କ୍ବାରାଣ୍ଟାଇନ୍‌ ଛାଡ଼ି ବାହାରେ ବୁଲୁଛନ୍ତି ପ୍ରବାସୀ

ପୁରୀ ଅଫିସ,୧୨ା୫: ମହାମାରୀ କରୋନା ରାଜ୍ୟରେ ଭୟଙ୍କର ରୂପ ଧାରଣ କଲାଣି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଗଲାଣି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ରାଜ୍ୟକୁ ଏବେ ପ୍ରବାସୀ ଓଡ଼ିଆଙ୍କ ଆଗମନ ଜୋର୍‌ ଧରିଥିବାବେଳେ ସରକାର କେତେକ ଗାଇଡ଼ ଲାଇନ ପ୍ରସ୍ତୁତ କରିଛନ୍ତି। ଏହାକୁ ସମସ୍ତେ ମାନିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ କେତେଜଣ ପ୍ରବାସୀ ଗାଇଡ଼ଲାଇନକୁ ଆଦୌ ମାନୁନାହାନ୍ତି। ସେମାନେ କ୍ବାରାଣ୍ଟାଇନରେ ରହୁଥିଲେ ମଧ୍ୟ ଅଧିକାଂଶ ସମୟ ବାହାରେ ବୁଲୁଛନ୍ତି। ସେମାନଙ୍କ ପାଇଁ ସଂକ୍ରମଣ ବଢିପାରେ ବୋଲି ପୁରୀ ସହରବାସୀ ଆଶଙ୍କା କରି ଭୟଭୀତ ହୋଇପଡ଼ିିଛନ୍ତି। ତେଣୁ ସହର ବାହାରେ କ୍ବାରାଣ୍ଟାଇନ ସେଣ୍ଟର କରିବା ଲାଗି ଦାବି କରିଛନ୍ତି। ଅନ୍ୟପକ୍ଷେ ପ୍ରବାସୀ ବାହାରେ ବୁଲିବା ଘଟଣାକୁ ସେଣ୍ଟରର ନୋଡାଲ ଅଫିସର ଅସ୍ବୀକାର କରିଛନ୍ତି।
ଦୀର୍ଘ ୩୭ ଦିନ ପରେ ରବିବାର ପୁରୀ ସହରରେ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ସହରବାସୀଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳିଯାଇଛି। ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ ବି ଅନେକେ ଚିନ୍ତାରେ ପଡ଼ିିଛନ୍ତି। ପ୍ରବାସୀମାନଙ୍କ ଲାଗି ପ୍ରଶାସନ ପକ୍ଷରୁ କ୍ବାରାଣ୍ଟାଇନ ସେଣ୍ଟର କରାଯାଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ କ୍ବାରାଣ୍ଟାଇନ ସେଣ୍ଟର ବାହାରକୁ ଆସି ଦୋକାନ ବଜାରରେ ବୁଲୁଥିବା ଶୁଣିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ମୋଚିସାହି କଲ୍ୟାଣମଣ୍ଡପରେ କ୍ବାରାଣ୍ଟାଇନ ସେଣ୍ଟର ହୋଇଛି। ଏଠାରେ ପ୍ରାୟ ୧୦୦ ଜଣଙ୍କ ରହିବା ଲାଗି ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏଠାରେ ୩୬ଜଣ ସଙ୍ଗରୋଧ ଭାବେ ରହୁଛନ୍ତି। ତେବେ ଏମାନଙ୍କ ମଧ୍ୟରୁ କେତେଜଣ ମୋଚିସାହି ବଜାରରେ ବୁଲୁଥିବା ଦୋଳମଣ୍ଡପ ସାହିବାସିନ୍ଦା ଆଡଭୋକେଟ ଜ୍ୟୋତିପ୍ରକାଶ ମିଶ୍ର ଅଭିଯୋଗ କରିଛନ୍ତି। ତେଣୁ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସେ ମତ ରଖିଛନ୍ତି। କେବଳ ଜ୍ୟୋତି ପ୍ରକାଶ ନୁହଁନ୍ତି ପିସିସି ମୁଖପାତ୍ର ବିନାୟକ ଦାସମହାପାତ୍ର ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ସହର ଭିତରେ କ୍ବାରାଣ୍ଟାଇନ ସେଣ୍ଟର ନ କରି ସହର ବାହାରେ ଏହା କରିବା ଉଚିତ୍‌ ହୋଇଥାନ୍ତା ବୋଲି ସେମାନେ କହିଛନ୍ତି। ତେବେ ଏଭଳି ଅଭିଯୋଗ ସଂକ୍ରାନ୍ତରେ ଏହି ସେଣ୍ଟରର ନୋଡାଲ ଅଫିସର ଇଞ୍ଜିନିୟର ପ୍ରମୋଦ କୁମାର ଭୋଇଙ୍କୁ ପଚାରିବାରେ ସେ ଏହାକୁ ଅସ୍ବୀକାର କରିଥିଲେ। ସେଣ୍ଟର ପଛପଟେ ଉଚ୍ଚ ପାଚେରି ଥିବାବଳେ ସମ୍ମୁଖ ଭାଗ ଗେଟ୍‌ରେ ତାଲା ପଡ଼ୁଛି। ଏଠାରେ ସୁରକ୍ଷା କର୍ମୀ ଜଗି ରହୁଛନ୍ତି। ତେଣୁ କେହି ବାହାରକୁ ଯିବାର ସୁଯୋଗ ନାହିଁ ବୋଲି ଭୋଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛ ସ୍ଥାନାନ୍ତର କାର୍ଯ୍ୟ ବିଳମ୍ବ,: ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଗୋପାଳପୁରଠାରୁ ରାଇପୁରକୁ ଜାତୀୟ ରାଜପଥ ସଂଯୋଗ ହୋଇଛି। ଏହାର ସଂପ୍ରସାରଣ କାର୍ଯ୍ୟ ଏବେ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ...

ମାସନ ଟ୍ରେନିଂ: ଶ୍ରମିକଙ୍କୁ ମିଳୁନି ଟଙ୍କା

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କୁ କୁଶଳୀ କରିବା ଲାଗି ସରକାର ମାସନ (ରାଜମିସ୍ତ୍ରି) ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ହେଲେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା...

ପ୍ରବାସୀ ଫେରନ୍ତା ସଙ୍ଗରୋଧକୁ ନେଇ ଦ୍ୱନ୍ଦ୍ୱ, ଲୋକଙ୍କୁ ବୁଝାଇବାରେ ପ୍ରଶାସନ ନାକେଦମ୍‌

ଖପ୍ରାଖୋଲ, ୧୦ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳକୁ ଏବେ ପ୍ରବାସୀଙ୍କ ଫେରିବା ଲାଗି ରହିଛି। ବ୍ଲକରୁ ୧୪ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଫେରିବା ଆଶା...

ରହିଲେ ୮୫ କାଉନ୍‌ସିଲର, ୭ ନଗରପାଳ ପ୍ରାର୍ଥୀ

ଢେଙ୍କାନାଳ ଅଫିସ, ୧୦ା୩: ଢେଙ୍କାନାଳ ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ଯାଞ୍ଚ ପରେ ୨୩ ୱାର୍ଡର ୮୫ କାଉନ୍‌ଲସିଲର ଏବଂ...

ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ ପାଇଁ ଭାଜପା ଚେଷ୍ଟା ଚଳାଇଛି: ବିଜେଡି

ଭୁବନେଶ୍ୱର,୧୪ା୩(ବ୍ୟୁରୋ): ଓଡ଼ିଶା ଭାଜପା ଅଭ୍ୟାସଗତ ଭାବେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ ଓ ଭ୍ରମିତ କରିବା ସହିତ ଦ୍ୱନ୍ଦ୍ୱରେ ପକାଇବାକୁ ଚେଷ୍ଟା କରୁଛି।ଏଭଳି କାର୍ଯ୍ୟ ପାଇଁ ଓଡ଼ିଶାର ଲୋକମାନେ...

ଚକ୍‌ମା ଦେଇ ଚମ୍ପଟ ମାରୁଛନ୍ତି ଅଭିଯୁକ୍ତ

ଅନୁଗୋଳ ଅଫିସ, ୭।୬ – ଅନୁଗୋଳ ଜିଲା ପୋଲିସ ହେପାଜତରୁ ବାରମ୍ବାର ଚମ୍ପଟ ମାରୁଛନ୍ତି ଅଭିଯୁକ୍ତ। ଗତ ଶୁକ୍ରବାର ଖସିଯାଇଥିବା ଜଣେ ଅଭିଯୁକ୍ତଙ୍କୁ ମିଶାଇ ୨...

ମହିଳା କ୍ରିକେଟର ରାଜଶ୍ରୀଙ୍କ ମୃତ୍ୟୁ ଘଟଣା

କଟକ ଅଫିସ୍‌/ ପୁରୀ ଅଫିସ୍‌ ୧୫।୧: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର ଆୟୋଗ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଶନିବାର ମାମଲା ରୁଜୁ...

ଅଧାପନ୍ତରିଆ ପଡ଼ିଛି ସହରର ରାସ୍ତା ନିର୍ମାଣ

ପାରଳାଖେମୁଣ୍ଡି,୫।୫(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମାଠାରେ ବର୍ଷ ବର୍ଷ ଧରି ସହରର ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବରେ ପଡ଼ିରହିଛି। ସମ୍ପୂର୍ଣ୍ଣ ନ ହେଉଣୁ କେଉଁଠି...

Advertisement
Archives

Model This Week