Posted inଫୁରସତ

କ୍ୱାରାଣ୍ଟାଇନରେ ନ ରହିବାରୁ ଲାଠି ଧରି ଗୋଡାଇଲେ ଡାକ୍ତର

ରାଜସ୍ଥାନ, ୧୦ା୪- ବାହାରୁ ଅାସିଥତ୍ବା ଜଣେ ଯୁବକଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଥତ୍ଲେ ହେଁ ଏହାକୁ ନ ମାନିବାରୁ ଜଣେ ଡାକ୍ତର ତାଙ୍କୁ ଲାଠି ଧରି ଗୋଡାଇବା ଘଟଣା ରାଜସ୍ଥାନ ମକରାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ଅଞ୍ଚଳର ୩୮ ବର୍ଷର ଜଣେ ଯୁବକ ବାହାରୁ ଘରକୁ ଆସିବା ପରେ ତାଙ୍କୁ ହୋମ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଗୁରୁବାର ଡାକ୍ତର ଆବିଦ ହୁସେନଙ୍କ ଏକ ଟିମ୍ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସେଠାରେ ପହଞ୍ଚିଥିଲେ। ସେତେବେଳେ ଯୁବକ ଜଣକ ଘରୁ ବାହାରକୁ ବାହାରି ଆସିଥିଲେ। ଡାକ୍ତର ଆବିଦ ତାଙ୍କ ନିକଟକୁ ଯାଇ ଘରେ ରହିବାକୁ ପରାମର୍ଶ ଦେଇଥିଲେ।  ବୁଝାଇବା ସତ୍ତ୍ୱେ ଯୁବକ ଜଣକ ଘରକୁ ଯାଇ ନ ଥିଲେ।  ସେହି ସମୟରେ ଆଖପାଖର ଲୋକେ ମଧ୍ୟ ସେଠାରେ ଜମା ହୋଇଯାଇଥିଲେ।  ଫଳରେ ଡାକ୍ତର ବେକରୁ ଷ୍ଟେଥୋସ୍କୋପ କାଢି ନିଜ କାରରେ ରଖିଥିବା ଏକ ଲାଠି ବାହାର କରିଥିଲେ ଏବଂ ଯୁବକଙ୍କୁ ଘରକୁ ଯିବାକୁ କହି ତାଙ୍କ ପଛରେ ଗୋଡାଇଥିଲେ। ପରେ ଯୁବକ ଜଣକ ଭୟରେ ତାଙ୍କ ଘରେ ପଶି ଭିତରକୁ କବାଟ ବନ୍ଦ କରିଦେଇଥିଲେ। ଏ ସମ୍ପର୍କରେ ଡାକ୍ତର ହୁସେନ କହିଛନ୍ତି, ଅବହେଳା ଯୋଗୁ କରୋନା ସଂକ୍ରମଣର ଆଶଙ୍କା ଅଧିକ  ରହିଛି । ଡାକ୍ତରମାନେ ବହୁ ପରିଶ୍ରମ କରି ସମସ୍ତଙ୍କୁ ସୁସ୍ଥ ରଖିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଲୋକେ ସେମାନଙ୍କୁ ସହଯୋଗ କରିବା ଆବଶ୍ୟକ। ଏହା ଦ୍ୱାରା ଲୋକଙ୍କୁ କରୋନା ସଂକ୍ରମଣରୁ ରୋକାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସବୁଦିନ ପାଇଁ ଶେଷ ହୋଇଯିବ ବରଫର ଆସ୍ତରଣ, ଜାଣନ୍ତୁ କ’ଣ ରହିଛି କାରଣ

ପୃଥିବୀ ବର୍ତ୍ତମାନ ଅତ୍ୟନ୍ତ ଖରାପ ପରିସ୍ଥିତି ଦେଇ ଗତି କରୁଛି। ପ୍ରଦୂଷଣ ଯୋଗୁ ଗ୍ଲୋବାଲ ଓ୍ବାମିର୍ଂ ବଢୁଛି। ଯାହାର ପ୍ରଭାବ ପୃଥିବୀପୃଷ୍ଠର ପ୍ରତି କୋଣ ଅନୁକୋଣରେ...

ମହିଳାଙ୍କୁ ୫ ବର୍ଷ ପାଇଁ ପାର୍କ ମନା, ଜାଣନ୍ତୁ କାରଣ

ଓ୍ବାଶିଂଟନ,୧୨।୫: ଆମେରିକାର କଲରାଡୋ ସହରରେ ରହୁଥିବା ଜଣେ ମହିଳା ଛୋଟ ଡ୍ରେସ୍‌ ପିନ୍ଧିଥିବାରୁ ତାଙ୍କୁ ହଟହଟା ହେବାକୁ ପଡ଼ିଛି। ବେଲି ବ୍ରିଡଲଭ ନାମକ ଏହି ମହିଳା...

ଲକ୍‌ଡାଉନ: ଏକ ଟଙ୍କାରେ ଇଡଲି ଯୋଗାଉଛନ୍ତି ୮୫ ବର୍ଷୀୟା ବୃଦ୍ଧା

ତାମିଲନାଡୁର କୋଏମ୍ବାଟୁର ସହରଠାରୁ ପ୍ରାୟ ୨୦ କିଲୋମିଟର ଦୂର ପେରୁର ନିକଟରେ ଭାଦିଭେଲାମପାଲୟମ ଗାଁରେ ରହୁଥିବା ୮୫ ବର୍ଷୀୟା ବୃଦ୍ଧା କମଲାଥଲ ଏବେ ଅନ୍ୟମାନଙ୍କ ପାଇଁ...

କେବଳ ମୁଶରଫ ନୁହନ୍ତି; ବିଶ୍ୱର ଏହି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ବି ଦିଆଯାଇଥିଲା ମୃତ୍ୟୁ ଦଣ୍ଡାଦେଶ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ପାକିସ୍ତାନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡ ଦେଇଛନ୍ତି। ମୁଶାରଫଙ୍କ ବିରୋଧରେ...

ନିଜ ପରିସ୍ରା ନିଜେ ପିଇ ଓଜନ କମାଇଲେ ଏହି ମହିଳା, କହିଲେ ଦୃଷ୍ଟିଶକ୍ତି ବି ବଢୁଛି

ଓ୍ବାଶିଂଟନ,୧୯।୫: ଆମେରିକାର ଜଣେ ମହିଳା ଏକ ଅଜବ ଦାବି କରିବା ପରେ ଏହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ୩୨ ବର୍ଷୀୟା ଗେସ୍‌ ଜୋନ୍ସ...

ସମୁଦ୍ରକୂଳରେ ଦେଖାଗଲା ରହସ୍ୟମୟ ଜୀବର ମୃତଦେହ, ଆଉ ତା’ ପରେ..

ସମୁଦ୍ରକୂଳରେ ଜୀବଜନ୍ତୁଙ୍କ ମରଶରୀର ପଡ଼ିରହିବା ଦେଖିବାକୁ ମିଳିଥାଏ। ହେଲେ ବ୍ରିଟେନ୍‌ର ଏନ୍ସଡେଲ୍‌ ସମୁଦ୍ରକୂଳରେ ଏକ ରହସ୍ୟମୟ ଜୀବର ମୃତଦେହ ଦେଖାଯାଇଛି। ଏହାକୁ ନେଇ ସେଠାରେ ଭୟର...

ମାଟି ତଳୁ ମିଳିଲା ୧୧ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା…

ଜେରୁଜେଲମ୍‌, ୨୫।୮: ମାଟି ତଳୁ ୧୧ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା ମିଳିଛି। ଇସ୍ରାଏଲ୍‌ର ୟବନେ ସହରରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ଜାରି ରହିଥିବାବେଳେ...

ପାକିସ୍ତାନରେ ୧୩ ଶହ ବର୍ଷ ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ

ଇସଲାମାବାଦ୍‌,୨୧।୧୧: ପାକିସ୍ତାନର ଉତ୍ତରପଶ୍ଚିମ ଅଞ୍ଚଳରେ ଥିବା ଖାତ୍‌ ଜିଲାରେ ୧୩ ଶହ ବର୍ଷ ପୁରାତନ ବିଷ୍ଣୁ ମନ୍ଦିରର ସନ୍ଧାନ ମିଳିିଛି। ଏହା ହିନ୍ଦୁ ଶାହୀ ଅବା...

Advertisement
Archives

Model This Week