କ୍ରିସ୍‌ମାସ୍‌ରେ ମାତ୍ର ଶହେ ଟଙ୍କାରେ ଦିଅନ୍ତୁ ଏହି ଉପହାର

ଖ୍ରୀଷ୍ଟଧର୍ମାଲମ୍ବିଙ୍କ ବଡ଼ ପର୍ବ ହେଉଛି କ୍ରିସ୍‌ମାସ୍‌। ଡିସେମ୍ବର ୨୫ରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ବଡ଼ଦିନ ଭାବେ ପାଳନ କରାଯାଇଥାଏ। ଏହି ପର୍ବକୁ ଦେଶ ଓ ବିଦେଶରେ ବହୁ ଉତ୍ସାହର ସହ ପାଳନ କରାଯାଇଥାଏ। ଆଉ ମାତ୍ର କିଛି ଘଣ୍ଟା ପରେ ଏହି ଉତ୍ସବ ଘରେ ଘରେ ପାଳନ କରାଯିବ। ଏଥିପାଇଁ ମଲ୍‌, ଚର୍ଚ୍ଚ, ସ୍କୁଲ ଓ ଘରେ ସମସ୍ତ ସାଜସଜ୍ଜା ଓ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅବସରରେ ଲୋକମାନେ ନିଜ ସମ୍ପର୍କୀୟ ଓ ସାଙ୍ଗମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁନ୍ଦର ସୁନ୍ଦର ଉପହାର ମଧ୍ୟ ଦେଇଥାନ୍ତି। ପ୍ରାୟ ସମୟରେ ଦେଖିବାକୁ ମିଳେ ଗୋପନୀୟ ଭାବେ ସାନ୍ତାକ୍ଲଜ୍‌ ଆସି ସମସ୍ତଙ୍କୁ ନିଜେ ଲୁଚାଇ ରଖିଥିବା ଉପହାରଗୁଡିକ ଦେଇଥାନ୍ତି। ତେବେ କ୍ରିସ୍‌ମାସ୍‌ ହେଉ ବା ଅନ୍ୟ କୌଣସି ପର୍ବ ନିଜ ସମ୍ବର୍କୀୟଙ୍କୁ ଉପହାର ଦେବା ପାଇଁ ଆମେ ସବୁବେଳେ ଚିନ୍ତିତ ଥାଉ। କେଉଁ ଉପହାର ଦେଲେ ପସନ୍ଦ ଆସିବ ଏବଂ ଆମ ବଜେଟରେ ବି ଆସୁଥିବ। ତେବେ ଆସନ୍ତୁ ଜାଣିବା ଏହି ଅବସରରେ ମାତ୍ର ଶହେ ଟଙ୍କାରେ ମିଳୁଥିବା ମହଙ୍ଗା ଉପହାର ବିଷୟରେ।


ଚକୋଲେଟ୍‌: ଚକୋଲେଟ୍‌ ଏଭଳି ଏକ ଜିନିଷ ଯାହା ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଆଉ ଏହା ଆପଣଙ୍କ ବଜେଟରେ ବି ଆସିଥାଏ। ଶହେ ଟଙ୍କାରୁ ଆରମ୍ଭ କରି ଅଧିକ ମୂଲ୍ୟ ଥିବା ଚକୋଲେଟ୍‌ ବଜାରରେ ଉପଲବ୍ଧ ହେଉଛି। ଏହାକୁ ମଧ୍ୟ ଆପଣ ଉପହାର ଭାବେ ଭେଟି ଦେଇପାରିବେ।


ଟେଡି ବିୟର: ଟେଡି ବିୟର କେବଳ ଝିଅମାନଙ୍କୁ ନୁହେଁ ବରଂ ମହିଳାମାନଙ୍କୁ ମଧ୍ୟ ଆକର୍ଷିତ କରିଥାଏ। ଆପଣ ଏହାକୁ ମଧ୍ୟ ଉପହାରରେ ଦେଇପାରିବେ। ଏହାକୁ ବଜାରରୁ କିମ୍ବା ଅନ୍‌ଲାଇନ୍‌ରେ ଶହେ ଟଙ୍କା ବା ଊର୍ଦ୍ଧ୍ୱ ଟଙ୍କାରେ କିଣିପାରିବେ। ଛୋଟଠାରୁ ଆରମ୍ଭ କରି ବଡ଼ ବଡ଼ ଟେଡି ବିୟର ବଜାରରେ ମିଳୁଛି।


ଫ୍ରାଗ୍ରାନ୍ସ ବର୍ନର ବା ସୁଗନ୍ଧିତ କ୍ୟାଣ୍ଡେଲ: ଆଜିକାଲି ଫ୍ରାଗ୍ରାନ୍ସ ବର୍ନର ବା ସୁଗନ୍ଧିତ କ୍ୟାଣ୍ଡେଲର ଚାହିଦା ଅଧିକ ରହିଛି। ନିଜ ଘରେ ସୁସ୍ଥ ବାତାବରଣ ପାଇଁ ଏହାକୁ ବ୍ୟବହାର କରିବା ସହ ଉପହାର ମଧ୍ୟ ଦେଇପାରିବେ। ଏହା ରୋମାଣ୍ଟିକ ଅନୁଭବ କରାଇଥାଏ। ଏହି ଉପହାର ଆପଣଙ୍କ ବଜେଟରେ ମଧ୍ୟ ଆସିଯିବ।


କ୍ଲିପ୍‌ ଲାଗିଥିବା ଝାଲର: ବଜାରରେ ଆଜିକାଲି କ୍ଲିପ୍‌ ଲାଗିଥିବା ଝାଲର ଉପଲବ୍ଧ ହେଉଥିବା ବେଳେ ଯୁବବର୍ଗଙ୍କ ମଧ୍ୟରେ ଏହାର କ୍ରେଜ୍‌ ମଧ୍ୟ ରହିଛି। ଏଥିରେ ଆପଣ ସାଙ୍ଗ, ପରିବାର ଓ ପାର୍ଟନର ସହ ବିତାଇଥିବା ସୁନ୍ଦର ମୁହୂର୍ତ୍ତକୁ ଫଟୋ ଜରିଆରେ ସଜେଇପାରିବେ। ଏହାକୁ ଆପଣ ଅନ୍‌ଲାଇନ୍‌ରେ କିଣିପାରିବେ ଅଥବା ଘରେ ବି ତିଆରି କରିପାରିବେ। ଏହି ଉପହାର ପାଇଁ ଆପଣଙ୍କୁ ପକେଟ୍‌ ଖାଲି ମଧ୍ୟ କରିବାକୁ ପଡ଼ିବ ନାହିଁ ଏବଂ ବଜେଟରେ ବି ଆସିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?