କ୍ରିସ୍‌ମାସ୍‌ରେ ମାତ୍ର ଶହେ ଟଙ୍କାରେ ଦିଅନ୍ତୁ ଏହି ଉପହାର

ଖ୍ରୀଷ୍ଟଧର୍ମାଲମ୍ବିଙ୍କ ବଡ଼ ପର୍ବ ହେଉଛି କ୍ରିସ୍‌ମାସ୍‌। ଡିସେମ୍ବର ୨୫ରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ବଡ଼ଦିନ ଭାବେ ପାଳନ କରାଯାଇଥାଏ। ଏହି ପର୍ବକୁ ଦେଶ ଓ ବିଦେଶରେ ବହୁ ଉତ୍ସାହର ସହ ପାଳନ କରାଯାଇଥାଏ। ଆଉ ମାତ୍ର କିଛି ଘଣ୍ଟା ପରେ ଏହି ଉତ୍ସବ ଘରେ ଘରେ ପାଳନ କରାଯିବ। ଏଥିପାଇଁ ମଲ୍‌, ଚର୍ଚ୍ଚ, ସ୍କୁଲ ଓ ଘରେ ସମସ୍ତ ସାଜସଜ୍ଜା ଓ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅବସରରେ ଲୋକମାନେ ନିଜ ସମ୍ପର୍କୀୟ ଓ ସାଙ୍ଗମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁନ୍ଦର ସୁନ୍ଦର ଉପହାର ମଧ୍ୟ ଦେଇଥାନ୍ତି। ପ୍ରାୟ ସମୟରେ ଦେଖିବାକୁ ମିଳେ ଗୋପନୀୟ ଭାବେ ସାନ୍ତାକ୍ଲଜ୍‌ ଆସି ସମସ୍ତଙ୍କୁ ନିଜେ ଲୁଚାଇ ରଖିଥିବା ଉପହାରଗୁଡିକ ଦେଇଥାନ୍ତି। ତେବେ କ୍ରିସ୍‌ମାସ୍‌ ହେଉ ବା ଅନ୍ୟ କୌଣସି ପର୍ବ ନିଜ ସମ୍ବର୍କୀୟଙ୍କୁ ଉପହାର ଦେବା ପାଇଁ ଆମେ ସବୁବେଳେ ଚିନ୍ତିତ ଥାଉ। କେଉଁ ଉପହାର ଦେଲେ ପସନ୍ଦ ଆସିବ ଏବଂ ଆମ ବଜେଟରେ ବି ଆସୁଥିବ। ତେବେ ଆସନ୍ତୁ ଜାଣିବା ଏହି ଅବସରରେ ମାତ୍ର ଶହେ ଟଙ୍କାରେ ମିଳୁଥିବା ମହଙ୍ଗା ଉପହାର ବିଷୟରେ।


ଚକୋଲେଟ୍‌: ଚକୋଲେଟ୍‌ ଏଭଳି ଏକ ଜିନିଷ ଯାହା ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଆଉ ଏହା ଆପଣଙ୍କ ବଜେଟରେ ବି ଆସିଥାଏ। ଶହେ ଟଙ୍କାରୁ ଆରମ୍ଭ କରି ଅଧିକ ମୂଲ୍ୟ ଥିବା ଚକୋଲେଟ୍‌ ବଜାରରେ ଉପଲବ୍ଧ ହେଉଛି। ଏହାକୁ ମଧ୍ୟ ଆପଣ ଉପହାର ଭାବେ ଭେଟି ଦେଇପାରିବେ।


ଟେଡି ବିୟର: ଟେଡି ବିୟର କେବଳ ଝିଅମାନଙ୍କୁ ନୁହେଁ ବରଂ ମହିଳାମାନଙ୍କୁ ମଧ୍ୟ ଆକର୍ଷିତ କରିଥାଏ। ଆପଣ ଏହାକୁ ମଧ୍ୟ ଉପହାରରେ ଦେଇପାରିବେ। ଏହାକୁ ବଜାରରୁ କିମ୍ବା ଅନ୍‌ଲାଇନ୍‌ରେ ଶହେ ଟଙ୍କା ବା ଊର୍ଦ୍ଧ୍ୱ ଟଙ୍କାରେ କିଣିପାରିବେ। ଛୋଟଠାରୁ ଆରମ୍ଭ କରି ବଡ଼ ବଡ଼ ଟେଡି ବିୟର ବଜାରରେ ମିଳୁଛି।


ଫ୍ରାଗ୍ରାନ୍ସ ବର୍ନର ବା ସୁଗନ୍ଧିତ କ୍ୟାଣ୍ଡେଲ: ଆଜିକାଲି ଫ୍ରାଗ୍ରାନ୍ସ ବର୍ନର ବା ସୁଗନ୍ଧିତ କ୍ୟାଣ୍ଡେଲର ଚାହିଦା ଅଧିକ ରହିଛି। ନିଜ ଘରେ ସୁସ୍ଥ ବାତାବରଣ ପାଇଁ ଏହାକୁ ବ୍ୟବହାର କରିବା ସହ ଉପହାର ମଧ୍ୟ ଦେଇପାରିବେ। ଏହା ରୋମାଣ୍ଟିକ ଅନୁଭବ କରାଇଥାଏ। ଏହି ଉପହାର ଆପଣଙ୍କ ବଜେଟରେ ମଧ୍ୟ ଆସିଯିବ।


କ୍ଲିପ୍‌ ଲାଗିଥିବା ଝାଲର: ବଜାରରେ ଆଜିକାଲି କ୍ଲିପ୍‌ ଲାଗିଥିବା ଝାଲର ଉପଲବ୍ଧ ହେଉଥିବା ବେଳେ ଯୁବବର୍ଗଙ୍କ ମଧ୍ୟରେ ଏହାର କ୍ରେଜ୍‌ ମଧ୍ୟ ରହିଛି। ଏଥିରେ ଆପଣ ସାଙ୍ଗ, ପରିବାର ଓ ପାର୍ଟନର ସହ ବିତାଇଥିବା ସୁନ୍ଦର ମୁହୂର୍ତ୍ତକୁ ଫଟୋ ଜରିଆରେ ସଜେଇପାରିବେ। ଏହାକୁ ଆପଣ ଅନ୍‌ଲାଇନ୍‌ରେ କିଣିପାରିବେ ଅଥବା ଘରେ ବି ତିଆରି କରିପାରିବେ। ଏହି ଉପହାର ପାଇଁ ଆପଣଙ୍କୁ ପକେଟ୍‌ ଖାଲି ମଧ୍ୟ କରିବାକୁ ପଡ଼ିବ ନାହିଁ ଏବଂ ବଜେଟରେ ବି ଆସିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖ୍ରୀଷ୍ଟମାସ ରଙ୍ଗରେ ସଜେଇ ହେଇ ଉଡ଼ାଣ କଲା ବିମାନ

ଆଜି ଚାରିଆଡ଼େ ଖ୍ରୀଷ୍ଟମାସର ପରିବେଶ। ସମସ୍ତେ ନିଜ ନିଜ ଶୈଳୀରେ ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି। ବଡ଼ଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇବା...

ଦାଢ଼ିରେ ଖ୍ରୀଷ୍ଟମାସ ଘଣ୍ଟି ବାନ୍ଧି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଆପଣ ନିଶ୍ଚିତ ଅନେକ ବିଶ୍ୱ ରେକର୍ଡ ବିଷୟରେ ଜାଣିଥିବେ। କଠିନ ପରିଶ୍ରମ, ଦୀର୍ଘ ବର୍ଷର ଅଭ୍ୟାସ କରି ଲୋକେ ସୁନାମ ଅର୍ଜନ କରନ୍ତି।  ଠିକ୍‌ ସେମିତି...

କୃଷି ଆଇନକୁ ନେଇ କଂଗ୍ରେସର ପ୍ରଦର୍ଶନ: ସାମିଲ ହେଲେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୧୫ ।୧: କେନ୍ଦ୍ରର ନୂଆ କୃଷି ଆଇନକୁ ନେଇ ଏବେ କଂଗ୍ରେସ ଅଣ୍ଟା ଭିଡିଛି । ବିଦେଶ ଗସ୍ତରୁ ଫେରିବା ପରେ କଂଗ୍ରେସ ନେତା ରାହୁଲ...

ଭାଙ୍ଗିବ ଶତାବ୍ଦୀର ପରମ୍ପରା, କେମ୍ବ୍ରିଜ୍ ଖ୍ରୀଷ୍ଟମାସ ଗୀତର ହେବନାହିଁ ସିଧା ପ୍ରସାରଣ

ୱାଶିଂଟନ,୨୪ ।୧୨: ଖ୍ରୀଷ୍ଟମାସ ବା ବଡଦିନର ପୂର୍ବ ସନ୍ଧ୍ୟାରେ କେମ୍ବ୍ରିଜର ପ୍ରସିଦ୍ଧ ଗାୟକ ମଣ୍ଡଳୀଙ୍କ ଲାଇଭ୍ ସଙ୍ଗିତ ଚଳିତ ବର୍ଷ ବିଶ୍ୱବାସୀ ଶୁଣିବାରୁ ବଞ୍ଚିତ ହେବେ...

ସାନିଟାଇଜର ବାଣ୍ଟିଲେ ସାଣ୍ଟା

ମୁମ୍ବାଇ,୧୯ା୧୨: ମୁମ୍ବାଇରେ ସାଣ୍ଟା ସାନିଟାଇଜର ବାଣ୍ଟୁଛନ୍ତି। ସାଣ୍ଟା କ୍ଲଜ୍‌ ପୋଷାକଧାରୀ ଜଣେ ବ୍ୟକ୍ତି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଲକ୍ଷ୍ମୀ ଚୌକ୍‌ ଏରିଆରେ ଲୋକଙ୍କୁ ସାନିଟାଇଜର...

କିଏ ସେହି ସାନ୍ତା କ୍ଲଜ୍‌, ଯାହାଙ୍କୁ ପିଲାମାନେ ଆଗ୍ରହର ସହ ଅପେକ୍ଷା କରିଥାନ୍ତି

ବଡଦିନ ଆସିଲେ ସାନ୍ତା କ୍ଲଜ୍‌ କଥା ମନେପଡେ। ବଡଦିନର ଅନ୍ୟ ଏକ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ସାନ୍ତା କ୍ଲଜ। ଖାସ୍‌ ଭାବେ ପିଲାଙ୍କ ମଧ୍ୟରେ ଏହି...

ନିୟନ୍ତ୍ରଣ ରେଖାରେ ଯବାନ ପାଳିଲେ ବଡ଼ଦିନ: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଶ୍ରୀନଗର,୨୫।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନମାନେ ବଡ଼ଦିନ ପାଳନ କରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯବାନମାନେ ଜିଙ୍ଗଲ୍‌...

କ୍ରିସ୍‌ମାସ ପାଇଁ ପ୍ରସ୍ତୁତ ବେଥଲହମ

ବେଥଲହମ,୨୪।୧୨: ପ୍ରଭୁ ଯୀଶୁଙ୍କ ଜନ୍ମସ୍ଥାନ କୁହାଯାଉଥିବା ବେଥଲହମ କ୍ରିସ୍‌ମାସ ପାଇଁ ବିଶ୍ୱବାସୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ସାରିଲାଣି। ଇସ୍ରାଏଲ କବଜାରେ ଥିବା ଓ୍ବେଷ୍ଟ ବ୍ୟାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri