୮ ବଛର ହେଲା ଖଟେ ପଡ଼ିଛନ୍‌ ପନୌ:ଦାଉ ସାଧୁଛେ ଅଜନା ରୋଗ୍‌

ପାଇକମାଳ, ୨୫ା୫ ( ଡି.ଏନ୍‌.ଏ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଧୀନ ମୁନିକେଲା ଗଁାର ପନୌ ବରିହା(୫୦)। ସେ ଗଲା ୮ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ ଅଛନ୍‌। ଅବସ୍‌ତା ଏନ୍‌ତା ଯେ, ସେ ସବୁବେଲେ ଖଟେ ପଡ଼ିରହିଛେନ୍‌। ଇଆଡ଼େ ଟଁକା ପଏସା ଅଭାବୁ ସେ ଚିକିସତ୍ିତ ନାଇଁ ହେଇପାରୁଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ମୁନିକେଲା ଗଁାର ପନୌ ବରିହାରକଁର ପରିବାର କହେଲେ ମାଏକିନା ସୁକାନ୍ତୀ ବରିହା(୪୪) ଆର ଗୁଟେବଲି ପୁଓକେ ନେଇ ତାକର ସଁସାର। ସେ ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ଏନ୍‌ତାଥି ଆଏଜ୍‌କେ ୮ ବଛର ତଲେ ପନୌ କେହନ୍‌ସି ଗୁଟେ ଅଜନା ରୋଗ୍‌ର ଶିକାର ହେଲେ। ପହେଲୁ ପାସର ଡାକ୍‌ତରଖାନାରେ ଦେଖାଲେ, ବଇଦ୍‌ ଗୁନିଅଁା, ଫୁକାଝରା କଲେ ହେଲେ କିଛି ଲାଭ ନାଇଁ ହେଲା। ଗଁାର ଲୋକ୍‌ ବୁର୍ଲା ଯାଇ ଚିକିସତ୍ା କରବାର ପରାମଶ୍‌ ଦେଲେ। ହେଲେ ପରିବାରଟା ନିହାତି ଗରିବ୍‌ ଆର ବିପିଏଲ ଶ୍ରେଣୀର, ଅଭାବ ଅନାଟନ ସବୁବେଲେ ଲାଗି ରହିଛେ। ସେଥିରଲାଗି ସେ ବୁର୍ଲା ଯାଇ ଚିକିସତ୍ା କରେଇ ନାଇଁପାରବାର। ଇଆଡ଼େ ରୋଗ୍‌ର ପରଭାବରେ ଦିନୁଦିନ୍‌କେ ପନୌର ଦିହିପା ଜଟିଲ ହେତେଲ ଯାଉଛେ। ସେ ଉଠାବସା କରି ନାଇଁପାରବାର। ମାଏକିନା ସୁକାନ୍ତୀ ସବୁବେଲେ ଆପ୍‌ନେର ସେବା ଯତନରେ ଲାଗିିଛନ୍‌। ଏନ୍‌ତାଥି ଗୁଟେବଲି ପୁଓ କୁଲି ମଜୁରି କରି ପରିବାର ଚଲଉଛେ। ଏହେଦେ ବି ପରିବାରଟା ଅନେକ ସରକାରୀ ସୁବିଧା ସୁଯୋଗରୁ ବଁଚିତ ହେଇରହିଛନ୍‌। ସୁକାନ୍ତୀ ଉପେ ଶୂଇନ୍‌ ହେଇ ଆପନେର ଚିକିସତ୍ା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଥାନୀୟ ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?