ଖଣି ମନ୍ତ୍ରୀ, ସଚିବଙ୍କ ଯୋଡ଼ା ଗସ୍ତ: ଖଣି ନିଲାମ ପାଇଁ ସରକାରୀ ତତ୍ପରତା

ଯୋଡ଼ା, ୨୯।୮(ଡିଏନଏ) କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳକୁ ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ଯୋଡା ଗସ୍ତରେ ଆସି ଖଣି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଖଣିଲିଜ୍‌ ଧାରୀଙ୍କ ସହିତ ଏକ ବୈଠକ କରିଥିଲେ। ଗୁରୁବାର ଅପରାହ୍ନ ୩ ଘଟିକା ସମୟରେ ମନ୍ତ୍ରୀ ପ୍ରଫୁଲ ମଲିକ ଓ ଖଣି ସଚିବ ରାଜକୁମାର ଶର୍ମା ଯୋଡାରେ ପହଞ୍ଚି ଯୋଡା ପୌରପାଳିକାର ସଭାଗୃହଠାରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ଖଣି ଲିଜ୍‌ଧାରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ଖଣି ନିର୍ଦ୍ଦେଶକ ଦୀପକ କୁମାର ମହାନ୍ତି, କେନ୍ଦୁଝର ଜିଲାପାଳ ଆଶିଷ ଠାକରେ, ଚମ୍ପୁଆ ଉପଜିଲାପାଳ ପାରୁଲ ପାଟଓ୍ବରି ପ୍ରମୁଖ  ଉପସ୍ଥିତ ଥିଲେ। ଯୋଡା ଖଣିମଣ୍ଡଳର ଖଣି ଗୁଡିକର ବିଭିନ୍ନ ସମସ୍ୟା ସେମାନଙ୍କର ସାମାଜିକ ଦାୟିତ୍ୱ କଣ, ଖଣି ଗୁଡିକୁ କିପରି ରାସ୍ତା ସଂଯୋଗ କରିପାରିବ ପ୍ରଭୃତି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ନିଲାମ୍‌ ପ୍ରକ୍ରିୟା ସମ୍ପର୍କରେ ମନ୍ତ୍ରୀ କହିଥିଲେ ଯେ,‘ ୫ ଟି ଖଣିର ନିଲାମ ପ୍ରକ୍ରିୟା ଶେଷ ହୋଇଯାଇଛି। ଆଉ ୨୪ଟି ଖଣିର ନିଲାମ ହେବ। ନିଲାମ ପରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ଏହା ଜଣାପଡିବ’ ।
ଅପରପକ୍ଷରେ ଖଣି ଲିଜ୍‌ଧାରୀମାନଙ୍କର ପ୍ରତିନିଧି, ଖଣି ଲିଜ୍‌ଧାରୀ, ଖଣି ଠିକାଦାର, ପରିବହନ ଠିକାଦାର ସେମାନଙ୍କର ଖଣି କାର୍ଯ୍ୟରେ ହେଉଥିବା ଅସୁବିଧା ସମ୍ପର୍କରେ ମନ୍ତ୍ରୀ ମଲିକ, ସଚିବ ରାଜକୁମାର ଶର୍ମା, ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣି କମ୍ପାନୀମାନଙ୍କର ସାମାଜିକ ଦାୟିତ୍ୱବୋଧତା ଉପରେ ମଧ୍ୟ ଖଣି କମ୍ପାନୀଗୁଡ଼ିକୁ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ମନ୍ତ୍ରୀ କହିଥିଲେ। ଖଣି ଲିଜ୍‌ଧାରୀ ତାରିଣୀ ପ୍ରସାଦ ମହାନ୍ତି ଖଣିମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ରାଜ୍ୟ ସରକାର ଖଣିଜ ପରିବହନ ପାଇଁ ନିର୍ଦ୍ଦିଷ୍ଟ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ହେଲେ କିଛି ପରିବହନ ଠିକାଦାର ନିର୍ଦ୍ଧାରିତ ପରିବହନ ମୂଲ୍ୟଠାରୁ ଶହ ଶହ ଟଙ୍କା ଅଧିକ ଦାବି କରୁଛନ୍ତି। ଏହାର ଉତ୍ତର ରଖି କେନ୍ଦୁଝର ଜିଲାପାଳ ଆଶିଷ ଠାକରେ କହିଥିଲେ ଯେ, ଏପରି କ୍ଷେତ୍ରରେ ଲିଖିତ ଅଭିଯୋଗ କଲେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେହିପରି ଆବଶ୍ୟକତା ମାନର କୋଇଲା ଓଡିଶାରେ ମିଳୁ ନ ଥିବାରୁ କାରଖାନା ଚଳାଇବା ପାଇଁ ଅସମ୍ଭବ ହୋଇପଡୁଛି। ଏଣୁ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟରେ ଥିବା ରାଣୀଗ ଅଞ୍ଚଳରୁ କୋଇଲା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଚେଷ୍ଟା କରାଯାଉ ବୋଲି ଲିଜ୍‌ଧାରୀ ଓ କାରଖାନା ମାଲିକମାନେ କହିଥିଲେ। ମନ୍ତ୍ରୀ ମଲିକ ଏହାକୁ ମିଳିତ ଭାବେ ଓଡିଶା ସ୍ପଞ୍ଜଆଇରନ ମାନୁଫ୍ୟାକଚରିଂ ଆସୋସିଏସନ ଜରିଆରେ ସରକାରଙ୍କଠାରେ ନିବେଦନ କରିବା ପାଇଁ ଉଦ୍ୟୋଗପତି ମାନଙ୍କୁ କହିଥିଲେ। ରାସ୍ତା ସମ୍ପର୍କରେ କେନ୍ଦୁଝର ଜିଲାପାଳ ପ୍ରତିଶ୍ରୁତି ଦେଇଥିଲେ ଯେ, ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ ଓ ଖଣିଗୁଡିକ ସହିତ ମଧ୍ୟ ସଂଯୋଗୀକରଣ କରାଯିବ। ରାଜ୍ୟ ରାଜପଥ ନଂ ୨ର ବାମେବାରୀ-ବାଂଶପାଣି ରାସ୍ତାର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥାକୁ ହଟାଇ ଆସନ୍ତା ସପ୍ତାହ ମଧ୍ୟରେ ୫୨୦ନଂ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ମଣ୍ଟେକାର୍ଲୋକୁ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri