ଗଛ-ଗୀତା ମାଧ୍ୟମରେ ବିଦାୟ ଦେଲେ ସରପଞ୍ଚ, ଭାବବିହ୍ବଳ ହେଲେ ପ୍ରବାସୀ

ଖଇରା,୬।୬(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ନହଙ୍ଗ ପଞ୍ଚାୟତ ସରପଞ୍ଚ ରାଜଶ୍ରୀ ଦାସ ଶନିବାର ଗୀତା ଓ ଗଛ ଦେଇ ନହଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରହୁଥିବା ପ୍ରବାସୀମାନଙ୍କୁ ଭାବବିହ୍ବଳ ପରିବେଶରେ ବିଦାୟ ଜଣାଇଛନ୍ତି। ଏହି ସଙ୍ଗରୋଧ କେନ୍ଦ୍ରରେ ୧୫ଜଣ ପ୍ରବାସୀ ୭ଦିନ ରହିବା ପରେ ଶନିବାର ସେମାନେ ଘରକୁ ଫେରିଛନ୍ତି। ପ୍ରବାସୀଙ୍କ ମଧ୍ୟରେ ୨୧ଦିନର ଶିଶୁ,୧୦ବର୍ଷର ବାଳକ ମଧ୍ୟ ରହିଥିଲେ। ପୂର୍ବାହ୍ନରେ ସରପଞ୍ଚ ପ୍ରବାସୀମାନଙ୍କୁ ମିଠା ଖୁଆଇବା ପରେ ଗଛ ଗୀତା ସହିତ ମାସ୍କ ଓ ଗୋଲାପ ଫୁଲ ଦେଇ ଘରକୁ ଯିବାର ବନ୍ଦୋବସ୍ତ କରିଥିଲେ। ଗଛ ପରିବେଶ କୁ ସୁସ୍ଥ ରଖିବା ସହ ସଙ୍ଗରୋଧ କେନ୍ଦ୍ରର ସ୍ମୃତିକୁ ମନେ ପକାଇବ। ଗୀତା ମଣିଷର ବାକି ଜିବନର ଚଲାପଥକୁ ସୁଗମ କରିବା ଲକ୍ଷରେ ସେ ଏହି ଭେଟି ପ୍ରବାସୀ ମାନଙ୍କୁ ପ୍ରଦାନ କରିଥିବା ନେଇ ସରପଞ୍ଚ କହିଛନ୍ତି। ଏଥିସହ ସଫେଇ କର୍ମଚାରୀ, ସିକ୍ୟୁରିଟି ଗାର୍ଡ ଓ ଅଶାକର୍ମୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସରପଞ୍ଚଙ୍କ ସହ ପୂର୍ବତନ ସରପଞ୍ଚ ରବିନ୍ଦ୍ର ନାୟକ, ନାଏବ ସରପଞ୍ଚ ପ୍ରଶାନ୍ତ କୁମାର ଜେନା, ଶଶିକାନ୍ତ ଜେନା, ସମ୍ବିତ ସାହୁ, ତୁଷାର ଦାସ, ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦୨ ପୋଲିସ ଦେଇଛନ୍ତି ପ୍ଲାଜ୍‌ମା

କଟକ ଅଫିସ, ୯।୨: ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଇତିମଧ୍ୟରେ ରାଜ୍ୟର ସମସ୍ତ ଜିଲା, ବାଟାଲିୟନ ଓ ପୋଲିସ ପ୍ରତିଷ୍ଠାନରୁ ୧୦୦୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ କରୋନାରୁ ସୁସ୍ଥ...

ଗୁପ୍ତଯୁଗ ସଭ୍ୟତାର ସନ୍ଧାନ

ସମ୍ବଲପୁର,୧୮ା୮(ବ୍ୟୁରୋ):ସମ୍ବଲପୁର ଜିଲାରେ ଗୁପ୍ତଯୁଗୀୟ ସଭ୍ୟତାର ସନ୍ଧାନ ମିଳିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସ୍‌ୟୁ) ସ୍ନାତକୋତ୍ତର ଇତିହାସ ବିଭାଗ ଗବେଷଣାରୁ ଏହା ଜଣାପଡ଼ିଛି। ଜିଲାର ଯୁଯୁମୁରା ନିକଟ ବଡ଼ମାଳ...

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର: ମିଳୁନି ପରିଚୟ, ହତ୍ୟା ସନ୍ଦେହ

ହାଟଡ଼ିହୀ,୯।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରୁ ଶୁକ୍ରବାର ଜନୈକା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି।...

ପଶ୍ଚିମବଙ୍ଗ ଆଇନ ଶୃଙ୍ଖଳାକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀଙ୍କ ଅନଶନ

ସଜନାଗଡ଼,୫।୫(ଡି.ଏନ୍‌.ଏ.): ପଶ୍ଚିମବଙ୍ଗ ନିର୍ବାଚନୀ ଫଳାଫଳ ଘୋଷଣା ପରେ ଭାଜପା କାର୍ଯ୍ୟକର୍ତ୍ତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ହିଂସାତ୍ମକ ଆକ୍ରମଣ ପ୍ରତିବାଦରେ ବୁଧବାର କେନ୍ଦ୍ରମନ୍ତ୍ରୀ ପ୍ରତାପ...

କଟକଣା ସତ୍ତ୍ୱେ ଗୁଣ୍ଡିଚା ମନ୍ଦିରରେ ପଶିଲେ ଭକ୍ତ

ପୁରୀ ଅଫିସ,୨୮।୭:ପ୍ରଶାସନର କଡ଼ା କଟକଣା ସତ୍ତ୍ୱେ ମଙ୍ଗଳବାର ଶ୍ରୀଗୁଣ୍ଡିଚା ମନ୍ଦିରରେ ୪ଜଣ ବ୍ୟକ୍ତି ଅନଧିକାର ପ୍ରବେଶ କରିଛନ୍ତି। ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ...

ଅଜନା ରୋଗ୍‌ରେ ପୀଡ଼ିତ ଶୁକଦେବ

ଦେଓଗାଁ,୧୨ା୧୨(ଡି.ଏନ.ଏ.)-  ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ପଁଚେତ ଅଧୀନ ଚନ୍ଦ୍ରପୁରର ଶୁକଦେବ ନାଗ(୪୦)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଆକ୍‌ରଁାତ ହେଇ ଭଗବାନ...

ବାଲେଶ୍ୱରରେ ବିଜେଡି ଆଗୁଆ

ବାଲେଶ୍ୱର ଅଫିସ, ୨୩।୫- ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡିର ଜୀବନପ୍ରଦୀପ ଦାଶ ୧୩୫୬୩ ଭୋଟ ପାଇଥିବାବେଳେ ଭାଜପାର ମଦନ ମୋହନ ଦତ୍ତ...

ଚନ୍ଦନଯାତ୍ରାର ହେବ ସିଧାପ୍ରସାରଣ

ପୁରୀ ଅଫିସ,୧୨ା୫:ଶ୍ରୀମନ୍ଦିର ବାହାରେ ୧୪୪ ଧାରା ମଧ୍ୟରେ ଚନ୍ଦନଯାତ୍ରା କରିବା ପାଇଁ ମଙ୍ଗଳବାର ଛତିଶାନିଯୋଗ ଭର୍ଚୁଆଲ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୫ ତାରିଖ ଅକ୍ଷୟତୃତୀୟାରେ...

Advertisement
Archives

Model This Week