କୋଲୋରେକ୍ଟାଲ୍‌ କ୍ୟାନସର୍‌ ଆଶଙ୍କାକୁ ହ୍ରାସ କରାଏ ଭିଟାମିନ୍‌-ଡି

ଏକ ଅନ୍ତଃରାଷ୍ଟ୍ରୀୟ ଗବେଷଣାରୁ ଜଣାପଡ଼ିଛି ଯେ, ଶରୀରରେ ଭିଟାମିନ୍‌-ଡି’ର ଉଚ୍ଚସ୍ତର କୋଲୋରେକ୍ଟାଲ୍‌ କ୍ୟାନସର୍‌ ଆଶଙ୍କାକୁ ହ୍ରାସ କରିଥାଏ। ଏହାର ଗବେଷଣା ହାର୍ଭାର୍ଡ ଟିଏଚ୍‌ ଚାନ୍‌ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ଦ୍ୱାରା କରାଯାଇଥିଲା। ଯଦିଓ ଏହି ଭିଟାମିନ୍‌ ଆହାର ମାଧ୍ୟମରେ ସହଜରେ ପ୍ରାପ୍ତି ହୋଇ ନ ଥାଏ, ତେଣୁ ଚିକିତ୍ସକ ଭିଟାମିନ୍‌ର ସପ୍ଲିମେଣ୍ଟ୍‌ ସେବନ ପାଇଁ ପରାମର୍ଶ ଦେଇଥାନ୍ତି। ବୃହଦନ୍ତ୍ର କ୍ୟାନସର୍‌(କୋଲୋନ୍‌) ଏବଂ ମଳାଶୟ କ୍ୟାନସର୍‌(ରେକ୍ଟାଲ୍‌) ଏକସଙ୍ଗେ ହେଉଥିବାରୁ ଏହାକୁ କୋଲୋରେକ୍ଟାଲ୍‌ କ୍ୟାନସର୍‌ କୁହାଯାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏବଂ ଆମେରିକାର ସିଡିସି ମତରେ, ଫୁସ୍‌ଫୁସ୍‌ କ୍ୟାନସର୍‌ ପରେ ବିଶ୍ୱସ୍ତରରେ ଏହା ଦ୍ୱିତୀୟ ସବୁଠୁ ସାଧାରଣ କ୍ୟାନସର୍‌। ଗବେଷଣାରେ ୫୭୦୦ ଜଣ କୋଲୋରେକ୍ଟାଲ୍‌ କ୍ୟାନସର୍‌ ପୀଡ଼ିତଙ୍କୁ ସାମିଲ କରାଯାଇଥିଲା। ଏମାନଙ୍କଠାରେ ଭିଟାମିନ୍‌ ଡି’ର ଅଭାବ ସମ୍ପୂର୍ଣ୍ଣ ଭାବେ ପରିଲକ୍ଷିତ ହୋଇଥିଲା। ୫ ବର୍ଷର ପ୍ରୟାସ ପରେ ଏମାନଙ୍କ ଶରୀରରେ ଭିଟାମିନ୍‌ ଡି’ର ମାତ୍ରା ଉଚ୍ଚସ୍ତରକୁ ଅଣାଯାଇଥିଲା। ପରେ ଦେଖାଗଲା, ୩୧ ପ୍ରତିଶତ ମାମଲାରେ ଏହି ରୋଗର ପ୍ରଭାବ ହ୍ରାସ ପାଇଥିଲା। ଆକଳନରୁ ଜଣାପଡ଼ିଛି, ମହିଳାଙ୍କଠାରେ ଏହି ରୋଗର ଆଶଙ୍କା ୪.୨ ପ୍ରତିଶତ ଥିବାବେଳେ ପୁରୁଷଙ୍କଠାରେ ୪.୫ ପ୍ରତିଶତ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣରୁ ପାଖରେ ରୁହନ୍ତି ନାହିଁ ଲକ୍ଷ୍ମୀ

ଲକ୍ଷ୍ମୀ ଓ ଧନ ବିଷୟରେ ନୀତିଗ୍ରନ୍ଥର ତୃତୀୟ ଅଧ୍ୟାୟର ଏକବିଂଶ ପଦରେ ଚାଣକ୍ୟ ଅନେକ କଥା କହିଛନ୍ତି। ସେ କହିଛନ୍ତି, ମୁର୍ଖମାନଙ୍କୁ ସମ୍ମାନ କରୁଥିବା ଲୋକଙ୍କ...

ଉପକାରୀ ଜାମୁକୋଳି, ଖାଇଲେ ଦୂର ହୁଏ ଏହିସବୁ ରୋଗ

ଜାମୁକୋଳି ଶରୀର ପାଇଁ ବହୁ ଉପକାରୀ। ଏଥିରୁ ମିଳୁଥିବା ମିନେରାଲ ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ। ଏହାକୁ ଖାଇଲେ ରକ୍ତଚାପ, ମଧୁମେହ, ପେଟରୋଗ ପରି ଅନେକ...

ତ୍ୱଚାରେ ଆସିବ ଚମକ

କ୍ଷୀରରେ କେତେ ପ୍ରକାର ଗୁଣ  ରହିଛି । ଏହା ଆପଣଙ୍କ ସ୍ବାସ୍ଥ୍ୟ ସହ ସୌନ୍ଦର୍ଯ୍ୟରେ ଚମକ ଆଣିଥାଏ। ଏମିତିରେ ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ କେତେକ’ଣ...

ଔଷଧ ସାହାରାରେ ଜୀବନ

”ମଣିଷ ବଞ୍ଚତ୍ବା ପାଇଁ ଖାଦ୍ୟ ସହ ଔଷଧ ମଧ୍ୟ ଏକ ଆବଶ୍ୟକତାରେ ପରିଣତ ହୋଇଗଲାଣି। ପେନ୍‌କିଲର ପରି ଶକ୍ତିଶାଳୀ ରାସାୟନିକ ଔଷଧ ପ୍ରୟୋଗ, ଯାହାକି ଆମ...

ସାତ ଘଣ୍ଟାରୁ କମ୍‌ ଶୋଉଛନ୍ତି କି.. ଦେଖାଦେଇପାରେ ଏସବୁ ସମସ୍ୟା

ସୁନିଦ୍ରା ସୁସ୍ଥ ଜୀବନର ଚାବିକାଠି। କାରଣ ସୁସ୍ଥ ଏବଂ ନିରୋଗ ରହିବା ସକାଶେ ପ୍ରତ୍ୟେହ ଆବଶ୍ୟକ ମୁତାବକ ନିଦ୍ରାର ଆବଶ୍ୟକତା ରହିଛି। ମାତ୍ର ଆଜିକାଲିର ବ୍ୟସ୍ତବହୁଳ...

ଫ୍ୟାଶନ୍‌: ମ୍ୟାକ୍ସି ଡ୍ରେସ୍‌

ଆଜିକାଲି ମା୍ୟାକ୍ସି ଡ୍ରେସ୍‌କୁ ଯୁବତୀମାନେ ବହୁତ ପସନ୍ଦ କରୁଛନ୍ତି। ଏହା କମ୍ଫଟେବୁଲ ହେବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ଦେଇଥାଏ। ତେବେ କମ୍‌ ଉଚ୍ଚତା ଥିବା...

କଫଜନିତ ସମସ୍ୟା ନେଇ ଚିନ୍ତିତ କି ?

ଯଦି ହଁ, ତେବେ ଏହାର କେତେକ ଘରୋଇ ଉପଚାର ରହିଛି। ଅଧା ଚାମଚ ପିଆଜ ରସରେ ଏକ ଚାମଚ ମହୁ ମିଶାଇ ପିଇଲେ ଏହି ସମସ୍ୟ...

ସତେଜତା ଅନୁଭବ ପାଇଁ…

ଉତ୍ତର ଗୋଲାର୍ଦ୍ଧରେ ଜୁଲାଇ ମାସରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହୋଇଥାଏ। ଉତ୍ତାପଜନିତ କାରଣରୁ ବ୍ୟତିବ୍ୟସ୍ତ ଲାଗିଥାଏ। ସତେଜତା ଅନୁଭବ ପାଇଁ ସମସ୍ତେ ବ୍ୟାକୁଳ ହୋଇ ଉଠନ୍ତି।...

Advertisement


Archives

Model This Week