Posted inଖେଳ

ଗଲ୍ଫ ସିଜନ ଆରମ୍ଭରୁ ଲଖିଙ୍କୁ ସଫଳତା

ଭୁବନେଶ୍ବର, ୨୧ା୧(କ୍ରୀଡ଼ା ପ୍ରତିନିଧି)- ରାଜ୍ୟର ଏକ ନମ୍ବର ମହିଳା ଗଲ୍ଫର ଲଖି ସ୍ବାଇଁ ଚଳିତ ସିଜନ ଆରମ୍ଭରୁ ସଫଳତା ପାଇଛନ୍ତି। ଭୁବନେଶ୍ବର ଗଲ୍ଫ କୋର୍ସର ନୂଆ ସିଜନ (୨୦୧୯-୨୦)ର ପ୍ରଥମ ଦୁଇ ପ୍ରତିଯୋଗିତା ହୋଲ୍‌-ଇନ୍‌-ୱାନ ଏବଂ କଳିଙ୍ଗ ଟ୍ରଫିର ମହିଳା ବିଭାଗରେ ଲଖି ଟ୍ରଫି ଜିତିଛନ୍ତି। ଏହା ବ୍ୟତୀତ ଦ୍ବିତୀୟ ସପ୍ତାହରେ କୋଲକାତାର ଟଲିଗଞ୍ଜ ଗଲ୍ଫ କୋର୍ସରେ ଅନୁଷ୍ଠିତ ସର୍ବଭାରତୀୟ ସ୍ତରୀୟ ପ୍ରତିଯୋଗିତାରେ ତାଙ୍କ ବେଷ୍ଟ୍‌ ନେଟ୍‌ ଉଲ୍ଲେଖନୀୟ ହୋଇଛି। ସେଠାରେ ଅନ୍ୟ ଦୁଇ ଓଡ଼ିଆ ଖେଳାଳି ହର୍ଷଦୀପ କୌର୍‌ (୨୫-୩୬ ଶ୍ରେଣୀର ବଗି ଓ ଶ୍ରେଷ୍ଠ ଗ୍ରସ୍‌) ଏବଂ ଜୟଶ୍ରୀ ମିଶ୍ର (ଷ୍ଟେଟେଷ୍ଟ୍‌ ଡ୍ରାଇଭ୍‌) ମଧ୍ୟ ବ୍ୟକ୍ତିଗତ ସଫଳତା ପାଇଛନ୍ତି। ”କାନ୍ଧରେ ଆଘାତଜନିତ ସମସ୍ୟା କାରଣରୁ ଚଳିତ ବର୍ଷ ସୀମିତ ପ୍ରତିଯୋଗିତାରେ ଭାଗନେବାକୁ ଲକ୍ଷ୍ୟ ରଖିଛି। ତଥାପି ବମ୍ବେ, ବାଙ୍ଗାଲୋର୍‌, ଜାମସେଦପୁର, ଦିଲ୍ଲୀରେ ଖେଳିବି“ ବୋଲି ଲଖି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୫୭ ବର୍ଷୀୟା ଲଖି ବିଗତ ଋତୁରେ ମୋଟ ୯ଟି ପ୍ରମୁଖ ପ୍ରତିଯୋଗିତାରେ ସଫଳ ହୋଇଥିଲେ। ରାଜ୍ୟ ବାହାରେ ଟଲିଗଞ୍ଜ, ବାଙ୍ଗାଲୋର୍‌ ସର୍ବଭାରତୀୟ ପ୍ରତିଯୋଗିତା, ଦିଲ୍ଲୀରେ ଇଣ୍ଡୋ-ନିପୋ ଗୋଲ୍ଡେନ୍‌ ଗ୍ରିନ୍‌ କପ୍‌, ମୁମ୍ବାଇରେ ଚାମ୍ବର୍ସ ପ୍ରେସିଡେନ୍ସି ପ୍ରତିଯୋଗିତାର ମହିଳା ବିଭାଗ ସମ୍ମାନ ପାଇଥିଲେ। ବାଙ୍ଗାଲୋରରେ ବଗି ସହିତ ବିଜୟିନୀ ଏବଂ ଟଲିରେ ୬ଟି ଭିନ୍ନ ବର୍ଗରେ ମଧ୍ୟ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡର ଏହି ଖେଳାଳିଙ୍କ ଖୁଲାସା: ପ୍ରଥମ ଟେଷ୍ଟ ସମୟରେ କୋହଲି ଚେତାଇ କହିଥିଲେ…

ଲଣ୍ଡନ,୩।୪: ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ ଓଲି ପୋପ୍‌ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଚାରି ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ହିଜବୁଲ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ୩ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍‌ ଅହମ୍ମଦ, ବଶରତ୍‌ ଅହମ୍ମଦ...

ବାଂଲାଦେଶର ଐତିହାସିକ ବିଜୟ

ଢାକା,୩ା୮: ଅଷ୍ଟ୍ରେଲିଆ ଆଗରେ ଥିଲା ୧୩୨ ରନ୍‌ର ସାଧାରଣ ବିଜୟଲକ୍ଷ୍ୟ। କିନ୍ତୁ ଭ୍ରମଣକାରୀ ଦଳ ପାଇଁ ଅସୁବିଧା ପାଲଟିଥିଲେ ଘରୋଇ ବାଂଲାଦେଶ ସ୍ପିନରମାନେ। ମାତ୍ର ୧୦୮...

‘ସ୍ତ୍ରୀ ଅବା ବାନ୍ଧବୀଙ୍କୁ ଦାୟୀ କରା ନ ଯାଉ’

ନୂଆଦିଲ୍ଲୀ, ୮।୫-ପୁରୁଷ କ୍ରୀଡ଼ାବିତ୍‌ଙ୍କ ପାଇଁ ମହିଳାମାନେ ସାଧାରଣତଃ ପ୍ରତିବନ୍ଧକ ବୋଲି ବିବେଚନା କରାଯାଏ, ଶକ୍ତି ଭାବରେ ନୁହେଁ। ବିଶେଷକରି ଉପମହାଦେଶରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ...

ଆଇପିଏଲ-୨୦୨୩ରେ ଶୁଣିବାକୁ ମିଳିବ ଇଂଲିଶ-ହିନ୍ଦୀ-ତେଲୁଗୁ-କନ୍ନଡ଼ ଭାଷାରେ କମେଣ୍ଟ୍ରି…

କୋଲକାତା,୨୧।୩ : ଷ୍ଟାର୍‌ ସ୍ପୋର୍ଟସ ଆଇପିଏଲ-୨୦୨୩ ପାଇଁ କମେଣ୍ଟେଟର୍ସଙ୍କ ନାମ ଘୋଷଣା କରିଛି। ୩୧ ମାର୍ଚ୍ଚରୁ ଆଇପିଏଲ ଆରମ୍ଭ ହେଉଛି। ଏଥିପାଇଁ ବିସିସିଆଇ ସମସ୍ତ ପ୍ରସ୍ତୁତି...

ଆଇପିଏଲ୍‌ ପୂର୍ବରୁ କରୋନା ମାଡ: ପୁଣି ୩ ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ କରୋନା

ଆଇପିଏଲର ୧୪ ତମ ସିଜିନ ଅନୁଷ୍ଠିତ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ କରୋନା ଆକ୍ରାନ୍ତ ଦିନକୁ...

ଦୁର୍ଘଟଣାରେ ଫ୍ରୁମ୍‌ ଆହତ

ରୋଆନେ (ଫ୍ରାନ୍ସ), ୧୩ା୬ (ଏଏଫ୍‌ପି)- ବିଶିଷ୍ଟ ସାଇକ୍ଲିଷ୍ଟ ଖ୍ରିସ୍‌ ଫ୍ରୁମ୍‌ ବୁଧବାର ବୁଧବାର ଅଭ୍ୟାସ ବେଳେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଗୋଡ଼, ହାତ,...

ବିକି ଦେଲେ ରୋନାଲ୍ଡୋ ଫୋପାଡ଼ିଥିବା ଆର୍ମ ବ୍ୟାଣ୍ଡ

ବେଲଗ୍ରେଡ, ୨।୪ : ଗତ ସପ୍ତାହରେ ବେଲଗ୍ରେଡ୍‌ଠାରେ ଖେଳାଯାଇଥିବା ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ପର୍ତ୍ତୁଗାଲ ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋ ଉତ୍ତ୍ୟକ୍ତ ହୋଇ ଗ୍ରାଉଣ୍ଡରେ...

Advertisement
Archives

Model This Week