ଖୋଲିବ ଅନୁପ ସାଏଙ୍କ ପରକୀୟା ପାପର ପେଡ଼ି : ତଦନ୍ତ ପାଇଁ ଆସିବ ଛତିଶଗଡ଼ ପୋଲିସ

ଭୁବନେଶ୍ୱର, ୧୬ା୨ (ବ୍ୟୁରୋ): ଝାରସୁଗୁଡା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରକୀୟା ପାପର ପେଡ଼ି ଖୋଲିବାକୁ ଓଡ଼ିଶା ଆସିବ ଛତିଶଗଡ଼ ପୋଲିସ। ଛତିଶଗଡ଼ରେ ମା’ ଓ ଝିଅଙ୍କୁ ହତ୍ୟା ପାଇଁ ଓଡ଼ିଶାରେ ହୋଇଥିବା ବ୍ଲୁ-ପ୍ରିଣ୍ଟ ପଛରେ ଲୁଚି ରହିଥିବା ଆଉ କିଛି ରହସ୍ୟ ଖୋଜିବ ପୋଲିସ ଟିମ୍‌। ଏଥିସହ ହତ୍ୟାକାଣ୍ଡ ସହ ଜଡିତ ସମସ୍ତ ଘଟଣା ଓ ସ୍ଥାନକୁ ନେଇ ମଧ୍ୟ ଖୋଳତାଡ଼ ହେବ। ତଦନ୍ତ ପାଇଁ ପର୍ଯ୍ୟାୟକ୍ରମେ ୩ ସ୍ବତନ୍ତ୍ର ଟିମ୍‌ ଓଡ଼ିଶା ଆସି ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବ। ରାୟଗଡ଼ ଏସ୍‌ପି ସନ୍ତୋଷ ସିଂଙ୍କ ସୂଚନା ମୁତାବକ, ଭୁବନେଶ୍ୱର ସୁନ୍ଦରପଦାରେ ଥିବା ଅନୁପଙ୍କ ଫ୍ଲାଟରେ ମଧ୍ୟ ଛାନ୍‌ଭିନ୍‌ କରିବ ଛତିଶଗଡ଼ ପୋଲିସ। ମୃତ ମହିଳା ବ୍ରଜରାଜନଗରର କଳ୍ପନା ଦାଶ (୩୨)ଙ୍କୁ ରଖିବା ପାଇଁ ୨୦୧୧ରେ ଅନୁପ ଉକ୍ତ ଜମିକୁ ନିଜ ସ୍ତ୍ରୀଙ୍କ ନାମରେ କିଣି ସେଠାରେ ଫ୍ଲାଟ ତିଆରି କରିଥିଲେ। ପରବର୍ତ୍ତୀ ସମୟରେ ସେ ଫ୍ଲାଟରେ କଳ୍ପନାଙ୍କ ସହ ସମୟ ବିତାଉଥିଲେ। ଏପରି କି ବିଧାୟକ ଥିବାବେଳେ ସେ ଅଧିକାଂଶ ସମୟରେ ସେହି ଘରେ ରହୁଥିଲେ। ନିକଟରେ ଥିବା ଏକ ସ୍କୁଲରେ କଳ୍ପନାଙ୍କ ଝିଅ ବବ୍‌ଲିର ନାମ ଲେଖାଇବାବେଳେ ଅନୁପ ଅଭିଭାବକ ଭାବେ ଉଲ୍ଲେଖ କରିଥିଲେ। ହେଲେ କଳ୍ପନା ତାଙ୍କୁ ବିବାହ କରିବା ସହ ଉକ୍ତ ଫ୍ଲାଟକୁ ତାଙ୍କ ନାମରେ କରିବା ପାଇଁ ଅନୁପଙ୍କୁ କହିଥିଲେ। ନିଜର ସ୍ତ୍ରୀ ଓ ପିଲା ଥିବାରୁ ଅନୁପ ଏଥିରେ ରାଜି ହୋଇ ନ ଥିଲେ। ଏହା ଆଗକୁ ତାଙ୍କ ରାଜନୈତିକ କ୍ୟାରିୟର ପାଇଁ ବିପଦ ଆଣିବ ବୋଲି ଆଶଙ୍କା କରି ଅନୁପ ଉଭୟ ମା’ ଓ ଝିଅଙ୍କୁ ରାସ୍ତାରୁ ହଟାଇବା ପାଇଁ ଉକ୍ତ ଫ୍ଲାଟରୁ ହିଁ ଯୋଜନା କରିଥିଲେ। ତେଣୁ ଛତିଶଗଡ଼ ପୋଲିସ ଭୁବନେଶ୍ୱର ଆସି ଉକ୍ତ ଫ୍ଲାଟକୁ ଯିବ। ଆଖପାଖରେ ରହୁଥିବା ଲୋକଙ୍କୁ ପଚରାଉଚରା କରିବ। ଝିଅ ପଢ଼ୁଥିବା ସ୍କୁଲକୁ ଯାଇ ମଧ୍ୟ ଖୋଳତାଡ଼ କରିବ। ତେବେ ଛତିଶଗଡ଼ ପୋଲିସ ଟିମ୍‌କୁ କମିଶନରେଟ ପୋଲିସ ସମସ୍ତ ସହଯୋଗ କରିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ପରକୀୟା ପ୍ରୀତିକୁ ଲୁଚାଇବାକୁ ଯାଇ ଅନୁପ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲେ। କଳ୍ପନା ଓ ତାଙ୍କ ନାବାଳିକା ଝିଅଙ୍କୁ ଲୁହାରଡ଼ରେ ନିର୍ମମଭାବେ ହତ୍ୟାକରିବା ପରେ ଛତିଶଗଡ଼ର ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅନ୍ତର୍ଗତ ହମିରପୁର ଜଙ୍ଗଲ ରାସ୍ତାରେ ପକାଇ ଦେଇଥିଲେ। ଏହାପରେ ପରିଚୟ ଜଣା ନ ପଡ଼ିବା ପାଇଁ ଅନୁପଙ୍କ ନିର୍ଦ୍ଦେଶରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଦୁଇ ମୃତଦେହ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଶନିବାର ଡ୍ରାଇଭର ଟପ୍ପୋଙ୍କୁ ଗିରଫ କରିବା ପରେ ହତ୍ୟାରେ ବ୍ୟବହୃତ ଗାଡ଼ି ଓ ଲୁହାରଡ୍‌ ଜବତ ପାଇଁ ଛତିଶଗଡ଼ ପୋଲିସ ଉଦ୍ୟମ ଆରମ୍ଭ କରିଛି। ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଯେପରି ଉପଯୁକ୍ତ ଦଣ୍ଡ ମିଳିବ ସେଥିପାଇଁ ଆଉକିଛି ପ୍ରମାଣ ନିହାତି ଆବଶ୍ୟକ। ଓଡ଼ିଶା ଆସିଲେ ଏସବୁ ପ୍ରମାଣ ପାଇବାକୁ ଲକ୍ଷ୍ୟ ରଖିଛି ଛତିଶଗଡ଼ ପୋଲିସ ଟିମ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ

ଭୁବନେଶ୍ୱର,୨୬ା୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଲକ୍‌ଡାଉନ୍‌ ଯୋଗୁ ନିର୍ମାଣ ଶ୍ରମିକମାନେ ହାତବାନ୍ଧି ଘରେ ବସିଛନ୍ତି। ଅନେକ ନିର୍ମାଣ ଶ୍ରମିକ ଦୈନିକ ଓ ସାପ୍ତାହିକ ମଜୁରି...

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ଘଟଣା: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ଏମ୍‌ପି

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ଫସି ରହିଛି। ଏହି ଟଙ୍କାକୁ ମୁକାଳିବା ପାଇଁ ବିଜେଡି ଏମ୍‌ପିମାନେ କେନ୍ଦ୍ର ଅଥର୍ର୍ମନ୍ତ୍ରୀ ନିର୍ମଳ ସୀତାରମନଙ୍କୁ...

ପ୍ରଫେସର ପ୍ରଭାତ କୁମାର ରାଉଳ ହେଲେ ଓୟୁଏଟିର ନୂତନ କୁଳପତି

ଭୁବନେଶ୍ୱର,୯।୯(ବ୍ୟୁରୋ): ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା(ଓୟୁଏଟି)ର ନୂତନ କୂଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳାଧିପତି ପ୍ରଫେସର...

ହେଡ୍‌କ୍ୱାର୍ଟର୍ସରେ ରହିବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): କରୋନା ପାଇଁ ସାରା ରାଜ୍ୟରେ ଗତ ୬ମାସରୁ ଊର୍ଦ୍ଧ୍ୱ ହେବ ସ୍କୁଲ ବନ୍ଦ ରହିଛି। ଏବେ ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲିଥିଲେ ମଧ୍ୟ...

ଆଜିଠୁ ଖୋଲିବ ପାହାଳ ମିଠା ମାର୍କେଟ 

ଭୁବନେଶ୍ୱର,୨୩।୫(ବ୍ୟୁରୋ): ଭୁବନେଶ୍ବର ଉପକଣ୍ଠ ପାହାଳ ବଜାର ଆଜିଠୁ ଖୋଲିବ। ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ମିଠା ବ୍ୟବସାୟ ବନ୍ଦ କରିବାକୁ ବ୍ୟବସାୟୀ ସଂଘ ନିଷ୍ପତ୍ତି...

ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ସମୀକ୍ଷା: ଜିଲାକୁ ଶିକ୍ଷାରେ ଅଗ୍ରଣୀ କରିବାକୁ ଆହ୍ବାନ

ଢେଙ୍କାନାଳ ଅଫିସ, ୩୧।୭-ଢେଙ୍କାନାଳ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ସୋମବାର ଶିକ୍ଷା ବ୍ୟବସ୍ଥା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର...

କେବଳ ବାହାରେ ନୁହେଁ, ଘରେ ବି ରଖନ୍ତୁ ସାମାଜିକ ଦୂରତ୍ୱ: ଉନ୍ନୟନ କମିଶନର

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ଏବେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବା...

୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଚନ୍ଦନ କାଠ ଜବତ: ୩ ଗିରଫ

କଟକ ଅଫିସ,୪ା୧୨: କଟକ ଜିଲା ଟାଙ୍ଗୀ ପୋଲିସ ଷ୍ଟେଶନ ଅଧୀନ ଦଳଯୋଡି ଜଙ୍ଗଲରୁ ଶୁକ୍ରବାର ଲକ୍ଷାଧିକ ଟଙ୍କାର ଚୋରା ଚନ୍ଦନ କାଠ ଜବତ ହୋଇଥିବା ଜଣାପଡ଼ିଛି।...

Advertisement
Archives

Model This Week