କୋଭିଡ୍‌-୧୯: ବ୍ୟାଟ୍‌ ନିଲାମ କରିବେ ମୁଶଫିକର

ଢାକା,୨୦।୪ (ପି.ଟି.): କୋଭିଡ୍‌-୧୯ ମହାମାରୀ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ବାହାରକୁ ବାହାରିଛନ୍ତି ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ। ସେ ତାଙ୍କ ବ୍ୟାଟକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୩ରେ ଶ୍ରୀଲଙ୍କ ବିପକ୍ଷରେ ଏହି ବ୍ୟାଟ୍‌ରେ ଦ୍ୱିଶତକ ହାସଲ କରିଥିଲେ। ରିଲିଫ୍‌ କାର୍ଯ୍ୟ ପାଇଁ ଅର୍ଥ ସଂଗ୍ରହ ଲାଗି ଏହି ବ୍ୟାଟ୍‌ ନିଲାମ କରିବାକୁ ଯାଉଛି ବୋଲି ସେ କହିଛନ୍ତି। ଏହି ନିଲାମରୁ ସଂଗ୍ରହ ହେବାକୁ ଥିବା ଅର୍ଥ ଗରିବ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟରେ ଆସିବ ବୋଲି ସେ କହିଛନ୍ତି। ବାଂଲାଦେଶରେ ଏପର୍ଯ୍ୟନ୍ତ ୨୦୦୦ ଲୋକ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଗତ ସପ୍ତାହରେ ତାରକା ଅଲରାଉଣ୍ଡର ଶକିବ ଅଲ ହାସନ ସାଥୀ ଖେଳାଳିମାନଙ୍କୁ ନିଜ ନିଜର ଜର୍ସି ଓ କ୍ରୀଡ଼ା ସାମଗ୍ରୀ ନିଲାମ କରିବାକୁ ନିବେଦନ କରିଥିଲେ। ଉଲ୍ଲେଖଥାଉ କି, ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ୍‌ ବଟଲର ନିଜର ବିଶ୍ୱକପ୍‌ ଜର୍ସି ନିଲାମ କରି ୬୫,୦୦୦ ପାଉଣ୍ଡ ପାଣ୍ଠି ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଲ୍ଫରୁ ଅର୍ଜୁନ ପାଇଁ ରଶିଦ୍‌, ଆଦିତି, ଦୀକ୍ଷା

ନୂଆଦିଲ୍ଲୀ, ୫ା୬ (ପି.ଟି.)-ଚଳିତବର୍ଷର ଅର୍ଜୁନ ପୁରସ୍କାର ପାଇଁ ଗଲ୍ଫ ଖେଳର ଜାତୀୟ ଫେଡେରେଶନ ରଶିଦ୍‌ ଖାନ୍‌, ଆଦିତି ଅଶୋକ ଏବଂ ଦୀକ୍ଷା ଡାଗରଙ୍କ ନାମ ସୁପାରିସ...

ବିକାଶମୂଳକ କାର୍ଯ୍ୟକୁ ରୋକିଲା କରୋନା

ଭୁବନେଶ୍ୱର,୯ା୯(ବ୍ୟୁରୋ): କରୋନା କେବଳ ଯେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରି ନାହିଁ, ସମସ୍ତ ପ୍ରକାର ବିକାଶମୂଳକ କାର୍ଯ୍ୟ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିଛି। ଆସନ୍ତା...

ଇନ୍‌ଷ୍ଟାଗ୍ରାମରୁ ଫଟୋ ଡିଲିଟ୍‌ କଲେ କନିକା କପୁର

ମୁମ୍ବାଇ: ବଲିଉଡ୍‌ ଗାୟିକା କନିକା କପୁର କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଖବର ଶୁଣିବାକୁ ମିଳିଥିଲା। ସେ ଲଣ୍ଡନରୁ ଫେରି ଏହି...

ନ୍ୟୁଜିଲାଣ୍ଡର ଅଫ୍‌ ଦ ଇୟର ଲାଗି ଷ୍ଟୋକ୍ସ ମନୋନୀତ

ଅକ୍‌ଲାଣ୍ଡ,୧୯ା୭- ନ୍ୟୁଜିଲାଣ୍ଡକୁ ହରାଇ ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ କରାଇବାରେ ମୁଖ୍ୟଭୂମିକ ଗ୍ରହଣ କରିଥିବା ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ନ୍ୟୁଜିଲାଣ୍ଡର ଅଫ୍‌ ଦ ଇୟର ସମ୍ମାନ ଲାଗି...

ଆଇସିସି ଉପରେ ଖୁବ୍ଧ ସଚିନଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୨୮।୮: ବେନ ଷ୍ଟୋକ୍ସଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡ ୩ୟ ଟେଷ୍ଟକୁ ଜିତି ଆଶେସ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିଛି। ଏଥିନେଇ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ...

କରୋନା ସହାୟତା: ନିର୍ମାଣ ଶ୍ରମିକ ପାଇଲେ ୧୫୦୦ଟଙ୍କା

ବିଜେପିର, ୧୧।୪(ଡି.ଏନ୍‌.ଏ.): କରୋନା କଟକଣା ପାଇଁ ଲକ୍‌ଡାଉନ ଜାରି ରହିଛି। ତେଣୁ ନିର୍ମାଣ ଶ୍ରମିକମାନେ ହାତ ବାନ୍ଧି ଘରେ ବସି ରହିବାକୁ ବାଧ୍ୟ ହେଉଛନ୍ତି। ଏନେଇ...

ଓଡ଼ିଶାରେ ପୁଣି ୧୧ : କରୋନା ସଂକ୍ରମିତ ସଂଖ୍ୟା ହେଲା ୨୦

ଭୁବନେଶ୍ୱର, ୩।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ନେଇ ଯେଉଁ ଆଶଙ୍କା ଥିଲା ତାହା ବାସ୍ତବ ରୂପ ନେବାରେ ଲାଗିଛି। ଶୁକ୍ରବାର କଟକରେ ଜଣେ ଏବଂ ଭୁବନେଶ୍ୱର...

ବାୟୁସେନା ପାଇଲଟଙ୍କ ସହ ସମୟ ବିତାଇଲେ ଭାରତୀୟ କ୍ରିକେଟର

ନାଗପୁର,୧୦।୧୧(ପି.ଟି.)- ଏଠାରେ ରବିବାର ଖେଳାଯିବାକୁ ଥିବା ସିରିଜ ନିର୍ଣ୍ଣାୟକ ମ୍ୟାଚ୍‌ ପୂର୍ବରୁ ଭାର୦ତୀୟ କ୍ରିକେଟରମାନେ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ ଟିମ ସହ କିଛି ସମୟ ଅତିବାହିତ...

Coronavirus Update

Archives

Model This Week

Why Dharitri