Posted inଖେଳ

କ୍ରିକେଟ ଖେଳିନାହାନ୍ତି, ତଥାପି ବିଶ୍ୱ କ୍ରିକେଟରେ ତାଙ୍କ କ୍ରେଜ୍‌ ଅଧିକ

ସୁଧୀର କୁମାର ଗୌତମ ଜୀବନରେ ବ୍ୟାଟ କିମ୍ବା ବଲ ଧରି ନ ଥିଲେ ମଧ୍ୟ ଭାରତୀୟ କ୍ରିକେଟରେ ଏକ ପରିଚିତ ନାମ। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପ୍ରବଳ ସମର୍ଥକ ଭାବେ ସୁଧୀର ଗୌତମ ସାରା ବିଶ୍ବରେ ପ୍ରସିଦ୍ଧ। ସଚିନଙ୍କୁ ଈଶ୍ବରଙ୍କ ପରି ପୂଜା କରିଥାଆନ୍ତି ସୁଧୀର। ୨୦୦୦ ପରଠାରୁ ବିଶ୍ବରେ ଏପରି କୌଣସି କ୍ରିକେଟ ମ୍ୟାଚ ନାହିଁ; ଯେଉଁଥିରେ ସଚିନ ତେନ୍ଦୁଲକର ଖେଳିଛନ୍ତି ଏବଂ ଯାହା ଦେଖିବା ପାଇଁ ସୁଧୀର ସେଠାକୁ ଯାଇନାହାନ୍ତି। ମୁଣ୍ଡର କେଶକୁ ଭାରତୀୟ ମାନଚିତ୍ର ଆକାରରେ କାଟି; ସାରା ଶରୀରରେ ରଙ୍ଗ ମାଖି ସେଥିରେ ସଚିନ ତେନ୍ଦୁଲକରଙ୍କ ନାମ ଓ ତାଙ୍କ ସାର୍ଟ ନମ୍ବର ୧୦ ଲେଖି ମ୍ୟାଚ ବେଳେ ସୁଧୀର ଗୌତମ ଷ୍ଟାଡିୟମରେ ହାଜର ହୋଇଯାଆନ୍ତି। ଭାରତୀୟ ଜାତୀୟ ପତାକା ଧରି ଶଙ୍ଖ ଫୁଙ୍କିବା ଦେଖିବାକୁ ମିଳିଥାଏ। ପ୍ରକୃତରେ ସୁଧୀରଙ୍କ ପରି କ୍ରିକେଟ ପ୍ରଶଂସକ ବିଶ୍ବରେ ବିରଳ। ବିଶ୍ବର ଅନେକ ସଂସ୍ଥା କ୍ରୀଡ଼ାବିତ୍ଙ୍କୁ ପୁରସ୍କାର ଦେଉଥିବା ବେଳେ ଇଣ୍ଡିଆନ ସ୍ପୋର୍ଟସ ଫ୍ୟାନ (ଆଇଏସଏଫ) ନାମକ ସଂସ୍ଥା କ୍ରୀଡ଼ା ପ୍ରଶଂସକଙ୍କୁ ପୁରସ୍କୃତ କରିବାକୁ ଆଗେଇ ଆସିଛି।
ଏହି କ୍ରମରେ ସୁଧୀର କୁମାର ଗୌତମଙ୍କୁ ‘ଗ୍ଲୋବାଲ ଫ୍ୟାନ ପୁରସ୍କାର’ ଦେବାକୁ ଆଇଏସଏଫ ଘୋଷଣା କରିଛି। ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ କ୍ରିକେଟ ବିଶ୍ବକପ ସମୟରେ ମାଞ୍ଚେଷ୍ଟରରେ ଏକ ସ୍ବତନ୍ତ୍ର ଉତ୍ସବରେ ସୁଧୀର କୁମାର ଗୌତମଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ପାଇବାରେ ସୁଧୀର ବିଶ୍ବର ପ୍ରଥମ ପ୍ରଶଂସକ ବିବେଚିତ ହୋଇଥିଲେ। ପୁରସ୍କାର ପାଇବାକୁ ମନୋନୀତ ହେବା ପରେ ସୁଧୀର ଗୌତମ କହିଛନ୍ତି, ଦୀର୍ଘ ୧୮ ବର୍ଷରେ ୩୧୯ଟି ଦିିନିକିଆ, ୬୬ଟି ଟେଷ୍ଟମ୍ୟାଚ, ୭୩ଟି ଟ୍ବେଣ୍ଟି୨୦, ୬୮ଟି ଆଇପିଏଲ ମ୍ୟାଚ ଓ ୩ଟି ରଣଜୀ ଟ୍ରଫି ମ୍ୟାଚ ପରେ ଏବେ ମନେକରୁଛି ଯେ କ୍ରୀଡ଼ା ପ୍ରଶଂସକ ଭାବେ ମୋ ଜୀବନ ସାର୍ଥକ ହୋଇଛି। ମୋ ପାଇଁ ଏହା ସହଜ ନିଷ୍ପତ୍ତି ନଥିଲା। ଏହି ପୁରସ୍କାରକୁ ମୋର ଈଶ୍ବର, ମୋର ପ୍ରେରଣା ଏବଂ ଯାହାଙ୍କ ଯୋଗୁଁ ମୋତେ ବିଶ୍ବରେ ପରିଚୟ ମିଳିଛି; ସାର୍‌ ସଚିନ ତେନ୍ଦୁଲକରଙ୍କୁ ଉତ୍ସର୍ଗ କରୁଛି। ସୂଚନାଯୋଗ୍ୟ; ବିହାରର ଏକ ଛୋଟ ଗ୍ରାମର ବାସିନ୍ଦା ସୁଧୀର ଗୌତମ ସଚିନଙ୍କ ପ୍ରେମରେ ଘର ଛାଡ଼ିଥିଲେ। ଦୀର୍ଘ ୧୮ ବର୍ଷ ହେଲା ସୁଧୀରଙ୍କୁ କ୍ରିକେଟ ପଡ଼ିଆରେ ଦେଖିବାକୁ ମିଳୁଛି। ଆନ୍ତର୍ଜାତିକ କ୍ରିକେଟରୁ ସଚିନ ତେନ୍ଦୁଲକରଙ୍କ ଅବସର ପରେ ମଧ୍ୟ ସେ ଏହି ମୋହ ଛାଡ଼ି ପାରିନାହାନ୍ତି। ଏବେ ବି ସୁଧୀରଙ୍କୁ ଭାରତ ଖେଳୁଥିବା ମ୍ୟାଚରେ ଷ୍ଟାଡିୟମରେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଣ୍ଟାରେ ଲାଗିଛି ଆଘାତ: ଜାତୀୟ କ୍ରୀଡାରେ ଭାଗ ନେଇ ପାରିବେନି ନୀରଜ

ନୂଆଦିଲ୍ଲୀ,୯।୯: ଜୁରିଚରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ପ୍ରଥମ ସ୍ଥାନ ଅଧିକାର କରି ଇତିହାସ ରଚିଥିଲେ ନୀରଜ ଚୋପ୍ରା। ହେଲେ ଏହା ପରେ ତାଙ୍କ ଅଣ୍ଟାରେ...

‘ଆମର ଲକ୍ଷ୍ୟ ଚଳିତ ବର୍ଷ ବିଶ୍ୱକପ ଜିତିବା’

ମୁମ୍ବାଇ,୩।୧: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ମଙ୍ଗଳବାର ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେଉଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ...

ଟିମ୍‌ ଇଣ୍ଡିଆର ସଫଳତା ପଛର କାରଣ କହିଲେ କୋହଲି

ଅହମ୍ମଦାବାଦ,୩।୩ : ଭାରତୀୟ ଦଳର ସଫଳତା ପଛର କାରଣ ବୁଧବାର ସ୍ପଷ୍ଟ କରିଛନ୍ତି ଅଧିନାୟକ ବିରାଟ କୋହଲି। ଆମେ କଦାପି ପିଚ୍‌କୁ ସମାଲୋଚନା କରୁନାହିଁ। ପିଚ୍‌ରେ...

ଶ୍ରୀଲଙ୍କାର ଲଢୁଆ ବ୍ୟାଟିଂ, ୬ ୱିକେଟରେ ବିଜୟୀ…

ଦୁବାଇ, ୬।୯ : ଏସିଆ କପ୍‌-୨୦୨୨ ଟି-୨୦ ମ୍ୟାଚର ସୁପର ଫୋର୍‌ ଏ-୧ ଏବଂ ବି-୧ ମ୍ୟାଚ୍‌ରେ ମଙ୍ଗଳବାର ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲାରେ...

ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଅନୁଗୋଳ ଅଫିସ, ୨୬ା୧୨ : ଅନୁଗୋଳ ଜିଲା କ୍ରିକେଟ ସଂଘର ରୌପ୍ୟ ଜୟନ୍ତୀ ଅବସରରେ ଆୟୋଜିତ ସର୍ବଭାରତୀୟ ଅନୁଗୋଳ କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ...

ରବି ଶାସ୍ତ୍ରୀ ଅବିଶ୍ୱସନୀୟ; ସେ ରାଗିବେ, ପୁଣି କିଭଳି ଭଲ ଖେଳିବ କହିବେ: ଗାଭାସ୍କର

ନୂଆଦିଲ୍ଲୀ,୨୫।୪: ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ରାଷ୍ଟ୍ରୀୟ କ୍ରିକେଟ୍‌ କୋଚ୍‌ ରବି ଶାସ୍ତ୍ରୀଙ୍କ ଭୂରି ପ୍ରଶଂସା କରିଛନ୍ତି। ଯୁବ କ୍ରିକେଟରଙ୍କୁ ଖରାପ ସମୟରେ ପ୍ରେରଣା...

ଫେଡରରଙ୍କୁ ହରାଇଲେ ନାଡାଲ

ପ୍ୟାରିସ, ୭ା୬-ସ୍ପେନର ଷ୍ଟାର ଖେଳାଳି ରାଫାଲ ନାଡାଲ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଏଠାରେ ସେ...

ଫାଇନାଲରେ ଇଣ୍ଡିଆ କ୍ୟାପିଟାଲ୍ସ

ଯୋଧପୁର,୩ା୧୦(ପି.ଟି.): ଲିଜେଣ୍ଡ୍ସ ଲିଗ୍‌ ଟି-୨୦ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି ଇଣ୍ଡିଆ କ୍ୟାପିଟାଲ୍ସ। ପ୍ରଥମ କ୍ୱାଲିଫାୟରରେ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚରେ...

Advertisement
Archives

Model This Week