କୋଭିଡ-୧୯: ମୋଦିଙ୍କ ଅନୁରୋଧକୁ ସମର୍ଥନ କଲା ବଲିଉଡ୍‌

ମୁମ୍ବାଇ,୩।୪: କରୋନା ଭାଇରସ ଏବେ ସାରା ଦେଶରେ ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ତାରିଖରେ ରାତି ୯ଟା ୯ ମିନିଟରେ ଦେଶବାସୀ ୯ ମିନିଟ୍‌ ପାଇଁ ବିଜୁଳି ବତୀ ଲିଭାଇ ଘରେ ଅବା ଦୁଆର ମୁହଁରେ ମହମବତୀ, ଦୀପ ଆଦି ଜଳାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଛନ୍ତି। ବଲିଉଡ୍‌ ସେଲିବ୍ରିଟିମାନେ ମୋଦିଙ୍କ ଏହି ଅନୁରୋଧକୁ ସମର୍ଥନ ଜଣାଇଛନ୍ତି। ଅଧିକାଂଶ ସେଲିବ୍ରିଟି ମୋଦିଙ୍କ ଅନୁରୋଧକୁ ସମର୍ଥନ ଜଣାଇ ଟୁଇଟ୍‌ କରିଥିବା ଦେଖାଯାଇଛି। ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ, ଏହାକୁ ଏକ ନୂଆ ଟାକ୍ସ ବୋଲି କହିଥିବା ବେଳେ ତାଙ୍କର ଏହି ଟୁଇଟ୍‌କୁ କେତେଜଣ ପ୍ରଶଂସକ ରିଟୁଇଟ୍‌ କରିଥିବା ଦେଖାଯାଇଛି। କଙ୍ଗନା ରାନାଓ୍ବତଙ୍କ ଭଉଣୀ କହିଛନ୍ତି ଦୀପ ଜଳାଇବା ଏକ ଶୁଭ ସଙ୍କେତ। ଏହାକୁ ନେଇ ଅଭିନେତ୍ରୀ ହେମାମାଳିନୀ କହିଛନ୍ତି କରୋନା ଭଳି ମହାମାରୀକୁ ହରାଇବାକୁ ହେଲେ ଆମେ ଆମ ପ୍ରଧାନମନ୍ତ୍ରୀଙ୍କୁ ସହଯୋଗ କରିବା ଦରକାର। ଏପ୍ରିଲ ୫ରେ ସମସ୍ତେ ଦୀପ ଜଳାଇ କରୋନାକୁ ଦୂରେଇବାରେ ସହଯୋଗ କରିବାକୁ ହେମା ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓସ୍କାର ଆଓ୍ବାର୍ଡ: ସାଉଥ୍‌ କୋରିଆକୁ ଶୁଭେଚ୍ଛା ଜଣାଇଲା ବଲିଉଡ୍‌

ମୁମ୍ବାଇ: ଓସ୍କାର ଆଓ୍ବାର୍ଡ ୨୦୨୦କୁ ନେଇ ଇତିହାସ ରଚିଛି ସାଉଥ୍‌ କୋରିଆ। ପ୍ରଥମଥର ପାଇଁ ଅଣ ଇଂରାଜୀ ଫିଲ୍ମ ଭାବେ ସାଉଥ୍‌ କୋରିଆର ଫିଲ୍ମ ‘ପାରାସାଇଟ୍‌’...

ଟ୍ରମ୍ପ୍‌ ବୁଲିବେ ତାଜମହଲ: ମଧ୍ୟାହ୍ନଠାରୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା

ଆଗ୍ରା,୨୦।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଭବ୍ୟ ସମ୍ବର୍ଦ୍ଧନା ପାଇଁ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଜାରି ରଖିଛନ୍ତି।...

ଭାଜପାରେ ମିଶିଲେ ଅଳ୍ପେଶ ଠାକୁର

ଗାନ୍ଧୀନଗର,୧୯ା୭ (ପି.ଟି.):ଗୁଜରାଟରେ କଂଗ୍ରେସର ପୂର୍ବତନ ବିଧାୟକ ଅଳ୍ପେଶ ଠାକୁର ଓ ଧବଳସିଂ ଜାଲା ଭାଜପାରେ ସାମିଲ ହୋଇଛନ୍ତି। ଦଳର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏମାନେ...

ଦୀପିକାଙ୍କ ବଡିଗାର୍ଡଙ୍କ ବାର୍ଷିକ ଦରମା ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ସେଲିବ୍ରେଟିମାନେ ବ୍ୟକ୍ତିଗତ ବଡିଗାର୍ଡ ରଖିଥାନ୍ତି। ବିଭିନ୍ନ ସ୍ଥାନକୁ ଗଲେ ସେମାନେ ବଡିଗାର୍ଡଙ୍କୁ ସାଙ୍ଗରେ ନେଇ ଯାନ୍ତି। ସଲମାନ ଖାନଙ୍କ ବଡିଗାର୍ଡ ଶେରା, ଅମିତାଭ ବଚ୍ଚନଙ୍କ...

ତେଲେଙ୍ଗାନା ଗୃହମନ୍ତ୍ରୀଙ୍କୁ କରୋନା ସଂକ୍ରମଣ

ହାଇଦ୍ରାବାଦ୍‌, ୨୯।୬: ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲ୍ଲୀଙ୍କୁ କରୋନା ସଂକ୍ରମଣ ହୋଇଛି। ରବିବାର ସନ୍ଧ୍ୟାରେ ତାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।...

କରୋନା ଭାଇରସର ସମାଧାନ ନୁହେଁ ଲକ୍‌ଡାଉନ, ଏହା ଏକ ପଜ୍‌ ବଟନ ଚାଲୁ କଲେ ପୁଣି ବ୍ୟାପିବ: ରାହୁଲ

ନୂଆଦିଲ୍ଲୀ,୧୬।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଭିଡିଓକନଫରେନ୍ସିଂ ଜରିଆରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏହି ଅବସରରେ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଥିଏଟର କଳାକାରଙ୍କ ପାଇଁ ଆଗେଇ ଆସିଲେ ଭାଇଜାନ

ମୁମ୍ବାଇ: କରୋନା ମହାମାରୀକୁ ନେଇ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଏହି ସମୟରେ ଅନେକ ଲୋକ ସେମାନଙ୍କର ରୋଜଗାର ହରାଇଥିବା ବେଳେ...

କ୍ରିତିଙ୍କୁ କ’ଣ ଭଲ ଲାଗେ

ବାହାରେ ଝିପିଝିପି ବର୍ଷା। ଘର ଭିତରେ ବସି ଝରକା ଫାଙ୍କରେ ତାହାକୁ ଉପଭୋଗ କରିବାର ମଜା ନିଆରା। ବର୍ଷା ହେଲା ମାତ୍ରେ ସେ ଝରକା ପାଖରେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *