ଗଞ୍ଜାମ ଜିଲାରେ ବିଜେଡିର ବାଜିମାତ୍‌: ୨ ଲୋକ ସଭା, ୧୨ ବିଧାନସଭା ଆସନ ଦଖଲ

ବ୍ରହ୍ମପୁର ଅଫିସ,୨୫ା୫- ଗଞ୍ଜାମ ଜିଲା ରାଜନୀତିରେ ପୁଣି ବିଜେଡି ବାଜିମାତ କରିଛି। ଦୁଇ ଲୋକ ସଭା ଆସନ ପୁନର୍ବାର ଦଖଲ କରିଥିବା ବେଳେ ୧୩ ବିଧାନସଭା ଆସନରୁ ୧୨ଟିରେ ଶଙ୍ଖ ଦଳ ବିଜୟ ବାନା ଉଡ଼ାଇଛି। କେବଳ ସାନଖେମୁଣ୍ଡିରେ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି। ଅପରପକ୍ଷରେ ଭାଜପାର ଶକ୍ତି ବୃଦ୍ଧି ପାଇଛି ଓ ନିର୍ବାଚନ ଇତିହାସରେ ଏହି ଜିଲାରେ ପ୍ରଥମ କରି କଂଗ୍ରେସକୁ ପଛରେ ପକାଇ ଭାଜପା ଦ୍ୱିତୀୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛି। ତେବେ ଏହି ଜିଲାରେ ଭାଜପା ଖାତା ଖୋଲି ପାରିନାହିଁ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଲଗାତର ଭାବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମଥର ନିର୍ବାଚିତ ହୋଇଥିବା ବେଳେ ଦିଗପହଣ୍ଡି ସେଗମେଣ୍ଟରୁ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ୭ମ ଥର ନିର୍ବାଚିତ ହୋଇଛନ୍ତି। ସେହିପରି ଭଞ୍ଜନଗର ଆସନରୁ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ୬ଷ୍ଠ ଏବଂ ଚିକିଟି ନିର୍ବାଚନ ମଣ୍ଡଳୀରୁ ଷଷ୍ଠ ଥର ନିର୍ବାଚିତ ହୋଇଛନ୍ତି ମନ୍ତ୍ରୀ ଉଷା ଦେବୀ। ଗୋପାଳପୁର ଆସନରୁ ପ୍ରଦୀପ କୁମାର ପାଣିଗ୍ରାହୀ ଓ ସୋରଡ଼ାରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଲଗାତର ଭାବେ ୩ ଥର ଲେଖାଏ ଜିତି ଉଭୟ ହାଟ୍ରିକ ଅର୍ଜନ କରିଛନ୍ତି। ପୋଲସରାରୁ ବିଜେଡି ପ୍ରାର୍ଥୀ ଶ୍ରୀକାନ୍ତ ସାହୁ ଦ୍ୱିତୀୟ ଥର ନିର୍ବାଚିତ ହୋଇଛନ୍ତି।
ବିଜେଡିର ନୂଆ ପ୍ରାର୍ଥୀ ବ୍ରହ୍ମପୁରରୁ ବିକ୍ରମ କୁମାର ପଣ୍ଡା, ଛତ୍ରପୁରର ସୁବାସ ଚନ୍ଦ୍ର ବେହେରା, ଆସିକାରୁ ମଞ୍ଜୁଳା ସ୍ବାଇଁ, କବିସୂର୍ଯ୍ୟନଗର ଲତିକା ପ୍ରଧାନ ଓ ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଲଢ଼ୁଥିବା ବିଜେଡିର ୫ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୪ ନିର୍ବାଚିତ ହୋଇଥିବା ବେଳେ କେବଳ ସାନଖେମୁଣ୍ଡି ଆସନରୁ ନନ୍ଦିନୀ ଦେବୀ ପରାଜିତ ହୋଇଛନ୍ତି। କଂଗ୍ରେସରୁ ଜଣେ ବି ମହିଳାଙ୍କୁ ପ୍ରାର୍ଥୀ କରାଯାଇ ନ ଥିବା ବେଳେ ଭାଜପାରୁ ଦୁଇ ମହିଳା ପ୍ରାର୍ଥୀ ଦିଗପହଣ୍ଡିରୁ ପିଙ୍କି ପ୍ରଧାନ ଓ ଖଲ୍ଲିକୋଟରୁ ଭାରତୀ ବେହେରା ପରାଜିତ ହୋଇଛନ୍ତି। ଆସିକା ଲୋକ ସଭା ବିଜେଡି ପ୍ରାର୍ଥିନୀ ପ୍ରମିଳା ବିଷୋୟୀ ୨ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲା ବାଲ୍ୟବିବାହ ମୁକ୍ତ

ଛତ୍ରପୁର,୪।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବାଲ୍ୟବିବାହ ମୁକ୍ତ ଘୋଷଣା ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହି ଘୋଷଣା କରିଛନ୍ତି। ଏଥିପାଇଁ କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ...

୧୫୪ ବର୍ଷରେ ବ୍ରହ୍ମପୁର ପୌରସଂସ୍ଥା

୧୮୬୭ ମସିହାର କଥା। ସେ ସମୟରେ ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା ଗଞ୍ଜାମ ଜିଲା। ସେହିବର୍ଷ ପ୍ରତିଷ୍ଠିତ ହୋଇଥିଲା ବ୍ରହ୍ମପୁର ପୌରସଂସ୍ଥା। ୧୫୪ ବର୍ଷର ଏହି...

ଶେରଗଡ ସମିତିସଭ୍ୟା ପଦବୀ ଅସିଦ୍ଧ ଘୋଷଣା: ସ୍ଥଗିତାଦେଶ ଆଣିଲେ ବିଜୟୀ ପ୍ରାର୍ଥିନୀ

ଶେରଗଡ,୧ା୯(ଡି.ଏନ.ଏ.)- ଶେରଗଡ ପଞ୍ଚାୟତ ସମିତିସଭ୍ୟା ପଦବୀକୁ ନେଇ ବିବାଦ ଥମୁନି। ପରାଜିତ ପ୍ରାର୍ଥତ୍ନୀ ବିଜୟୀ ପ୍ରାର୍ଥତ୍ନୀଙ୍କ ନିର୍ବାଚନ ଲଢିବାକୁ ବୟସ ହୋଇ ନ ଥିବାରୁ ତାଙ୍କ...

ତ୍ରିରଙ୍ଗା ପ୍ରସ୍ତୁତିରେ ସାମିଲ ଏସ୍‌ଏଚ୍‌ଜି

ଛତ୍ରପୁର,୧୩।୮(ଡି.ଏନ୍‌.ଏ.): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶର ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଛନ୍ତି।...

ପଠାଣି ସାମନ୍ତ ସ୍କଲାରଶିପ ପରୀକ୍ଷା ଦେଲେ ୨୧୦ ଛାତ୍ରୀଛାତ୍ର

ଗଞ୍ଜାମ,୨୭।୨(ଡି.ଏନ.ଏ.): ଗଞ୍ଜାମ ସହର ମଧ୍ୟରେ ଥିବା ଭାରତୀ ବିଦ୍ୟାପୀଠ ଓ ବାଳିକା ଉଚ୍ଚ ବିଦ୍ୟାଳୟରେ ମୋଟ ୨୧୦ ଜଣ ସୋମବାର ପଠାଣି ସାମନ୍ତ ପରୀକ୍ଷା ଦେଇଛନ୍ତି...

ଭାରତ ବନ୍ଦ: ଜାତୀୟ ରାଜପଥ ଅବରୋଧ କଲା ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା

ଛତ୍ରପୁର,୩୦।୪(ଡିଏନଏ ): ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି ) ମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଦାବି ନେଇ ରବିବାର ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ...

ନୂଆବର୍ଷରେ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଦେବା ଲାଗି ବାସଭବନରେ ଭିଡ଼

ଭଞ୍ଜନଗର,୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଗଝୋଳସ୍ଥିତ ବାସଭବନରେ ନୂଆବର୍ଷ...

ଜୋନାଲସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା: ଭାଗ ନେଲେ ୩୦୦ ପ୍ରତିଯୋଗୀ

ବେଗୁନିଆପଡ଼ା,୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକସ୍ଥିତ ବାପୁଜୀ ଷ୍ଟାଡିୟମଠାରେ ୩ଟି ବ୍ଲକର ହାଇସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଜୋନାଲସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

Advertisement
Archives

Model This Week