କ୍ୱାରାଣ୍ଟାଇନ ବ୍ୟବସ୍ଥାରେ ଅବହେଳା: ପ୍ରତିବାଦରେ ଡାକ୍ତରଙ୍କ ସହ ଏମ୍‌କେସିଜି ଛାତ୍ରୀଛାତ୍ରଙ୍କ ଧାରଣା

ବ୍ରହ୍ମପୁର ଅଫିସ, ୮।୫: ବ୍ରହ୍ମପୁର ଉପକଣ୍ଠ ଶୀତଳାପଲିରେ ଥିବା ଟାଟା କୋଭିଡ-୧୯ ହସ୍ପିଟାଲରେ କାମସାରି ଫେରୁଥିବା ଡାକ୍ତରଙ୍କୁ କ୍ୱାରାଣ୍ଟାଇନରେ ରଖିବାନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଶୁକ୍ରବାର ଶିତଳାପଲ୍ଲି ଟାଟା କୋଭିଡ ହସ୍ପିଟାଲରୁ କାମସାରି ୬ ଡାକ୍ତର ଫେରିଥିଲେ। ପ୍ରଶାସନ ପକ୍ଷରୁ ହୋଟେଲରେ କରାଯାଇଥିବା କ୍ୱାରାଣ୍ଟାଇନ ସେଣ୍ଟରରେ ରହିବାକୁ ସେମାନଙ୍କୁ ଅନୁମତି ମିଳି ନ ଥିଲା। ଫଳରେ ଡାକ୍ତରଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରଖିବା ନେଇ ଖାଦ୍ୟ ପାନୀୟ ସହ ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇଦେବା ଦାବିରେ ଉକ୍ତ ଡାକ୍ତରମାନେ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ପରେ ଉକ୍ତ ଡାକ୍ତରଙ୍କୁ ସମର୍ଥନ ଜଣାଇ ଏମ୍‌କେସିଜି ମେଡିକାଲ କଲେଜର ଛାତ୍ରୀଛାତ୍ର ଧାରଣା ଦେଇଥିଲେ। କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିୟୋଜିତ ଥିବା ଡାକ୍ତରଙ୍କୁ ୧୪ ଦିନ କ୍ୱାରାଣ୍ଟଇନରେ ରଖିବା ନେଇ ତୁରନ୍ତ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଥିଲେ। କୋଭିଡ-୧୯ ହସ୍ପିଟାଲର ନୋଡାଲ ଅଫିସର ଡା. ଉମାଶଙ୍କର ମିଶ୍ର ଆନ୍ଦୋଳନ ସ୍ଥଳକୁ ଯାଇ ଧାରଣାରତ ଡାକ୍ତର ଓ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ । ପରେ ଖବର ପାଇ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତତ୍ରୟ ଭାଉସାହେବ, ବ୍ରହ୍ମପୁର ଏସ୍‌ପି ପିନକ ମିଶ୍ର ପ୍ରମୁଖ ପହଞ୍ଚି ଡାକ୍ତରଙ୍କୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ବାଲାଜି ହୋଟେଲ ଓ ନନ୍ଦନ ହୋଟେଲରେ ରଖାଯିବାକୁ ପ୍ରତଶ୍ରୁତି ଦେବାପରେ ଛାତ୍ରୀଛାତ୍ର ଓ ଡାକ୍ତରମାନେ ଆନ୍ଦୋଳନରୁ ହଟିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ଅର୍ଥ କମିଶନ ଅନୁଦାନ ହେରଫେର: ସରପଞ୍ଚ ନିଲମ୍ବିତ

ବରଗଡ଼ ଅଫିସ,୨୯।୫: ବରଗଡ଼ ଜିଲା ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ପଞ୍ଚାୟତର ସରପଞ୍ଚ ଉଦିଆଁ ଲୁହାଙ୍କୁ ନିଲମ୍ବିତ କରାଯାଇଛି । କେନ୍ଦ୍ରୀୟ ଅର୍ଥ କମିଶନ(ସିଏଫସି) ଅନୁଦାନ...

ବାଇକ୍‌ରୁ ଖସି ପଡ଼ିଲେ, ଚଢ଼ିଗଲା ଟ୍ରକ୍‌

ବନ୍ତ,୮।୭: ଭଦ୍ରକ ଜିଲା ବନ୍ତ ବ୍ଲକ ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ବନ୍ତ ମେଡିକାଲ ଛକଠାରେ ଗୁରୁବାର ଜଣେ ମହିଳା ବାଇକ୍‌ରୁ ଖସି ପଡ଼ିଥିଲେ।...

ଏଡ୍‌ସ ଚିକିତ୍ସା ଖୋଜିବାର ପରିଣାମ କରୋନା ଭାଇରସ !

ପ୍ୟାରିସ,୧୯।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଥିବା ବେଳେ ଏହାର ଚିକିତ୍ସା ପାଇଁ ଏବେ ସବୁ ବିକାଶଶୀଳ ଦେଶରେ ଚାଲିଛି...

ପାଣି ପାଇଁ ୨୦୦ ପରିବାର ହଇରାଣ

ଆରଡ଼ି, ୮।୨(ଡି.ଏନ.ଏ.) ଦୁଇମାସ ହେଲା ସରକାରୀ ନଳକୂପ ଭାଙ୍ଗିଯାଇଛି। ଆଉ ଦୁଇଦିନ ହେବ ମୋଟର ପୋଡ଼ିଯିବା ଯୋଗୁ ପ୍ରକଳ୍ପ ପାଣି ମଧ୍ୟ ମିଳିପାରୁନି। ଫଳରେ ନାହିଁ...

ତାଲିକା ଧରି କୋଲକାତା ଗଲା ଏସ୍‌ଟିଏଫ୍‌ ଟିମ୍‌

ଭୁବନେଶ୍ୱର,୧।୨(ବ୍ୟୁରୋ): ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ଚାଲାଣ କରି ଦେହ ବ୍ୟବସାୟରେ ଲଗାଇବା ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ହାତରେ ଏବେ ଆଉ ଏକ ବଡ଼ ସୁରାକ ଲାଗିଛି।...

ଚାଷୀଙ୍କ କାମରେ ଲାଗୁନି ମନ୍ଦାକିନୀ ବ୍ୟାରେଜ

ନିରାକାରପୁର,୭ା୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ ୯ହଜାର ୮୫୩ ହେକ୍ଟର ଚାଷଜମି ରହିଥିବା ବେଳେ ୯ ହଜାର ୫୦୦ ହେକ୍ଟର ଜମି ଚାଷ ଉପଯୋଗୀ ରହିଛି।...

ଚେତି ଶୁଇଛେ ପରଶାସନ:ଗଁ। ବାସୀକୁ ଘାରୁଛେ କିଡ଼୍‌ନୀ ରୋଗ୍‌ ଭଏ

ଗଣ୍ଡତୁରୁମ, ୨୯।୬ (ଡି.ଏନ୍‌.ଏ): ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଟିହିକିପାଲି ଗଁ। ରେ କିଡ଼୍‌ନୀ ରୁଗୀକଁର ସଂଖ୍ୟା ଦିନୁଦିନ୍‌କେ ବଢ଼ବାରେ ଲାଗିଛେ। ଗଲା ୩ ବଛର...

ଅଧାରେ ଶ୍ରେଣୀଗୃହ, ବାରଣ୍ଡାରେ ପଢୁଛନ୍ତି ପିଲା

ବୋରିଗୁମ୍ମା,୩୧ା୧(ଡି.ଏନ୍‌.ଏ.) – ବୋରିଗୁମ୍ମା ବ୍ଲକର ୩୦ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ଖୋଲିବା ପାଇଁ ଲକ୍ଷ୍ୟ ରହିଥିଲା। ସେହି ଅନୁସାରେ ନୂଆ ଉଚ୍ଚ ବିଦ୍ୟାଳୟ ନିର୍ମାଣ ନ...

Advertisement
Archives

Model This Week