ଖୋର୍ଦ୍ଧା: ୩୧୭୨ ଲୋକ ପ୍ରଭାବିତ

ଖୋର୍ଦ୍ଧା ଅଫିସ,୨୧।୫: ଅମ୍ଫନ୍‌ ପ୍ରଭାବରେ ଖୋର୍ଦ୍ଧା ଜିଲାରେ ବୁଧବାର ସକାଳଠାରୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ପବନ ଲାଗିରହିଥିଲା। ଜିଲାରେ ୩୪.୯୪ ମି.ମି. ବର୍ଷା ରେକର୍ଡ କରାଯାଇଛି। ବାଲିଅନ୍ତାରେ ସର୍ବାଧିକ ୫୭ ଓ ବାଣପୁରରେ ସର୍ବନିମ୍ନ ୧୫ ମି.ମି ବର୍ଷା ହୋଇଛି। ୫ବ୍ଲକ ବାଲିଅନ୍ତା, ବାଲିପାଟଣା, ଭୁବନେଶ୍ୱର, ଚିଲିକା ଓ ଜଟଣୀର ୩୬ଟି ପଞ୍ଚାୟତ, ୬୨ଟି ଗାଁ ସମେତ ବାଣପୁର ଓ ବାଲୁଗାଁ ଏନ୍‌ଏସିର ୮ଟି ୱାର୍ଡରେ ମୋଟ ୩୧୭୨ ଲୋକ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୩୨୧ ପୁରୁଷ ଓ ୮୫୧ ଶିଶୁ ରହିଛନ୍ତି। ୧୦୩ ବାତ୍ୟା ଆଶ୍ରୟସ୍ଥଳରେ ଏମାନଙ୍କୁ ରଖାଯାଇଛି। ବାତ୍ୟାରେ କେହି ମୃତାହତ ହୋଇ ନ ଥିବା ଜିଲା ପ୍ରଶାସନ ସୂଚନା ଦେଇଛି। ଜିଲାରେ ୩୮ ହେକ୍ଟର ଜମିରେ ଧାନ ଚାଷ, ୨୦ ହେକ୍ଟର ଆଖୁ ଚାଷ, ୮ ହେକ୍ଟର ଜମିରେ ନଡ଼ିଆ ଗଛ ନଷ୍ଟ ହୋଇଛି। ୪୦ଟି ଚାଳଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ବାତ୍ୟା ଆଶ୍ରୟସ୍ଥଳରେ ୭୩୧ କୁଇଣ୍ଟାଲ ଚାଉଳ, ୧୦୩୯ କୁଇଣ୍ଟାଲ ଲେଖାଏ ଚୁଡ଼ା ଓ ଗୁଡ଼ ଏବଂ ୯୬୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି। ବାତ୍ୟା ମୁକାବିଲା ଲାଗି ଜିଲାରେ ୨୧ଟି ମେଡିକାଲ ଟିମ୍‌, ୧୦ଟି ପ୍ରାଣୀଧନ ସ୍ବାସ୍ଥ୍ୟ ଟିମ, ୨ଟି ଓଡ୍ରାଫ ଟିମ୍‌ ନିୟୋଜିତ ଥିବା ଅତିରିକ୍ତ ଜିଲାପାଳ ମନୋଜ ପାଢୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କୂଳ ଲଙ୍ଘିଲା, ୩ ଘର ଭାଙ୍ଗିଲା

ଗୋପାଳପୁର,୧୨ା୭:ଗତ କିଛି ବର୍ଷ ଧରି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ ସମୁଦ୍ର ଜୁଆର ମାଡ଼ିଆସି ବହୁ ଧନ ସମ୍ପତ୍ତି ନଷ୍ଟ କରୁଛି। ଗତ...

ନିୟମ ମାନିବାକୁ ଲୋକେ ନାରାଜ

ସମ୍ବଲପୁର, ୨।୪ (ବ୍ୟୁରୋ)- ସମ୍ବଲପୁର ସହରରେ ଲକ୍‌ ଡାଉନ ଲାଗି ରହିଛି । ତଥାପି ଜନସାଧାରଣ ଅନେକାଂଶରେ ନିୟମ ମାନୁ ନାହାନ୍ତି । ଘରୁ ବାହାରି...

ମାଦକଦ୍ରବ୍ୟ କାରବାର ବନ୍ଦ ଅଭିଯାନ ପ୍ରହସନ

ଜଗତ୍‌ସିଂହପୁର ଅଫିସ, ୩ା୯: ନିଶା ସେବନ ଶରୀର ପାଇଁ କ୍ଷତିକାରକ। ଏଥିପାଇଁ ନିଶା ସେବନରୁ ଦୂରେଇ ରହିବାକୁ ସରକାରୀ ଓ ବେସରକାରୀ ମାଧ୍ୟମରେ ବର୍ଷ ବର୍ଷ...

ଆରୋଗ୍ୟମ୍‌ ହସ୍ପିଟାଲ ନିର୍ଦ୍ଦେଶକ ଦମ୍ପତିଙ୍କ ସମେତ ୩ ଗିରଫ

ବ୍ରହ୍ମପୁର ଅଫିସ,୧୨ା୮: ହସ୍ପିଟାଲ କିଣାବିକା ନଁାରେ ୩ କୋଟି ୪୩ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବ୍ରହ୍ମପୁର ବୈଦ୍ୟନାଥପୁର ପୋଲିସ ଆରୋଗ୍ୟମ୍‌ ହସ୍ପିଟାଲର ନିର୍ଦ୍ଦେଶକ ଦମ୍ପତିଙ୍କ...

ଅସଦାଚରଣ ଅଭିଯୋଗରେ ଛତିଶଗଡରୁ ଗିରଫ

ଭବାନୀପାଟଣା/ଜୟପାଟଣା୧୨।୪(ସ୍ବ.ପ୍ର/ଡି.ଏନ୍‌.ଏ): ଓଡିଶା ଭିଜିଲାନ୍ସ ବିଭାଗକୁ ଚକମା ଦେଇ ଦୀର୍ଘ ୨ବର୍ଷ ଧରି ଫେରାର ଥିବା ଅଭିଯୁକ୍ତ ଶେଷରେ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଘଟଣାରେ ଛତିଶଗଡ...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର,୧୮ା୫(ସ୍ବ.ପ୍ର.): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟ ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ଜେଲ ଓ ୨୫...

‘ଉତ୍ସବ ପ୍ରଧାନପାଟ-୨୦୨୦’ଉଦ୍‌ଘାଟିତ : ନୃତ୍ୟ ଓ ଗୀତର ତାଳେତାଳେ ଝୁମିଲେ ଦର୍ଶକ

ଦେବଗଡ, ୧୧ା୨(ଡି.ଏନ.ଏ) -ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ଦେବଗଡ ଜିଲାର ଗର୍ବ ଓ ଗୌରବ ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ନିର୍ମିତ ଶାଳବଣ ଘେରା...

ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଆନ୍ଦୋଳନ

କେନ୍ଦୁଝର,୪।୧(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଧଳପୁର ଗ୍ରାମର ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବା ଦାବିରେ ଏବଂ ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଧଳପୁର ଗ୍ରାମର ଅଭିଭାବକ...

Advertisement
Archives

Model This Week