Posted inଖେଳ

ଗଲ୍ଫ ଟୁର ଚାମ୍ପିୟନଶନିପ୍‌: ବଜ୍ରପାତରେ ୬ ପ୍ରଶଂସକ ଆହତ

ଆଟଲାଣ୍ଟା, ୨୫।୮: ଏଠାରେ ଚାଲିଥିବା ଗଲ୍ଫ ଟୁର ଚାମ୍ପିୟନଶିପ୍‌ ଅବସରରେ ଏକ ଅଘଟଣ ଘଟିଛି। ଚାମ୍ପିୟନଶିପ୍‌ର ତୃତୀୟ ରାଉଣ୍ଡ ଖେଳ ଅବସରରେ ହଠାତ୍‌ ଗଲ୍ଫ କୋର୍ସରେ ଥିବା ଏକ ଗଛକୁ ବିଜୁଳି ମାରିଥିଲା। ଫଳରେ ନିକଟରେ ଥିବା ୬ଜଣ ଗଲ୍ଫ ପ୍ରଶଂସକ ଆହତ ହୋଇଥିଲେ ବୋଲି ପିଜିଏ ଟୁର ତରଫରୁ କୁହାଯାଇଛି। ଶନିବାର ଅପରାହ୍ନ ୪.୪୫ରେ ଇଷ୍ଟ ଲେକ୍‌ ଗଲ୍ଫ କ୍ଲବ୍‌ସ୍ଥିତ ରେଞ୍ଜ୍‌/୧୫, ଗ୍ରୀନ୍‌/୧୬ଟି ନିକଟରେ ଥିବା ଗଛକୁ ବିଜୁଳି ମାରିଥିଲା। ଆହତ ପ୍ରଶଂସକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେମାନେ ଏବେ ବିପଦ ମୁକ୍ତ ବୋଲି କୁହାଯାଇଛି। ଝଡ ତୋଫାନ କାରଣରୁ ତୃତୀୟ ରାଉଣ୍ଡକୁ ସ୍ଥଗିତ ରଖାଯାଇଥିଲା। ଏହାର ଠିକ୍‌ ୨୮ ମିନିଟ ପରେ ବିଜୁଳି ମାରିଥିଲା। ଏହାପରେ ଖେଳକୁ ବାତିଲ କରାଯାଇଥିଲା। ରବିବାର ସକାଳ ୮ଟାରେ ଖେଳ ଆରମ୍ଭ କରାଯାଇଥିଲା। ରବିବାର ଏହି ଚାମ୍ପିୟନଶିପ୍‌ର ବିଜେତାଙ୍କୁ ୧୫ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ପ୍ରଦାନ କରାଯିବ।
୧୯୯୧ରେ ମଧ୍ୟ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଆମେରିକାର ମିନେସୋଟାର ହେଜେଲଟାଇନ୍‌ ଅନୁଷ୍ଠିତ ୟୁଏସ୍‌ ଓପନ୍‌ ଗଲ୍ଫ ଚାମ୍ପିୟନଶିପ୍‌ ଅବସରରେ ବିଜୁଳି ମାରିଥିଲା। ଗଛ ତଳେ ଆଶ୍ରୟ ନେଇଥିବା ପ୍ରଶଂସକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଆଉ ୫ଜଣ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନମ୍ବର ଓ୍ବାନ୍‌ ସ୍ଥାନକୁ ଫେରିଲେ ମିଥାଲି

ଦୁବାଇ, ୭ା୭ (ପି.ଟି.)- ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ପ୍ରଭାବୀ ପ୍ରଦର୍ଶନ ପରେ ଭାରତ ଅଧିନାୟକ ମିଥାଲି ରାଜ ୩ ବର୍ଷ ପରେ...

ଓ୍ବାଙ୍ଖଡେରେ ଛକା ବର୍ଷା : ମ୍ୟାଚ୍‌ ନୁହେଁ ମନ ଜିତିଲେ ସାମସନ

ମୁମ୍ବାଇ, ୧୨ା୪- ଓ୍ବାଙ୍ଖଡେ ଷ୍ଟାଡିୟମ ଏବେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପାଲଟିଛି ସ୍ବର୍ଗ। ସୋମବାର ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଦେଖିବାକୁ...

ଭାରତୀୟ ମହିଳା କ୍ରିକେଟ୍‌ ଦଳର ସିରିଜ୍‌ କ୍ଲିନସୁଇପ୍‌

ଗୁୟାନା,୨୨।୧୧(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ରେ ଭାରତୀୟ ମହିଳା ଦଳ ତା’ର ଅପରାଜେୟ ଧାରା ବଜାୟ ରଖି ୫ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌କୁ ପୋଛିନେଇଛି। ବେଦା କ୍ରିଷ୍ଣମୂର୍ତ୍ତି...

ଭାରତୀୟ ହକି ଦଳର ଜବରଦସ୍ତ ବିଜୟ: କ୍ୱାର୍ଟରଫାଇନାଲ ଆଶା ଉଜ୍ଜିବୀତ

ଟୋକିଓ,୨୭।୭: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ପଦକ ଜିତିବାର ଆଶା ଉଜ୍ଜିବୀତ ରଖିଛି। ଆଜି ତୃତୀୟ ହକି ମ୍ୟାଚରେ ଏକପାଖିଆ ଭାବେ ସ୍ପେନକୁ ୩-୦ରେ...

କ୍ୱାରାଣ୍ଟାଇନ୍‌ରେ କୋହଲି: ଆବଶ୍ୟକ ପଡୁଛି ଏହି ୨ ଜିନିଷ

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଫେବୃଆରୀ ୫ରୁ ଏକ ୪ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଉଭୟ ଦଳ ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ...

ୱେଷ୍ଟ ଷ୍ଟାଣ୍ଡରେ ଅଷ୍ଟ୍ରେଲିଆ ଦର୍ଶକ, ଟମ୍‌ଙ୍କ ପରିବାର

ଭୁବନେଶ୍ୱର, ୨୫ା୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଅଷ୍ଟ୍ରେଲିଆ ଓ ସ୍ପେନ୍‌ ମଧ୍ୟରେ ହକି ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୱେଷ୍ଟ...

ପାରାଲିସିସ୍‌ରେ ପୀଡ଼ିତ ୩ ଥର ଅଲିମ୍ପିକ୍‌ ରୋଇଂ ଚାମ୍ପିୟନ

ଲଣ୍ଡନ,୧।୧୧(ଏଏଫ୍‌ପି)- ଟ୍ରିପଲ ଅଲିମ୍ପିକ୍‌ ରୋଇଂ (ନୌଚାଳନା) ଚାମ୍ପିୟନ ପିଟ ରିଡ୍‌ ପକ୍ଷାଘାତରେ ପୀଡ଼ିତ ହୋଇଛନ୍ତି। ମେରୁଦଣ୍ଡରେ ଷ୍ଟ୍ରୋକ୍‌ ଯୋଗୁ ତାଙ୍କ ଛାତି ତଳ ସମ୍ପୂର୍ଣ୍ଣ ଅକ୍ଷମ...

ଭାରତୀୟ ହକି ଦଳରେ ବୀରେନ୍ଦ୍ର, ଅମିତ

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି)- ଏପଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ଖେଳିବାପାଇଁ ଭାରତ ପ୍ରସ୍ତୁତ। ଏଥର ଭାରତର ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱ ଚାମ୍ପିୟନ ବେଲଜିୟମ।...

Advertisement
Archives

Model This Week