Posted inଖେଳ

କୋହଲି, ଶାସ୍ତ୍ରୀ ଫେରିବା ପରେ ପ୍ରଦର୍ଶନ ନେଇ ସମୀକ୍ଷା ହେବ

ଲଣ୍ଡନ,୧୩।୭(ପି.ଟି.)- ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା କ୍ରିକେଟ ପ୍ରଶାସକ କମିଟି (ସିଓଏ) ବିଶ୍ୱକପ୍‌ରେ ଭାରତର ପ୍ରଦର୍ଶନ ନେଇ ତର୍ଜମା କରିବ। ଅଧିନାୟକ କୋହଲି ଓ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ସ୍ବଦେଶ ଫେରିବା ପରେ ସିଓଏ ଭାରତର ଖେଳାଳିମାନଙ୍କ ପ୍ରଦର୍ଶନ ନେଇ ଆଲୋଚନା କରିବ। ବିଶ୍ୱକପ୍‌ ଭଳି ବଡ଼ ଟୁର୍ନାମେଣ୍ଟରେ ଦଳ ଚୟନ ଉପରେ ଫୋକସ କରାଯିବ।
ଅଧ୍ୟକ୍ଷ ବିନୋଦ ରାଏଙ୍କ ନେତୃତ୍ୱରେ ସିଓଏର ଅନ୍ୟ ସଦସ୍ୟା ଯଥା ଡାଏନା ଇଦୁଲଜୀ ଓ ଅବସରପ୍ରାପ୍ତ ଲ୍ୟୁଟନାଣ୍ଟ ଜେନେରାଲ ରବି ଥୋଡଗେ ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦଙ୍କ ସହ ଆଲୋଚନ କରିବେ। ଖାସ୍‌ କରି ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ର ରୋଡମ୍ୟାପ୍‌ ତଥା ଯୋଜନା ସମ୍ପର୍କରେ ଏହି ଆଲୋଚନା କରାଯିବ ବୋଲି କୁହାଯାଇଛି। କୋହଲି ଓ ଶାସ୍ତ୍ରୀ ସ୍ବଦେଶ ଫେରିଲେ ତାଙ୍କ ସହ ଆଲୋଚନା କରାଯିବ ବୋଲି ବିନୋଦ କହିଛନ୍ତି। ତେବେ ଏନେଇ ତାରିଖ ବା ସମୟ ଧାର୍ଯ୍ୟ କରାଯାଇ ନାହିଁ। କେବେଳ ସେତିକି ନୁହଁ ମୁଖ୍ୟ ଚୟନକର୍ତ୍ତାଙ୍କ ସହ ମଧ୍ୟ ଆଲୋଚନା କରାଯିବ ବୋଲି ବିନୋଦ କହିଛନ୍ତି।
ଗତ ବୁଧବାର ଭାରତ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ୧୮ ରନରେ ପରାସ୍ତ ହୋଇ ବିଶ୍ୱକପ୍‌ରୁ ବାଦ୍‌ ପଡିଥିଲା। ରବିବାର କୋହଲିଙ୍କ ସମେତ ଅନ୍ୟ ଭାରତୀୟ ଖେଳାଳି ବିମାନ ଯୋଗେ ମୁମ୍ବାଇରେ ଅବତରଣ କରିବେ। ଲିଗ୍‌ ପର୍ଯ୍ୟାୟରେ ଭାରତ ମାତ୍ର ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା ଓ ପଏଣ୍ଟ ତାଲିକାର ଶୀର୍ଷରେ ରହି ସେମିଫାଇନାଲରେ ପ୍ରବେଶ କରିଥିଲା। ଏହି ରିଭ୍ୟୁ ମିଟିଂ ବା ତର୍ଜମା ବୈଠକ ସମ୍ପର୍କରେ ସିଓଏ ମୁଖ୍ୟ ଅଧିକ କିଛି ସୂଚନା ଦେଇନାହାନ୍ତି। ବିଶ୍ୱକପ୍‌ରେ ଭାରତର ଅଭିଯାନ ଶେଷ ହୋଇଛି। ତେବେ କିଭଳି, କାହିଁକି ଓ କେତେବେଳେ ସେ ସମ୍ପର୍କରେ ଅଧିକ କିଛି କହିବି ନାହିଁ ବୋଲି ବିନୋଦ କହିଛନ୍ତି। ତେବେ କୋହଲି, ଶାସ୍ତ୍ରୀ ଓ ଚୟନ କମିଟି ମୁଖ୍ୟଙ୍କୁ କିଛି ପ୍ରଶ୍ନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶେଷ ମୁହୂର୍ତ୍ତରେ ବିଶ୍ୱକପ୍‌ ଦଳରୁ ବାଦ୍‌ ପଡିଥିବା ଅମ୍ବାତି ରାୟୁଡୁଙ୍କ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ। ଯଦି ୪ ନମ୍ବର ସ୍ଥାନ ପାଇଁ ରାୟୁଡୁ ଯୋଗ୍ୟ ନ ଥିଲେ ତେବେ ତାଙ୍କୁ ବିଶ୍ୱକପ୍‌ର ଠିକ୍‌ ପୂର୍ବରୁ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ କାହିଁକି ଖେଳାଯାଇଥିଲା। ଏ ନେଇ ମଧ୍ୟ ପ୍ରଶ୍ନ କରାଯିବ। ବିଶ୍ୱକପ୍‌ ଦଳରେ ରାୟୁଡୁ ରିଜର୍ଭ ଖେଳାଳି ଭାବେ ସାମିଲ ହୋଇଥିଲେ। କେତୋଟି ଆଘାତ ସମସ୍ୟା ପରେ ତାଙ୍କୁ ଦଳରେ ସାମିଲ କରାଯାଇ ଖେଳାଯାଇ ପାରିଥାନ୍ତା। କନ୍ତୁ ଶେଷରେ ତାଙ୍କୁ ସାମିଲ କରାଗଲା ନାହିଁ। ଯାହା ଫଳରେ ସେ ଅଭିମାନରେ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଥିଲେ।
ସେହିପରି ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଦଳରେ ୩ଜଣ ଉଇକେଟେକିପରଙ୍କୁ ଖେଳାଯିବା ନେଇ ମଧ୍ୟ ପ୍ରଶ୍ନ କରାଯିବ। ବହୁଦିନ ଧରି ଦୀନେଶ କାର୍ତ୍ତିକ ଦିନିକିଆରେ ଭଲ ପ୍ରଦର୍ଶନ କରି ନ ଥିଲେ। ଏପରିକି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ମଧ୍ୟ ସେ ଭଲ ପ୍ରଦର୍ଶନ କରି ନ ଥିଲେ। ଏପରିସ୍ଥଳେ ତାଙ୍କୁ ଦଳରେ ସାମିଲ କରାଯିବା ନେଇ ମଧ୍ୟ ପ୍ରଶ୍ନ ହେବ। ଧୋନୀ, କାର୍ତ୍ତିକଙ୍କ ସମେତ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ମଧ୍ୟ ଦଳରେ ସାମିଲ ହୋଇଥିଲେ। ସେମିଫାଇନାଲରେ ଧୋନୀଙ୍କୁ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରି ତାଙ୍କୁ ନିମ୍ନକ୍ରମରେ ଖେଳାଇବା ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା। ୫ ରନରେ ୩ ଉଇକେଟ ହରାଇ ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ଧୋନୀଙ୍କୁ ୪ ନମ୍ବରରେ ଖେଳା ନ ଯାଇ ୭ ନମ୍ବରରେ ଖେଳାଯିବା ନେଇ ପ୍ରଶ୍ନ କରାଯିବ। ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର ଧୋନୀଙ୍କ ବ୍ୟାଟିଂ କ୍ରମ ନେଇ ନିଷ୍ପତ୍ତି ନେଇଥିଲେ। ଶାସ୍ତ୍ରୀଙ୍କୁ ମଧ୍ୟ ଏ ନେଇ ପ୍ରଶ୍ନ ପଚରାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଆଗାମୀ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ପର୍ଯ୍ୟନ୍ତ ଏବେକାର ୫ଜଣିଆ ଚୟନ କମିଟି କାର୍ଯ୍ୟ କରିବ। ଅନ୍ୟ ଚୟନକର୍ତ୍ତା ସରନଦୀପ ସିଂ ଓ ଦେବାଙ୍ଗ ଗାନ୍ଧୀ ମଧ୍ୟ ବୈଠକରେ ନିଜ ଆଡୁ ପର୍ଯ୍ୟାପ୍ତ ମତାମତ ଦେଇ ନ ଥିଲେ। ତେଣୁ ସବୁ ଦୃଷ୍ଟିକୋଣରୁ ବିଚାର ଆଲୋଚନା ହେବ ବୋଲି ସିଓଏ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡ୍ରାଭିଡଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ମାମଲା ଖାରଜ

ନୂଆଦିଲ୍ଲୀ, ୧୫ା୧୧(ପି.ଟି.)-ରାହୁଲ ଡ୍ରାଭିଡଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ଅଣାଯାଇଥିବା ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏଥିକ୍ସ...

ରାମକୁମାର ରନର୍ସଅପ୍‌

ଇକେଣ୍ଟାଲ୍‌, :ଭାରତୀୟ ଟେନିସ ଖେଳାଳି ରାମକୁମାର ରମାନାଥନ ଚ୍ୟାଲେଞ୍ଜର ସର୍କିଟରେ ପୁଣି ଥରେ ରନର୍ସ ହୋଇଛନ୍ତି। ରବିବାର ଅନୁଷ୍ଠିତ ଇକେଣ୍ଟାଲ ଟେନିସ୍‌ ଇଭେଣ୍ଟର ଫାଇନାଲରେ ସେ...

ମାଲେସିଆ ମାଷ୍ଟର୍ସ: ସିନ୍ଧୁ, ସାଇନା, ପ୍ରଣୟ ୨ୟ ରାଉଣ୍ଡରେ

କୁଆଲାଲୁମ୍ପୁର, ୮।୧(ପି.ଟି.): ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ପି.ଭି. ସିନ୍ଧୁ, ସାଇନା ନେହ୍ବାଲ ଓ ଏଚ୍‌.ଏସ୍‌. ପ୍ରଣୟ ବିଜୟରୁ ୨୦୨୦ ବର୍ଷ ଆରମ୍ଭ କରିଛନ୍ତି। ବୁଧବାର ଏଠାରେ...

ଆଇ- ଲିଗ୍‌: ଆଇଜଲ ଏଫ୍‌ସି ବିଜୟୀ

କୋଲକାତା,୩୧।୧(ପି.ଟି.): ସ୍ଥାନୀୟ ମୋହନ ବାଗାନ ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ଆଇ- ଲିଗ୍‌ର ଏକ ମ୍ୟାଚ୍‌ରେ ଆଇଜଲ ଏଫ୍‌ସି ୨-୧ ଗୋଲରେ ନେରେକା ଏଫ୍‌ସିକୁ ପରାସ୍ତ କରିଛି।...

କ୍ରିକେଟର ସ୍ତ୍ରୀଙ୍କୁ ଧମକ ଦେବା ପଡିଲା ମହଙ୍ଗା

କୋଲକାତା,୨୬।୧୦: ଭାରତୀୟ ଦଳର ପେସର ମହମ୍ମଦ ଶାମିଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ଧମକ ଅଭିଯୋଗରେ କୋଲକାତା ପୋଲିସ ବୁଧବାର ୨୫ ବର୍ଷ ଯୁବକଙ୍କୁ ଗିରଫ କରିଛି।...

ଦର୍ଶକ ବିନା ଆଇପିଏଲ୍‌, ବରଯାତ୍ରୀ ନ ଥିବା ବିବାହ ଭଳି: ଇରଫାନ୍‌

ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ଆଇପିଏଲ୍‌ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବା ନେଇ ଯୋଜନା କରାଯାଉଛି। ତେବେ ଏଭଳି...

ପ୍ରଥମ ମହିଳା ଆଇସିସି ମ୍ୟାଚ ରେଫରି ଜି.ଏସ୍‌. ଲକ୍ଷ୍ମୀ

ଜଣେ କ୍ରିକେଟର ଓ କୋଚ୍‌ ଭାବେ ସଫଳତା ହାସଲ କରିଥିବା ୫୧ ବର୍ଷୀୟ ଜି.ଏସ୍‌. ଲକ୍ଷ୍ମୀ ଏବେ ବିଶ୍ୱର ପ୍ରଥମ ମହିଳା ଭାବେ ଆଇସିସି ଅନ୍ତର୍ଜାତୀୟ...

ଆଇପିଏଲ୍‌ ୨୦୨୧ରେ ୯ ଦଳ ଖେଳିବା ସମ୍ଭାବନା

ଦୁବାଇ, ୧୨।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସଫଳତାର ସହ ସମ୍ପନ୍ନ ହୋଇଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ...

Advertisement
Archives

Model This Week