କ୍ୟାନସର ଆଶଙ୍କା ହ୍ରାସ କରେ ପିଆଜ, ରସୁଣ

ପିଆଜ, ରସୁଣ ଏବଂ ପିଆଜ ପ୍ରଜାତିର ବିଭିନ୍ନ ପରିବା ସେବନ ଦ୍ୱାରା ଉଦର ଏବଂ ମଳାଶୟ କ୍ୟାନସର୍‌ ଆଶଙ୍କା ହ୍ରାସ ପାଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାର ନିଷ୍କର୍ଷରୁ ଏହା ଜଣାପଡ଼ିଛି। ଆହାର ନାଳର ତଳ ଭାଗରେ ଥିବା ଉଦର ଏବଂ ମଳାଶୟ କ୍ୟାନସର୍‌କୁ କୋଲୋରେକ୍ଟଲ କ୍ୟାନସର୍‌ କୁହାଯାଏ। ଏସିଆ ପେସିଫିକ୍‌ ଜର୍ଣ୍ଣାଲ୍‌ ଅଫ୍‌ କ୍ଲିନିକାଲ୍‌ ଅନ୍‌କୋଲଜିରେ ପ୍ରକାଶିତ ଏହି ଗବେଷଣାରୁ ଜଣାପଡ଼ିଛି, ପିଆଜ ପ୍ରଜାତିର ପରିବା ସେବନ କରୁଥିବା ବୟସ୍କଙ୍କ ମଧ୍ୟରେ କୋଲୋରେକ୍ଟଲ କ୍ୟାନସର୍‌ ଆଶଙ୍କା ୭୯ ପ୍ରତିଶତ ହ୍ରାସ ପାଇଥାଏ। ଚାଇନା ମେଡିକାଲ୍‌ ୟୁନିଭର୍ସିଟିର ଫରେଷ୍ଟ୍ରି ହସ୍ପିଟାଲ୍‌ର ଗବେଷକ ଝି ଲି’ଙ୍କ ମତରେ ଗବେଷଣାରୁ ଦେଖିବାକୁ ମିଳିଛି, ପିଆଜ କିମ୍ବା ପିଆଜ ଷଣ୍ଢା ସେବନ ଦ୍ୱାରା ଅନ୍ୟ ପରିବା ଅପେକ୍ଷା ଶରୀରକୁ ରୋଗ ଭୟ କମ୍‌ ଥାଏ। ବିଶେଷକରି କ୍ୟାନସର୍‌ ଭଳି ଦୂରାରୋଗ୍ୟ ରୋଗର ଆଶଙ୍କା ହ୍ରାସ ପାଇଥାଏ। ଗବେଷଣାର ମୁଖ୍ୟ ଲକ୍ଷ୍ୟ ଥିଲା, ପରିବର୍ତ୍ତିତ ଜୀବନଶୈଳୀରେ କୋଲୋରେକ୍ଟଲ୍‌ କ୍ୟାନସର୍‌ର ପ୍ରାରମ୍ଭିକ ସ୍ତରରୁ ରୋକ ଲଗାଇବା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, କୋଲୋରେକ୍ଟଲ୍‌ କ୍ୟାନସର୍‌ ର୍ବମାନ ବିଶ୍ୱରେ ସାଧାରଣ ରୋଗ ପାଲଟିଲାଣି। ୨୦୧୮ରେ ଏହି ରୋଗର ୧୮ ଲକ୍ଷ ମାମଲା ସାମ୍ନାକୁ ଆସିଥିଲା। ଯେଉଁଥିରୁ ୮,୬୨,୦୦୦ ଜଣଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ ! କରୋନା ପରେ ବି ଆସିପାରେ ଭୟଙ୍କର ସଂକ୍ରମଣ: ଆମିଷଠାରୁ ଦୂରେଇ ରହିବା ହୋଇପାରେ ଆବଶ୍ୟକ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ଯୋଗୁ...

ଆପଣଙ୍କ ନାମ ଏହି ୪ ଅକ୍ଷରରୁ ଆରମ୍ଭ କି? ପାଇବେ ମନଲାଖି ଜୀବନସାଥୀ, ଇର୍ଷା କରିବେ ଅନେକ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନାମର ପ୍ରଥମ ଅକ୍ଷରର ମାନ୍ୟତା ଅଧିକ। ହିନ୍ଦୁ ଧର୍ମରେ ଜାତକ ଅନୁଯାୟୀ ନାମକରଣ କରାଯାଇଥାଏ। ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ବଭାବ, କ୍ୟାରିୟର...

ପାଖରେ ରହୁନାହିଁ କି ଟଙ୍କା? ଜାଣନ୍ତୁ ଚଞ୍ଚଳା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ନେଇ କ’ଣ କୁହନ୍ତି ଚାଣକ୍ୟ

ଜଣେ ଶ୍ରେଷ୍ଠ ବିଦ୍ୱାନ ହେବା ସହ ଦକ୍ଷ ଅର୍ଥନୀତିଜ୍ଞ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ଜଣେ ବ୍ୟକ୍ତି ଜୀବନରେ ଅର୍ଥର ମହତ୍ୱକୁ ସେ ବୁଝିଥିଲେ। ସେ କୁହନ୍ତି,...

ମଧୁମେହରୁ ମୁକ୍ତି ଦିଏ ମେଥିପାଣି

ଆୟୁର୍ବେଦରେ ମେଥିକୁ ସ୍ବାସ୍ଥ୍ୟ ଉପକାରୀ କୁହାଯାଇଥାଏ। ଅନ୍ୟପକ୍ଷରେ ଏହାକୁ ରୋଷେଇ ସମୟରେ ମଧ୍ୟ ମସଲା ରୂପେ ବ୍ୟବହାର କରାଯାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀଙ୍କ...

ଶୀତଦିନେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିଲେ ଅସମୟରେ ଅନେକ ରୋଗ ଆମକୁ କବଳିତ କରେ। ଏଥିରୁ ମୁକ୍ତି ପାଇବା ପାଇଁ ରୋଗ ପ୍ରତିରୋଧକ...

ସ୍ପିନ୍‌ଅଚ୍‌ କଟେଜ୍‌ ଚିଜ୍‌ ରୋଲ୍‌ ମଖନୀ

ସମ୍ବଲପୁର ଜିଲା ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ବଢ଼ିଛି । ଏହାସହ ଅନେକ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠୁଛି । ହୋଟେଲ ଶିଳ୍ପ ମଧ୍ୟ...

ଇୟର ବଡ୍‌

ସାଧାରଣତଃ କାନ ସଫା କରିବା ପାଇଁ ଆମେ ଇୟର ବଡ୍‌ ବ୍ୟବହାର କରିଥାଉ। ହେଲେ ଏ ସମୟରେ କେତୋଟି ଦିଗ ପ୍ରତି ସତର୍କ ରହିବାକୁ ପଡ଼ିଥାଏ।...

ଜାଣନ୍ତୁ ବର୍ଷାଦିନେ କିଭଳି ନେବେ ଗଛର ଯତ୍ନ

ଋତୁ ଅନୁସାରେ ଆମକୁ ଗଛର ଯତ୍ନନେବାକୁ ପଡ଼ିଥାଏ। ତେବେ ବର୍ଷାଦିନେ କିଭଳି ଯତ୍ନନେବା ଜାଣନ୍ତୁ ସେ ସମ୍ପର୍କରେ… . ବର୍ଷାଦିନେ ଜୈବିକ ସାର ପ୍ରୟୋଗ କରନ୍ତୁ।...

Advertisement
Archives

Model This Week