କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ରେଟିନା ଅସ୍ତ୍ରୋପଚାର

ଭୁବନେଶ୍ୱର, ୨୮।୫(ବ୍ୟୁରୋ)- ରାଜ୍ୟର ଅନ୍ୟତମ ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ରେଟିନା ଅସ୍ତ୍ରୋପଚାର ଆରମ୍ଭ ହୋଇଛି। ସୁନେତ୍ର ଯୋଜନାରେ ଆରମ୍ଭ ହୋଇଥିବା ଏହି ଅତ୍ୟାଧୁନିକ ବ୍ୟୟବହୁଳ ଚିକିତ୍ସା ଚକ୍ଷୁରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯାଉଛି। ଚକ୍ଷୁରୋଗୀଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ସେବା ବିନା ମୂଲ୍ୟରେ ଯୋଗାଇଦେବା ସହିତ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଅନ୍ଧତ୍ୱ ଦୂରୀକରଣ ଲକ୍ଷ୍ୟ ହାସଲ ଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ନିର୍ଦ୍ଦେଶକ୍ରମେ ସୁନେତ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ ଏ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ଏଥିପାଇଁ ଆବଶ୍ୟକ ଅତ୍ୟାଧୁନିକ ଓଟିର ମଧ୍ୟ ବ୍ୟବସ୍ଥା କରିଛନ୍ତି। ରେଟିନା ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପରେ କ୍ୟାପିଟାଲ ହସ୍ପିଟାଲ ଚକ୍ଷୁରୋଗ ବିଶେଷଜ୍ଞ ଡା. ଅଶ୍ୱିନୀ ମେହେର୍ଦ୍ଦା ଦିଲ୍ଲୀ ଏମ୍‌ସକୁ ଯାଇ ତାଲିମ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ, ବେସରକାରୀ ସ୍ତରରେ ରେଟିନା ଅସ୍ତ୍ରୋପଚାର ପାଇଁ ରୋଗୀଙ୍କୁ ୬୦ରୁ ୭୦ ହଜାର ପର୍ଯ୍ୟନ୍ତ ଟଙ୍କା ବ୍ୟୟ କରିବାକୁ ପଡୁଛି। ଏବେ କ୍ୟାପିଟାଲ ହସ୍ପିଟାଲରେ ଏହି ସେବା ଆରମ୍ଭ ହେବା ପରେ ଦୈନିକ ପ୍ରାୟ ୧୦ ରୁ ୧୫ଜଣ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହେଉଥିବା ଡା. ମେହେର୍ଦ୍ଦା ସୂଚନା ଦେଇଛନ୍ତି। ଏପରିକି ମଧୁମେହରେ ଆକ୍ରାନ୍ତ ହୋଇ ଚକ୍ଷୁରେ ଗ୍ଲୁକୋମା ସମସ୍ୟା ଭୋଗୁଥିବା ରୋଗୀଙ୍କୁ ମଧ୍ୟ ଆବଶ୍ୟକ ପଡୁଥିବା ଦାମୀ ଇଞ୍ଜେକ୍ସନ ସମ୍ପୂର୍ଣ୍ଣ ମାଗଣାରେ ଦିଆଯାଉଛି। ଗୋଟିଏ ଇଞ୍ଜେକ୍ସନର ମୂଲ୍ୟ ଖୋଲା ବଜାରରେ ୨୦ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ପଡୁଛି। କ୍ୟାପିଟାଲ ହସ୍ପିଟାଲରେ ସୁନେତ୍ର ଯୋଜନାରେ ଆରମ୍ଭ ହୋଇଥିବା ବ୍ୟୟବହୁଳ ରେଟିନା ଅସ୍ତ୍ରୋପଚାର ରାଜ୍ୟର ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ବୋଲି ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳପଥ ଐତିହ୍ୟକୁ ନେଇ ହେବ ସଂଗ୍ରହାଳୟ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ପୂର୍ବତଟ ରେଳପଥ ପକ୍ଷରୁ ରେଳ ଐତିହ୍ୟ ସଂଗ୍ରହାଳୟ ପାଇଁ ବୁଧବାର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି। ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ଅତିରିକ୍ତ ମହାପ୍ରବନ୍ଧକ ସୁଧୀର...

ଆରମ୍ଭ ହେଲା ପଦଯାତ୍ରା ପ୍ରତିଯୋଗିତା

ଭୁବନେଶ୍ବର, ୧୦ା୮(ବ୍ୟୁରୋ): ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅଖିଳ ଭାରତ କଂଗ୍ରେସ କମିଟି କ୍ରାନ୍ତି ଦିବସ ଅର୍ଥାତ୍‌ ମଙ୍ଗଳବାରରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଦେଶବ୍ୟାପୀ...

ଟିକା ଯୋଗୁ ଜଣାପଡୁନି ଡେଲଟା ପ୍ଲସ୍‌ ଆକ୍ରାନ୍ତଙ୍କ ଲକ୍ଷଣ

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ସାରା ଦେଶରେ ଏବେ ଡେଲଟା ପ୍ଲସ୍‌ ଭାରିଆଣ୍ଟକୁ ନେଇ ଚିନ୍ତା ଲାଗି ରହିଛି। ଓଡ଼ିଶାର ଜଣେ ଏହି ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା କେନ୍ଦ୍ର...

ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୮ା୭(ବ୍ୟୁରୋ): ଗୁରୁବାର ପୂର୍ବାହ୍ନରେ ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିବାରୁ ଗୃହକୁ ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...

କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗ: ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନାଁରେ ଏତଲା

ପୁରୀ ଅଫିସ,୫ା୧୦: ସ୍ବର୍ଗଦ୍ୱାରରେ ରବିବାର ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏଥିରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ...

ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା: ସାଧାରଣ-ଏକ୍‌ପ୍ରେସ୍‌ ୩ ପଇସା, ଡିଲକ୍ସ- ଏସି ଡିଲକ୍ସ ୬ ପଇସାକୁ ବୃଦ୍ଧି

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଗତ ୧୦ ଦିନ ମଧ୍ୟରେ ପ୍ରାୟ ୫ ଟଙ୍କା ଅଧିକ ଟଙ୍କା...

ଚଳିତବର୍ଷ ହେବ ନାହିଁ ବୋଲ୍‌ବମ୍‌ ଯାତ୍ରା

ଭୁବନେଶ୍ୱର,୪ା୭(ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନା ତା’ର କାୟା ବିସ୍ତାର କରିଥିବା ବେଳେ ଏହା ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଥିରୁ ରକ୍ଷା ପାଇବା ପାଇଁ...

ଆଜି ଭାରତ ବନ୍ଦ

ଭୁବନେଶ୍ୱର, ୨୬ା୩(ବ୍ୟୁରୋ):କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ଆନ୍ଦୋଳନକୁ ଜୋର୍‌ଦାର କରିବା ଲାଗି ଶୁକ୍ରବାର ଭାରତ ବନ୍ଦ...

Advertisement
Archives

Model This Week