କ୍ଷମତାକୁ ଆସିଲେ ଭାଜପା ନିଯୁକ୍ତି ସୁଯୋଗ ବଢାଇବ

ଆନନ୍ଦପୁର,୧୯।୪(ସ୍ବ.ପ୍ର.)- କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର କେନ୍ଦୁଝର ଜିଲା ଗସ୍ତରେ ଆସି ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ଏବଂ କେନ୍ଦୁଝର ଏମ୍‌ପି ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କରିଛନ୍ତି। ସେ କେନ୍ଦ୍ରୀୟ ଯୋଜନା ରୂପାୟନରେ ରାଜ୍ୟରେ ବିଜେଡି ସରକାର ଅସହଯୋଗ କରୁଥିବା ଅଭିଯୋଗ କରିବା ସହ କଂଗ୍ରେସକୁ ଟାର୍ଗେଟ କରି ବକ୍ତବ୍ୟ ରଖିଥିଲେ। ଶାଳପଡା ପଡିଆଠାରେ ଅନୁଷ୍ଠିତ ସଭାରେ କେନ୍ଦ୍ର ମନ୍ତ୍ରୀ ଗଡକରୀ ଭାଜପା ଉଭୟ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାକୁ ଆସିଲେ ଶିଳ୍ପାୟନ ଜରିଆରେ ବେକାର ଯୁବତୀଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ବୋଲି କହିଥିଲେ।

ଏକ ନିର୍ବାଚନୀ ସଭାରେ ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହ ସଭାପତିତ୍ୱ କରିଥିଲେ। ଭାଜପା ଜିଲା ସଭାପତି ରାଧା ମହାନ୍ତ, ପୂର୍ବତନ ବିଧାୟକ ରାଧାକାନ୍ତ ସ୍ବାଇଁ, ପୂର୍ବତନ ଆନନ୍ଦପୁର ପୌରାଧ୍ୟକ୍ଷ ରାମଚନ୍ଦ୍ର ସାହୁ, ଜିଲା ଭାଜପା ଉପସଭାପତି ଗୋଲଖ ଯେନା, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁମତୀ ଯେନା, ସମ୍ପାଦିକା ଅସୀମା ମିଶ୍ର, ରାଜ୍ୟ ଭାଜପା ସମ୍ପାଦିକା ରଶ୍ମିରେଖା ଦାସ, ହେମନ୍ତ ମଲ୍ଲିକ, ଟୁକୁନା ମହାନ୍ତ, ବିଚିତ୍ର ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବରିଷ୍ଠ ଭାଜପା ନେତାମାନେ ପରିବର୍ତ୍ତନର ପ୍ରସଙ୍ଗ ଉଠାଇ ରାଜ୍ୟରେ ବିଜେଡି ସରକାରଙ୍କୁ ବଦଳାଇବା ସକାଶେ ଉପସ୍ଥିତ ଜନତାଙ୍କୁ ନିବେଦନ କରିଥିଲେ। ଘସିପୁରା ଭାଜପା ବିଧାୟକ ପ୍ରାର୍ଥୀ ପୃଥ୍ବୀରାଜ କୁଅଁର କଂଗ୍ରେସ ଓ ବିଜେଡିକୁ ପ୍ରତ୍ୟାଖ୍ୟାନ କରି ଦେଶରେ ଡବଲ ଇଞ୍ଜିନ୍‌ ସରକାର ଚଳାଇବା ପାଇଁ ଭାଜପା ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ। କେନ୍ଦୁଝର ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକ ଆନନ୍ଦପୁର ଓ ଘସିପୁରାର ଭାଜପା ବିଧାୟକ ପ୍ରାର୍ଥୀମାନଙ୍କୁ ଭୋଟ ଦେବା ଲାଗି ନିବେଦନ କରିବା ସହ ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ।

ମଧ୍ୟାହ୍ନ ୧୨ ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନୀ ସାଧାରଣ ସଭାରେ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କୁ ଦେଖିବା ପାଇଁ ଲୋକଙ୍କ ସମାଗମ ହୋଇଥିଲା। ହେଲେ ମନ୍ତ୍ରୀ ଗଡକରୀ ବହୁ ବିଳମ୍ବରେ ଆସି ଅପରାହ୍ନ ସାଢେ ୩ଟାବେଳେ ନିର୍ବାଚନୀ ସଭାରେ ପହଞ୍ଚିଥିଲେ। ସେତେବେଳକୁ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରି ସିଟ୍‌ ଛାଡି ପଳାଇଯାଇଥିଲେ। ଏଣୁ କେନ୍ଦ୍ର ମନ୍ତ୍ରୀ ଅଳ୍ପ କେଇମିନିଟ୍‌ ଭାଷଣ ଦେଇ  ବକ୍ତବ୍ୟ ଶେଷ କରିଥିଲେ।

ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହେବା ଏବଂ ସଭାରେ ରାଜ୍ୟ ଭାଜପାର ଜଣେ ସମ୍ପାଦିକା ତାଙ୍କ ଭାଷଣରେ ଦଳର ପ୍ରାର୍ଥୀଙ୍କ ନାମ କହିବାବେଳେ ତ୍ରୁଟି କରିବା ଦଳୀୟ କର୍ମୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।  ସେ ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠୀଙ୍କ ପରିବର୍ତ୍ତେ ଭାଜପା ଛାଡି ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଭାଗୀରଥି ସେଠୀଙ୍କ ନାମ ଭୁଲବଶତଃ ଉଚ୍ଚାରଣ କରିଥିଲେ, ଯାହାକୁ ନେଇ ସଭାରେ ଗୁଞ୍ଜରଣ ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ତରକାରୀ ରାନ୍ଧି ନ ଦେବାରୁ ମାଆଙ୍କୁ ତଣ୍ଟି ଚିପି ହତ୍ୟା କଲା ପୁଅ

ବାଲେଶ୍ୱର,୧୭।୭: କଥାରେ ଅଛି ରାଗ ମଣିଷର ବଡ଼ ଶତ୍ରୁ। ଆଉ ଏହି ରାଗ ହ୍ରିଂସ ରୂପ ଧାରଣ କଲେ ନିଜ ଜନ୍ମକଲା ମାଆକୁ ବି ଚିହ୍ନିପାରେନି।...

ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା

ବାଲେଶ୍ୱର,୧୬।୭: ଚଳିତ ବର୍ଷ ବାଲେଶ୍ବରରେ ହେବନି ମହରମ ଶୋଭାଯାତ୍ରା । କୌଣସି ସାହି କିମ୍ବା ବସ୍ତିରୁ ବାହାରିବନି ଜୁଲୁସ। ଶାନ୍ତି ଶୃଙ୍ଖଳାରେ ମହରମ ସାରିବାକୁ ପୋଲିସ...

ପୁଅ ମୃତ୍ୟୁ ଖବର ଶୁଣି ଆଖି ବୁଜିଲେ ବାପା

ନୀଳଗିରି,୧୫ା୭(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା କେପି ଲାଖରାଜ ପଞ୍ଚାୟତର ଚଣ୍ଡୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଋଣ ଚିନ୍ତାରେ ଗୋଟିଏ ପରିବାରର...

ବରଣମାଳା ଦେବାକୁ ମନ୍ଦିର ଯାଉଥିଲେ ପ୍ରେମୀଯୁଗଳ, ବାଟରେ ପ୍ରେମିକାଙ୍କୁ…

ଭୋଗରାଇ,୧୨ା୭(ପ୍ରଦୀପ ଦାସ): ମନ୍ଦିରରେ ବରଣମାଳା ଦେଇ ବିବାହ କରିବାକୁ ଆସୁଥିଲେ ପ୍ରେମୀଯୁଗଳ। ମାତ୍ର ନିୟତିର ନିୟମ ଥିଲା ଅଲଗା। ବସ୍‌ ପଛରେ ସ୍କୁଟିଟି ପିଟି ହୋଇଯିବାରୁ...

ବାପାଙ୍କୁ ହତ୍ୟା କରି ପୋତି ଦେଇଥିଲା ପୁଅ: ୨୩ ଦିନ ପରେ ଧରିଲା ପୋଲିସ

ସିମୁଳିଆ,୧୧।୭(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଗରସଙ୍ଗ ଅଞ୍ଚଳର ପିତୃହତ୍ୟାକାରୀ ପୁଅ ରମେଶ ଚନ୍ଦ୍ର ବେହେରାକୁ ୨୩ଦିନ ପରେ ପୋଲିସ...

ବର୍ଷା ଅଭାବରୁ ପଡିପାରୁନି ତଳି: ବିଲରେ ଚରୁଛନ୍ତି ଗୋରୁ

ଜଳେଶ୍ୱର, ୧୦।୭(ରବିନାରାୟଣ ପାତ୍ର): ଚଳିତବର୍ଷ ଅଭାବୀ ବର୍ଷା ଯୋଗୁ ଖରିଫ ଧାନଚାଷ ଆଗେଇ ପାରିନାହିଁ। ଗତ ୩ମାସରେ ୭୩୪ ମି.ମି. ବର୍ଷା ହେବାକୁ ଥିବା ବେଳେ...

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧୨ ଲକ୍ଷ ଲୁଟି ନେଲେ

ଖଇରା,୯।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧିନ ବର୍ତ୍ତନାସ୍ଥିତ ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ବନ୍ଧୁକ ଦେଖାଇ ପେଟ୍ରୋଲ କର୍ମଚାରୀଙ୍କ ନିକଟରୁ ୧୨ଲକ୍ଷ ଲୁଟି ନିଆଯିବା...

ସ୍କୁଲକୁ ଯାଉଥିବା ବେଳେ ପିଟିଦେଲା ଟ୍ରାକ୍ଟର, ଛିଟିକି ପଡ଼ି ଆଖି ବୁଜିଲେ ଛାତ୍ରୀ

ବାଲେଶ୍ୱର ଅଫିସ,୯।୭ (ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବାଲିଆପାଳ ଥାନା ମହାବଳ ଛକରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କଲେଜ ଯାଉଥିବା ଜଣେ ଛାତ୍ରୀଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri