ଖସୁଛି ପାରଦ, ୨୨ ଯାଏ ଜାରି ରହିବ କାଳବୈଶାଖୀ: ଆଜି ୬ ଜିଲାରେ କୁଆପଥର ବୃଷ୍ଟି ସମ୍ଭାବନା

ଭୁବନେଶ୍ୱର, ୨୧ା୪(ବ୍ୟୁରୋ)- ରାଜ୍ୟରେ ଦୁଇଦିନ ହେବ ତାତି କମିବାରେ ଲାଗିଛି। ଶନିବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ସୋନପୁରରେ ସର୍ବନିମ୍ନ ୧୭.୪ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟ ସହରରେ ପାରଦ ୩୮ ଡିଗ୍ରୀ ତଳକୁ ରହିଥିଲା। ରବିବାର ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଆଦି ୬ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଏଠାରେ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ସହିତ ବଜ୍ରପାତ ଓ କୁଆପଥର ବୃଷ୍ଟି ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲାରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜତସିଂହପୁର ଆଦି ଜିଲାର କେତେକ ସ୍ଥାନରେ ଥଣ୍ଡା ପବନ ସହିତ ବଜ୍ରପାତ ହେବ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜାରି ରହିବ। ୨୩ ତାରିଖରୁ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା

ବାରଙ୍ଗ,୭।୭(ଲିଙ୍ଗରାଜ ରାଉତ): ଦ୍ୱିତୀୟ ଥର ପାଇଁ ମା’ ହୋଇଛି ହଳଦିଆ ଆନାକୋଣ୍ଡା। ସୋମବାର ଏହା ଜଣାପଡ଼ିବା ପରେ କର୍ମଚାରୀ ମହଲରେ ଖୁସିର ମହୋଲ ଖେଳିଯାଇଛି। ନନ୍ଦନକାନନ...

ଓଡ଼ିଶାରେ ଆଉ ୩୭ ଲକ୍ଷ ପରିବାରଙ୍କୁ ପକ୍କା ଘର ମଞ୍ଜୁର କରିବ ସରକାର

ଭୁବନେଶର,୭ା୭: ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଅଧୀନରେ ଓଡ଼ିଶାରେ ଆଉ ୩୭ ଲକ୍ଷ ପରିବାରଙ୍କୁ ପକ୍କା ଘର ମଞ୍ଜୁର କରାଯିବ। ଏହି ଘୋଷଣା ଆଜି ପଞ୍ଚାୟତିରାଜ...

ମଙ୍ଗଳବାରଠାରୁ ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର,୭।୭: ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ସାରା ରାଜ୍ୟରେ ‘ଷ୍ଟିଅରିଂ ଛାଡ଼’ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି। ୬ ଦଫା ଦାବି ନେଇ ଏହି...

ଭୁବନେଶ୍ୱର ଷ୍ଟେଶନରେ ଟ୍ରେନ୍‌ରେ ଲାଗିଲା ନିଆଁ: ଆତଙ୍କରେ ଧାଇଁଲେ ଲୋକେ

ଭୁବନେଶର,୭ା୭: ଭୁବନେଶ୍ୱର ରେଳଷ୍ଟେଶନରେ ହୀରାକୁଦ ଏକ୍ସପ୍ରେସ୍‌ର ଏକ ବଗିରେ ସୋମବାର ସନ୍ଧ୍ୟାରେ କୌଣସି କାରଣରୁ ନିଅଁା ଲାଗିଯାଇଥିଲା। ନିଆଁରେ ଜଣେ ଯାତ୍ରୀଙ୍କ କିଛି ଆସବାବପତ୍ର ପୋଡ଼ିଯାଇଥିବା...

ଡିସ୍‌ଚାର୍ଜ ହେଲେ ନବୀନ ପଟ୍ଟନାୟକ, ଜାଣନ୍ତୁ କେବେ ଫେରିବେ ଓଡ଼ିଶା

ମୁମ୍ବାଇ,୭।୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ସର୍ଭାଇକାଲ୍‌ ଆର୍ଥ୍ରରାଇଟ୍‌ସ...

ପୁଣି ଥରେ ସଭାପତି ହେବେ ମନମୋହନ! ଭରିଲେ ନାମାଙ୍କନ

ଭୁବନେଶ୍ୱର,୭।୭:ରାଜ୍ୟ ଭାଜପା ସଭାପତି ପଦ ପାଇଁ ସୋମବାର ନାମାଙ୍କନ ଭରିଛନ୍ତି ମନମୋହନ ସାମଲ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ନାମାଙ୍କନ ପତ୍ର ଦାଖଲ...

କାଉବଂଶ ବୁଡ଼ାଉଛି ଅସନ୍ତୁଳିତ ପରିବେଶ

ଭାରତର ପରିବେଶ ଓ ପରମ୍ପରା ସହ କାଉ ଯୋଡ଼ି ହୋଇ ରହିଛନ୍ତି। ପକ୍ଷୀମାନଙ୍କ ମଧ୍ୟରେ କାଉକୁ ଅତ୍ୟନ୍ତ ଚତୁର ପକ୍ଷୀ ବୋଲି ବିବେଚନା କରାଯାଏ। ଦକ୍ଷିଣ...

ଆଜି ଏସବୁ ଜିଲାକୁ ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୭ା୭: ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ସୋମବାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ କିଛି ଜିଲାକୁ ରେଡ୍‌ ଓ୍ବାର୍ନିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri