କ୍ଷମା ମାଗିଲେ ମୋଦି

ନୂଆଦିଲ୍ଲୀ,୨୯।୩: କରୋନା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ଦେଶ ଏକ ପ୍ରକାର ଠପ୍‌ ହୋଇ ଯାଇଛି। ଲକ୍‌ ଡାଉନକୁ ୫ ଦିନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କରୋନା ସମ୍ପର୍କରେ କଥା ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି। ମୋଦି କହିଛନ୍ତି ଏମିତି କିଛି ନିଷ୍ପତ୍ତି ନେବାକୁ ପଡିଛି ଯାହା ଫଳରେ ଆପଣମାନଙ୍କ ସାଧାରଣ ଜୀବନଯାତ୍ରାରେ ବହୁ ଅସୁବିଧା ଉପୁଜିଛି। ବିଶେଷ କରି ଲକ୍‌ଡାଉନ୍‌ ସମୟରେ ଗରିବମାନେ ଯେଉଁଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେଥିପାଇଁ ମୁଁ କ୍ଷମା ମାଗୁଛି। କିନ୍ତୁ କରୋନା ମଣିଷର ମୃତ୍ୟୁକୁ ଚାହିଁ ବସିଥିବା ବେଳେ ଏଭଳି ନିଷ୍ପତ୍ତି ନେବା ଜରୁରୀ ହୋଇପଡିଛି। ଆପଣମାନେ ମୋ ଉପରେ ରାଗିଥିବେ ଅବା ଅଭିମାନ କରିଥିବେ ହେଲେ ଦେଶବାସୀଙ୍କୁ କରୋନା ମହାମାରୀଠାରୁ ବଞ୍ଚାଇ ରଖିବାକୁ ଏଭଳି ନିଷ୍ପତ୍ତି ନେବା ଜରୁରୀ ହୋଇପଡିଛି ବୋଲି ମୋଦି ରବିବାର ତାଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ କହିଛନ୍ତି। କରୋନା ମୁକାବିଲା ସମୟରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ ଯେଉଁଭଳି ଭାବେ ସେବା ଯୋଗାଇଛନ୍ତି ତା’ର ଖୁବ୍‌ ପ୍ରଶଂସା କରିଛନ୍ତି ମୋଦି। କରୋନା ସହ ଲଢିବାକୁ ହେଲେ ଆମକୁ ଘର ଭିତରେ ବନ୍ଦ ହୋଇ ରହିବା ସହ ସକରାତ୍ମକ ଚିନ୍ତାଧାରା ପୋଷଣ କରିବା ଜରୁରୀ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁର କିଛି ପ୍ରମାଣ ମିଳିଛି, ଡିସିପି କହିଲେ ମୋବାଇଲରୁ…

କଟକ,୧୭ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କଟକ ଡିସିପି ଖିଲାରୀ ଋଷିକେଶ ଆଉ ଏକ ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି, ଡିଜିଟାଲ ପ୍ରମାଣ…

ବଡ଼ ଖୁଲାସା କଲେ ଆମିର ଖାନ୍‌: 3 idiots ସୋନମ ୱାଙ୍ଗଚୁକଙ୍କ ଉପରେ ଆଧାରିତ ନୁହେଁ, ଜାଣନ୍ତୁ କ’ଣ କହିଲେ…

ମୁମ୍ବାଇ: ଶିକ୍ଷାବିତ୍‌ ତଥା ସମାଜସେବୀ ସୋନମ ୱାଙ୍ଗଚୁକ ୨୦ ଦିନ ହେବ ଦିଲ୍ଲୀର ଯନ୍ତର ମନ୍ତରଠାରେ ଅନଶନରେ ବସିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଓଜନ ମଧ୍ୟ…

ବଡ଼ ରେକର୍ଡ କଲେ ରୋହିତ-କୋହଲି ଯୋଡ଼ି: ୯୪ ବର୍ଷ ଦିନିକିଆ କ୍ରିକେଟ୍‌ ଇତିହାସରେ…

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି, ରୋହିତ ଶର୍ମା ଏବଂ ବିରାଟ କୋହଲି, ଅନ୍ତର୍ଜାତୀୟ କ୍ରିକେଟରେ ଏକ ଏପରି ସଫଳତା ହାସଲ କରିଛନ୍ତି ଯାହା ପ୍ରତ୍ୟେକ…

ଅବସର ନେବେ ନାହିଁ ରୋହିତ ଶର୍ମା! ‘ହିଟମ୍ୟାନ’ଙ୍କୁ ନେଇ ଏମିତି କହିଦେଲେ କୋଚ

ନୂଆଦିଲ୍ଲୀ,୧୭।୭: ଦ୍ୱିତୀୟ ଦିନିକିଆରେ ପୁଣି ଥରେ ବିଫଳ ହେବା ପରେ, ତୃତୀୟ ମ୍ୟାଚ ରୋହିତ ଶର୍ମାଙ୍କ ଶେଷ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ…

ଦେଶରେ ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କେତେ ଖାସ୍‌ ଏହି ଟ୍ରେନ୍‌

ନୂଆଦିଲ୍ଲୀ,୧୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶରେ ନିର୍ମିିତ ପ୍ରଥମ ହାଇଡ୍ରୋଜେନ୍‌ ଫ୍ୟୁଏଲ ସେଲ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ଭାରତ…

ଆନ୍ଧ୍ରପ୍ରଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ୪, ହାଇ ଆଲର୍ଟରେ…

ଅମରାବତୀ,୧୭।୭: ଆନ୍ଧ୍ରରେ ମାଡୁଛି କରୋନା ଭାଇରସ୍ । ରାଜ୍ୟ ସ୍ୱାସ୍ଥ୍ୟ କମିଶନର ଜି. ବୀରାପାଣ୍ଡିଆନ୍ କହିଛନ୍ତି ଯେ ଜୁନ୍ ୨୬ ରୁ ଜୁଲାଇ ୧୬ ମଧ୍ୟରେ ରାଜ୍ୟରେ…

ବଙ୍ଗୋପସାଗରରେ ବୁଡ଼ିଗଲା ଦୁଇ ଡଙ୍ଗା; ୫୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ,୧୭।୭: ମ୍ୟାନମାରରୁ ଯାଇଥିବା ୫୦୦ ରୁ ଅଧିକ ଲୋକ ସମୁଦ୍ରରେ ନିଖୋଜ ହେବାର ଆଶଙ୍କା କରାଯାଉଛି। ଖରାପ ପାଗ ଯୋଗୁ ମ୍ୟାନମାର ଉପକୂଳ ନିକଟରେ ଦୁଇଟି ଡଙ୍ଗା…

ସୋନମ ୱାଙ୍ଗଚୁକଙ୍କ ବିସ୍ଫୋରକ ବୟାନ, ‘ପଦଯାତ୍ରା ସଫଳ ନ ହେଲେ, ମୁଁ ଭୂତ ହୋଇ…’

ନୂଆଦିଲ୍ଲୀ,୧୭।୭: NEET ପେପର ଲିକ୍‌ ଏବଂ ପରୀକ୍ଷା ପ୍ରଣାଳୀରେ ହୋଇଥିବା କଥିତ ଅନିୟମିତତା ପ୍ରତିବାଦରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଅନଶନ ଶୁକ୍ରବାର ୨୦ତମ ଦିନରେ ପ୍ରବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri