ଗଞ୍ଜାମ ଲୋକକଳା ଓ ସଂସ୍କୃତିର ଭୂମି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର ଅଫିସ, ୨୫ା୧୨:ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଆୟୋଜିତ ଗୋପାଳପୁର ବେଳାଭୂମି ମହୋତ୍ସବ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ୫ ଦିନଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ, ଗଞ୍ଜାମ ଲୋକକଳା ଓ ସଂସ୍କୃତିର ଭୂମି। ଗୋପାଳପୁର ବେଳାଭୂମି ମହୋତ୍ସବ ଓଡ଼ିଶାର ସଂସ୍କୃତିକୁ ବିଶ୍ୱସ୍ତରରେ ସମୃଦ୍ଧି କରିଛି। ଗୋପାଳପୁର ଓଡ଼ିଶାର ଗର୍ବ ଗୌରବ ବୋଲି ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ। ଗୋପାଳପୁର ସମେତ ଗଞ୍ଜାମ ପର୍ଯ୍ୟଟନ କ୍ଷେତ୍ରଗୁଡିକର ବିକାଶ ଓ ଏଠାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ଯଥୋଚିତ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ଜାଗା ମିଶନରେ ଭୂମିହୀନଙ୍କୁ ଘର ଯୋଗାଇବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପାଇଲଟ ବେସିସ୍‌ରେ ଗୋପାଳପୁରର ସତ୍ୟସାଇ ସାହିରେ ଚିହ୍ନଟ ହୋଇଥିବା ୪୬୯ ହିତାଧିକାରୀଙ୍କ ପରିବାର ସହ ଆଲୋଚନା କରିଥିଲେ। ଏହାପରେ ବେଳାଭୂମି ପରିସରରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀମେଳା, ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳାକୁ ଉଦ୍‌ଘାଟନ କରିଥିଲେ। ଏଥି ସହ ଜିଲା ପ୍ରଶାସନ ଦ୍ୱାରା କନ୍ୟାଭ୍ରୂଣ ହତ୍ୟା ରୋକିବା ନେଇ ଆରମ୍ଭ କରାଯାଇଥିବା ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମର କନ୍ୟା ଶିଶୁଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ। ସେହିପରି ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ନିର୍ଭୟା କଢି, ସ୍ବୟଂସିଦ୍ଧା କାର୍ଯ୍ୟକ୍ରମର ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଆସିକା ଏମ୍‌ପି ପ୍ରମିଳା ବିଶୋୟୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ରାମଚନ୍ଦ୍ର ପଣ୍ଡା, ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ, ବିସିସି ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ। ଉଦ୍‌ଘାଟନୀ ସନ୍ଧ୍ୟାରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ସୋନୁ ନିଗମ ଗୋଟିଏ ପରେ ଗୋଟିଏ ଗୀତ ଗାଇ ଦର୍ଶକଙ୍କୁ ଝୁମାଇଥିଲେ। କ୍ରେଜି ହୈ ତେରା……, ଦିୱାନା….. ମୌସମ୍‌ ହୈ ମସ୍ତାନା…., ଦିୱାନା ତେରା….. ଆଜା ଆଜା ଓ ମେରି ସପନୋକି ରାନୀ ଆଦି ଗୀତ ଗାଇ ଦର୍ଶକଙ୍କ ମନ ମୋହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୭ବର୍ଷ ବିତିଲା, ମିଳୁନି କୃଷିବୀମା ଟଙ୍କା

ଧାମନଗର, ୭ା୫(ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଦେହୁଡ଼ି ଆନନ୍ଦପୁର ପଞ୍ଚାୟତ ମାନଲାପୁର ଗ୍ରାମର ଚାଷୀ ନିରଞ୍ଜନ ଦାସ(୪୪)ଙ୍କ ମୃତ୍ୟୁକୁ ୭ବର୍ଷ ବିତିଯାଇଥିଲେ ମଧ୍ୟ...

୧୪ ଦିନ ଯାଏ ଲକ୍‌ଡାଉନ୍‌: ଜାଣନ୍ତୁ କ’ଣ ରହିବ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର,୨।୫(ବ୍ୟୁରୋ): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ଯୋଗୁ ଏହାକୁ ନିୟନ୍ତ୍ରଣକୁ ଆଣିବା ନିହାତି ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ମେ’ ୫ରୁ...

ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲାରେ ରହିବ ମେଘୁଆ ପାଗ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ଗୁଳିଗୁଳିରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ଏହାରି ଭିତରେ ଶୁକ୍ରବାର ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲାଗୁଡିକରେ ଆକାଶ...

ବନ୍ୟଜନ୍ତୁ ଶିକାର କରି ଯୁବକ ଗିରଫ: ବନ୍ଧୁକ ଜବତ

ବଲାଙ୍ଗୀର ଅଫିସ,୧୩।୩: ବଲାଙ୍ଗୀର ବନବିଭାଗର ମୋବାଇଲ ସ୍କ୍ବାଡ୍‌ କରକଚିଆ ଛକ ନିକଟରେ ଶନିବାର ଚଢ଼ାଉ କରଛନ୍ତି। ଏଥିରେ ସମ୍ପୃକ୍ତ ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିବା...

ଅଳକାଙ୍କୁ ଜିତାଇବା ପାଇଁ ସଂକଳ୍ପ

ବ୍ରଜରାଜନଗର,୧୮ା୫(ଡି.ଏନ.ଏ.): ବ୍ରଜରାଜନଗର ଉପର୍ନିବାଚନ ପାଖେଇ ଆସୁଥିବାବେଳେ ବିଜେଡି ପକ୍ଷରୁ ସ୍ଥାନୀୟ ମାହେଶ୍ୱରୀ ଭବନଠାରେ ମଙ୍ଗଳବାର ଏକ ନିର୍ବାଚନୀସଭା ଅନୁଷ୍ଠିତ ହୋଇଥିଲା। ଦଳର ନଗର ସଭାପତି ରାଧାକାନ୍ତ...

ସାତ୍‌ସପନ ହେଇଛେ ସରକାରୀ ସାହାଯ୍‌: ରୋଗ୍‌ରେ ଯୁଝୁଛନ୍‌ କୁଟୁମବସିଆ

ବିନିକା,୧୫ା୬(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ଏନ୍‌ଏସି ଓ୍ବାର୍ଡ ନଂ.୧ର ବାସିନ୍‌ଦା ବେଣୁଧର ଜାଲ(୮୦)। ପରିବାର କହେଲେ ଛାର୍‌ରି ଝି’ ରାହି(୪୮) ଆର ମାନସିକ୍‌ ରୋଗ୍‌ରେ ପୀଡ଼ିତ...

ପୁଣି ଏକ ଦନ୍ତାହାତୀର ଜୀବନ ଗଲା, ବନବିଭାଗର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ

କାମାକ୍ଷାନଗର,୧୪ା୧୦(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ଭୁବନ ରେଞ୍ଜ ଜିରାଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭଏରପୁର ପଞ୍ଚାୟତ ରାଙ୍କିଆ ଗ୍ରାମ କଇଁଥଗୋଡ଼ା ନିକଟରେ ଥିବା ଚାଷଜମିରୁ ଏକ ଦନ୍ତାହାତୀର...

ଶିଳ୍ପ ଲାଗି ଜଳ ବିବାଦ

ଯାଜପୁର ଅଫିସ,୫। ୧୦: କେନ୍ଦ୍ରାପଡ଼ା ଜିଲାରେ ସମ୍ପ୍ରତି ନଦୀଜଳ ବିବାଦ ଉଗ୍ରରୂପ  ପ୍ରଶାସନିକ ଅଧିକାରୀଙ୍କ ଅହେତୁକ କମ୍ପାନୀ ପ୍ରୀତି ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।...

Advertisement
Archives

Model This Week