କୋଭିଡ-୧୯: ଦରମା କାଟିବ ବାର୍ସିଲୋନା

ବାର୍ସିଲୋନା,୨୭।୩(ଏଏଫ୍‌ପି): କରୋନା ଭାଇରସ୍‌ ବଶ୍ୱରେ ମହାମାରୀ ରୂପ ନେଇଥିବାରୁ ଆର୍ଥିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ହାଇପ୍ରୋଫାଇଲ ଫୁଟବଲ କ୍ଲବ ବାର୍ସିଲୋନା ଦରମା କାଟିବାକୁ ନିଷ୍ପତ୍ତି ନେବ ବୋଲି କହିଛି। ତେବେ ସ୍ପେନର ଏହି ଜଣାଶୁଣା କ୍ଲବ ସବୁ କର୍ମଚାରୀ କିମ୍ବା କେଉଁ ନିର୍ଦ୍ଦିଷ୍ଟ ବିଭାଗର କର୍ମଚାରୀଙ୍କ ଦରମା କାଟିବ ସେ ନେଇ କିଛି ସ୍ପଷ୍ଟ କରିନାହିଁ। ସ୍ପେନ୍‌ରେ କୋଭିଡ-୧୯ ଏକ ପ୍ରକାର ଜାତୀୟ ବିପତ୍ତି ସୃଷ୍ଟି କରିଛି। ଏହି ଭାଇରସ୍‌ କାରଣରୁ ସ୍ପେନ୍‌ରେ ୪,୦୦୦ ଲୋକ ପ୍ରାଣ ହରାଇଥିବା ବେଳେ ୫୬,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ଫଳରେ ସ୍ପେନ୍‌ରେ ସବୁ ପ୍ରକାର ଫୁଟବଲକୁ ବାସନ୍ଦ କରାଯାଇଛି। ଫଳରେ କ୍ଲବ ଆର୍ଥିକ କ୍ଷତି ସହିବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ସାମ୍‌ନା କରିବା ପାଇଁ ଏହି ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କ୍ଲବ ତରଫରୁ କୁହାଯାଇଛି। ସବୁ ଖେଳ ବାତିଲ ହୋଇଥିବାରୁ କାର୍ଯ୍ୟ ଦିବସରେ ମଧ୍ୟ ଅବନତୀ ହେବ। ଫଳରେ ଦରମା କାଟିବା ଭଳି ପରସ୍ଥିତି ସୃଷ୍ଟି ହୋଇଛି। ଏହି କେତେ ପରିମାଣର ଦରମା କଟିବ ଓ କେର୍ଉ ବର୍ଗର କର୍ମଚାରୀ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବେ ସେ ନେଇ କ୍ଲବ ତରଫରୁ କିଛି ସ୍ପଷ୍ଟ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବୁମ୍‌ରା ଦେଲେ ପ୍ରାରମ୍ଭିକ ଝଟ୍‌କା

ଆଡିଲେଡ୍‌,୧୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଆଡିଲେଡରେ ଖେଳାଯାଉଛି। ଟସ...

ଭାରତରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଲା

ନୂଆଦିଲ୍ଲୀ,୨୯ା୩: ଭାରତରେ ବିଭିନ୍ନ କଟକଣା ସତ୍ତ୍ୱେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଶନିବାର ସନ୍ଧ୍ୟା ସୁଦ୍ଧା ଭାରତରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ...

ଭାରତୀୟ ଦଳରେ ଓଡ଼ିଶାର ଆଶିଷ

ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି): ଇରାନର ତେହେରାନଠାରେ ୧୪ତମ ୧୮ ବର୍ଷରୁ କମ୍‌ ଏସିଆନ ପୁରୁଷ ଭଲିବଲ ଚାମ୍ପିୟନଶିପ୍‌ ଚଳିତ ମାସ ୧୫ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ...

ଟି୨୦ ବିଶ୍ୱକପ୍‌ : ଅନ୍ତିମ ଦୁଇ ଦଳ ଭାବେ ଓମାନ, ସ୍କଟ୍‌ଲାଣ୍ଡର ଯୋଗ୍ୟତା

ଦୁବାଇ, ୩୧।୧୦ (ଏଏଫ୍‌ପି)- ଓମାନ ଓ ସ୍କଟ୍‌ଲାଣ୍ଡ ଅନ୍ତିମ ଦୁଇ ଦଳ ଭାବେ ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ୨୦୨୦ ଆଇସିସି ଟି୨୦ ବିଶ୍ୱକପ୍‌କୁ...

ପ୍ରସ୍ତୁତ ଟୋକିଓ ଅଲିମ୍ପିକ୍‌ ମୁଖ୍ୟ ଷ୍ଟାଡିୟମ

ଟୋକିଓ,୦୧।୧୧(ଏଏଫ୍‌ପି)- ୨୦୨୦ ଅଲିମ୍ପିକ୍‌ର ମୁଖ୍ୟ ଷ୍ଟାଡିୟମ ଶନିବାର ଅଫିସିଆଲ ଭାବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ୧.୪ ବିଲିଅନ ଡଲାରର ଖର୍ଚ୍ଚରେ ତିଆରି ଏହି ଷ୍ଟାଡିୟମ ଗ୍ରୀଷ୍ଣ...

ଭାରତର ବ୍ୟାଟିଂ ବିପର୍ଯ୍ୟୟ ନେଇ ପୂର୍ବତନ ପାକ୍‌ ଖେଳାଳି ଚକିତ

କରାଚି,୨୧।୧୨(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ମାତ୍ର ୩୬ ରନ କରି ଅଲଆଉଟ ହେବା ପରେ ବିଶ୍ୱବ୍ୟାପୀ କ୍ରିକେଟ ଜଗତର ଜଣାଶୁଣା...

ଆଜି ରାଜ୍ୟରୁ ୮୪ ପଜିଟିଭ୍‌ ଚିହ୍ନଟ, କଟକରେ ସର୍ବାଧିକ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୮୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୪୮୯ରେ ପହଞ୍ଚିଥିବା ରାଜ୍ୟ ସୂଚନା...

CORONAVIRUS UPDATE: ଭୁବନେଶ୍ୱର, ଜଗତ୍‌ସିଂହପୁର ହେଲା କରୋନା ମୁକ୍ତ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଓ ଜଗତ୍‌ସିଂପୁର କରୋନା ମୁକ୍ତ ହୋଇଛି। ଏଠାରେ ଆଉ ଗୋଟିଏ ହେଲେ କରୋନା ଆକ୍ଟିଭ କେସ୍‌ ନାହିଁ। ଏ ନେଇ...

Advertisement
Archives

Model This Week