Posted inଜାତୀୟ

ଗାନ୍ଧୀ ଜୟନ୍ତୀରେ ଭାଜପାକୁ ଟାର୍ଗେଟ କଲେ ସୋନିଆ: ଗାନ୍ଧୀଙ୍କ ନାମ ନେବା ସହଜ,ତାଙ୍କ ପ୍ରଦର୍ଶିତ ରାସ୍ତାରେ ଚାଲିବା କଷ୍ଟକର

ନୂଆଦିଲ୍ଲୀ୨।୧୦: ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ବୁଧବାର ୧୫୦ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ସମଗ୍ର ଭାରତରେ ବିଭିନ୍ନ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରାରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ ଗାନ୍ଧୀ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ପଦଯାତ୍ରା ପରେ ଆୟୋଜିତ ଏକ ସଭାରେ ସୋନିଆ ଗାନ୍ଧୀ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ସହ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କିଛି ଲୋକ ଆଜି ଆର୍‌ଏସ୍‌ଏସ୍‌କୁ ଦେଶର ପ୍ରତୀକ ଭାବେ କରିବାକୁ ଚାହୁଁଛନ୍ତି। କିନ୍ତୁ ଏହା ସମ୍ଭବପର ନୁହେଁ। କାରଣ ଆମ ଦେଶର ମୂଳଦୁଆ ହେଉଛି ଗାନ୍ଧୀଙ୍କ ବିଚାର। ଆଜି ଭାରତ ଯେଉଁଠି ଅଛି ତାହା କେବଳ ଗାନ୍ଧୀଙ୍କ ଦେଖାଇଥିବା ରାସ୍ତା ଯୋଗୁ ହୋଇପାରିଛି। ଗତ କିଛି ବର୍ଷରୁ ଭାରତର ଯେଉଁ ସ୍ଥିତି ରହିଛି ତାକୁ ଦେଖି ଗାନ୍ଧୀଙ୍କ ଆତ୍ମାକୁ ଦୁଃଖ ପହଞ୍ଚୁଥିବ। କାରଣ ଆଜି ଦେଶରେ କୃଷକ ଅବହେଳିତ ଥିବା ବେଳେ ନୀରମାନେ ସୁରକ୍ଷିତ ନାହାନ୍ତି ଏବଂ ବହୁ ଶିଳ୍ପସଂସ୍ଥା ବନ୍ଦ ହେବାରେ ଲାଗିଛି। ଯେଉଁମାନେ ମିଥ୍ୟା ରାଜନୀତି କରୁଛନ୍ତି, ସେମାନେ ଗାନ୍ଧୀଙ୍କ ଅଂହିସାକୁ ନୀତିକୁ କେବେ ବୁଝିପାରିବେ ନାହିଁ। ଗାନ୍ଧୀଙ୍କ ନାମ ନେବା ଯେତିକି ସହଜ ତାଙ୍କ ଦେଖାଇଥିବା ରାସ୍ତାରେ ଚାଲିବା ବହୁ କଷ୍ଟକର ବୋଲି ସୋନିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋମବାର ହୋଇ ନ ପାରେ ଫ୍ଲୋର ଟେଷ୍ଟ: ପ୍ରଦୀପ ଜୟଶଓ୍ବାଲ

ଭୋପାଳ,୧୫।୩: ମଧ୍ୟପ୍ରଦେଶ ରାଜନୀତିରେ ଚାଲିଥିବା ଡ୍ରାମା ଏବେ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛି। ଏଠାକାର କଂଗ୍ରେସ ସରକାର ଭାଙ୍ଗିବା ସ୍ଥିତିରେ ଥିବା କୁହାଯାଉଥିବା ବେଳେ...

ହ୍ବିଲଚେୟାରରେ ଭୋଟ ଦେବାକୁ ଆସିଲେ ୯୦ବର୍ଷୀୟ ବୃଦ୍ଧା

ଲକ୍ଷ୍ନୌ,୨୩।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଚତୃର୍ଥ ପର୍ଯ୍ୟାୟ ପାଇଁ ମତଦାନ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟାରେ ଶେଷ...

ଦେଶଭକ୍ତିର ଅନନ୍ୟ ଉଦାହାରଣ: କାର୍‌କୁ ତ୍ରିରଙ୍ଗା ଥିମ ଦେବା ପାଇଁ ଖର୍ଚ୍ଚ କଲେ ୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୫ା୮: ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରତ୍ୟେକ ଭାରତୀୟ ଦେଶପ୍ରେମର ରଙ୍ଗରେ ବୁଡି ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହର ଘର ତ୍ରିରଙ୍ଗା’...

କର୍ମଚାରୀ, କେୟାର ଟେକର ହୋଇ ପାରିବେନି ସମ୍ପତ୍ତି ମାଲିକ

ନୂଆଦିଲ୍ଲୀ,୨୧।୯: କୌଣସି ସମ୍ପତ୍ତିର ଦେଖାଣୁଣା କରୁଥିବା କର୍ମଚାରୀ ଅବା କେୟାର ଟେକର ଏହାର ମାଲିକ ହୋଇ ପାରିବେ ନାହିଁ। ସେମାନେ ଏହାର ରକ୍ଷାଣବେକ୍ଷଣ ଯେତେବର୍ଷ କଲେ...

ଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଆମେରିକା ଆଇନ ସଂସ୍ଥା

ଲଣ୍ଡନ,୨୨।୨:ଉତ୍ତରପ୍ରଦେଶ ପୋଲିସ ୨୦୧୭ରୁ ୨୦୨୧ ମଧ୍ୟରେ ବେଆଇନ ଭାବେ ଏନ୍‌କାଉଣ୍ଟରରେ କେତେଜଣ ଅପରାଧୀଙ୍କୁ ହତ୍ୟା କରିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭୂମିକା ରହିଥିବାରୁ ତାଙ୍କ...

୨୦ ଟଙ୍କା ଚା’ ଉପରେ ସେବା କର ୫୦ ଟଙ୍କା, ଭାରତୀୟ ରେଲଓ୍ବେ ରସିଦ୍‌ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ, ୧।୭ : ଭାରତୀୟ ରେଲଓ୍ବେର ଏକ ରସିଦ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରେଲଓ୍ବେ ଜଣେ ଯାତ୍ରୀଙ୍କଠାରୁ ଗୋଟିଏ କପ ଚା‘...

୩ ବର୍ଷ ପରେ ଚେନ୍ନାଇରୁ ଜାଫ୍‌ନା ଉଡ଼ିଲା ବିମାନ

ଚେନ୍ନାଇ,୧୩।୧୨: ୩ ବର୍ଷ ପରେ ସୋମବାର ଚେନ୍ନାଇରୁ ଶ୍ରୀଲଙ୍କାର ଜାଫ୍‌ନାକୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି। କୋଭିଡ୍‌ କାରଣରୁ ଚେନ୍ନାଇରୁ ଜାଫ୍‌ନା ବିମାନ ଚଳାଚଳ ବନ୍ଦ...

ପସନ୍ଦ ଦଳ ଜିତିଥିବାରୁ ଜିଭ କାଟିଲେ ମହିଳା

ଚେନ୍ନାଇ, ୩ା୫: ତାମିଲନାଡୁ ବିଧାନସଭା ନିର୍ବାଚନରେ ଡିଏମ୍‌କେ ଦଳ ବିଜୟ ଲାଭ କରିବା ପରେ ମାନସିକ ପୂରଣ ପାଇଁ ଜଣେ ମହିଳା ଜିଭ କାଟିଦେଇଛନ୍ତି। ଡିଏମ୍‌କେ...

Advertisement
Archives

Model This Week