ଗର୍ଭସ୍ଥ ଶିଶୁର ବିକାଶ କରେ ଏହି ଥେରାପି…

ମା’ ହେବା ପ୍ରତି ମହିଳାଙ୍କ ପାଇଁ ଏକ ସ୍ବର୍ଗୀୟ ଅନୁଭୁତି। ଗର୍ଭସ୍ଥ ଶିଶୁ ଲାଗି ମାତା-ପିତା ଉଭୟେ ଯତ୍ନଶୀଳ ହୋଇଥାନ୍ତି। କିଭଳି ଗର୍ଭସ୍ଥ ଶିଶୁର ଉପଯୁକ୍ତ ବିକାଶ ହୋଇପାରିବ ସେଥି ନିମନ୍ତେ ବିଭିନ୍ନ ଉପାୟ ଗ୍ରହଣ କରିବା ସହିତ ଅଭିଜ୍ଞ ଲୋକଙ୍କ ସହିତ ମାତା-ପିତା ପରାମର୍ଶ କରିଥାନ୍ତି। ତେବେ ମ୍ୟୁଜିକ୍‌ ଥେରାପି ଦ୍ୱାରା ଗର୍ଭସ୍ଥ ଶିଶୁର ବିକାଶ ସ୍ବାଭାବିକ ହୋଇଥାଏ। ମାତୃ ଗର୍ଭରେ ୬ ସପ୍ତାହ ହେବାବେଳକୁ ଶିଶୁର ହୃଦ୍‌ସନ୍ଦନ ଆରମ୍ଭ ହୋଇଥାଏ। ଏହା ସହିତ ଧୀରେ ଧୀରେ ମସ୍ତିଷ୍କର ବିକାଶ ମଧ୍ୟ ଆରମ୍ଭ ହୁଏ। ଏହି ସମୟରେ ମା ମ୍ୟୁଜିକ୍‌ ଶୁଣିଲେ ଶିଶୁ ପାଇଁ ଭଲ ବୋଲି ଆମେରିକା ଭର୍ଜିନିଆ ବିଶ୍ୱ ବିଦ୍ୟାଳୟର ମ୍ୟୁଜିକ୍‌ ଥେରାପି ବିଭାଗର ଗବେଷକ ଏକ ରିପୋର୍ଟରେ ସୂଚିତ କରିଛନ୍ତି। ସଙ୍ଗୀତ ଗର୍ଭସ୍ଥ ଶିଶୁ ଉପରେ କିଭଳି ପ୍ରଭାବ ପକାଉଛି ତାହା ଜାଣିବା ପାଇଁ ଗବେଷକ ଦୀର୍ଘଦିନ ଧରି ଗବେଷଣା ଜାରି ରଖିଥିଲେ। ଜଣାପଡିଥିଲା ଗର୍ଭବତୀ ମହିଳା ଶାସ୍ତ୍ରୀୟ ସଙ୍ଗୀତ ସହିତ ଅନ୍ୟ ସଙ୍ଗୀତ ଶୁଣିଲେ ଗର୍ଭସ୍ଥ ଶିଶୁର ବୌଦ୍ଧିକ ବିକାଶ ହୋଇଥାଏ। ନିୟମିତ ସକାଳେ ଏବଂ ସନ୍ଧ୍ୟାରେ ସଙ୍ଗୀତ ଶୁଣିବା ଦ୍ୱାରା ମାନସିକ ଚାପ ହ୍ରାସ ହେବା ଯୋଗୁ ନର୍ମାଲ୍‌ ବାର୍ଥ ହେବାର ସମ୍ଭାବନା ବଢ଼ିଥାଏ ବୋଲି ଗବେଷକ ଏହି ରିପୋର୍ଟରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳେ କପେ ରେଡ୍‌ ଟି…

ସକାଳେ ରେଡ୍‌ ଟି ପିିଇଲେ ଅନେକ ଉପକାର ମିଳିଥାଏ। ରେଡ୍‌ ଟିରେ ଲୌହ, ପୋଟାସିୟମ୍‌, ଜିଙ୍କ୍‌, ମାଙ୍ଗାନିଜ୍‌, କପର, କ୍ୟାଲସିୟମ୍‌, ସୋଡ଼ିୟମ୍‌, ମ୍ୟାଗ୍ନେସିୟମ୍‌, ଫ୍ଲୋରାଇଡ୍‌, କ୍ୟୁରସେଟିନ୍‌...

ଟ୍ରାଇବାଲ୍‌ ପ୍ରିଣ୍ଟ

ଖରାଦିନେ ଟ୍ରାଇବାଲ୍‌ ପ୍ରିଣ୍ଟ୍‌ର ରହିଛି ଡିମାଣ୍ଡ। ସ୍କର୍ଟ, ଟପ୍ସ୍‌, ବ୍ଲାଉଜ୍‌, ଶର୍ଟସରେ ବି ଏହି ପ୍ରିଣ୍ଟକୁ ଆପଣାଇପାରିବେ.. – ଜ୍ୟୋମେଟ୍ରିକ୍‌ ସେପ୍ସ ଏବଂ ଆବ୍‌ଷ୍ଟ୍ରାକ୍ଟସ୍‌ ଲାଇନ୍ସର...

ମନ ଖୋଜେ ସାଥୀ…

ସୃଷ୍ଟିର ନିୟମ ଅନୁସାରେ ପ୍ରତିଟି କୀଟ-ପତଙ୍ଗ, କ୍ଷୁଦ୍ର ପ୍ରାଣୀଙ୍କଠାରୁ ମଣିଷ ପର୍ଯ୍ୟନ୍ତ ସଭିଙ୍କର ଜୀବନଶୈଳୀ ବିଭିନ୍ନ ବୟସରେ ଭିନ୍ନ ଭିନ୍ନ ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସରେ...

ନିଃସଙ୍ଗତା ଦୂର କରିବ ରୋବୋ

ରୋବୋର ବ୍ୟବହାର ଦିନକୁ ଦିନ ବଢ଼ିଚାଲିଛି। ଏଣିକି ଏହାକୁ ନିଃସଙ୍ଗତା ଦୂର କରିବା ପାଇଁ ବ୍ୟବହାର କରାଯାଇପାରିବ। ଜାପାନର ବୈଜ୍ଞାନିକମାନେ ଏପରି ଏକ ଅତ୍ୟାଧୁନିକ ଜ୍ଞାନକୌଶଳ...

ଉପକାରୀ କାଢ଼ା

ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁର କୁପ୍ରଭାବ ଦ୍ୱାରା ବିଶ୍ୱବାସୀ ଆଶଙ୍କାରେ ଏକ ଦ୍ୱନ୍ଦ୍ୱ ମାନସିକତା ଦେଇ ଗତିକରୁଥିବା ବେଳେ, ବର୍ତ୍ତମାନ ସୁଦ୍ଧା ‘କୋଭିଡ୍‌-୧୯’ ଭୂତାଣୁକୁ ପ୍ରତିରୋଧ...

ପାଟିକୋଣ ଘା’ରୁ ଦୂରେଇ ରୁହନ୍ତୁ…

ପାଟିକୋଣ ଘା’ ଏକ ପ୍ରକାର ପ୍ରଦାହ। ଏଥିରେ ପାଟିର ଗୋଟିଏ ବା ଉଭୟ କୋଣରେ ଘା’ ହୋଇଥାଏ । ଏହାକୁ ଡାକ୍ତରୀ ଭାଷାରେ ଚିଲିଟିସ୍‌ କୁହାଯାଇଥାଏ।...

ମହିଳାଙ୍କ ଏହି ୫ ଅଭ୍ୟାସ ଯୋଗୁ ନଷ୍ଟ ହୁଏ ଘର,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ସେ ବିପରିତ ପରିସ୍ଥିତିରେ ମଧ୍ୟ ନିଜର ଲକ୍ଷ୍ୟକୁ ହାସଲ କରିଥିଲେ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ...

ପରଫ୍ୟୁମରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ପ୍ରସାଧନ ସାମଗ୍ରୀ ମଧ୍ୟରେ ଅତର ବା ପରଫ୍ୟୁମ୍‌ ଆମର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ଏହା ଆମକୁ ଦିନ ତମାମ ସତେଜ ରଖିବା ସହ ସୁଗନ୍ଧ...

Advertisement


Archives

Model This Week

Why Dharitri