କ.ନୂଆଗାଁ ବ୍ଲକରେ ଅର୍ଥ ହେର୍‌ଫେର୍‌

ଫୁଲବାଣୀ ଅଫିସ, ୧୬ା୯-କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକରେ ୭୫ଲକ୍ଷ ଟଙ୍କାର ଦୁର୍ନୀତିକୁ ଏବେ ସବୁ କ୍ଷେତ୍ରରେ ଚପାଇ ଦିଆଯାଇଛି। ଯେଉଁମାନେ ଟଙ୍କା ହଡପ କରିଥିଲେ ସେମାନଙ୍କ ପାଖରୁ ଅଦ୍ୟାବଧି ଏହା ଆଦାୟ କରାଯାଇ ପାରୁନାହିଁ । ପୁଣି ସେହିପରି କ.ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତରେ ଏହି ଦୁର୍ନିତୀ ହୋଇଥିବା ଲୋକାଲ ଫଣ୍ଡ ଅଡିଟ ରିପୋର୍ଟ ପ୍ରକାଶ ପାଇଛି। ଫୁଲବାଣୀ ଭିଜିଲାନ୍ସ ବିଭାଗ ଏହି ରିପୋର୍ଟ ଆଧାରରେ ମାମଲାର ତଦନ୍ତ କରୁଛି। ହେଲେ ଭିଜିଲାନ୍ସର କାର୍ଯ୍ୟକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଲିଗୁଡା ଭଳି ପରିସ୍ଥିତି ଏଠାରେ ମଧ୍ୟ ଉପୁଜିବା ସମ୍ଭାବନା ରହିଛି। ଟଙ୍କା ନେଇଥିବା ବ୍ୟକ୍ତି ଏହାକୁ ପରିଶୋଧ କରିବେ ନାହିଁ । ଭିଜିଲାନ୍ସ ଅଧିକାରୀ ଏବଂ ଅର୍ଥ ହଡପକାରୀଙ୍କ ମଧ୍ୟରେ ସଲାସୁତରା ହୋଇଥିବା ଆଲୋଚନା ଜୋର ଧରିଛି।
୨୦୧୭-୧୮ ଆର୍ଥିକ ବର୍ଷରେ ଚତୁର୍ଥ ରାଜ୍ୟ ଅର୍ଥ କମିସନ ଏବଂ ଚତୁର୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଟଙ୍କା ହଡ଼ପ କରାଯାଇଛି ା ଟଙ୍କା ହେରଫେରରେ ସେତବେଳର ଯନ୍ତ୍ରୀ, ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀ ସାମିଲ ରହିଛନ୍ତି। ସରକାର ଗ୍ରାମାଞ୍ଚଳରେ ଯୋଜନାର କାର୍ଯ୍ୟ କାରିତା ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଟଙ୍କା ସିଧା ସଳଖ ପଞ୍ଚାୟତ ଆକାଉଣ୍ଟକୁ ଯାଉଛି ା ହେଲେ ଏଠାରେ ଅର୍ଥ ବିନା କାମରେ ହଡପ କରାଯାଉଛି ।
ସୁଚନା ଅନୁସାରେ, ୨୦୧୭ ଫେବୃୟାରୀ ୧୩ରେ ଚତୁର୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଟଙ୍କାକୁ ବିନା କାର୍ଯ୍ୟାଦେଶରେ ଏନ୍‌ଇଏଫଟି/ଆରଟିଜିଏସ୍‌ ମାଧ୍ୟମରେ ଚେକ୍‌ ନଂ.୦୦୧୫୫୧ରେ ୫ ଜଣଙ୍କ ଖାତାକୁ ୯ଲକ୍ଷ ୩୦ ହଜାର ଏବଂ ଚେକ୍‌ ନଂ ୦୦୧୫୫୨ରେ ମାର୍ଚ୍ଚ ୩ ରେ ୪ଜଣଙ୍କ ଖାତାକୁ ୫ଲକ୍ଷ ୫୯ହଜାର ଟଙ୍କା ପଠାଯାଇଛି। ସରୋଜ ମଲ୍ଲିକଙ୍କ ଏଡ଼ିବି ଖାତା ନଂ. ୧୧୮୨୦୯୬୯୩୫୬କୁ ଦୁଇ ଥରରେ ୧ ଲକ୍ଷ ୮୫ ହଜାର ଓ ୬୫ ହଜାର, ରଜନୀକାନ୍ତ ସାହୁଙ୍କ ଏଡ଼ିବି ଖାତା ନଂ. ୧୧୮୨୦୯୮୩୧୪୪କୁ ୫ଲକ୍ଷ ୧୨ ହଜାର ଓ ୪୦ ହଜାର, କାଲାରାମ ବିସିମାଝିଙ୍କ ଖାତା ନଂ. ୧୮୨୦୯୯୮୯୧୩କୁ ୩୮ହଜାର, ବାବୁ ମଳିକଙ୍କ ଏଡ଼ିବି ଖାତା ନଂ. ୩୨୦୭୨୮୪୦୯୯୩କୁ ୨୫ ହଜାର, ଅନସୂୟା ପାତ୍ରଙ୍କ ଏଡ଼ିବି ଖାତା ନଂ. ୩୧୦୪୮୧୮୪୦୩୮କୁ ୧ଲକ୍ଷ ୭୦ ହଜାର ଓ ୫୫ ହଜାର ୯ଶହ ଟଙ୍କା, ପଞ୍ଚାନନ କହଁରଙ୍କ ଖାତା ନଂ. ୧୧୬୯୩୯୮୮୬୪୫କୁ ୩ ଲକ୍ଷ ୯୮ ହଜାର ୧୦୦ ଟଙ୍କା ଯାଇଛି। ଯାହାର କୌଣସି ହିସାବ କି କେଉଁ ପ୍ରକଳ୍ପ ପାଇଁ ଏହି ଟଙ୍କା ଖର୍ଚ୍ଚ ହୋଇଛି ତାହା ପଞ୍ଚାୟତ କ୍ୟାସ୍‌ବୁକରେ ଦର୍ଶାଯାଇନାହିଁ। ଏହି ଅର୍ଥ ହଡପ୍‌ ହୋଇଥିବା ଲୋକାଲ ଫଣ୍ଡ ଅଡ଼ିଟ ରିପୋର୍ଟରେ ଦର୍ଶଯାଇଛି।
ସେହିପରି ୨୦୧୭-୧୮ରେ ସାଧାରଣ ବଣ୍ଟନ ଓ ବାର୍ଦ୍ଧକ୍ୟ ଭତ୍ତାର ଅଗ୍ରୀମ ୧ ଲକ୍ଷ ୯୪ ହଜାର ୯୫୪ ଟଙ୍କା ୫ ଜଣ ନିର୍ବାହୀ ଅଧିକାରୀ ନେଇଥିଲେ। ପର୍ଯ୍ୟାୟ କ୍ରମେ ସେମାନଙ୍କ ବଦଳି ହୋଇଛି। ହେଲେ ସେମାନେ ପଞ୍ଚାୟତ କିମ୍ବା ବ୍ଲକକୁ ଏହାର ହିସାବ ଦେଇ ନାହାନ୍ତି। ଏହି ଟଙ୍କା ଆତ୍ମସାତ ହୋଇଥିବା ଅଡ଼ିଟ ରିପୋର୍ଟରେ ପ୍ରକାଶ ପାଇଛି। ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ଭିଜିଲାନ୍ସ ନିଜ ତରଫରୁ ମାମଲା କରିଥିବା ଅଡିଟ ସୁପରିଣ୍ଟେଣ୍ଡେଣ୍ଟ ଜନାର୍ଦ୍ଦନ ତ୍ରିପାଠୀ ପ୍ରକାଶ କରିଛନ୍ତିି। ଭିଜିଲାନ୍ସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଛ। ଏ ନେଇ ଭିଜିଲାନ୍ସ ଡିଏସ୍‌ପି ରବିକାନ୍ତ ସୁନାଙ୍କୁ ପଚାରିବାରୁ ତଦନ୍ତ କେଉଁ ଯାଏ ଯାଇଛି ତାହା ମୁଁ ବୁଝିଲା ପରେ କହିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାରେ ୫୫୫ ଶିଶୁ ଅପପୁଷ୍ଟିର ଶିକାର

ଭଦ୍ରକ ଅଫିସ, ୧୮।୫ – ଭଦ୍ରକ ଜିଲାରେ ସମନ୍ବିତ ଶିଶୁ ବିକାଶ ଯୋଜନା ବାଟବଣା। ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟର ବିକାଶ ପାଇଁ ସରକାରଙ୍କ...

ଆଇନଜୀବୀ, ଭାଜପା ଯୁବ ନେତାଙ୍କୁ ପୋଲିସର ମାଡ଼: ଏସ୍‌ଆଇଙ୍କ ବିରୋଧରେ ଦୁଇ ପୃଥକ୍‌ ମାମଲା

ଆନନ୍ଦପୁର,୨୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନାରେ ରାମଚନ୍ଦ୍ରପୁର ଥାନା ଏସ୍‌ଆଇ ବିଶ୍ୱଜିତ୍‌ ବେହେରାଙ୍କ ନାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ମାମଲା ରୁଜୁ ହୋଇଛି। ଆନନ୍ଦପୁର...

ଅନୁଗୋଳରେ ବର୍ଜ୍ୟବସ୍ତୁ ପରିଚାଳନା:ଖୋଳାହେବ ୩ଶହ କମ୍ପୋଷ୍ଟ ପିଟ

ଅନୁଗୋଳ ଅଫିସ, ୪ା୬ ରାଜ୍ୟର ସମସ୍ତ ପୌରପାଳିକାରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏନ୍‌ଜିଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରତି ପୌରାଞ୍ଚଳରେ ତିନିଶହ ଲେଖାଏ କମ୍ପୋଷ୍ଟ ପିଟ୍‌...

ବଢୁଛି ବାଲି, ମାଟି, ପଥର ଲୁଟ୍‌: ଅସୁରକ୍ଷିତ ସାମାଜିକ କର୍ମୀ, ଗଣମାଧ୍ୟମ ପ୍ରତିନିଧି

ଯାଜପୁର ଅଫିସ,୨୫ା୪: ଯାଜପୁର ଜିଲାରେ ଗ୍ରାନାଇଟ ପଥର, ବାଲି, ମୋରମ, ମାଟି, ମାଙ୍କଡାପଥର ଲୁଟ ଉପରେ ସ୍ବର ଉତ୍ତୋଳନ କରୁଥିବା ସାମାଜିକ କର୍ମୀ କିମ୍ବା ଗଣମାଧ୍ୟମ...

ସିଦ୍ଧେଶ୍ୱର ମନ୍ଦିର ନିକଟରୁ ପୁଣି ଶିବଲିଙ୍ଗ ଉଦ୍ଧାର

ଯାଜପୁର ଟାଉନ,୧୮ା୪(ଡି.ଏନ.ଏ.): ଯାଜପୁର ଜିଲା ଅନ୍ତର୍ଗତ ବୈତରଣୀ ନଦୀ ଅବବାହିକାର ସିଦ୍ଧେଶ୍ୱର ଘାଟରୁ ଶନିବାର ପୁଣି ୫ଫୁଟ ଲମ୍ବର ଏକ ମୁଗୁନିପଥର ନିର୍ମିତ ଶିବଲିଙ୍ଗ ଉଦ୍ଧାର...

ପ୍ରତିଯୋଗିତା ଭିତ୍ତିରେ ହେବ ପୂଜା

ଅନୁଗୋଳ ଅଫିସ, ୨୮।୮: କିଛିଟା ଦୂର ହୋଇଛି କରୋନା କଷ୍ଟ। ପୂର୍ବପରି କଡ଼ାକଡ଼ି ନାହିଁ କଟକଣା। ତେଣୁ ଏଥର ଜମିବ ପାର୍ବଣ। ସାଜସଜ୍ଜା, ବୁଲାବୁଲି, କିଣାବିକା,...

ସଖୀ କେନ୍ଦ୍ର ଉଦ୍‌ଘାଟିତ: ନିର୍ଯାତିତା ମହିଳା, ଯୁବତୀଙ୍କୁ ଯୋଗାଇ ଦିଆଯିବ ସୁବିଧା

ଭଦ୍ରକ ଅଫିସ,୨।୧୦: ଭଦ୍ରକ ଜିଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ନିକଟରେ ବୁଧବାର ସଖୀ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏହି କେନ୍ଦ୍ର ମାଧ୍ୟମରେ ନିର୍ଯାତିତା ମହିଳା ଓ ଯୁବତୀମାନଙ୍କୁ...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର

ଯୋଡ଼ା, ୧୭।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଜୁରୁଡି-କମଳପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡକର ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ରବିବାର...

Advertisement
Archives

Model This Week