ଖୋଲିଲା ମଦ ଦୋକାନ: ଲାଗିଲା ଗ୍ରାହକଙ୍କ ଲମ୍ବା ଲାଇନ

ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣ ରୋକିବାକୁ ସୋମବାରଠାରୁ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ ୩.୦। ପୂର୍ବରୁ ଯେଉଁ ୪୦ ଦିନିଆ ଲାକ୍‌ଡାଉନ ଘୋଷଣା କରାଯାଇଥିଲା ସେତେବେଳେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳି ନ ଥିବା ବେଳେ ଏବେ କିନ୍ତୁ କିଛି ରାଜ୍ୟରେ ମଦ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ସୋମବାର ବିଭିନ୍ନ ସ୍ଥାନରେ ଖୋଲିଥିବା ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଏହି ସମୟରେ କିଛି ସ୍ଥାନରେ ଲୋକେ ସୋସିଆଲ ଡିଷ୍ଟାନସିଂକୁ ବେଖାତିର କରୁଥିବା ଦେଖାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଥିଲା ମଦ କିଣିବା ସମୟରେ ସୋସିଆଲ ଡିଷ୍ଟାନସିଂ ନିୟମ ପାଳନ କରିବା ସହ ଅତିକମ୍‌ରେ ୫ ଜଣ ଲୋକ ଦୋକାନରେ ମଦ କିଣିପାରିବେ। କିନ୍ତୁ ବେଙ୍ଗାଲୁରୁରୁ ଆସିଥିବା ଏକ ଖବରରୁ ଜଣାପଡିଛି କି ସେଠାରେ ମଦ ଦୋକାନ ଖୋଲିବା ପୂର୍ବରୁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା। ଆଉ ଦୋକାନ ଖୋଲୁ ଖୋଲୁ ମଦ ନେବାକୁ ଯେମିତି ଲୋକଙ୍କ ମଧ୍ୟରେ ଲାଗିଯାଇଥିଲା ପ୍ରତିଯୋଗୀତା। କିନ୍ତୁ ରାଜଧାନୀ ଦିଲ୍ଲୀରେ ଲୋକେ ସୋସିଆଲ ଡିଷ୍ଟାନସିଂ ନିୟମ ପାଳନ କରିବା ଦେଖାଯାଇଥିଲା। ଏଠାରେ ମଦ ଦୋକାନ ସାମ୍ନାରେ ପାଖାପାଖି ଏକ କିଲୋମିଟର ପର୍ଯ୍ୟନ୍ତ ଲାଇନ ଲାଗିଥିବା ଦେଖାଯାଇଥିଲା। ସେହିପରି କର୍ନାଟକର ହୁବଳିରେ ଲୋକେ ସକାଳ ପ୍ରାୟ ୭ଟାରୁ ଲାଇନରେ ଠିଆ ହୋଇଥିବା ବେଳେ ସୋସିଆଲ ଡିଷ୍ଟାନସିଂ ପାଳନ କରିବା ସହ ନିଜ ନିଜ ସ୍ଥାନରେ ବସି ନମ୍ବର ଆସିବା ପର୍ଯ୍ୟନ୍ତ ଅପେକ୍ଷା ରଖିଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ: ନଏଡ଼ାରେ ହୋଇପାରେ ୪ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ

ନୂଆଦିଲ୍ଲୀ,୧୯।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବୁଧବାର ସୁଦ୍ଧା ଭାରତରେ ୧୬୬ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ଦୃଷ୍ଟିରେ...

ମୁକ୍ତି ପାଇଁ ୩ ମାସିଆ ଯୋଜନା ଦରକାର: ମମତା

କୋଲକାତା,୧୩ା୫: ଦେଶରେ କୋଭିଡ୍‌-୧୯ ସଙ୍କଟରୁ ଖୁବ୍‌ଶୀଘ୍ର ମୁକ୍ତି ମିଳି ନ ପାରେ। ଏଥିଲାଗି ତିନିମାସିଆ ଯୋଜନା ଦରକାର ବୋଲି ମଙ୍ଗଳବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

CORONAVIRUS UPDATE: କରୋନା ନେଲା ଆଉ ଏକ ଜୀବନ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ କରୋନା ନେଲା ଆଉ ଏକ ଜୀବନ। ଶୁକ୍ରବାର କରୋନାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଗଞ୍ଜାମ ଜିଲାର ୫୫ ବର୍ଷୀୟ ବ୍ୟକ୍ତି। ଏହାକୁ...

ଭାରତ ନିର୍ମାଣ କରିବ ହଜାରେ ବରାକ୍‌-୮ କ୍ଷେପଣାସ୍ତ୍ର କିଟ୍‌ : ବାୟୁସେନାର ଶକ୍ତି ହେବ ବୃଦ୍ଧି

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଭାରତ ହଜାରେ ବରାକ୍‌-୮ କ୍ଷେପଣାସ୍ତ୍ର ନିର୍ମାଣ କରିବ। ଏନେଇ ଭାରତର ହାଇଦ୍ରାବାଦ୍‌ସ୍ଥିତ...

୨୯୮ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟଧାର୍ଯ୍ୟ

ନୂଆଦିଲ୍ଲୀ, ୧୭।୪:୨୦୨୦-୨୧ ବର୍ଷରେ ୨୯୮ ନିୟୁତ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୯-୨୦ ବର୍ଷରେ ୨୯୧.୧୦ ନିୟୁତ ଟନ୍‌...

ସକାଳେ ଚାମଚେ ଏହି ରସ ମେଦବହୁଳତାରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଏହାର ସଫଳ ଚିକିତ୍ସା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ପ୍ରତିଦିନ ଚାମଚେ ଘିକୁଆଁରୀ...

ପ୍ରବାସୀ ଶ୍ରମିକଙ୍କ ଫେରିବା ଖର୍ଚ୍ଚ ବହନ କରିବାକୁ ସୁଯୋଗ ଦିଅ

ଭୁବନେଶ୍ୱର, ୫।୫ (ବ୍ୟୁରୋ): ରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକମାନଙ୍କୁ ଫେରାଇ ଆଣିବା ଲାଗି ଯାତ୍ରା ଖର୍ଚ୍ଚ ବହନ କରିବା ପାଇଁ କଂଗ୍ରେସ ପକ୍ଷରୁ ଘୋଷଣା...

ଫିଲ୍ମ ଶୁଟିଂ କାମ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ମହାରାଷ୍ଟ୍ର ସରକାର

ମୁମ୍ବାଇ,୨୨।୫: ଦେଶରେ କରୋନା ମହାମାରୀ ଯୋଗୁ ଗତ ମାର୍ଚ୍ଚ ମାସରୁ ଲକ୍‌ଡାଉନ ଚାଲିଥିବା ବେଳେ ସମସ୍ତ ଟେଲିଭିଜନ ପ୍ରଡକସନ୍‌ ଓ ଫିଲ୍ମ ଶୁଟିଂ କାମ ବନ୍ଦ...

Coronavirus Update


Archives

Model This Week

Why Dharitri