ଗଛରୁ ପଡ଼ି ଛାତ୍ର ଗୁରୁତର : ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

କପ୍ତିପଦା,୧୯ା୧୨(ଡି.ଏନ୍‌.ଏ.)- କପ୍ତିପଦା ବ୍ଲକ୍‌ ଶରତ ଥାନା କେଶପଡ଼ା ଜୁରିଆ ସାହି ପ୍ରାଥମିକ ବିଦ୍ୟାଳୟର ଜଣେ ଛାତ୍ର ମଙ୍ଗଳବାର ଗଛରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି ା ଏନେଇ ଗ୍ରାମବାସୀମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବହେଳାକୁ ଦାୟୀ କରିବା ସହିତ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଛାତ୍ରଜଣକ ଗୁରୁତର ହୋଇ ପଡ଼ିଥିଲେ ମଧ୍ୟ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଚିକିତ୍ସା ନିମନ୍ତେ ନ ପଠାଇ ପରିବାର ଲୋକଙ୍କୁ ଅପେକ୍ଷା କରିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇବା ସହିତ ପ୍ରଧାନଶିକ୍ଷୟିତ୍ରୀଙ୍କ ବଦଳି ଦାବି କରିଛନ୍ତି। ଆହତ ଛାତ୍ର ଜଣକ ହେଲେ ଟୁରି ସିଂ। ସେ ପ୍ରଥମ ଶ୍ରେଣୀର ପଢୁଥିଲେ। ମଙ୍ଗଳବାର ସେ ପାଠ ପଢିବାକୁ ଯାଇଥିବା ବେଳେ ବିଦ୍ୟାଳୟକୁ ଲାଗି ରହିଥିବା ଏକ ଗଛରେ ଚଢିବା ବେଳେ ତଳକୁ ଖସି ପଡ଼ିଥିଲେ। ଖବରପାଇ ପରିବାର ଲୋକେ ଲୋକେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଶରତ ଡ଼ାକ୍ତରଖାନା ଓ ପରେ କଟକ ବଡଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରା ସାଜିବେ ନୟନ ତାରା

ବଡ଼ସାହି,୨୮ା୨(ସ୍ବ.ପ୍ର)-ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣେ ମହିଳାଙ୍କ ଦୁଇ ଆଖିକୁ ତାଙ୍କ ପରିବାର ଲୋକେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ବଡ଼ସାହି...

ବଦଳିଲେ ୮ଥାନା ଅଧିକାରୀ

ବାରିପଦା ଅଫିସ,୮ା୧: ମୟୂରଭଞ୍ଜ ଜିଲା ପୋଲିସ ବିଭାଗରେ ସାମାନ୍ୟ ଅଦଳବଦଳ କରାଯାଇଛି। ଜିଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ନିର୍ଦ୍ଦେଶକ୍ରମେ ୮ଜଣ ଥାନା ଅଧିକାରୀଙ୍କୁ...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ରାଇରଙ୍ଗପୁର,୨୨ା୬(ଡି.ଏନ.ଏ): ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବୁଢ଼ିଝରଣ ଗ୍ରାମର ଜଣେ ଯୁବକ ରବିବାର ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ହେଲେ...

ଜିଲାପାଳଙ୍କୁ ଭେଟିଲା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘ

ବାରିପଦା ଅଫିସ,୩ା୧୨- ମୟୂରଭଞ୍ଜ ଜିଲା ବାରିପଦା ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର ଏକ ପ୍ରତିନିଧି ଦଳ ସୋମବାର ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ସଂଘର...

ଲକ୍‌ଡାଉନ ଉଲ୍ଲଂଘନ କରି ୮ବାଇକ୍‌ ଜବତ:୨ ଗିରଫ

ବାରିପଦା ଅଫିସ/ଠାକୁରମୁଣ୍ଡା,୨୬ା୩(ଡ଼ି.ଏନ୍‌.ଏ.)- ବୁଧବାରଠାରୁ ଲକ୍‌ଡାଉନକୁ କଡ଼ାକଡ଼ି କରିବା ଲାଗି ମୟୂରଭଞ୍ଜ ଜିଲା ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଲକ୍‌ଡ଼ାଉନର ପ୍ରଥମ ଦିନରେ ପୋଲିସ ନିୟମ...

ପୋଲିସ ଉପରକୁ ଅଣ୍ଡାମାଡ଼

ବାରିପଦା ଅଫିସ,୧୧।୧୧: ମୟୂରଭଞ୍ଜ ଜିଲା ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ବୁଧବାର ବାରିପଦା ସ୍ଥିତ ଏସ୍‌ପି ଅଫିସ ଘେରାଉ ସମୟରେ ଅଭାବନୀୟ ଘଟଣା ଘଟିଛି। ଭାଜପା...

ଷ୍ଟେଶନ ନିକଟରୁ ରେଳ ଫାଟକ କର୍ମଚାରୀଙ୍କ ମୃତଦେହ ଜବତ

ବାରିପଦା ଅଫିସ, ୨।୧: ମୟୂରଭଞ୍ଜ ଜିଲା ବାରିପଦା ଷ୍ଟେଶନ ବଜାର ରେଳଷ୍ଟେଶନ ନିକଟରୁ ଶନିବାର ସକାଳେ ଜଣେ ରେଳ ଫାଟକ କର୍ମଚାରୀଙ୍କ ମୃତଦେହ ଜବତ ହୋଇଛି।...

ଶହୀଦ ଯବାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଚିତ୍ରଡ଼ା,୨୩ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆ ଆଞ୍ଚଳିକ ମହାବିଦ୍ୟାଳୟରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚାଇନା ସୈନ୍ୟଙ୍କ ସହ ଲଢ଼େଇରେ ଶହୀଦ ହୋଇଥିତ୍ବା...

Advertisement
Archives

Model This Week