କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଭଞ୍ଜନଗର ବନ୍ଦ ଡାକରା

ଭଞ୍ଜନଗର,୧୮।୫(ଡି.ଏନ.ଏ)-ଭଞ୍ଜନଗର ଓଏସ୍‌ଆରଟିସି ଜୋନରୁ ସମସ୍ତ ବସ୍‌ ଅନ୍ୟ ଜୋନକୁ ସ୍ଥାନାନ୍ତର ପାଇଁ ପ୍ରଶାସନ କଡା ଆଭିମୁଖ୍ୟ ଆପଣାଇଛି। ବସ୍‌ ସ୍ଥାନାନ୍ତର ସମୟରେ ବିବାଦ ଉପୁଜିବା ଆଶଙ୍କାରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଶୁକ୍ରବାର ଭଞ୍ଜନଗର ପୋଲିସର ସହାୟତା ନେଇଛନ୍ତି। ଅପରପକ୍ଷେ ବସ୍‌ ନଛାଡିବା ପାଇଁ ଆନ୍ଦୋଳନରତ ଅସ୍ଥାୟୀ କର୍ମଚାରୀମାନେ ଓଏସଆରଟିସି ବସ୍‌ ଡିପୋ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏଥିସହ ସନ୍ଧ୍ୟାରେ ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କୁ ନେଇ ବୈଠକ ହୋଇଥିଲା। ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତି ପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଥିଲା। ଏଥିରେ ଆସନ୍ତା ମଙ୍ଗଳବାର ଦିନ ଭଞ୍ଜନଗର ବନ୍ଦ ଡାକରା ଦିଆଯାଇଛି। ଶନିବାର ସହରରେ ଏକ ଶୋଭାଯାତ୍ରା କରାଯିବ। ଅପରପେକ୍ଷ ଆନ୍ଦୋଳନରେ ସାମିଲ ୨ଜଣ କର୍ମଚାରୀ ଶୁକ୍ରବାର ଦିନ ୧ଟାରେ ଅଶୁଂଘାତର ଶିକାର ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। କ୍ରିୟାନୁଷ୍ଠାନ କମିଟିରେ ସଂଘର ସଭାପତି ବଟକୃଷ୍ଣ ପଣ୍ଡା, ଆଇନଜୀବୀ ଏମ୍‌. ତାଜ୍‌. ଆଦେନୀ, ସୋମନାଥ ନାୟକ, ଅଭିମନ୍ୟୁ ଗୌଡ, ଅଶୋକ ଜେନା, ମୁରଲି ପଣ୍ଡା, ସନ୍ତୋଷ ନାୟକ, ସୁଶାନ୍ତ ମହାପାତ୍ର, ଡି. ଚେଲପତି ରାଓ, ହରିକୃଷ୍ଣ ସାହୁ, ମନୋଜ ପଟ୍ଟନାୟକ, ସନ୍ତୋଷ ତିଆଡି ପ୍ରମୁଖ ଥିଲେ।ପ୍ରକାଶ ଯେ, ଭଞ୍ଜନଗର ଓଏସ୍‌ଆରଟିସି ଜୋନ୍‌ ବିଗତ ୭ମାସ ହେବ କ୍ଷତିରେ ଚାଲିଥିଲା। ତେଣୁ କର୍ମଚାରୀଙ୍କୁ ଦରମା ବାବଦକୁ ପ୍ରାୟ ୫୪ଲକ୍ଷ ଟଙ୍କା ପ୍ରଦାନ କରାଯାଇ ପାରିନଥିଲା। ଏହାର ପ୍ରତିବାଦରେ କର୍ମଚାରୀମାନେ ବିଗତ ଏକ ସପ୍ତାହ ହେବ ଆନ୍ଦୋଳନକୁ ଓହ୍ଲାଇଥିଲେ। ଫଳରେ ଏଠାରୁ ଯାଉଥିବା ସମସ୍ତ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ ହୋଇଯାଇଥିଲା। ତେଣୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଠାରେ ଥିବା ୨୨ଟି ବସ୍‌ ମଧ୍ୟରୁ ସଚଳ ଥିବା ୧୮ ବସ୍‌କୁ ରାଜ୍ୟର ବିଭିନ୍ନ ଜୋନ୍‌କୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତି ନେଇଥିଲେ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତି ଦ୍ୱାରା ଅନେକ କର୍ମଚାରୀ ନିଯୁକ୍ତି ହରାଇବା ସହ କେତକ ରୁଟ୍‌ରେ ବସ୍‌ ସେବା ସମ୍ପୁର୍ଣ୍ଣ ବନ୍ଦ ହୋଇଯିବା ପରିସ୍ଥିତି ଦେଖାଦେଇଛି। ଏନେଇ ଅସ୍ଥାୟୀ ବସ୍‌ କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନର ସହଯୋଗ ଲୋଡାଯାଇଥିଲା। ଅନେକ ଅନୁଷ୍ଠାନ ଆନ୍ଦୋଳନକୁ ସମର୍ଥନ ଜଣାଇ ସାମିଲ ହୋଇଛନ୍ତି। ଶୁକ୍ରବାର ଜିଲା ଶ୍ରମ ଅଧିକାରୀ ଧାରଣାସ୍ଥଳରେ ପହଞ୍ଚତ୍ ସମସ୍ୟାର ସମାଧାନ ପାଇଁ ଚେଷ୍ଠା କରିଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ। ଏହାପରେ ଅପରାହ୍ନରେ ବ୍ରହ୍ମପୁରରୁ ଓଏସ୍‌ଆରଟିସିର ଜଣେ ଅଧିକାରୀ ୨ଜଣ ଡ୍ରାଇଭରଙ୍କୁ ଧରି ଆସିଛନ୍ତି ଏହି ଜୋନରୁ ୨ଟି ବସ୍‌ ନେବାପାଇଁ। ଯାହାକୁ ନେଇ ବିବାଦ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?