କ୍ରାନ୍ତିକାରୀ ସମ୍ବତ୍ସର ୧୯୩୬ ଓ ଭଗବତୀଚରଣ

ସମୟ ସ୍ଥିର ନୁହେଁ, ଗତିଶୀଳ। କାଳର ଅସ୍ଥିରତା ଭିତରେ କେବେ କେବେ ଏପରି ଏକ ସମ୍ବତ୍ସରର ଆବିର୍ଭାବ ଘଟେ, ଯାହା କାଳକାଳକୁ ମାନବ-ଚିନ୍ତନର କୀର୍ତ୍ତିକଳସ ସ୍ଥାପନ କରିଯାଏ। ବିଂଶ ଶତାବ୍ଦୀର ଚତୁର୍ଥ ଦଶକର ମଧ୍ୟଭାଗ ଅର୍ଥାତ୍‌ ୧୯୩୬ରେ ଶୁଭିଥିଲା ଓଡ଼ିଶାରେ ଏପରି ଏକ କାଳଖଣ୍ଡର ପଦଧ୍ୱନି, ଯାହା ଓଡ଼ିଆ ସାହିତ୍ୟ ଓ ରାଜନୀତିର ଘଟଣାଚକ୍ରକୁ ବଦଳାଇ ଏକ କ୍ରାନ୍ତିକାରୀ ନବଯୁଗର ସୂତ୍ରପାତ କରିଥିଲା। ନାନା କାରଣରୁ ଓଡ଼ିଶାର ସମାଜ, ରାଜନୀତି, ଦର୍ଶନ ଓ ସାହିତ୍ୟରେ ଦଶକର ସବୁଠୁଁ ସ୍ମରଣୀୟ ସମ୍ବତ୍ସର ହେଉଛି ୧୯୩୬। ଏହି ସମ୍ବତ୍ସରରେ ସଂଘଟିତ ସାରସ୍ବତ ଓ ରାଜନୈତିକ ଘଟଣାପ୍ରବାହର ଅନୁପେକ୍ଷ ସୂତ୍ରଧର ଥିଲେ ଭଗବତୀଚରଣ ପାଣିଗ୍ରାହୀ। ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ଜନଜୀବନର ସୁଷ୍ଠୁ, ପ୍ରତିବଦ୍ଧ ଭିତ୍ତି ନିର୍ମାଣ ଏହି ଯୁଗପୁରୁଷଙ୍କ ସମର୍ପିତ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇଥିଲା।
୧୯୩୬ ମେ ପହିଲାଦିନ ଭଗବତୀଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲା ‘ଆଧୁନିକ’ ପତ୍ରିକା। ପତ୍ରିକାର ପ୍ରକାଶକ ଥିଲେ ଢେଙ୍କାନାଳ ପ୍ରଜାମଣ୍ଡଳ ଆନ୍ଦୋଳନର ଅଦ୍ୱିତୀୟ ନେତା ବୀର ବୈଷ୍ଣବ ପଟ୍ଟନାୟକଙ୍କ ବଡ଼ଭାଇ ଉଦୟନାଥ ପଟ୍ଟନାୟକ। ପ୍ରକାଶନସ୍ଥଳୀ ଥିଲା ‘ନବଭାରତ’ ପ୍ରେସ୍‌ ଓ ‘ଆଧୁନିକ’ର ଲେଖା ଯୋଗାଡ଼, ପ୍ରେସ୍‌ କପି ପ୍ରସ୍ତୁତି, ପ୍ରୁଫ୍‌ ସଂଶୋଧନ ଆଦିର ଦାୟିତ୍ୱରେ ଥିଲେ ଯଶସ୍ବୀ କବି ଅନନ୍ତ ପଟ୍ଟନାୟକ। ଡଗରପଡ଼ା, କଟକ ଥିଲା ଆଧୁନିକର ଠିକଣା। କ୍ରାଉନ୍‌ ୧/୪ ସାଇଜ୍‌ର ୪୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିର ମାତ୍ର ୬ଟି ସଂଖ୍ୟା ପ୍ରକାଶ ପାଇଥିଲା। ପ୍ରଥମ ଭାଗର ପ୍ରଥମ ପୃଷ୍ଠା ୧ରୁ ଆରମ୍ଭ ହୋଇ ଶେଷ ସଂଖ୍ୟାର ପୃଷ୍ଠା ଥିଲା ୨୯୧। ଅର୍ଥାତ୍‌ ‘ଆଧୁନିକ’ର ସବୁଯାକ ସଂଖ୍ୟାର କଳେବର ମାତ୍ର ୨୯୧ ପୃଷ୍ଠା ଥିଲା ଓ ଏତିକିରେ ଏହା ଏକ ନୂଆ ଯୁଗର ବାର୍ତ୍ତାବହ ହେବାର ଗୌରବ ଅର୍ଜନ କରିଥିଲା। ‘ନବଭାରତ’ରେ ‘ଆଧୁନିକ’ ପତ୍ରିକାର ଆବିର୍ଭାବ ନେଇ ଯେଉଁ ବିଜ୍ଞାପନଟି ପ୍ରକାଶ ପାଇଥିଲା, ତା’ର ୭ଟି ଧାଡ଼ିର ଉଲ୍ଲେଖ ମଧ୍ୟରୁ ମୁଖ୍ୟ ଦୁଇଟି ଧାଡ଼ି ଥିଲା- ‘ଓଡ଼ିଆ ପତ୍ରିକା ରାଜ୍ୟରେ ଯୁଗାନ୍ତର’, ‘ଧ୍ୱଂସ କରିବ ଅସାହିତ୍ୟର ଘୃଣ୍ୟ ଆବର୍ଜନା’। ଅର୍ଥାତ୍‌ ଉଦ୍ଦେଶ୍ୟହୀନ, ହଯବରଳ ସାହିତ୍ୟର ‘ଆଧୁନିକ’ ହେବ ଅଂତକ ଓ ଏହା ହେବ ନବଯୁଗର ବିଶ୍ୱସ୍ତ ବାର୍ତ୍ତାବହ।
‘ଆଧୁନିକ’ର ପ୍ରଥମ ସଂଖ୍ୟାରେ ଭଗବତୀ ପତ୍ରିକାର ଇସ୍ତାହାର ବାଢ଼ିଦେଇଥିଲେ ଏହିପରି: ”ଆଧୁନିକ କେବଳ ସାହିତ୍ୟ ପାଇଁ ସାହିତ୍ୟ ଚର୍ଚ୍ଚା କରିବାକୁ ଯାଉନାହିଁ। ଓଡ଼ିଶାରେ ପୃଥିବୀ ବ୍ୟାପୀ ଆନ୍ଦୋଳନ ବିଷୟରେ ଚେତନା ଆଣିବା ଏହାର ଲକ୍ଷ୍ୟ।“ ଏହି ଘୋଷଣାରୁ ସ୍ପଷ୍ଟ ହୁଏ ଯେ, ‘ଆଧୁନିକ’ ହେଉଛି ଓଡ଼ିଆ ପତ୍ରିକା ଜଗତରେ ସର୍ବପ୍ରଥମ ଆନ୍ତର୍ଜାତିକ ପୁରୋଦୃଷ୍ଟିର ନାନ୍ଦୀପୀଠ ଓ ଭଗବତୀ ହେଉଛନ୍ତି ଓଡ଼ିଆ ସାହିତ୍ୟରେ ଅନ୍ତର୍ଜାତୀୟ ସାରସ୍ବତ ଜାଗରଣର ଆଦ୍ୟ ପୁରୋଧା। ସ୍ବଦେଶର ସୀମା ଭାଙ୍ଗି ପୃଥିବୀର ବିପୁଳ ଭାବାକାଶରେ ‘ଆଧୁନିକ’ ହିଁ ଥିଲା ପହିଲି ଉଡ଼ାଣର ରୋମାଞ୍ଚକର ସ୍ପର୍ଦ୍ଧା। ଭଗବତୀ ଇସ୍ତାହାରରେ ପୁଣି ଲେଖିଥିଲେ: ”ଆଧୁନିକ ଏପରି ଲେଖାର ପୋଷକତା କରିବ, ଯାହା ମାନବର ମନକୁ କର୍ମତତ୍ପର ହେବା ପାଇଁ ଚଞ୍ଚଳ କରିବ। ଆରାମ ଚୌକିରେ ବସି ପଢ଼ିବା ଯୋଗ୍ୟ ସୂକ୍ଷ୍ମ ସୌଖୀନ ସାହିତ୍ୟ ପାଇଁ ‘ଆଧୁନିକ’ର ସ୍ଥାନ ପ୍ରଶସ୍ତ ନୁହେଁ।“ ଓଡ଼ିଶାରେ ଅନ୍ୟ ପତ୍ରିକାମାନଙ୍କର ସାଧାରଣ ନୀତି ସେତେବେଳେ ଥିଲା ‘ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ’। ମାତ୍ର ‘ଆଧୁନିକ’ର ପରିବର୍ତ୍ତିତ ନୀତି ହେଲା- ‘ବାଡ଼ି ଭାଙ୍ଗିଯାଉ ପଛେ ସାପ ମରୁ।’ ଏଥିରୁ ମନେହୁଏ, ଭଗବତୀ ସାହିତ୍ୟକୁ ପୀଡ଼ିତ ମଣିଷର ଦୁଃଖମୋଚନରେ ଅସ୍ତ୍ର ପରି ବ୍ୟବହାର କରିବାକୁ ଚାହୁଁଥିଲେ। ଏଥିରେ ପ୍ରକାଶିତ ଲେଖାମାନଙ୍କରେ ଥିଲା ସୁପ୍ତମାନବର ଜାଗରଣର ମନ୍ତ୍ର। ଭଗବତୀ ଓ ଅନନ୍ତଙ୍କ ବ୍ୟତୀତ ଏହି ପତ୍ରିକାର ଲେଖକ ଥିଲେ କାଳିନ୍ଦୀଚରଣ ପାଣିଗ୍ରାହୀ, ମୋହିନୀମୋହନ ସେନାପତି, ଗୋପୀନାଥ ମହାନ୍ତି, ବିଶ୍ୱନାଥ ପଶାୟତ, ସରସ୍ବତୀ ପାଣିଗ୍ରାହୀ, ଜଗତ୍‌ବନ୍ଧୁ ମହାପାତ୍ର, ଗୁରୁଚରଣ ପଟ୍ଟନାୟକ, ସଚ୍ଚିଦାନନ୍ଦ ରାଉତରାୟ, ମାୟାଧର ମାନସିଂହ, କୃଷ୍ଣଚନ୍ଦ୍ର କର, ମନମୋହନ ଚୌଧୁରୀ ଓ ପ୍ରତାପ ସେନ ପ୍ରମୁଖ। ମନେରଖିବାର କଥା ଯେ ‘ଆଧୁନିକ’ରେ ପ୍ରକାଶ ପାଇଥିଲା ଭଗବତୀଙ୍କର ପ୍ରସିଦ୍ଧ କ୍ଷୁଦ୍ରଗଳ୍ପ ‘ଶିକାର’, ଗୋପୀନାଥ ମହାନ୍ତିଙ୍କର ପ୍ରଥମ ଗଳ୍ପ ‘ଡଁ’, ଅତନୁ ଛଦ୍ମନାମରେ ଅନନ୍ତ ପଟ୍ଟନାୟକଙ୍କର କାଳଜୟୀ କବିତା ‘ଲୋଡ଼ାନାହିଁ’, ଶ୍ରୀ ଉତ୍କଳୀୟ ଛଦ୍ମନାମରେ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଯୁଗାନ୍ତକାରୀ କବିତା ‘ବିଦାୟ ଭଗବାନ’। ‘ନବଯୁଗ ସାହିତ୍ୟ ସଂସଦ’ ତରଫରୁ ୧୯୩୬ରେ ଅନୁଷ୍ଠିତ ଏକ ସଭାରେ ଜବାହରଲାଲ ନେହେରୁଙ୍କ ଅଭିଭାଷଣଟି ମଧ୍ୟ ‘ଆଧୁନିକ’ର ୬ଷ୍ଠ ବା ଶେଷ ସଂଖ୍ୟାରେ ସ୍ଥାନିତ ହୋଇଥିଲା। ଏହା ଥିଲା ୧୯୩୬ ନିର୍ବାଚନ ଅବକାଶରେ ଜବାହରଙ୍କର ଏକ ରାଜନୈତିକ ଭାଷଣ। ଜବାହର ଏହି ଭାଷଣରେ ସମବେତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଥିଲେ- ”ଯାହା ଆସୁ ପଛେ ପଛଘୁଞ୍ଚା ଦିଅନାହିଁ।“ ‘ଆଧୁନିକ’ ସବୁଦୃଷ୍ଟିରୁ ଥିଲା ମେହନତକାରୀ, କୃଷିଜୀବୀ, ଶ୍ରମିକଶ୍ରେଣୀର ମୂକ ମୁଖରେ ଜାଗୃତିର ଓଁକାର। ଏହାର ଲେଖକମାନେ କଲମର ସୌଦାଗର ନ ଥିଲେ, ଥିଲେ କଲମର ସିପାହି, ‘ଆତ୍ମାର କାରିଗର’।
୧୯୩୬ରେ ଓଡ଼ିଶାରେ ‘କୃଷକ-ସଭା’କୁ ମାଧ୍ୟମ କରି ଯେଉଁ ଜନଜାଗରଣ ଉପକୂଳ-ଓଡ଼ିଶା ଓ ଗଡ଼ଜାତ-ଓଡ଼ିଶାରେ ଯତ୍ରତତ୍ର ଶିଖା ତୋଳି ଉଠିଥିଲା, ସେହି ପ୍ରଦୀପର ଅନିର୍ବାଣ ସଳିତା ଥିଲେ ଭଗବତୀ। ନିଜର ସତୀର୍ଥମାନଙ୍କୁ ନେଇ ଅଭିଯାନର ଆଗଥାଟରେ ଉଭା ଥିଲେ ସେ। ଏହି ବର୍ଷ ଭାରତର ବିଭିନ୍ନ ରାଜ୍ୟରେ ଦାୟିତ୍ୱମୂଳକ ସରକାର ଗଠନ ଲକ୍ଷ୍ୟରେ ଅନୁଷ୍ଠିତ ନିର୍ବାଚନରେ ସେ ଓଡ଼ିଶାର ନେତୃତ୍ୱ ନେଇଥିଲେ। ୬୦ଜଣ ଜନପ୍ରତିନିଧିଙ୍କୁ ନେଇ ଗଠିତ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ଗଞ୍ଜାମ ଭୂଇଁର ନେତା ବିଶ୍ୱନାଥ ଦାଶ। ଏହି ନିର୍ବାଚନ ନାନା ଦୃଷ୍ଟିରୁ ଥିଲା ଏକ କୌତୂହଳପୂର୍ଣ୍ଣ ନିର୍ବାଚନ।ନିର୍ବାଚନ ଫଳାଫଳକୁ ନିଜ ସପକ୍ଷରେ ନେବାପାଇଁ ବ୍ରିଟିଶ୍‌ ସରକାର ଭୋଟରମାନଙ୍କର ଯୋଗ୍ୟତା ନିର୍ଦ୍ଧାରଣ କରିଥିଲେ ଏହିପରି- ଯେଉଁମାନେ ମାଟ୍ରିକ ଓ ତତୋଽଧିକ ଶିକ୍ଷାଗତ ଯୋଗ୍ୟତାର ଅଧିକାରୀ ହୋଇଥିବେ ଏବଂ ଯେଉଁମାନେ ଅତି ଉଚ୍ଚହାରର ଟିକସ ଦେଉଥିବେ, ସେମାନେ ହିଁ କେବଳ ଭୋଟ ଦେଇପାରିବେ, ଅନ୍ୟ କେହି ନୁହେଁ। ବ୍ରିଟିଶ ସରକାର ତାଙ୍କ ତରଫରୁ ପ୍ରର୍ଥୀ ଚୟନ ଓ ନିର୍ବାଚନ ପରିଚାଳନା ଭାର ଦେଇଥିଲେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ଓ କନିକା ରାଜାଙ୍କୁ। ସ୍ବତନ୍ତ୍ର ଓଡ଼ିଶା ଗଠନର ଯେଉଁ ଗଜପତି ଥିଲେ ପ୍ରମୁଖ ଧ୍ୱଜାଧାରୀ ଓ ଏହି କାରଣରୁ ଓଡ଼ିଶାବାସୀଙ୍କର ଏକାନ୍ତ ଶ୍ରଦ୍ଧାଭାଜନ, ବ୍ରିଟିଶ ସରକାର ତାଙ୍କୁ ଅତ୍ୟନ୍ତ ଚତୁରତାର ସହ ଜନତାଙ୍କ ପ୍ରତିପକ୍ଷରେ ଲଢ଼େଇ ପାଇଁ ଉଭା କରାଇ ଦେଇଥିଲେ। ଉତ୍ସାହ ନ ହରାଇ ଭଗବତୀ ନିଜର ସତୀର୍ଥମାନଙ୍କୁ ନେଇ କଂଗ୍ରେସ ଦଳର ପ୍ରାର୍ଥୀମାନେ କିପରି ନିର୍ବାଚନ ଜିତିବେ, ସେଇ ଲକ୍ଷ୍ୟରେ ଦିନରାତି ଲାଗିପଡ଼ିଥିଲେ। ଏହି ନିର୍ବାଚନରେ ଏକ ପଟେ ଥିଲା ହୀନ କୂଟନୀତିର ଅଟ୍ଟହାସ ଓ ଅନ୍ୟପଟେ ଥିଲା ଭଗବତୀଙ୍କ ଓଠର ମନଜିଣା ସ୍ମିତ। ସେ ସରଳ ଭାଷାରେ ନିର୍ବାଚନର ଗୁରୁତ୍ୱ ଲୋକଙ୍କୁ ବୁଝାଇ ଶୋଷକ, ଜମିଦାର, ମହାଜନ ଓ ମହନ୍ତମାନଙ୍କର ଶୋଷଣ କଷଣର ଶେଷ ପାଇଁ ଭୋଟ ଦେବାକୁ କହିଥିଲେ। ଭଗବତୀଙ୍କ ସମ୍ପାଦନାରେ ପ୍ରକାଶିତ ‘କୃଷକ’ କାଗଜ ଥିଲା ଶ୍ରମିକଙ୍କର ସର୍ବମାନିତ ମୁଖପତ୍ର, ଯାହାର ପରିଚାଳକ ଥିଲେ ଗୁରୁଚରଣ ପଟ୍ଟନାୟକ।
ବ୍ରିଟିଶ ସରକାର ସେତେବେଳେ ଏକ ବିଚିତ୍ର ଆଇନ କରିଥିଲେ ଯେ, ଖୋର୍ଦ୍ଧା ମାଟିରେ କେହି ୪ ଇଞ୍ଚରୁ ଅଧିକ ଲମ୍ବର ଛୁରି ଧରିପାରିବେ ନାହିଁ। ଯେଉଁ ଭୂଇଁ ପାଇକପୁଅଙ୍କ ଭିଟାମାଟି, ତରବାରି ଯେଉଁମାନଙ୍କର କଟୀ-ଭୂଷଣ, ସେମାନଙ୍କ ପ୍ରତି ଏପରି ଆକଟବିଧାନର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ଭୟ ଦେଖାଇ ନିଜର ବଶମ୍ବଦ କରି ରଖିବା। ଭଗବତୀ ଗଁା ଗଁା ବୁଲି ଖୋର୍ଦ୍ଧାର ଦୁର୍ବାର ପାଇକମାନଙ୍କୁ ତାଙ୍କ ଅତୀତ-ଗୌରବ ମନେପକାଇ ସଂଗଠିତ କରାଇଥିଲେ ଓ ଭୟଶୂନ୍ୟ ଚିତ୍ତରେ ଭୋଟ ଦେବାକୁ ନିବେଦନ କରିଥିଲେ। ଫଳସ୍ବରୂପ ୬୦ଟି ଆସନ ପାଇଁ ହୋଇଥିବା ରାଜ୍ୟ ନିର୍ବାଚନରେ କଂଗ୍ରେସ ୩୭ଟି ଆସନ ପାଇ ସରକାର ଗଢ଼ିବାକୁ ସମର୍ଥ ହୋଇଥିଲା। କେନ୍ଦ୍ରର କଂଗ୍ରେସ ନେତୃତ୍ୱ ଓଡ଼ିଶା-ନେତୃତ୍ୱର ପ୍ରଶଂସା କରି କହିଥିଲେ- ‘ସାବାସ୍‌ ଉତ୍କଳ କଂଗ୍ରେସ’। ୧୯୩୬ ନିର୍ବାଚନରେ ଜବାହର ଥିଲେ ଜାତୀୟ ସ୍ତରରେ ସର୍ବମାନ୍ୟ ନେତା ଓ ଓଡ଼ିଶାରେ ନିର୍ବାଚନର ରଣଡୋରି ଥିଲା ଭଗବତୀଙ୍କ ହାତରେ। ଦିଲ୍ଲୀରେ ଓଡ଼ିଶାର ଜନସ୍ବରକୁ ପହଞ୍ଚାଇବାରେ ୧୯୩୬ର ନିର୍ବାଚନ ଥିଲା ଏକ ନିର୍ଣ୍ଣାୟକ ନିର୍ବାଚନ, ଯାହା ଭଗବତୀଙ୍କ କୁଶଳ ଗୋଟିଚାଳନା ଯୋଗଁୁ ସଫଳ ହୋଇଥିଲା। ସଂଯୋଗକୁ ଏହି ବର୍ଷ ଏପ୍ରିଲ ପହିଲାରେ ଭାଷାଭିତ୍ତିରେ ଦେଶର ପ୍ରଥମ ରଜ୍ୟ ଭାବେ ଓଡ଼ିଶା ପାଇଥିଲା ସ୍ବତନ୍ତ୍ର ପ୍ରଦେଶ ମାନ୍ୟତା। ସୁତରାଂ ୧୯୩୬ ହିଁ ସାହିତ୍ୟ ଓ ରାଜନୀତି ଉଭୟ ଦୃଷ୍ଟିରୁ ଥିଲା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବର୍ଷ, ଯାହାର ଫଳପ୍ରସୂ ଅଦ୍ୱିତୀୟ ଚାଳକ ଥିଲେ ଯୁଗସ୍ରଷ୍ଟା ଭଗବତୀ। ଆଜିର ମହାପ୍ରୟାଣ ଦିବସ ଅବକାଶରେ ତାଙ୍କୁ ଧରିତ୍ରୀ ଓ ଓଡ଼ିଆ ଜାତିର ଶତକୋଟି ପ୍ରଣାମ!
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦି ଅମରନାଥ ଯାତ୍ରୀଙ୍କୁ ଲେଖିଲେ ଚିଠି, ୫ ପ୍ରତିଜ୍ଞା ନେବାକୁ କଲେ ଅନୁରୋଧ

ନୂଆଦିଲ୍ଲୀ,୩।୭: ଶୁକ୍ରବାର ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ଦଳରେ ଶହ ଶହ ତୀର୍ଥଯାତ୍ରୀ ‘ବାବା ବର୍ଫାନୀ’ଙ୍କ ଆଶୀର୍ବାଦ ନେବାକୁ ବାହାରିଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ମୋଦି…

EPF ଖାତାଧାରୀଙ୍କ ପାଇଁ ବଡ଼ ଖବର! ୧୮୦୦ରୁ ଅଧିକ ଜମା ଆଉ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ,୩।୭: ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ନୂତନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ଯୋଜନା-୨୦୨୬ ଅଧୀନରେ ୧୫,୦୦୦ ମାସିକ ମଜୁରୀ ସୀମା ଅତିକ୍ରମ କରିବାକୁ ସ୍ୱେଚ୍ଛାକୃତ କରିଛି।…

ଛାତିଥରା ଦୁର୍ଘଟଣା; ଭାରସାମ୍ୟ ହରାଇ ଘାଇକୁ ଖସିଲା ବସ୍, ୪୦ମୃତ

ଇସଲାମବାଦ୍,୩ା୭: ଶୁକ୍ରବାର ସକାଳେ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଅତି କମରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ନିବେଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି: କେବଳ ସୁଧରେ ହିଁ ହୋଇଯାଏ ଲକ୍ଷ ଲକ୍ଷ ଟଙ୍କା ରୋଜଗାର

ନୂଆଦିଲ୍ଲୀ,୩।୭: ସୁରକ୍ଷିତ ଭବିଷ୍ୟତ ପାଇଁ ସଠିକ ସମୟରେ ସଠିକ ସ୍ଥାନରେ ଟଙ୍କା ନିବେଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ନିଶ୍ଚିତ କରେ ଯେ, ଆପଣଙ୍କୁ ଆର୍ଥିକ ଜରୁରୀକାଳୀନ…

ପୁଣି ବଢ଼ିଲା ନବୀନ-ପାଣ୍ଡିଆନଙ୍କ ଅଡୁଆ, ହେଲିକପ୍ଟରରେ ବୁଲିଛନ୍ତି ଏତିକି ଥର, କୋର୍ଟଙ୍କ ସମନ ପରେ…

ଭୁବନେଶ୍ୱର,୩ା୭: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ଅଡୁଆ ପୁଣି ବଢ଼ିଛି। ହେଲିକପ୍ଟରରେ ବୁଲା ଖର୍ଚ୍ଚ ମାମଲାରେ ଖୋର୍ଦ୍ଧା ଜିଲା…

IND vs ENG 2nd T20I Playing-11: ସଞ୍ଜୁ ସାମସନଙ୍କ ଛୁଟି, ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି ନିଶ୍ଚିତ, ଇଶାନ କିଶନଙ୍କୁ ମିଳିବ ଆଉ ଏକ ସୁଯୋଗ!

ନୂଆଦିଲ୍ଲୀ,୩।୭: ସମସ୍ତେ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଦୁଇଟି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିନଥିଲା। ଇଂଲଣ୍ଡ ବିପକ୍ଷ ପ୍ରଥମ…

ଲୁଚିଛପି ଏହି କାମ କରୁଛନ୍ତି ବିରାଟ କୋହଲି: ଫଟୋ ଭାଇରାଲ ପରେ ଜଣାପଡ଼ିଲା…

ଲଣ୍ଡନ,୩।୭:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଚାଲିଛି। ପ୍ରଥମ ମ୍ୟାଚ ବର୍ଷା ଯୋଗୁ ଧୋଇ ଯାଇଥିଲା। ଦ୍ୱିତୀୟ ମ୍ୟାଚ ଆଜି ଖେଳାଯିବ।…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଧ୍ୟ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୩ା୭:  ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥିତି ଉପରେ ଅନୁଧ୍ୟାନ କରୁଛୁ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ବୋଲି କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri