ଗଞ୍ଜାମରେ ବଢ଼ି ଚାଲିଛି ସାଇବର ଠକେଇ: ଛାତ୍ରଙ୍କ ଆକାଉଣ୍ଟରୁ ଲକ୍ଷେ ଗାଏବ

ବ୍ରହ୍ମପୁର ଅଫିସ ,୯।୧୧ – ଗ୍ରାହକଙ୍କ ପାଖରେ ଅଛି ଏଟିଏମ କାର୍ଡ। କାର୍ଡ ନମ୍ବର କାହାରିକୁ ଦିଆଯାଇନାହିଁ କି ପିନ୍‌ ନମ୍ବର ମଧ୍ୟ କେହି ଜାଣି ନାହାନ୍ତି। କିନ୍ତୁ ଅପଣାଛାଏଁ ଉଠୁଛି ଟଙ୍କା। ଗ୍ରାହକଙ୍କ ଅଜାଣତରେ ଏବେ ବାରମ୍ବାର ଏଭଳି ଟଙ୍କା ଉଠୁଥିବା ଘଟଣା ନଜରକୁ ଆସୁଛି । ତେବେ ଗ୍ରାହକ ଟଙ୍କା ଉଠାଉ ନ ଥିବା ବେଳେ କିଏ ଟଙ୍କା ଉଠାଉଛି ସେ ନେଇ ବ୍ୟାଙ୍କ କତ୍ତୃପକ୍ଷ ମଧ୍ୟ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରୁନାହାନ୍ତି। ଫଳରେ ଏଟିଏମ୍‌ରୁ ଏବେ ଭୁତ ଟଙ୍କା ଉଠାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ବ୍ରହ୍ମପୁର ସହରରେ ଦିନକୁ ଦିନ ଏଭଳି ସାଇବର ଠକେଇ ବଢ଼ିବାରେ ଲାଗିଛି। ଏହି ଧାରାରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଅଞ୍ଚଳରେ ରହୁଥିବା ଜଣେ ଛାତ୍ର ବଳରାମ ଗୌଡ଼ଙ୍କ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା ଭୁତ ଉଠାଇ ନେଇଛି। ଯାହାକି ଏବେ ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ଦିନକୁ ଦିନ ସାଇବର ଅପରାଧ କାୟା ବିସ୍ତାର କରିବାରେ ଲାଗିଛି। ପୂର୍ବରୁ ଲୁଟେରା ମାନେ ଗ୍ରାହକଙ୍କ ଏଟିଏମ୍‌ କାର୍ଡ ଓ ପିନ ନମ୍ବର ଚୋରି କରି ତାଙ୍କ ଏକାଉଣ୍ଟାରୁ ଟଙ୍କା ଠକି ନେଉଥିବା ବେଳେ ଏବେ ସ୍କିମର ଓ ମୋବାଇଲକୁ ଏକ ଲିଙ୍କ ପଠାଇ ତାହାକୁ କ୍ଲିକ କରିବାକୁ କହି ଗ୍ରାହକଙ୍କ ଏକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି । ଛତ୍ରପୁର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ବଳରାମ କମ୍ପିଟେଟଭ୍‌ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ରହ୍ମପୁର ଆସି ଆଙ୍କୁଲି ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ଗତ ୧ ତାରିଖରେ ତାଙ୍କ ମୋବାଇଲ କୁ ଏକ ଲିଙ୍କ ମେସେଜ ଆସିଥିଲା। ଯାହାକୁ ସେ କ୍ଲିକ କରିଥିଲେ । ବାସ କିଛି ସମୟ ମଧ୍ୟରେ ତାଙ୍କ ଏକାଉଣ୍ଟରୁ ଲଗାତାର ଭାବେ ୧୦ ହଜାର ଟଙ୍କା ଲେଖାଏଁ ୧୦ ଥର ଉଠାଣ ହୋଇଥିଲା । ସେ କିଛି ବୁଝିବା ପୂର୍ବରୁ ତାଙ୍କ ବ୍ୟାଙ୍କ ଏକାଉଣ୍ଟରୁ ୧ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା । ଛାତ୍ର ଜଣକ ଏନେଇ ଶନିବାର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ୨୫୭/୧୯ ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଏବେ ଘଟଣାର ତଦନ୍ତ ଚଳାଇଛ ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି ।ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଲୁଟେରା ମାନେ କ୍ଷଣିକ ମଧ୍ୟରେ ଲୋକଙ୍କ ଏକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି। ସବୁକିଛି ଗ୍ରାହକଙ୍କ ଅଜାଣତରେ ହେଉଛି। ଗତ କିଛି ମାସ ମଧ୍ୟରେ ଗଞ୍ଜାମ ଜିଲାରେ ଏଭଳି ଲଗାତାର ବ୍ୟବଧାନରେ ୧୨ରୁ ଊର୍ଦ୍ଧ୍ୱ ଘଟଣା ସାମ୍ନାକୁ ଆସିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

ଅସହ୍ୟ ଗରମରେ ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ଅଫିସ ଘେରି କର୍ମଚାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର, ୨୧।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଅଘୋଷିତ ଭାବେ ହେଉଛି ବିଦ୍ୟୁତ କାଟ। ଏହାର ପ୍ରତିବାଦରେ ଗୁରୁବାର ଟାଟା ପାୱାର ଅଫିସ ଘେରାଉ କରାଯିବା ସହ…

ବେଆଇନ ଭାବେ କରୁଥିଲେ ଗୋରୁ ଚାଲାଣ, ଅଭିଯୁକ୍ତ ଜିତୁଙ୍କୁ ବାନ୍ଧିଲା…

ଆନନ୍ଦପୁର/ହାଟଡିହୀ,୨୧l୫(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଗୁହାଳିଆ ଗ୍ରାମର ଅମିନ ଜେନାଙ୍କ ପୁଅ ସୁବ୍ରତ କୁମାର ଜେନା (୩୮) ଓରଫ ଜିତୁଙ୍କୁ ଗୁରୁବାର…

ଗ୍ଲାମ ଇଣ୍ଡିଆରେ ଚମକିଲେ କଳାହାଣ୍ଡିର ଝିଅ ଅନ୍ବେଷା ମିଶ୍ର

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଭବାନୀପାଟଣାର ଝିଅ ଅନ୍ବେଷା ମିଶ୍ର(୧୩) ସମ୍ମାନଜନକ ଗ୍ଲାମ ଇଣ୍ଡିଆରେ ପ୍ରତିଯୋଗିତାରେ କୃତିତ୍ବ ହାସଲ କରି ଜିଲା ପାଇଁ ଗୌରବ ଆଣିଛନ୍ତି। ପ୍ରିଟିନ୍ ବର୍ଗରେ…

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri