ଗଜାଧାନ ଧରି ଚାଷୀ ଜିଲା ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ

ଦେଓଗାଁ, ୫ା୭(ଡି.ଏନ.ଏ.) : ବଲାଙ୍ଗୀର ସଦର ବ୍ଲକ ଭୂତିଆରବାହାଲ ପଞ୍ଚାୟତ ଅନ୍ତର୍ଗତ କୁଠୁର୍ଲାର ଅନେକ ଚାଷୀ ରବିଧାନ ଚାଷ କରି ବିକ୍ରି କରିପାରୁ ନାହାନ୍ତି। ଏ ନେଇ ବାରମ୍ବାର କର୍ତ୍ତୃପଙ୍କୁ ଜଣାଇଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଶେଷରେ ଚାଷୀମାନେ ଗଜାଧାନ ଧରି ଶୁକ୍ରବାର ଜିଲା ଯୋଗାଣ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ଏହି ଗାଁର ୧୫ରୁ ଉର୍ଦ୍ଧ୍ୱ ଚାଷୀ ରବି ସିଜିନରେ ଧାନଚାଷ କରିଥିଲେ । କୁଠୁର୍ଲା କୃଷି ସେବା ସମବାୟ ସମିତିରେ ମଣ୍ଡି ଆରମ୍ଭ ହେଲେ ଉତ୍ପାଦିତ ଧାନକୁ ବିକ୍ରୟ କରିବେ ବୋଲି ଆଶାବାନ୍ଧି ଥିଲେ। ହେଲେ ଅଦ୍ୟାବଧି ପ୍ୟାକ୍ସକୁ ଟାର୍ଗେଟ ଦିଆ ନ ଯିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଇତ୍ୟବସରେ ମୌସୁମୀ ବର୍ଷା ହେବାରୁ ଯେଉଁ ଚାଷୀଙ୍କ ଘରେ ଗଚ୍ଛିତ ରଖିବା ପାଇଁ ଜାଗାନାହିଁ ସେମାନଙ୍କ ଧାନ ବର୍ଷାରେ ଭିଜି ଗଜା ହୋଇଯାଇଛି। ଶେଷରେ ଚାଷୀମାନେ ଅନ୍ୟନୋପାୟ ହୋଇ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀଙ୍କୁ ଧାନକ୍ରୟ ପାଇଁ ଟାର୍ଗେଟ ପ୍ରଦାନ କରିବା ପାଇଁ ଲିଖିତ ଅନୁରୋଧ କରିଥିଲେ । ହେଲେ ଜିଲା ଯୋଗାଣ ଅଫିସ ତରଫରୁ ଟାର୍ଗେଟ ଆସି ନ ଥିବାରୁ ଧାନକ୍ରୟ ହୋଇପାରିବ ନାହି ବୋଲି ଉତ୍ତର ଆସିବାରୁ ନିରାଶାରେ ଫେରିଥିବା ଚାଷୀ ଗୋପବନ୍ଧୁ ପାତ୍ର, ଟଙ୍କଧର କର୍ମୀ, ଅତି ମଙ୍ଗାଲ, ନେହେରୁ ପାତ୍ର, ଭଗ ମାହାକୁର, ନରହରି ପାତ୍ର, ବଳଦେବ ଖମାରୀ, ବାହାଦୁର ମାହାକୁର, କନ୍ଦର୍ପ ପଧାନ କହିଛନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ଚାଷୀଙ୍କ ଉପାର୍ଜିତ ଧାନକୁ ପ୍ରଶାସନ କ୍ରୟ ନକରି ଚଳିତବର୍ଷ ବାହାର ଜିଲାର ହଜାର ହଜାର କୁଇଣ୍ଟାଲ ଧାନକୁ କାହିଁକି ସ୍ଥାନୀୟ ଧାନ ମିଲମାନଙ୍କୁ ଅଣାଯାଉଛି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ ସେମାନେ ଧାର କରଜ କରି ଉପାର୍ଜିତ ଧାନକୁ ନା ଘରେ ରଖିପାରୁଛନ୍ତି ନା କାହା ହାତକୁ ଟେକି ଦେଇ ପାରୁଛନ୍ତି । ଘରେ ରହି ବର୍ଷାପାଣିରେ ଭିଜି ଗଜାହୋଇ ନଷ୍ଟ ହୋଇଯାଉଥିବାରୁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । କେମିତି ଧାର କରଜ କରିଥିବା ଟଙ୍କା ଶୁଝିବେ ଓ ପୁଣି ଖରିଫ ଧାନଚାଷ ଆରମ୍ଭ କରିବେ ସେନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଏଣୁ ଚାଷୀଙ୍କ ଗଚ୍ଛିତ ଧାନକୁ ସରକାରୀ ସୂତ୍ରରେ କ୍ରୟ କରିବାକୁ ଚାଷୀମାନେ ଦାବି କରିଛନ୍ତି । ଏ ନେଇ ଜିଲା ଯୋଗାଣ ଅଧିକାରୀ ଅଭିରାମ ପଧାନଙ୍କୁ ପଚାରିବାରୁ ଚଳିତବର୍ଷ କମ୍‌ ଟାର୍ଗେଟ ଆସିଥିବାରୁ ଏଭିଳି ସମସ୍ୟା ଦେଖାଦେଇଛି। କୋରାପୁଟ ଜିଲାର ସରପ୍ଲସ ଧାନକୁ ସରକାରୀ ନିର୍ଦ୍ଦେଶ ରହିଥିବାରୁ ମିଲମାନଙ୍କ ଅଣାଯାଇଛି ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୧୬ଟି ମେଟ୍ରୋ ଷ୍ଟେଶନକୁ ବନ୍ଦ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

ଗୋଟିଏ ରାତିରେ ଏକାଧିକ ସ୍ଥାନରେ ଚୋରି: ଅଞ୍ଚଳରେ ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ରାତିରେ ଏକାଧିକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଦାରିଙ୍ଗବାଡି ବଜାର ଉପରେ…

ସାକ୍ଷୀଗୋପାଳଙ୍କ ଚନ୍ଦନ ପୋଖରୀ ଜଳ ପ୍ରଦୂଷିତ: ଅତିଷ୍ଠ ହେଉଛି ପଚାମାଛ ଦୁର୍ଗନ୍ଧ

ସାକ୍ଷୀଗୋପାଳ,୨୨ା୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶ୍ରୀ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ପୋଖରୀ ଜଳ ଅତିମାତ୍ରାରେ ପ୍ରଦୂଷିତ ହୋଇଛି। ଫଳରେ ବୁଧବାର ସକାଳୁ ଶହଶହ ସଂଖ୍ୟାରେ ରୋହି, ଭାକୁର,…

ଲଗାଣ ବର୍ଷାରେ ଭାଙ୍ଗିଲା ଦୁଇ ପୋଲ: ୩୦ ଏକର ଚାଷଜମିରେ ମାଡ଼ିଗଲା ବାଲିଚର, ଉପବାଚସ୍ପତି ଘଟଣାସ୍ଥଳ ପରିଦର୍ଶନ କରି…

ବଡ଼ଗାଁ,୨୨ା୭(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଏକମା, ପାମରା, ବାମଡେରା ଓ ରୁନଗାଁ ପଞ୍ଚାୟତ ଅଞ୍ଚଳରେ ସୋମବାର ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁ…

କଳା ପୋଷାକ ପିନ୍ଧି ସଂସଦ ଆସିବେ ବିରୋଧୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହଙ୍ଗାମାର ଆଶାକୁ ଦୃଷ୍ଟିରେ ରଖି ଲୋକସଭା ବାଚସ୍ପତି ଓମ ବିର୍ଲା ସମସ୍ତ ଦଳ ସହିତ ଆଲୋଚନା…

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri