Posted inଜାତୀୟ

ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା: ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୧୭।୨: ଖାଦ୍ୟ ସୁରକ୍ଷା ସତ୍ୟପାଠ ଦାଖଲରେ ଅବହେଳା ପାଇଁ ସୁପ୍ରିମ୍‌କୋର୍ଟ ୫ ରାଜ୍ୟ ଉପରେ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛନ୍ତି। ରାଜ୍ୟରେ ସାମୁହିକ ରୋଷେଇ ଶାଳ ନିର୍ମାଣ କରାଯାଇଥିବା ଦର୍ଶାଇ ଏକ ସତ୍ୟପାଠ ଦାଖଲ କରିବାକୁ ଗତ ସପ୍ତାହରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ କେତେକ ରାଜ୍ୟକୁ ନୋଟିସ୍‌ ଜାରି କରାଯିବା ସହିତ ୫ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ ହୋଇଥିଲା। ଧାର୍ଯ୍ୟ ସମୟ ମଧ୍ୟରେ ଦିଲ୍ଲୀ, ମହାରାଷ୍ଟ୍ର, ମଣିପୁର, ଓଡ଼ିଶା ଏବଂ ଗୋଆ ସତ୍ୟପାଠ ଦାଖଲ କରି ନ ଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଗତ ସପ୍ତାହର ନିର୍ଦ୍ଦେଶ ଜାରି ପରେ ଆଣ୍ଡାମାନ-ନିକୋବର, କର୍ନାଟକ, ପଞ୍ଜାବ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ନାଗାଲାଣ୍ଡ ଏବଂ ଜମ୍ମୁ-କଶ୍ମୀର ଆଦି ୭ଟି ରାଜ୍ୟ ସତ୍ୟପାଠ ଦାଖଲ କରିଥିଲେ। ଏହି ମାମଲାର ଶୁଣାଣି ଏପ୍ରିଲ୍‌ ୮ରେ ହେବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ମହଲାରେ ନିଦରେ ଶୋଇଥିଲେ ଲୋକେ: ନିଆଁ ତ ଲିଭିଲା; ଭାଙ୍ଗିଲାନି ମହାନିଦ୍ରା

ନୂଆଦିଲ୍ଲୀ,୮।୧୨: ଉପହାର ସିନେମା ହଲ୍‌ରେ ୨୨ ବର୍ଷ ତଳେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ପୁଣି ଥରେ ଦିଲ୍ଲୀବାସୀଙ୍କୁ ମନେ ପକାଇ ଦେଇଛି ରବିବାରର ଘଟଣା। ରାଣୀ...

ଭାରତୀୟ ଲିଚୁ ରପ୍ତାନୀ ବନ୍ଦ ପାଇଁ ହେଉଛି ଷଡ଼ଯନ୍ତ୍ର: ପ୍ରେମ କୁମାର

ପାଟନା,୨୨।୬: ବିହାରରେ ମସ୍ତିଷ୍କ ଜ୍ୱରରେ ଶିଶୁ ମୃତ୍ୟୁ ଥମିବାର ନାଁ ଧରୁନି। ଏତେ ସଂଖ୍ୟକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେବାର ପ୍ରକୃତ କାରଣ ଖୋଜା...

ମୋଦିଙ୍କ ସହ ସାଧାରଣତନ୍ତ୍ର ପରେଡ୍‌ ଦେଖିବେ ହିତେଶ୍ୱର

ନୂଆଦିଲ୍ଲୀ: ଦିନ କେଇଟା ପରେ ଆସିବ ସାଧାରଣତନ୍ତ୍ର ଦିବସ। ଏଥର ବ୍ରାଜିଲ ରାଷ୍ଟ୍ରପତି ଜୈର୍‌ ମେସିଆସ୍‌ ବୋଲ୍‌ସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।...

ଫେବୃୟାରୀରେ ବାୟୁସେନାକୁ ମିଳିବ ୪ ଚିନୁକ୍‌ ହେଲିକପ୍ଟର

ନୂଆଦିଲ୍ଲୀ,୯।୭: ଫେବୃୟାରୀରେ ଭାରତୀୟ ବାୟୁସେନାକୁ ୪ ଶକ୍ତିଶାଳୀ ସିଏଚ୍‌-୪୭ ଚିନୁକ୍‌ ହେଲିକପ୍ଟର ମିଳିବ। ଏନେଇ ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି। ଏହା ଗୁଜରାଟର ମୁନ୍ଦ୍ରା ବନ୍ଦରରେ...

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ବିଷ ପିଇଲେ କୃଷକ

ମୁକ୍ତସର,୧୮।୯: ନରେନ୍ଦ୍ର ମୋଦି ସରକାର ପକ୍ଷରୁ ଆଗତ କରାଯାଇଥିବା କୃଷି ବିଲ ବିରୋଧରେ ଚାଷୀଙ୍କ ରାଗ ବଢିବାରେ ଲାଗିଛି। ହରିୟାଣା ଏବଂ ପଞ୍ଜାବର କୃଷକମାନେ ରାଜରାସ୍ତାକୁ...

ଦିଅଁ ନ ଥିବା ମନ୍ଦିର…

ମନ୍ଦିରରେ ସାଧାରଣତଃ ଦିଅଁ ରହିଥାନ୍ତି। ତେବେ ଦିଲ୍ଲୀର ଉଦୟପୁରରେ ଅବସ୍ଥିତ ବାହାଇ ମନ୍ଦିରରେ କୌଣସି ମୂର୍ତ୍ତି ନାହିଁ। ଏହି ମନ୍ଦିର ନିଜର ଅଦ୍ଭୁତ ନିର୍ମାଣଶୈଳୀ ପାଇଁ...

ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଖପ୍ପା

ନୂଆଦିଲ୍ଲୀ,୨୨।୧୨: ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଶନିବାର ଆୟୋଜିତ ହୋଇଥିବା ଭାଜପାର ଧନ୍ୟବାଦ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସଂଶୋଧିତ ନାଗରିକତ୍ୱ...

ବାଇକ୍‌ରେ ପକାଇ ପାରିବେ ନାହଁ ୫ ଲିଟରରୁ ଅଧିକ ତେଲ

ନୂଆଦିଲ୍ଲୀ, ୧୧।୮: ମିଜୋରାମ ସରକାର ମଙ୍ଗଳବାର ପ୍ରତି ଯାନ ପାଇଁ ଇନ୍ଧନ ପରିମାଣ ସ୍ଥିର କରିଛନ୍ତି। ବର୍ତ୍ତମାନ ମିଜୋରମରେ ସ୍କୁଟର ପ୍ରତି ୩ ଲିଟର, ଅନ୍ୟ...

Coronavirus Update


Archives

Model This Week

Why Dharitri