କୋଲକାତାରେ ପ୍ରଥମ କରୋନା ମୃତ୍ୟୁ

ନୂଆଦିଲ୍ଲୀ, ୨୪ା୩: କରୋନା ବିଶ୍ୱବ୍ୟାପୀ ଆତଙ୍କ ଖେଳାଇ ଦେଇଛି। ବିଭିନ୍ନ ଦେଶରେ ଲୋକମାନେ ପୋକମାଛି ଭଳିି ମରୁଛନ୍ତି। ଭାରତ ବି ଏଥିରୁ ବାଦ୍‌ପଡ଼ିନି। ସୋମବାର ଆଉ ୨ ଜଣଙ୍କ ମୃତ୍ୟୁ ହେବା ପରେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚତ୍ଛ ଓ ୪୩୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଅଛନ୍ତି। ସୋମବାର ଅପରାହ୍ନ ୩.୩୫ରେ କୋଲକାତାରେ ପ୍ରଥମ କରୋନା ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦମ୍‌ ଦମ୍‌ର ଜଣେ ୫୫ ବର୍ଷୀୟ ଯୁବକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ସ୍ଥାନୀୟ ଆମ୍ରି ହସ୍ପିଟାଲରେ ପ୍ରାଣ ହରାଇଥିବା ସରକାରୀ ଭାବେ କୁହାଯାଇଛି। ହସ୍ପିଟାଲ ପକ୍ଷରୁ ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ରଲେଖି ପଶ୍ଚିମବଙ୍ଗକୁ ଆସୁଥିବା ସମସ୍ତ ବିମାନ ଉଡ଼ାଣକୁ ବନ୍ଦ କରିବା ଲାଗି କହିଛନ୍ତି। ବିମାନ ଉଡ଼ାଣ ଦ୍ୱାରା କ୍ୱାରାଣ୍ଟାଇନ ପ୍ରୋଟୋକଲ ଓ ସଟ୍‌ଡାଇନରେ ବ୍ୟତିକ୍ରମ ଘଟୁଛି। ବିମାପ ଉଡ଼ାଣ ବନ୍ଦ ହେଲେ କରୋନା ସଂକ୍ରମଣକୁ ସହଜେ ରୋକାଯାଇପାରିବ ବୋଲି ମମତା ପତ୍ର ଦ୍ୱାରା ଦର୍ଶାଇଛନ୍ତି। ମମତାଙ୍କ ଅନୁରୋଧ କ୍ରମେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହର୍‌ଦୀପ ସିଂ ପୁରୀ ଖୁବ୍‌ଶୀଘ୍ର କେନ୍ଦ୍ର ସରକାର ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଦେଶର ବିଭିନ୍ନ ସ୍ଥାନରେ ଲକ୍‌ଡାଉନକୁ ଗମ୍ଭୀରତାର ସହ ନେଉ ନ ଥିବାରୁ ଚିନ୍ତାବ୍ୟକ୍ତ କରିଛନ୍ତି। ଦେଶରେ କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର କେନ୍ଦ୍ରର ନିର୍ଦ୍ଦେଶାବଳୀକୁ ପାଳନ କରି ବିଶେଷ ପଦକ୍ଷେପ ଗ୍ରହଣ କରିବା ଲାଗି ଅନୁରୋଧ କରିଛନ୍ତି।
ପୁଣି ୫୫ ମାମଲା ସାମ୍ନାକୁ ଆସିଛି। ରବିବାର ଗୁଜରାଟ, ବିହାର ଓ ମହାରାଷ୍ଟ୍ରରେ ଜଣେ ଲେଖାଏ ବ୍ୟକ୍ତି ପ୍ରାଣ ହରାଇଥିଲେ। ତାହା ପୂର୍ବରୁ କର୍ନାଟକ, ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବରେ ମୃତ୍ୟୁଲୀଳା ଦେଖିବାକୁ ମିଳିଥିଲା। ଏପର୍ଯ୍ୟନ୍ତ ୨୪ ସଂକ୍ରମିତ ବ୍ୟକ୍ତି ସଫଳ ଚିକିତ୍ସା ଦ୍ୱାରା ଭଲହୋଇ ଘରକୁ ଯାଇଥିବା ଜଣାପଡ଼ିଛି। ମହାରାଷ୍ଟ୍ରରେ ଏବେ ସର୍ବାଧିକ ୬୭ କରୋନା ସଂକ୍ରମିତ ଥିବା ବେଳେ କେରଳରେ ମଧ୍ୟ ସମାନ ସଂଖ୍ୟକ ଅଛନ୍ତି। ଦିଲ୍ଲୀରେ ୨୯, ଉତ୍ତରପ୍ରଦେଶରେ ୨୮, ରାଜସ୍ଥାନରେ ୨୭, ତେଲଙ୍ଗାନାରେ ୨୬, କର୍ନାଟକରେ ୨୬ ସଂକ୍ରମିତ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଲିବ୍ରିଟିଙ୍କ ଟୁଇଟ୍‌ ଯାଞ୍ଚ ହେବ

ମୁମ୍ବାଇ, ୯ା୨: ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସମର୍ଥନରେ ଅନ୍ତର୍ଜାତୀୟ ସେଲିବ୍ରିଟି ବାହାରିବା ପରେ କେନ୍ଦ୍ର ସରକାରଙ୍କ ସପକ୍ଷରେ ମତ...

ଖୁସି ଖବର: ମାସ୍କ୍‌ ପିନ୍ଧିବାକୁ ମନା କଲେ ସରକାର…

ଜେରୁଜେଲମ୍‌,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ସୁରକ୍ଷା ଦୃଷ୍ଟିରୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କରୋନା ମାର୍ଗଦର୍ଶିକା ଜାରି କରାଯାଇଛି । ମାସ୍କ୍‌...

ମୁଁ ଘୃଣାର ବଜାରରେ ପ୍ରେମର ଦୋକାନ ଖୋଲୁଛି: ରାହୁଲ ଗାନ୍ଧୀ

ଜୟପୁର,୧୯।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାରି ରହିଛି। ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରା ସୋମବାର ଅଲଓ୍ବାର ଜିଲାରେ ପ୍ରବେଶ କରିଥିଲା। ଏହି ଅବସରରେ ସେଠାରେ...

ମଣିଷଖିଆ ଚିତାକୁ ଗୁଳି ନିର୍ଦ୍ଦେଶ

ରାଞ୍ଚତ୍,୨୦ା୧:ଝାଡ଼ଖଣ୍ଡର ଗଢ଼ଓ୍ବା ଓ ଲାଟେହାରରେ ଏକ ଚିତାବାଘ ୩ ପିଲାଙ୍କ ସମେତ ୪ ଜଣଙ୍କୁ ମାରି ଖାଇସାରିଲାଣି। ଶେଷରେ ରାଜ୍ୟର ବନ ବିଭାଗ ଏହି ମଣିଷଖିଆ...

ନୂଆ ମନ୍ତ୍ରୀଙ୍କ ପାଇଁ ‘ଲକ୍ଷ୍ମଣ ରେଖା’ ଟାଣିଲେ ମୋଦି

ନୂଆଦିଲ୍ଲୀ,୮ ।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟର ସମ୍ପ୍ରସାରଣ ବୁଧବାର ହୋଇଯାଇଛି । ଗୁରୁବାର ନୂଆ ବିଭାଗ ଦାୟିତ୍ୱ ନେଉଥିବା ମନ୍ତ୍ରୀଙ୍କ ପାଇଁ କିନ୍ତୁ ମୋଦି...

ମଧ୍ୟପ୍ରଦେଶରେ ଦିନକୁ ୨୯ ପିଲା ନିଖୋଜ

ନୂଆଦିଲ୍ଲୀ, ୨୩ା୫: ଦେଶରେ ଶିଶୁ ନିଖୋଜ ମାମଲା ଉଦ୍‌ବେଗଜନକ ସ୍ଥିତିରେ ରହିଛି। ବିଶେଷକରି ଉତ୍ତର ଭାରତର ୪ ପ୍ରମୁଖ ରାଜ୍ୟରେ ବହୁ ସଂଖ୍ୟାରେ ଶିଶୁ ଗାଏବ...

୨୭ ଶହ ଜମ୍ମୁ-କଶ୍ମୀର ଯୁବକ ସେନା ଓ ପୋଲିସରେ ଯୋଗ ଦେବେ

ନୂଆଦିଲ୍ଲୀ,୧୭।୯: ଜମ୍ମୁ-କଶ୍ମୀରର ସ୍ଥିତି ସ୍ବାଭାବିକ ହେବା ସହିତ ଏଠାରେ ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମ ଜାରି ରହିଛି। ଏହା ଅନ୍ତର୍ଗତ ସ୍ଥାନୀୟ ଯୁବକଙ୍କୁ ସେନା ଓ ପୋଲିସରେ...

ଏସ୍‌ପିଙ୍କ ସହ ଯାହା ଘଟିଲା ଠିକ୍‌ ହେଲା ନାହିଁ

ପାଟଣା,୩।୮: ଅଭିନେତା ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ବିହାର ଏବଂ ମୁମ୍ବାଇ ପୋଲିସ ମୁହାଁମୁହିଁ ହୋଇଛନ୍ତି। ବିହାରର ଆଇପିଏସ ଅଧିକାରୀ ବିନୟ ତିୱାରୀ ଏହି ଘଟଣାର...

Advertisement
Archives

Model This Week