କୋଭିଡ୍‌-୧୯ ମୁକାବିଲା: ଖାଦ୍ୟ ଯୋଗାଣ ନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩୧ା୩(ବ୍ୟୁରୋ)-କୋଭିଡ୍‌-୧୯ର ସଂକ୍ରମଣ ଆଶଙ୍କା କରି କେନ୍ଦ୍ର ସରକାର ସମଗ୍ର ରାଜ୍ୟକୁ ଲକ୍‌ଡାଉନ ରଖିଛନ୍ତି। ଏହି ସମୟରେ ଗ୍ରାମପଞ୍ଚାୟତ ଗୁଡିକରେ ଦିଆଯାଉଥିବା ରନ୍ଧା ଓ ଶୁଖିଲା ଖାଦ୍ୟ ଯେପରି ଗରିବ ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ବିଭାଗୀୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଉଭୟ ସହର ଓ ଗ୍ରାମାଞ୍ଚଳରେ ଯେପରି ସାମାଜିକ ଦୂରତ୍ୱ କଡାକଡି ପାଳନ ହେବ ସେଥିପ୍ରତି ଦୃଷ୍ଟିଦେବାକୁ ପରାମର୍ଶ ଦେଇଛନ୍ତି।
ସୋମବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଲକ୍‌ଡାଉନ ପରେ ରାଜ୍ୟରେ ବାସ୍ତବ ଚିତ୍ର କ’ଣ ରହିଛି ସେନେଇ ସମୀକ୍ଷା କରିଛନ୍ତି। ଅନ୍ୟ ରାଜ୍ୟର ଶ୍ରମିକ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ, ପଞ୍ଚାୟତ ଓ ସହରାଞ୍ଚଳରେ ଦିଆଯାଉଥିବା ଖାଦ୍ୟ, ସାମାଜିକ ଦୂରତ୍ୱ, ସାମାଜିକ ନିରାପତ୍ତା ଯୋଜନାରେ ଦିଆଯାଉଥିବା ଭତ୍ତା, ପଞ୍ଚାୟତଗୁଡିକରେ କରାଯାଉଥିବା ମେଡିକାଲ କ୍ୟାମ୍ପଗୁଡିକ ବିଷୟରେ ତଥ୍ୟ ସଂଗ୍ରହ କରିଥିଲେ। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ନେଇ ଏନ୍‌ଜିଓ ଏବଂ ସ୍ବୟଂସହାୟକ ଗୋଷ୍ଠୀଗୁଡିକୁ ଅଧିକରୁ ଅଧିକ ସାମିଲ କରିବା ନେଇ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ। ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଯୋଗଦେଇ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ ଭୁଆଁ

ଭୁବନେଶ୍ୱର,୨୪।୮(ବ୍ୟୁରୋ): ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟି ଢାଞ୍ଚାରେ ଓଡ଼ିଶାରେ ନିର୍ମାଣ ହେବ ଏକ ବୃହତ୍‌ ଫିଲ୍ମ ସିଟି। ଫିଲ୍ମ ସିଟିରେ ଏକାଧିକ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ...

୨୯ରେ ଲଘୁଚାପ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ଦାନ ବାନ୍ଧୁଛି। ଆସନ୍ତା ୨୯ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ...

ମେଧାବୃତ୍ତି, ସୋଲାର ନାଁରେ ୪ କୋଟି ଠକେଇ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ଛାତ୍ରୀଛାତ୍ରଙ୍କୁ ପ୍ରି-ମାଟ୍ରିକ ସ୍କଲାରଶିପ୍‌ (ମେଧାବୃତ୍ତି) ଓ ବିଭିନ୍ନ ଲୋକଙ୍କୁ ସୋଲାର ସଚେତନତା କାର୍ଯ୍ୟକ୍ରମ ଜରିଆରେ ଏଲ୍‌ଇଡି ବଲ୍‌ବ ଯୋଗାଇବା ଆଳରେ ଏକ ସଂସ୍ଥା ଓଡ଼ିଶାର...

ଉପନିର୍ବାଚନ ପାଇଁ ସରିଲା ପ୍ରଚାର: ୩ରେ ମତଦାନ

ଭୁବନେଶ୍ୱର,୧।୧୧(ବ୍ୟୁରୋ)-ରାଜ୍ୟର ୨ ବିଧାନସଭା ନିର୍ବାଚନ ମଣ୍ଡଳୀ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ପାଇଁ ସରିଛି ପ୍ରଚାର। ୩ ତାରିଖରେ ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ଯଦି...

ପିଲାଙ୍କ ପାଇଁ ନାହିଁ ଗ୍ରୀଷ୍ମ ପ୍ରଭାବ

ଭୁବନେଶ୍ୱର, ୧।୫(ବ୍ୟୁରୋ): ସକାଳୁଆ ସ୍କୁଲ୍‌ ନେଇ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଗ୍ରୀଷ୍ମପ୍ରବାହ ନେଇ କୈଣସି ବିପଦ ନାହିଁ। ସ୍କୁଲଗୁଡିକ...

ପୋଲିସ-ଜନତା ଦୂରତ୍ୱ କମିବ

ଅନୁଗୋଳ ଅଫିସ, ୨୦।୩ କଟକ-ଭୁବନେଶ୍ୱର ପରି ଏଣିକି ଅନୁଗୋଳ ଜିଲା ସଦର ମହକୁମାରେ ମିଳିବ ତ୍ୱରିତ ପୋଲିସ ସେବା। କୌଣସି ଅସୁବିଧାଜନକ ସ୍ଥିତିରେ କେହି ୧୧୨କୁ...

କଟକଣାରେ ସ୍ବାଧୀନତା ଦିବସ

ଢେଙ୍କାନାଳ ଅଫିସ୍‌, ୩୦।୭ ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ସଦ୍‌ଭାବନା ଗୃହରେ ୭୬ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ...

ଇ-ଯାନ ପାଇଁ ଦେବାକୁ ପଡ଼ିବନି ଟିକସ

ଭୁବନେଶ୍ୱର,୩୦।୧୦(ବ୍ୟୁରୋ)-ପେଟ୍ରୋଲ ଓ ଡିଜେଲ ଲିଟର ୧୦୦ ଟଙ୍କା ଟପି ଥିବାରୁ ଗାଡି ଚଳାଇବା ଜନସାଧାରଣଙ୍କ ପକ୍ଷେ ଅସହ୍ୟ ହେଲାଣି। ଏଥିସହିତ ଯାନବାହନ ଜନିତ ପ୍ରଦୂଷଣକୁ ଦୃଷ୍ଟିରେ...

Advertisement
Archives

Model This Week