ଗରିବ, ଅସହାୟଙ୍କୁ ସହାୟତା ପ୍ରଦାନ

ପିପିଲି, ୨୦ା୪(ସ୍ବ.ପ୍ର): କରୋନା ସମୟରେ ପ୍ରଭାବିତ ପିପିଲି ଓ ଡେଲାଙ୍ଗ ଅଞ୍ଚଳର ଗରିବ ଏବଂ ଅସହାୟଙ୍କ ପ୍ରତି ସହାୟତାର ହାତ ବଢାଇଛି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ। ସ୍ବୟଂ ସେବକମାନେ ଗତ ଦୁଇ ସପ୍ତାହ ଧରି ପିପିଲି ହାଟସାହି ପଞ୍ଚାୟତର ଭୁଇଁଗୁଣ, ଜଗନ୍ନାଥପୁର ପଞ୍ଚାୟତର ଦରଡା, ବାଙ୍କିପୋଖରୀ, ବିଲିସାହି, ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ବାସୁଦେଇପୁର (ଗଡି ଉପର), ତେଇଶିପୁର ପଞ୍ଚାୟତର ଓଡସମୁଦି, ମଙ୍ଗଳପୁର ପଞ୍ଚାୟତର ଜେନାସାହି, ସମ୍ପୁର ପଞ୍ଚାୟତର ବଲ୍ଲପୁର, ଡେଲାଙ୍ଗ କଂଅର ସାହି, ପିପିଲି ଏନ୍‌ଏସି ଆଶ୍ରମପାଟଣା ଆଦି ବିଭିନ୍ନ ସ୍ଥାନରେ ନିରାଶ୍ରୟ ଲୋକଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ଏବଂ ହାତଧୁଆ ସାମଗ୍ରୀ ବଣ୍ଟନ କରୁଛନ୍ତି। ଏଥିସହ କରୋନା ସମ୍ପର୍କିତ ସଚେତନତା କରାଯାଉଛି। ପ୍ରଭାତ କୁମାର ମହାପାତ୍ର ଓ ବଂଶୀଧର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ଚାଲିଛି। ଏଥିରେ ପ୍ରଦୀପ୍ତ ଘଡେଇ, ଅଭିଜିତ୍‌ ବେହେରା, ସୁଜିତ୍‌ ବାରିକ, ଅଭିଷେକ ଲେଙ୍କା, ସଞ୍ଜୀବ ସେଠୀ, ବାପୁ ବେହେରା, ଜୀବନଜୟ ରାଉତରାୟ, ପ୍ରଭାତ ବେହେରା, ଚିତ୍ତରଞ୍ଜନ ସାହୁ ଏବଂ ମାନସ ମହାପାତ୍ର ପ୍ରମୁଖ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମରେ ଆସୁନି ରାତ୍ର ଆଶ୍ରୟସ୍ଥଳ: ଶୀତ କାକରରେ ନିରାଶ୍ରୟ

କେନ୍ଦୁଝର, ୨୮ା୧୨(ସ୍ବ.ପ୍ର.)- କେନ୍ଦୁଝର ସହରରେ ବାସହୀନ ଓ ଅସହାୟ ଲୋକଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳୀ ଅଛି ହେଲେ ଦୂରତା ଦୃଷ୍ଟିରୁ ସେଠାକୁ ଯିବାକୁ ଲୋକେ ପସନ୍ଦ...

ଗଞ୍ଜାମ ଜିଲାରେ ବିଜେଡିର ବାଜିମାତ୍‌: ୨ ଲୋକ ସଭା, ୧୨ ବିଧାନସଭା ଆସନ ଦଖଲ

ବ୍ରହ୍ମପୁର ଅଫିସ,୨୫ା୫- ଗଞ୍ଜାମ ଜିଲା ରାଜନୀତିରେ ପୁଣି ବିଜେଡି ବାଜିମାତ କରିଛି। ଦୁଇ ଲୋକ ସଭା ଆସନ ପୁନର୍ବାର ଦଖଲ କରିଥିବା ବେଳେ ୧୩ ବିଧାନସଭା...

ପାନୀୟଜଳ ସମସ୍ୟା ସମାଧାନଠାରୁ ଦୂରରେ

କେନ୍ଦ୍ରାପଡ଼ା ଅଫିସ, ୩୧।୭: ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନରେ ପରିଣତ ପାଇଁ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଜଳଶକ୍ତି ଅଭିଯାନ...

ଗୁଜରାଟରେ ୩୧ ଡିସେମ୍ବର ପର୍ଯ୍ୟନ୍ତ ବଢିଲା ନାଇଟ୍ କର୍ଫ୍ୟୁ

ଗାନ୍ଧିନଗର,୨୧ ।୧୨: ଗୁଜରାଟର ଭଦୋଦରାରେ ସୋମବାର ବ୍ରିଟେନରୁ ଫେରିଥିବା ଜଣେ ମହିଳା ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ୨୭ ବର୍ଷିୟା ମହିଳାଙ୍କ ନିକଟରେ...

ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ଦାବି: ବନ୍ଦ ରହିଲା କଳାହାଣ୍ଡି

କର୍ଲାମୁଣ୍ଡା,୫।୧(ଡି.ଏନ୍‌.ଏ.): ଆଗାମୀ ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ଦାବିରେ ବୁଧବାର ଆଦିବାସୀ ମହାସଂଘ ପକ୍ଷରୁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଥିଲା। ଏହି କ୍ରମରେ କର୍ଲାମୁଣ୍ଡା ବ୍ଲକରେ...

ଦାଉ ସାଧିଲା ବାତ୍ୟା ‘ଜଓ୍ବାଦ’

ଜଗତ୍‌ସିଂହପୁର ଅଫିସ/ପାରାଦୀପ/ ଏରସମା/ତିର୍ତ୍ତୋଲ/ରଘୁନାଥପୁର/ ନାଉଗାଁ,୬ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.): ବାତ୍ୟା ‘ଜୱାଦ’ ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ହାରାହାରି ବର୍ଷା ୧୧୪.୩୭୫ ମିଲିମିଟର ରେକର୍ଡ ହୋଇଛି। ଅପରାହ୍ନ ୪ଟା ମଧ୍ୟରେ ଜଗତ୍‌ସିଂହପୁର ପୌରାଞ୍ଚଳର...

ବିଶୋଧନ ହେଲା ଖଣି ଅଞ୍ଚଳ

କେନ୍ଦୁଝର, ୧୬ା୪(ସ୍ବ.ପ୍ର.)-ବାଂଶପାଳ ବ୍ଲକ ଶୁଆକାଟି ଖଣି ଅଞ୍ଚଳରେ ବିଭିନ୍ନ ଗ୍ରାମ ରାସ୍ତାଘାଟକୁ ବୁଧବାର ବିଶୋଧନ କରାଯାଇଛି। କଳିଙ୍ଗ କମର୍ସିଆଲ କର୍ପୋରେଶନ ପକ୍ଷରୁ ଇଚିଣ୍ଡା, ତଳ କଇଁସରୀ,...

ଘୁଙ୍ଗିନାଳ ଉପରେ ୪ଫୁଟର ପାଣି, ବୀରମହାରାଜପୁର-ଅମରପାଲି ଯୋଗାଯୋଗ ବଚ୍ଛିନ୍ନ

ବୀରମହାରାଜପୁର, ୨୯।୭ (ଡି.ଏନ.ଏ.): ରବିବାର ରାତିରେ ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପାନ୍ତ ଅଞ୍ଚଳର ବିଭିନ୍ନ ଯୋର ଓ ନାଳରେ ବଢ଼ିପାଣି...

Advertisement
Archives

Model This Week