କ୍ୟାନ୍‌ସରର ପୂର୍ବାନୁମାନ କରିହେବ

ଚିକିତ୍ସା ବିଜ୍ଞାନରେ ଚିନ୍ତାର କାରଣ ସାଜିଥିବା ଅନ୍ୟତମ ପ୍ରମୁଖ ରୋଗ ହେଲା କ୍ୟାନ୍‌ସର ବା କର୍କଟ ରୋଗ। ଏବେ କେତେକ କ୍ୟାନ୍‌ସର ରୋଗୀ ପ୍ରାରମ୍ଭିକ ଅବସ୍ଥାରେ ଯଦି ଠିକ୍‌ ଚିକିତ୍ସା କରାଇ ନିଅନ୍ତି ତେବେ ଏଥିରୁ ଆରୋଗ୍ୟ ଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ହେଲେ ତାହା ଗୁରୁତର ଅବସ୍ଥାକୁ ଚାଲିଗଲେ ତାହାର ଚିକିତ୍ସା କଷ୍ଟକର। ଅନେକ କ୍ଷେତ୍ରରେ ଏହା ପ୍ରାଣନାଶକ ସାବ୍ୟସ୍ତ ହୋଇଥାଏ। ନିକଟରେ କ୍ୟାନ୍‌ସର ସମ୍ପର୍କିତ ଏକ ରୋଚକ ତଥ୍ୟ ଲୋକଲୋଚନକୁ ଆସିଛି। ଜଣେ ବ୍ୟକ୍ତି କ୍ୟାନ୍‌ସର ଦ୍ୱାରା ଆକ୍ରାନ୍ତ ହେବେ କି ନାହିଁ ତାହା ପାଖାପାଖି ୧୦ ବର୍ଷ ପୂର୍ବରୁ ଜାଣିହେବ। ଏଭଳି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟର କ୍ୟାନ୍‌ସର ବିଜ୍ଞାନୀମାନେ। ଏପରି ବିଷୟବସ୍ତୁ ଉପରେ ହୋଇଥିବା ଗବେଷଣା ସମୟରେ ସେମାନେ କ୍ରୋମୋଜୋମ୍‌ରେ ଥିବା ଟେଲମିଅର ନାମକ ତତ୍ତ୍ୱକୁ ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ‘ଏହି ତତ୍ତ୍ୱ ସନ୍ତୁଳିତ ରହିଲେ କ୍ୟାନ୍‌ସର ଆଶଙ୍କା କମ୍‌ ଥାଏ। ଯଦି ଏହାର ଆକାର ଧୀରେ ଧୀରେ କମିବାକୁ ଲାଗିଲା ତେବେ ଜଣେ ବ୍ୟକ୍ତି କ୍ୟାନ୍‌ସର ଆକ୍ରାନ୍ତ ହେବାର ଅଧିକ ଆଶଙ୍କା ରହିଛି ବୋଲି ଏହି ଗବେଷଣାର ମୁଖ୍ୟ ଡା. ଲା’ ଲିଫେଙ୍ଗ ହୋଉ ପ୍ରକାଶିତ ରିପୋର୍ଟରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳେ ପିଇଲେ ମଲ୍ଲୀ ପତ୍ର ରସ ମିଳିବ ଏସବୁ ଫାଇଦା…

ନିୟମିତ ମଲ୍ଲୀ ପତ୍ର ରସ ଚାମୁଚେ ପିଇଲେ ଅନେକ ଉପକାର ମିଳିଥାଏ। ଏହା କୃମି ନାଶ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଚର୍ମ ରୋଗରେ...

ବୁଦ୍ଧିମତ୍ତା ବଢ଼ାଏ ଫଳମୂଳ

ତଟକା ଫଳମୂଳ ଆମ ଶରୀର ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ବିଶେଷଭାବରେ ଏହାକୁ ଯଦି ଆମେ ବ୍ରେକଫାଷ୍ଟରେ ସାମିଲ କରିବା ତେବେ ତାହାର...

ଘରେ ଛୋଟପିଲାଙ୍କୁ ଏକୁଟିଆ ଛାଡୁଛନ୍ତି କି? ଏ ସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ…

ଆଧୁନିକ ଜୀବନଶୈଳୀରେ ଅଧିକାଂଶ ମାତାପିତା କର୍ମଜୀବୀ। ଏପରି କି ମାତ୍ରାଧିକ ପରିବାର ଛାଡ଼ି ବାହାରେ ନିଜ ପିଲାଙ୍କ ସହ ରହିବାକୁ ପସନ୍ଦ କରିଥାଆନ୍ତି। ତେବେ କର୍ମଜୀବୀ...

ବ୍ରେନ୍‌ ଷ୍ଟ୍ରୋକ୍‌

”ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଆମ ଦେଶରେ ମୃତ୍ୟୁର ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ବ୍ରେନ ଷ୍ଟ୍ରୋକ୍‌। ଆମ ଦେଶର ରାଜ୍ୟଗୁଡ଼ିକ ମଧ୍ୟରେ ପଶ୍ଚିମ...

ଏପରି ଲକ୍ଷଣ ଜଣାଇଦିଏ ହାର୍ଟ ଆଟାକ୍‌ର ପୂର୍ବ ସୂଚନା…

ହାର୍ଟ ଆଟାକ୍‌ କ୍ଷେତ୍ରରେ କେତେକ ସାଧାରଣ ଲକ୍ଷଣ ଦେଖାଯାଇଥାଏ। ସେ ସମ୍ପର୍କରେ ଜାଣନ୍ତୁ… -ଛାତିରେ ଯନ୍ତ୍ରଣା: ହାର୍ଟ ପମ୍ପିଂରେ ବାଧା ଯୋଗୁ ଏହା ହୋଇଥାଏ। -ବାରମ୍ବାର...

ଟିପ୍ସ: ହୋଲିରେ ଲାଗିବେ ଖାସ୍‌

ହୋଲି ଖେଳିବାର ମଜା ହିଁ କିଛି ନିଆରା। କିନ୍ତୁ କେବଳ ହୋଲି ଖେଳିଲେ ତ ହେବନାହିଁ, ଏହି ଖାସ୍‌ ଦିନରେ ଟିକେ ସ୍ପେଶାଲ୍‌ ଦେଖାଯିବା ବି...

ଦଲିଆ କେକ୍‌

ଆବଶ୍ୟକ ସାମଗ୍ରୀ- ଦଲିଆ- ୩,୪ କପ୍‌, ସୁଜି- ୧/୪ କପ୍‌, ପରିବା(ଗାଜର, ବିନ୍ସ, ମଟର)- ୧ କପ୍‌, ଅଦା ପେଷ୍ଟ ୧ ଚାମଚ, କଞ୍ଚାଲଙ୍କା ୧ଟି...

ଶୀତଦିନେ ଶରୀର ପାଇଁ ଉପକାରୀ ଲବଙ୍ଗ ଚା’

ଶୀତଦିନେ ଲବଙ୍ଗ ଚା’ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଲବଙ୍ଗରେ ପସଫରସ, ପୋଟାସିୟମ, ପ୍ରୋଟିନ, ଆଇରନ, କ୍ୟାଲସିୟମ, ହାଇଡ୍ରୋକ୍ଲୋରିକ ଏସିଡ ଭରପୂର ମାତ୍ରାରେ...

Play 250+ Trending Games
Archives

Model This Week

Why Dharitri