ଗଞ୍ଜାମରେ ବଢ଼ି ଚାଲିଛି ସାଇବର ଠକେଇ: ଛାତ୍ରଙ୍କ ଆକାଉଣ୍ଟରୁ ଲକ୍ଷେ ଗାଏବ

ବ୍ରହ୍ମପୁର ଅଫିସ ,୯।୧୧ – ଗ୍ରାହକଙ୍କ ପାଖରେ ଅଛି ଏଟିଏମ କାର୍ଡ। କାର୍ଡ ନମ୍ବର କାହାରିକୁ ଦିଆଯାଇନାହିଁ କି ପିନ୍‌ ନମ୍ବର ମଧ୍ୟ କେହି ଜାଣି ନାହାନ୍ତି। କିନ୍ତୁ ଅପଣାଛାଏଁ ଉଠୁଛି ଟଙ୍କା। ଗ୍ରାହକଙ୍କ ଅଜାଣତରେ ଏବେ ବାରମ୍ବାର ଏଭଳି ଟଙ୍କା ଉଠୁଥିବା ଘଟଣା ନଜରକୁ ଆସୁଛି । ତେବେ ଗ୍ରାହକ ଟଙ୍କା ଉଠାଉ ନ ଥିବା ବେଳେ କିଏ ଟଙ୍କା ଉଠାଉଛି ସେ ନେଇ ବ୍ୟାଙ୍କ କତ୍ତୃପକ୍ଷ ମଧ୍ୟ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରୁନାହାନ୍ତି। ଫଳରେ ଏଟିଏମ୍‌ରୁ ଏବେ ଭୁତ ଟଙ୍କା ଉଠାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ବ୍ରହ୍ମପୁର ସହରରେ ଦିନକୁ ଦିନ ଏଭଳି ସାଇବର ଠକେଇ ବଢ଼ିବାରେ ଲାଗିଛି। ଏହି ଧାରାରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଅଞ୍ଚଳରେ ରହୁଥିବା ଜଣେ ଛାତ୍ର ବଳରାମ ଗୌଡ଼ଙ୍କ ଆକାଉଣ୍ଟରୁ ଏକ ଲକ୍ଷ ଟଙ୍କା ଭୁତ ଉଠାଇ ନେଇଛି। ଯାହାକି ଏବେ ବ୍ୟାଙ୍କ ଉପଭୋକ୍ତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ଦିନକୁ ଦିନ ସାଇବର ଅପରାଧ କାୟା ବିସ୍ତାର କରିବାରେ ଲାଗିଛି। ପୂର୍ବରୁ ଲୁଟେରା ମାନେ ଗ୍ରାହକଙ୍କ ଏଟିଏମ୍‌ କାର୍ଡ ଓ ପିନ ନମ୍ବର ଚୋରି କରି ତାଙ୍କ ଏକାଉଣ୍ଟାରୁ ଟଙ୍କା ଠକି ନେଉଥିବା ବେଳେ ଏବେ ସ୍କିମର ଓ ମୋବାଇଲକୁ ଏକ ଲିଙ୍କ ପଠାଇ ତାହାକୁ କ୍ଲିକ କରିବାକୁ କହି ଗ୍ରାହକଙ୍କ ଏକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି । ଛତ୍ରପୁର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ବଳରାମ କମ୍ପିଟେଟଭ୍‌ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ରହ୍ମପୁର ଆସି ଆଙ୍କୁଲି ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ଗତ ୧ ତାରିଖରେ ତାଙ୍କ ମୋବାଇଲ କୁ ଏକ ଲିଙ୍କ ମେସେଜ ଆସିଥିଲା। ଯାହାକୁ ସେ କ୍ଲିକ କରିଥିଲେ । ବାସ କିଛି ସମୟ ମଧ୍ୟରେ ତାଙ୍କ ଏକାଉଣ୍ଟରୁ ଲଗାତାର ଭାବେ ୧୦ ହଜାର ଟଙ୍କା ଲେଖାଏଁ ୧୦ ଥର ଉଠାଣ ହୋଇଥିଲା । ସେ କିଛି ବୁଝିବା ପୂର୍ବରୁ ତାଙ୍କ ବ୍ୟାଙ୍କ ଏକାଉଣ୍ଟରୁ ୧ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା । ଛାତ୍ର ଜଣକ ଏନେଇ ଶନିବାର ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ୨୫୭/୧୯ ରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଏବେ ଘଟଣାର ତଦନ୍ତ ଚଳାଇଛ ବୋଲି ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି ।ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଲୁଟେରା ମାନେ କ୍ଷଣିକ ମଧ୍ୟରେ ଲୋକଙ୍କ ଏକାଉଣ୍ଟରୁ ଟଙ୍କା ଲୁଟି ନେଉଛନ୍ତି। ସବୁକିଛି ଗ୍ରାହକଙ୍କ ଅଜାଣତରେ ହେଉଛି। ଗତ କିଛି ମାସ ମଧ୍ୟରେ ଗଞ୍ଜାମ ଜିଲାରେ ଏଭଳି ଲଗାତାର ବ୍ୟବଧାନରେ ୧୨ରୁ ଊର୍ଦ୍ଧ୍ୱ ଘଟଣା ସାମ୍ନାକୁ ଆସିଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ନ କରି ବୃଦ୍ଧାଙ୍କୁ ଜଙ୍ଗଲରେ ଛାଡ଼ି ଦେଲେ

ବରଗଡ଼ ଅଫିସ୍‌,୧୯।୯: ବରଗଡ଼ ଜିଲା ଅତାବିରା ଥାନା ଅଧୀନ ଖରମୁଣ୍ଡା ପଞ୍ଚାୟତ ଘନଘଟି ଗ୍ରାମର ଜଣେ ବୃଦ୍ଧାଙ୍କୁ ଚିକିତ୍ସା ନ କରି ପରିବାର ଲୋକେ ଜଙ୍ଗଲରେ...

୮ରେ ହିଙ୍ଗୁଳା ମନ୍ଦିର ରତ୍ନମୁଦ

ତାଳଚେର, ୭ା୭(ନି.ପ୍ର.) – ମା’ ହିଙ୍ଗୁଳାଙ୍କ ନୂତନ ଭବ୍ୟ ମନ୍ଦିରର ପବିତ୍ର ରନତ୍ମୁଦ ଉତ୍ସବ ଆସନ୍ତା ୮ ତାରିଖ ହେରା ପଞ୍ଚମୀ ଦିନ ତାଳଚେର ଗୋପାଳପ୍ରସାଦସ୍ଥିତ...

ଟୋକନ ବ୍ୟବସ୍ଥାକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର, ୨୮ା୧୧(ବ୍ୟୁରୋ): ଟୋକନ ବ୍ୟବସ୍ଥାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ବୁଧବାର ବିଧାନସଭାରେ ଶାସକ ଦଳର ସଦସ୍ୟମାନେ ମଧ୍ୟ ଏହି ବ୍ୟବସ୍ଥା ଯୋଗୁ...

କାମକୁ ନୁହେଁ ଆଣ୍ଟି ରାଗିଂ ସେଲ୍‌

ଭୁବନେଶ୍ୱର, ୬ା୧୨ (ବ୍ୟୁରୋ): ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂ ବର୍ତ୍ତମାନ ଏକ ଗୁରୁତର ସମସ୍ୟା ହୋଇ ଛିଡ଼ା ହୋଇଛି। ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ କ୍ୟାମ୍ପସ୍‌...

ଜଗା ଦର୍ଶନ ପାଇଁ ପୁଣି ଅପେକ୍ଷା

ପୁରୀ ଅଫିସ, ୧୮ା୧୧: କେବେ ଖୋଲିବ ଶ୍ରୀମନ୍ଦିର ଦ୍ୱାର ଏବଂ ସେମାନେ ପୁଣି ମହାପ୍ରଭୁଙ୍କ ଆଖି ସହ ଆଖି ମିଳାଇବେ, ଏମିତି ନାନା ଆଶା ଆଶଙ୍କା...

ଆଦିତ୍ୟ ଦାସ ମୃତ୍ୟୁ ଘଟଣା: ମୋବାଇଲ୍‌ ଖୋଲିବ ମୃତ୍ୟୁ ରହସ୍ୟ, ଫରେନ୍‌ସିକ୍‌ ଲାବ୍‌ ପଠାଯିବ ଡାଏରି ଲେଖା

ଭୁବନେଶ୍ୱର,୧୦।୭ (ବ୍ୟୁରୋ): ଯୁବ ସାମାଜିକ କର୍ମୀ ତଥା ପ୍ରେରଣାଦାୟୀ ଭାଷଣ (ମୋଟିଭେଶନାଲ ସ୍ପିଚ୍‌) ଦେଉଥିବା ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼। ଗୁରୁବାର...

ନିରପେକ୍ଷ ନ ହେଲେ ଚାକିରି ଯିବ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜୋର୍‌ ଧରିଥିବାବେଳେ ସରକାରୀ ଓ ସ୍ବାୟତ୍ତ ସଂସ୍ଥାର କର୍ମଚାରୀମାନଙ୍କୁ ନିରପେକ୍ଷ ରହିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।...

ବେଳାଭୂମିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର,୧୫।୮-ଗଞ୍ଜାମ ଜିଲା ସୁନାପୁର ବେଳାଭୂମିରୁ ଶନିବାର ଗୋଳନ୍ଥରା ଥାନା ପୋଲିସ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ପ୍ରକାଶ...

Advertisement
Archives

Model This Week