Posted inଜାତୀୟ

‘ଗାନ୍ଧିଜୀ ପାକିସ୍ତାନର ଜନକ’

ଭୋପାଳ,୧୮ା୫: ମହାତ୍ମା ଗାନ୍ଧୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ମଧ୍ୟପ୍ରଦେଶର ଭାଜପା ମିଡିଆ ସେଲ୍‌ ମୁଖ୍ୟ ଅନିଲ ସୌମିତ୍ରଙ୍କୁ ଶୁକ୍ରବାର ଦଳ ନିଲମ୍ବନ କରିଛି। ଅନିଲ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ବାପୁଙ୍କ ଆଶୀର୍ବାଦରୁ ପାକିସ୍ତାନର ଜନ୍ମ ହୋଇଥିଲା। ତେଣୁ ମହାତ୍ମା ଗାନ୍ଧୀ ଭାରତର ନୁହେଁ, ବରଂ ପାକିସ୍ତାନର ଜନକ। କେବଳ ଏତିକି ନୁହେଁ, ଅନିଲ ଆଉ ଗୋଟିଏ ପୋଷ୍ଟ କରି ନିଜ ମନ୍ତବ୍ୟକୁ ଠିକ୍‌ ବୋଲି ପ୍ରମାଣିତ କରିବାକୁ ଉଦ୍ୟମ କରିଥିଲେ। ସେଥିରେ ସେ ଲେଖିଥିଲେ, କୌଣସି ବିଦ୍ୱାନ ତାଙ୍କୁ ଭୁଲ ପ୍ରମାଣିତ କରିପାରିବେ ନାହିଁ। ଏହାକୁ ନେଇ ଭାଜପା ପକ୍ଷରୁ ତାଙ୍କ ପ୍ରାଥମିକ ସଦସ୍ୟତା ରଦ୍ଦ କରାଯାଇଛି। ଏହାସହ ବିବାଦୀୟ ପୋଷ୍ଟକୁ ନେଇ ତାଙ୍କୁ ୭ ଦିନ ମଧ୍ୟରେ ଜବାବ ମାଗିଛି ଦଳ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲୋର ଟେଷ୍ଟ ପାଇଁ ଭାଜପାକୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡିବ

ଭୋପାଳ,୧୭।୩: ମଧ୍ୟପ୍ରଦେଶର କଂଗ୍ରେସ ସରକାର ଏବେ ସଙ୍କଟରେ। ଏହାକୁ ଦେଖି ବିରୋଧୀ ଭାରତୀୟ ଜନତା ପାର୍ଟି(ଭାଜପା) କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ପ୍ରୟାସ ଜାରି ରଖିଛି। କରୋନା...

ରାହୁଲଙ୍କ ଭାଷଣର ପ୍ରତିଲିପି ମାଗିଲେ ଇସି

ନୂଆଦିଲ୍ଲୀ,୧୭ା୧୨(ପି.ଟି.)-ଏକ ନିର୍ବାଚନୀ ସଭାରେ ‘ରେପ୍‌ ଇନ୍‌ ଇଣ୍ଡିଆ’ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣର ପ୍ରତିଲିପି ନିର୍ବାଚନ କମିଶନ (ଇସି) ଝାଡ଼ଖଣ୍ଡ ନିର୍ବାଚନ...

ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି ଠାକରେ ପରିବାରର ପ୍ରଥମ ସଦସ୍ୟ

ମୁମ୍ବାଇ,୩୧।୮: ମହାରାଷ୍ଟ୍ରର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଆଗାମୀ ବିଧାନ ସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ...

ଜାଲ୍‌ ସାର୍ଟିଫିକେଟରେ ଚାକିରି ହଡ଼ପ

ନୂଆଦିଲ୍ଲୀ,୨୪ା୧୦(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶରେ ଅନୁସୂଚିତ ଜନଜାତିଙ୍କ ଲାଗି ସଂରକ୍ଷିତ ହଜାର ହଜାର ସରକାରୀ ଚାକିରି ହଡ଼ପ ହୋଇଛି। ଜିଲାପାଳଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନର ଜ୍ଞାତସାରରେ ଚାଲିଥିଲା...

କଶ୍ମୀର ସେଓରେ ଆତଙ୍କବାଦୀଙ୍କ ସ୍ଲୋଗାନ୍‌: କାରବାର ବନ୍ଦ ପାଇଁ ପାକିସ୍ତାନର ଷଡ଼ଯନ୍ତ୍ର

ଶ୍ରୀନଗର,୧୭।୧୦: ଜମ୍ମୁ-କଶ୍ମୀରରେ ଚଳିତ ଋତୁରେ ସେଓ କାରବାରରେ ବାଧା ପହଞ୍ଚାଇବା ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ସେଥିପାଇଁ ସେଓ ବ୍ୟବସାୟ ଜଡ଼ିତ ଥିବା ଲୋକଙ୍କୁ ପାକିସ୍ତାନ...

କରୋନା ସଂକ୍ରମଣକୁ ରୋକିବା ସମ୍ଭବ: ମୁମ୍ବାଇର ଧରାବି ମଡ଼େଲକୁ ପ୍ରଶଂସା

ଜେନେଭା, ୧୧।୭: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି ଯେ, କରୋନା ସଂକ୍ରମଣକୁ ରୋକିବା...

ଟିକ୍‌ଟକ୍‌ ଆପ୍‌ ଭାରତରେ ହେଲା ବ୍ଲକ୍‌: ଗୁଗଲ ନେଲା ପଦକ୍ଷେପ

ନୂଆଦିଲ୍ଲୀ,୧୭।୪: ଏଣିକି ଭାରତରେ ଟିକ୍‌ଟକ୍‌ ଆପ୍‌ ଆଉ ଡାଉନଲୋଡ୍‌ ହେବନାହିଁ। ଗୁଗଲ୍‌ ପକ୍ଷରୁ ଟିକ୍‌ଟକ୍‌ ଭିଡିଓ ଆପକୁ ଭାରତରେ ବ୍ଲକ୍‌ କରାଯାଇଛି। ଏହି ଆପ୍‌ ଦ୍ୱାରା...

ନିୟନ୍ତ୍ରଣ ରେଖାରେ ଯବାନ ପାଳିଲେ ବଡ଼ଦିନ: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଶ୍ରୀନଗର,୨୫।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନମାନେ ବଡ଼ଦିନ ପାଳନ କରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯବାନମାନେ ଜିଙ୍ଗଲ୍‌...

Play 250+ Trending Games
Archives

Model This Week

Why Dharitri