କୋଭିଡ-୧୯: ବକ୍ସର ଜୋଶୁଆଙ୍କ ସମ୍ପର୍କୀୟ ମୃତ

ଲଣ୍ଡନ,୨।୪(ଏଏଫ୍‌ପି)- କରୋନା ଭାଇରସ ସଂକ୍ରମଣରେ ବିଶ୍ୱ ହେଭିଓ୍ବେଟ ଚାମ୍ପିୟନ ଆନ୍ଥୋନୀ ଜୋଶୁଆଙ୍କ ଜଣେ ସମ୍ପର୍କୀୟ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି। ବ୍ରିଟେନର ଏହି ତାରକା ବକ୍ସର ଜୋଶୁଆ ଜୁନ୍‌ରେ ନିଜର ଟାଇଟଲ ବଜାୟ ରଖିବା ପାଇଁ ଆଇବିଏଫ୍‌ ମାଣ୍ଟାଟୋରୀ ଚ୍ୟାଲେଞ୍ଜର କୁବ୍ରାଟ ପୁଲେଭଙ୍କୁ ଜୁନ୍‌ରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ କୋଭିଡ-୧୯ କାରଣରୁ ଏହି ବାଉଟ୍‌କୁ ଘୁଞ୍ଚାଯିବା ଏକ ପ୍ରକାର ନିଶ୍ଚିତ ହୋଇଛି। ବକ୍ସିଂ ଜିମ୍‌ର ଜଣେ ନିକଟତମ ବନ୍ଧୁଙ୍କୁ ହରାଇଛି ବୋଲି ଜୋଶୁଆ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି। ଜଣେ ବନ୍ଧୁଙ୍କୁ ହରାଇବା ସହ କରୋନ ଭାଇରସ ଯେ ଅତି ନିକଟରେ ପହଞ୍ଚିଲାଣି ବୋଲି ସେ ହୃଦୟଙ୍ଗମ କରିଛନ୍ତି। ତେଣୁ ପରସ୍ଥିତି ନିଶ୍ଚିତ ଭାବେ ସଙ୍କଟଜନକ ବୋଲି ସେ କହିଛନ୍ତି। ବ୍ରିଟେନ୍‌ରେ ଲକ୍‌ଡାଉନ ଜାରି ରହିଛି। ଫଳରେ ଡବ୍ଲ୍ୟୁବିଏ, ଆଇବିଏଫ୍‌, ଡବ୍ଲ୍ୟୁବିଓ ଓ ଆଇବିଓ ଚାମ୍ପିୟନ ଜୋଶୁଆ ତାଙ୍କ ଦୈନନ୍ଦିନ ରୁଟିନ୍‌ ଅନୁଯାୟୀ କାର୍ଯ୍ୟ କରିପାରୁନାହାନ୍ତି ବୋଲି ସ୍ବୀକାର କରିଛନ୍ତି। ଏବେ ବାହାରକୁ ବାହାରି ବକ୍ସିଂ ଜିମ୍‌ରେ ଯୋଗ ଦେବା ସହ ମୋ ପିଲାମାନଙ୍କ ସହ ମିଶିବାକୁ ଚାହୁଁଛି। ମୋ ଭଳି ଜଣେ ଅମାନିଆ ଲୋକ ମଧ୍ୟ ସରକାରଙ୍କ ନିର୍ଦ୍ଦେଶନାମ ମାନିବାକୁ ବାଧ୍ୟ ହୋଇଛି। କରୋନା ଭାଇରସ୍‌କୁ ରୋକିବା ପାଇଁ ଏହା ନିହାତି ଜରୁରୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଜେଣ୍ଟିନା ଓ ମେସିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ

ଦୋହା, ୩୦।୧୧: ଚଳିତ ଫିଫା ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଉପନୀତ। ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ତଥା ଶେଷ ରାଉଣ୍ଡ ଖେଳ ଆରମ୍ଭ ହୋଇଯାଇଛି। କେଉଁ ଦଳ...

ଅଙ୍କିତା, ଋତୁଜା ସେମିଫାଇନାଲରେ

ବେଙ୍ଗାଲୁରୁ, ୧୧ା୩ (ପି.ଟି.): ଭାରତ ଅଙ୍କିତା ରାଇନା ଓ ଋତୁଜା ଭୋସେଲ ଏଠାରେ ଚାଲିଥିବା ଆଇଟିଏଫ୍‌ ଓମେନ୍ସ ଓପନ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟୁର୍ନାମେଣ୍ଟରେ...

ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ

ନୂଆଦିଲ୍ଲୀ,୩୦।୧୨: ଉତ୍ତରାଖଣ୍ଡରୁ ଦିଲ୍ଲୀ ସ୍ଥିତ ଘରକୁ ଫେରୁଥିବା ବେଳେ ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ତାଙ୍କ ମୁଣ୍ଡ...

ରାଞ୍ଚି ପରେ ଏବେ ବିଦେଶରେ ବଢ଼ିଲା ଚାହିଦା: ଦୁବାଇ ଯିବ ଧୋନୀଙ୍କ ଫାର୍ମହାଉସ ପନିପରିବା

ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ ରାଞ୍ଚିରେ ଥିବା ନିଜ ଫାର୍ମ ହାଉସ୍‌ରେ ପନିପରିବା ଚାଷ କରୁଛନ୍ତି। ଏବେ...

ଜୁଆଆଡ୍ଡାରେ ଚଢ଼ାଉ, ୧୧ ଗିରଫ

ବଲାଙ୍ଗୀର ଅଫିସ, ୨୯ା୪: କରୋନା ଲକ୍‌ଡାଉନ୍‌ ସମୟରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାହାରପାଲି ଜଙ୍ଗଲରେ ଚାଲିଥିବା ଏକ ଜୁଆଆଡ୍ଡା ଉପରେ ପୋଲିସ ଚଢ଼ାଉ କରି...

ପ୍ରସ୍ତାବିତ କୋଭିଡ ହସ୍ପିଟାଲ ବୁଲି ଦେଖିଲେ ୫-ଟି ସଚିବ

ଭଦ୍ରକ ଅଫିସ, ୮ା୪: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକରେ କରୋନା ସନ୍ଦିଗ୍ଧ ଏବଂ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ସ୍ବତନ୍ତ୍ର ଭାବେ ମୋଟେଲ ଛକସ୍ଥିତ ସାଳନ୍ଦୀ...

ସାକ୍ଷୀ ଏହି ନାଁରେ ଡାକିବାରୁ ଲାଜେଇଗଲେ ଧୋନୀ

କ୍ରିକେଟ ପଡିଆରୁ ଦୂରେଇ ରହିଥିଲେ ମଧ୍ୟ ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାରେ ରହୁଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। କେତେବେଳେ ତାଙ୍କୁ ଝିଅ...

ଟସ୍‌ ଜିତିଲା ଆର୍‌ସିବି , ବ୍ୟାଟିଂ ନିଷ୍ପତ୍ତି…

ମୁମ୍ବାଇ, ୩୦।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୪୩ ତମ ମ୍ୟାଚ୍‌ରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଗୁଜରାଟ ଟାଇଟନ୍ସ(ଜିଟି) ବିପକ୍ଷରେ ଟସ ଜିତି...

Advertisement
Archives

Model This Week