଼

ଭୋପାଳ,୧୧ା୧: ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ଫିଙ୍ଗିବା ଘଟଣା ବନ୍ଦ ହେବାର ନାଁ ନେଉନାହିଁ। ଏକ ସଦ୍ୟତମ ମାମଲା ଆନ୍ଧ୍ରପ୍ରଦେଶରୁ ଆସିଛି। ଯେଉଁଠାରେ ବନ୍ଦେ...

କର୍ନାଟକରେ ପିଏଫ୍‌ଆଇ ବ୍ୟାନ୍‌

ନୂଆଦିଲ୍ଲୀ,୨୪ା୯: ଇସ୍‌ଲାମୀୟ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) କର୍ନାଟକରେ ବ୍ୟାନ୍‌ର ସମ୍ମୁଖୀନ ହୋଇଛି। ଗୁରୁବାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ୧୧ଟି ରାଜ୍ୟରେ...

Advertisement
Archives

Model This Week