ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଖଟିଆରେ ମହିଳାଙ୍କୁ ବୋହି ମେଡିକାଲରେ ଭର୍ତ୍ତି କଲେ ପରିବାର ଲୋକ

ପଦ୍ମପୁର,୩୧ା୫(ଡି.ଏନ.ଏ.)-ରାସ୍ତା ଖରାପ ଯୋଗୁ ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ। ଫଳରେ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଜଣେ ମହିଳାଙ୍କୁ ପରିବାର ଲୋକ ଖଟିଆରେ ବୋହି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଏପରି ଅଭାବନୀୟ ଘଟଣା ରବିବାର ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ପଞ୍ଚାୟତ ବହୁପୋଖରୀ ଗ୍ରାମରେ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ବହୁପୋଖରୀ ଗ୍ରାମର ଭାରତୀ ମହାଲିକଙ୍କ ଛାତି ଓ ପେଟ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା। ଧିରେ ଧିରେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଶେଷରେ ପରିବାର ଲୋକେ ଖଟିଆରେ ବୋହି ତାଙ୍କୁ ବାସୁଦେବପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତୁରନ୍ତ ଗ୍ରାମ ରାସ୍ତାକୁ ସବୁଦିନିଆ ରାସ୍ତାରେ ପରିଣତ କରିବା ପାଇଁ ଗ୍ରାମର ଦେବେନ୍ଦ୍ର ନାୟକ, ବିଜୟ ମହାଲିକ, ଅଜୟ ବେହେରା, ସୁକାନ୍ତ ବେହେରା ପ୍ରମୁଖ ଦାବି କରିଛନ୍ତି। ଏନେଇ ସରପଞ୍ଚ ଦୟାନିଧି ଦାସଙ୍କୁ ପଚାରିବାରୁ ଚଳିତବର୍ଷ ରାସ୍ତାର ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ସେ ଏକ୍ସନପ୍ଲାନ ତିଆରି କରି ଅନୁମୋଦନ ପାଇଁ ପ୍ରଶାସନ ନିକଟରେ ଉପସ୍ଥାପନ କରିଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଅମ୍ଫନ: ଭଦ୍ରକରେ ବର୍ଷା, ମତ୍ସଜୀବୀଙ୍କୁ ସମୁଦ୍ର ମନା

ଭଦ୍ରକ,୧୯।୫(ବ୍ୟୁରୋ)-ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫନ ଉତ୍ତର ଦିଗରେ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି। ବର୍ତ୍ତମାନ ଘଣ୍ଟାକୁ ୧୭ କି.ମି. ବେଗରେ ଏହା ଗତି କରୁଛି। ସକାଳୁ...

ଭୁଶୁଡ଼ିବ ମାଛକାନ୍ଦଣା ପୋଲ

କେନ୍ଦୁଝର,୩ା୧୧(ସ୍ବ.ପ୍ର.)-ଖଣି ଓ ଶିଳ୍ପ ସମୃଦ୍ଧ କେନ୍ଦୁଝର ଜିଲାର ବିକାଶ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ମରାମତି ଅଭାବରୁ ବହୁ ରାସ୍ତାଘାଟ ତଥା ପୋଲ...

ଉଛୁଳୁଛି ନଦନଦୀ

ଭୁବନେଶ୍ୱର, ୨୯ା୮(ବ୍ୟୁରୋ): ଲଘୁଚାପ ବର୍ଷା ପରେ ରାଜ୍ୟରେ ବନ୍ୟା ବିପତ୍ତି ଦେଖାଦେଇଛି। ଉତ୍ତର ଓଡ଼ିଶା ବନ୍ୟାରେ ଉବୁଟୁବୁ ହେଉଛି। ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଜିଲାରେ ହଜାର...

ଲିଙ୍ଗରାଜରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଚମକୁଛି ଏକାମ୍ର କ୍ଷେତ୍ର । ଐତିହ୍ୟର ସଂରକ୍ଷଣ ସହ ଆଗେଇଛି ସୌନ୍ଦର୍ଯ୍ୟକରଣ । ଲିଙ୍ଗରାଜ ମନ୍ଦିର ନିକଟ ୬୬ ଏକର ଜମିରେ ଏକାମ୍ର ପ୍ରକଳ୍ପ...

ବଡବିଲରେ ହେବ ବିଶାଳ ଘଣ୍ଟାସ୍ତମ୍ଭର ସ୍ଥାପନ

ବଡବିଲ, ୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ସହର ମଧ୍ୟଭାଗରେ ଥିବା ପୂର୍ତ୍ତ ଓ ଗୃହ ବିଭାଗ ଡାକବଙ୍ଗଳା ପରିସରରେ ସୁଦୂର ଦୃଶ୍ୟମାନ ନିମନ୍ତେ ଏକ ଘଣ୍ଟାସ୍ତମ୍ଭର...

୨୬ରୁ ପୁଣି ବଢିବ ଶୀତ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୬ରୁ ଶୀତ ବଢିବ। ଆଗାମୀ ୨ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବ। ପାଗ ମଧ୍ୟ ଶୁଖିଲା ରହିବ। ଏ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସତ୍ୟପ୍ରକାଶ

ପୁରୀ ଅଫିସ, ୨୨।୯: ଆଇସ୍‌କ୍ରିମ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ତିଆରି କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନଁାକୁ ସ୍ଥାନିତ କରିଛନ୍ତି...

ଦେବ ଦମ୍ପତିଙ୍କ ଲଗ୍ନ ମହୋତ୍ସବ

ଆରଡ଼ି,୧୭।୫ (ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଆସନ୍ତା ଜୁନ୍‌ ୪ରେ ଶୀତଳ ଷଷ୍ଠୀରେ ଦେବଦେବ ମହାଦେବ ଓ ଶୈଳ ନନ୍ଦିନୀ ମାତା ପାର୍ବତୀଙ୍କ...

Advertisement
Archives

Model This Week