କ୍ରୋମାଇଟ ପରିବହନକୁ ଶ୍ରମିକଙ୍କ ବିରୋଧ

କାଳିଆପାଣି,୨୦।୪(ଡିଏନଏ):  ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ସାରୁଆବିଲ ଖଣିରୁ କ୍ରୋମାଇଟ ପରିବହନକୁ ଶ୍ରମିକମାନେ ବିରୋଧ କରି ବନ୍ଦ କରିଦେଇଛନ୍ତି। ମିଶ୍ରିଲାଲ ଖଣିର ଲିଜ ଅବଧି ୩୧ମାର୍ଚ୍ଚ ୨୦୨୦ରୁ ସରିଥିବାବେଳେ ଏବେ ଅନ୍ୟ ଏକ କମ୍ପାନୀ ହାତକୁ ମାଲିକାନାସତ୍ୱ ଚାଲିଯାଇଛି। ଏପରିସ୍ଥଳେ ଦୀର୍ଘ ବର୍ଷ ହେବ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସମସ୍ତ ପ୍ରାପ୍ୟ ନ ଦେଇ ଖଣି କର୍ତ୍ତୃପକ୍ଷ ପୂର୍ବରୁ ଗଚ୍ଛିତ ରହିଥିବା କ୍ରୋମାଇଟ ପରିବହନ କରିବାକୁ ସୋମବାର ଉଦ୍ୟମ କରିଥିଲେ। ଶ୍ରମିକମାନେ ଏହା ଜାଣିବା ପରେ ପରିବହନକୁ ବନ୍ଦ କରିଥିଲେ। ଗୋଟିଏ ପଟେ ଶ୍ରମିକମାନେ ଚାକିରି ହରାଇଥିବାବେଳେ ଅନ୍ୟପଟେ ପାଇବାକୁ ଥିବା ପ୍ରାପ୍ୟ ହରାଉଥିବାରୁ ପରିବାର ପ୍ରତିପୋଷଣ କିପରି କରିବେ ତାହା ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଖଣି କର୍ତ୍ତୃପକ୍ଷଙ୍କ ଏପରି ଶ୍ରମିକମାରଣା ନୀତି ଯୋଗୁ ଶ୍ରମିକ ମହଲରେ ଅଶାନ୍ତି ବଢିବାରେ ଲାଗିଛି। ସୁକିନ୍ଦା ୱାର୍କର୍ସ ୟୁନିୟନର ଖଣି ସମ୍ପାଦକ ଶଙ୍କର ସିଦ୍ଧୁ, ସହସମ୍ପାଦକ ରମାକାନ୍ତ ମହାନ୍ତ, କାର୍ଯ୍ୟକାରୀ କମିଟି ସଭ୍ୟ ସନାତନ ଦାସ, ସୁବାସ ଦାସ, ପଦନ ସିଂ ପ୍ରମୁଖ ସୋମବାର କମ୍ପାନୀକୁ ଏ ସମ୍ପର୍କରେ ଦାବି ଜଣାଇବା ସହ ଯେଉଁ ପର୍ଯ୍ୟନ୍ତ ସମସ୍ତ ଦାବି ପୂରଣ ନ ହୋଇଛି ପରିବହନ କରିବାକୁ ଦିଆଯିବ ନାହିଁ ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମତାମତ ପାଇଁ ଖଣି ନିର୍ଦ୍ଦେଶକ ସିଦ୍ଧାର୍ଥ ଜୈନଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟାଏ ବର୍ଷାରେ ବେହାଲ ଭୁବନେଶ୍ୱର

ଭୁବନେଶ୍ୱର, ୨୯।୩ (ବ୍ୟୁରୋ): ବର୍ଷା ଜଳ ନିଷ୍କାସନ ଏବେ ରାଜଧାନୀବାସୀଙ୍କ ମୁଖ୍ୟ ସମସ୍ୟା ହୋଇଥିବାବେଳେ ବିଏମ୍‌ସି ପାଇଁ ମୁଣ୍ଡବିନ୍ଧା ପାଲଟିଛି। ଭୁବନେଶ୍ୱରକୁ ୧ ନମ୍ବର କରିବା...

‘ପାଣି ଏଠି ଜୀବନ ନୁହେଁ, ଜହର’

ବିନିକା,୨୮ା୬(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତିଲେଇମାଳ ଗାଁ। ଏହି ରାଜସ୍ବ ଗ୍ରାମର ଲୋକସଂଖ୍ୟା ୪ଶହ। ମୁଖ୍ୟତଃ ପଛୁଆ ବର୍ଗ ଏବଂ...

ଶୁଦ୍ଧିକ୍ରିୟା ପାଇଁ ରାଶନ କାର୍ଡ ବନ୍ଧା ପଡ଼ିବା ଘଟଣା: ତଦନ୍ତ ପାଇଁ ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଞ୍ଚଳର ଦଳିତ ମହିଳା ରେବତୀ ବେହେରା ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ଦଲାଲ ନିକଟରେ ରାଶନ କାର୍ଡ ବନ୍ଧା ପକାଇ...

କେସିଙ୍ଗାର ୧ ନଂ ଜୋନ୍‌ରେ ବିଜେଡି ଆଗୁଆ

କେସିଙ୍ଗା,୨୬ା୨(ଡି.ଏନ୍‌.ଏ.): କଳାହାଣ୍ଡି କେସିଙ୍ଗା ବ୍ଲକର ୧ ନଂ ଜୋନ୍‌ରେ ଶନିବାର ଭୋଟ୍‌ ଗଣତି ଆରମ୍ଭ ହୋଇଛି। ଏହି ଗଣତିରେ ବିଜେଡି ପ୍ରାର୍ଥିନୀ ଦୀପାଞ୍ଜଳି ସାହୁ ୩୧୬୫...

ବାପା-ପୁଅଙ୍କୁ ଛୁରାମାଡ଼, ନାବାଳକଙ୍କ ସମେତ ୩ ଅଟକ

ପୁରୁଷୋତ୍ତମପୁର,୧୧ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ପାରିବାରିକ ସମ୍ପତ୍ତିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଛୁରାମାଡ଼ ହୋଇଥିଲା। ଏଥରେ...

ଶ୍ରୀଜଗନ୍ନାଥଙ୍କ ଟଙ୍କା ଫେରାଇ ଆଣିବାକୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର,୧୪।୩ (ବ୍ୟୁରୋ): ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରି ଗୁରୁତର ଆର୍ଥତ୍କ ସଙ୍କଟରେ ଥିବା ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ଜମା ରହିଥିବା...

୧୧ କେଜିରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ : ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୧୦ା୮ : ଖୋର୍ଦ୍ଧା ଜିଲା ଆଦର୍ଶ ଥାନା ପୋଲିସ ଶନିବାର ଜୟମଙ୍ଗଳ ଛକରୁ ୧୧ କେଜି ୮୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହା...

ବିଦ୍ୟୁତ ଆଘାତରେ ଶ୍ୱଶୁର, ଜ୍ୱାଇଁ ମୃତ

ଦଶପଲ୍ଲା,୧୮।୫(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ତୁମାଣ୍ଡି ପଞ୍ଚାୟତ ନରାଜପଡ଼ା ବାଲିସାହି ଗ୍ରାମରେ ଶୁକ୍ରବାର ବିଦ୍ୟୁତ ଆଘାତରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ...

Advertisement
Archives

Model This Week