କୋଭିଡ୍‌-୧୯ ପୃଷ୍ଠଭୂମିରେ ଧର୍ମର ସ୍ବରୂପ

ବିନୟ ଭୂଷଣ ପାଣିଗ୍ରାହୀ

ସମାଜରେ ବସବାସ କରୁଥିବା ନାରୀ ଓ ପୁରୁଷମାନଙ୍କ ମଧ୍ୟରୁ ଯେଉଁମାନେ ସାମାଜିକ ନୀତିନିୟମ, ରୀତିନୀତି, ପାରସ୍ପରିକ ବିଶ୍ୱାସ ଓ ସହନଶୀଳତା ଆଦି ପାଳନ ପୂର୍ବକ ସାମଗ୍ରିକ ଭାବେ ସମାଜକୁ ସୁସ୍ଥ ଜୀବନଯାପନ ନିମନ୍ତେ ଉପଯୋଗୀ କରିବାରେ ସହଯୋଗ କରିଥାନ୍ତି ସେଇମାନଙ୍କୁ ସାମାଜିକ ପ୍ରାଣୀ କୁହାଯାଏ। ଯଦି କେବଳ ‘ମଣିଷ ଏକ ସାମାଜିକ ପ୍ରାଣୀ’ ଉକ୍ତିଟିକୁ ଭିତ୍ତିକରି ସମାଜ ଭିତରେ ରହି ସମାଜକୁ ବିପନ୍ନ କରୁଥିବା ସବୁ ମଣିଷଙ୍କୁ ସାମାଜିକ ପ୍ରାଣୀ କୁହାଯିବ ତେବେ ପୋଲିସ ବ୍ୟବସ୍ଥା, ନ୍ୟାୟାଳୟ, ଦଣ୍ଡବିଧି ଆଇନ, ବନ୍ଦୀଶାଳା, ସୁଧାର ଗୃହ ଇତ୍ୟାଦିର ସାମାନ୍ୟତମ ଆବଶ୍ୟକତା ରହିବ ନାହିଁ। ତେଣୁ, ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋଚନା କରିବା ଆଗରୁ ଆମେ ନିଶ୍ଚିନ୍ତ ହୋଇଯିବା ଉଚିତ ଯେ ସମାଜରେ ଦୁଇ କିସମର ମଣିଷ ବସବାସ କରନ୍ତି ଯଥା; ସାମାଜିକ ଓ ଅସାମାଜିକ ମଣିଷ।
ନିଜ ଘର-ପରିବାର, ନିଜ ନିକଟତମ ପରିବେଷ୍ଟନୀ, ଅନୁସୃତ ଧର୍ମୀୟ ଭାବନା, ନିଜନିଜର ମାନସିକ ଭିତ୍ତିଭୂମି ଆଦି ଅନେକ ଉତ୍ସରୁ ପ୍ରାପ୍ତ ହେଉଥିବା ସଂସ୍କାର ଏବଂ ସେଇ ସଂସ୍କାରର ସୁପରିଚାଳନା ମଣିଷ ଭିତରେ ସାମାଜିକତାର ଢାଞ୍ଚା ତିଆରି କରିଥାଏ। ସର୍ବଜନାଦୃତ ସାମାଜିକତା ମନୁଷ୍ୟକୁ ସଫଳ ଜୀବନଯାପନ ପାଇଁ ପଥ ପ୍ରଦର୍ଶନ କରିବା ସହିତ ଧୀରେ ଧୀରେ ଏକ ନୈସର୍ଗିକ ବନ୍ଧନରେ ସମାଜକୁ ବାନ୍ଧି ରଖିବାର ସୂତ୍ର ପାଲଟିଯାଏ, ଯାହାକୁ ଆମେ ସଂକ୍ଷେପରେ ‘ଧର୍ମ’ ବୋଲି କହିଥାଉ। ‘ଧର୍ମ’ର ଅନେକ ସଂଜ୍ଞା ଓ ବ୍ୟାଖ୍ୟା ମାନ ରହିଛି, ଯାହା ବର୍ତ୍ତମାନ ଆଲୋଚ୍ୟ ବିଷୟବସ୍ତୁ ପରିପ୍ରେକ୍ଷୀରେ ବିଶ୍ଳେଷଣ କରିବା ଅପରିହାର୍ଯ୍ୟ ନୁହେଁ। ତେବେ, ମୋ ଦ୍ୱାରା ପ୍ରଦତ୍ତ ଉପରୋକ୍ତ ସଂଜ୍ଞାଟିକୁ ଯଥାର୍ଥ ତର୍କ ଦ୍ୱାରା ସମ୍ପୂର୍ଣ୍ଣ ଭୁଲ୍‌ ସାବ୍ୟସ୍ତ କରିବା ସେତେଟା ସହଜ କଥା ବୋଲି ମୁଁ ଭାବୁନାହିଁ। ଏକଥା ମଧ୍ୟ ଆପଣ ମାନଙ୍କୁ ସ୍ବୀକାର କରିବାରେ କୌଣସି ଅସୁବିଧା ନାହିଁ ଯେ ଧର୍ମ ମଣିଷକୁ ଉଚିତ-ଅନୁଚିତ, ଭଲ-ଭେଲ, କରଣୀୟ-ଅକାର୍ଯ୍ୟ, ଗ୍ରହଣୀୟ-ବର୍ଜନୀୟ ଭିତରେ ଥିବା ପାର୍ଥକ୍ୟକୁ ବୁଝିବା ପାଇଁ ସମର୍ଥ କରାଏ ଏବଂ ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ସତତ ଅନୁପ୍ରେରିତ କରାଇଥାଏ। ବୁଭୁକ୍ଷୁକୁ ଖାଦ୍ୟ ପ୍ରଦାନ କରିବା, ରୋଗୀକୁ ସେବା ଶୁଶ୍ରୂଷା ଯୋଗାଇଦେବା, ନିରାଶ୍ରୟକୁ ଆଶ୍ରୟ ପ୍ରଦାନ କରିବା, ଅନ୍ଧର ମାର୍ଗ ଦର୍ଶନ କରେଇବା, ଅଜ୍ଞ ଜନଙ୍କୁ ଜ୍ଞାନ ବିତରଣ, କୁପଥଗାମୀ ଓ ବିପଥଗାମୀମାନଙ୍କୁ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରେଇବା ପାଇଁ ସେମାନଙ୍କର ବୌଦ୍ଧିକ ବିକାଶ ସାଧନ କରିବା ଇତ୍ୟାଦି ସକଳ ସକାରାତ୍ମକ ଭାବନା ପ୍ରଣୋଦିତ କାର୍ଯ୍ୟ ଅନୁସୃତ ଧର୍ମ ଓ ଧର୍ମୀୟ ଭାବନାର ନିଚ୍ଛକ ପ୍ରତିଫଳନ।
ଯେଉଁ ଧର୍ମ ଯେତେ ପୁରାତନ ସେ ଧର୍ମ ସେତେ ପରିପୁଷ୍ଟ, ପରିପକ୍ୱ, ଅନୁଭବୀ ଏବଂ ସେଇ ଅନୁସାରେ ଅଧିକ ପ୍ରଭାବୀ ମଧ୍ୟ ହୋଇଥାଏ; ଏହା ଅନସ୍ବୀକାର୍ଯ୍ୟ ହୋଇଥିଲେ ମଧ୍ୟ ଆମେ ଆଖିବୁଜି କହିପାରିବା ନାହିଁ ଯେ ସଦ୍ୟଜାତ ଏବଂ ଅପରିପକ୍ୱ ଯେତେସାରା ଧର୍ମ ପୃଥିବୀରେ ଅଛନ୍ତି ସେଇସବୁ ଧର୍ମମାନେ ସେମାନଙ୍କର ଅନୁଗାମୀମାନଙ୍କୁ ସାମାଜିକତା ସମ୍ବନ୍ଧରେ ବହୁତ ଭିନ୍ନ ଅବଧାରଣା ପ୍ରଦାନ କରନ୍ତି ବୋଲି। ତେବେ, କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମାବଲମ୍ବନ କରୁଥିବା ଲୋକମାନଙ୍କ ଭିତରୁ ବହୁସଂଖ୍ୟକ ଲୋକ ଯେତେବେଳେ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ସୁସ୍ଥ ସାମାଜିକ ବିଚାରଧାରାର ଖୋଲାଖୋଲି ଉଲ୍ଲଂଘନ କରୁଥିଲାବେଳେ ଯଦି ସେଇ ଧର୍ମର ଅନୁପାଳନ ଓ ପୃଷ୍ଠପୋଷକତା କରୁଥିବା ଅନେକ ଲୋକ ସେଇ ଉଚ୍ଛୃଙ୍ଖଳ ବ୍ୟକ୍ତିବିଶେଷମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କ ସପକ୍ଷବାଦୀ ହୋଇ ସେମାନଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସହଯୋଗ ଓ ସମର୍ଥନ କରନ୍ତି ସେତେବେଳେ ସବୁ ଦୋଷ ସେଇ ବ୍ୟକ୍ତିମାନଙ୍କ ଦ୍ୱାରା କରାଯାଉଥିବା ଅସାମାଜିକ , ଅମାନବୀୟ ଏବଂ ମାନବଧର୍ମ ପରିପନ୍ଥୀ କାର୍ଯ୍ୟ ପାଇଁ ସେମାନଙ୍କର ଧର୍ମ, ଧର୍ମୀୟ ଭାବନା ଓ ଧାର୍ମିକ ଶିକ୍ଷାର କାନ୍ଧ ଉପରେ ଲଦାଯିବା ଅତ୍ୟନ୍ତ ସ୍ବାଭାବିକ କଥା।
ଆଲୋଚନାର ପରିସରକୁ ସଙ୍କୁଚିତ କରି, ସାମ୍ପ୍ରତିକ ସମୟରେ ସାରା ବିଶ୍ୱ ସମେତ ଆମ ଦେଶ ଭାରତବର୍ଷ ବୈଶ୍ବିକ ବିପଦ ମହାମାରୀ କରୋନା ବିପକ୍ଷରେ ‘କର ଅବା ମର’ ଲଢ଼େଇର ପୃଷ୍ଠଭୂମିରେ କେନ୍ଦ୍ରିତ କରି ଏକ ପରୀକ୍ଷଣ କରିବା ନିଶ୍ଚିତ ଭାବରେ ସମୀଚୀନ ହେବା ସହିତ ସମୟୋଚିତ ମଧ୍ୟ ହେବ। କରୋନା ଭୂତାଣୁଜନିତ ମହାମାରୀ କୋଭିଡ୍‌-୧୯ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ତୃତୀୟ ବିଶ୍ୱ ସମ୍ମୁଖରେ ସବୁଠାରୁ ବଡ଼ ସମସ୍ୟା ଭାବରେ ଉଭାହୋଇ ଶତାବ୍ଦୀ ଶତାବ୍ଦୀ ଧରି ମଣିଷ ସଜାଡିଥିବା ପ୍ରତ୍ୟେକ ବ୍ୟବସ୍ଥାକୁ ଅପ୍ରମିତ ଭାବେ କ୍ଷତିଗ୍ରସ୍ତ କରିଚାଲିଥିବା ବେଳେ ଉନ୍ନତ, ଅନୁନ୍ନତ ଓ ପ୍ରଗତିଶୀଳ ପ୍ରତ୍ୟେକ ରାଷ୍ଟ୍ର ତ୍ରାହି ତ୍ରାହି ଡାକୁଛନ୍ତି। ସେତିକି ବେଳେ ପାଖାପାଖି ୧୩୫ କୋଟି ଜନସଂଖ୍ୟା ବିଶିଷ୍ଟ ଧର୍ମନିରପେକ୍ଷ ଜନମଙ୍ଗଳକାରୀ ରାଷ୍ଟ୍ର ଭାରତ ସରକାର ଜନସାଧାରଣଙ୍କ ଜୀବନକୁ ସୁରକ୍ଷିତ ରଖିବା ସହିତ ଏ ମହାସମରକୁ ଜିତିବା ପାଇଁ ଛାତିରେ ପଥର ଲଦି ନିଜର ବିକାଶଶୀଳ ଅର୍ଥନୀତିକୁ ଗୋଟାପଣ ବାଜିରେ ଲଗାଇ ଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।
mailto:binayabhusan_s@yahoo.co.in


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟୟ ପରିଚାଳନା ଓ ଆମ ସୁରକ୍ଷା

ଶୁଭନାରାୟଣ ଶତପଥୀ   ୪୮୦ କିଲୋମିଟର ସୁଦୀର୍ଘ ଉପକୂଳ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା ଅନେକ ବିପର୍ଯ୍ୟୟକୁ ସାମ୍ନା କରିଆସୁଛି। ୧୯୯୯ ମହାବାତ୍ୟାଠାରୁ ବର୍ତ୍ତମାନର...

ପ୍ରେରଣାଦାୟିନୀ ପ୍ରଶାସିକା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ‘ଜୀବନରେ କେବେ ପରାସ୍ତ ହେବା କଥା ନୁହେଁ କି କେତେବେଳେ ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ ହେବା ଉଚିତ ନୁହେଁ। ପ୍ରଚେଷ୍ଟା ଥିଲେ ଲକ୍ଷ୍ୟସିଦ୍ଧି...

ପରିପତ୍ରରୁ ବାବୁ ଦୁଇଭାଗ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ନିକଟରେ ତାମିଲନାଡୁ ମୁଖ୍ୟ ଶାସନ ସଚିବ କେ. ଷଣ୍ମୁଗମ୍‌ ପ୍ରଶାସନିକ ବାବୁମାନଙ୍କୁ ଅଧିକ ଉତ୍ତରଦାୟୀ ହେବା ପାଇଁ ଏକ ସର୍କୁଲାର...

ଏଇ ଭାରତରେ

କଲେଜରେ ପଢ଼ିବା ସହ ଗୋଟିଏ ବଖରା ଘରେ ଛତୁଚାଷ କରି ତିନିଜଣ ଛାତ୍ର ମାସକୁ ପାଖାପାଖି ୭୬ ହଜାର ଟଙ୍କା ରୋଜଗାର କରିବା ଆଶ୍ଚର୍ଯ୍ୟ ଲାଗୁଥିଲେ...

ଏକ ଚେତାବନୀ

ଦେଶର ଗୋଟିଏ ଭାଗରୁ ଆଉ ଏକ ଭାଗକୁ ନିଜ ଘର ଅଭିମୁଖେ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ହୃଦୟବିଦାରକ ଦୃଶ୍ୟ କୋଭିଡ୍‌-୧୯ ମହାମାରୀ ଚାଲିଗଲା ପରେ ଆମ...

ଶାସନ ଯଦି ସହୃଦୟୀ ହୁଏ

ରଞ୍ଜନ କୁମାର ଦାସ କୁହାଯାଏ ସ୍ବର୍ଗରେ ଇନ୍ଦ୍ର ବଦଳନ୍ତି ସିନା, ଶଚୀ ସେମିତି ଥାଆନ୍ତି। ମର୍ତ୍ତ୍ୟରେ ସେମିତି ସରକାର ବଦଳନ୍ତି ସିନା, ପ୍ରଶାସକମାନେ ଥାଆନ୍ତି। ଶାସନ...

ରଫ୍‌ଖାତାକୁ ଆଦର

ଡ. ସତ୍ୟ ନାରାୟଣ ମିଶ୍ର ସମୟର ଘନଘଟା ମଧ୍ୟରେ ମଣିଷ କର୍ମ କରେ ଓ କର୍ମଫଳକୁ ମଧ୍ୟ ଭୋଗ କରେ। ସତ୍‌ କର୍ମର ଫଳ ସୁଖ...

ସମ୍ପାଦକୀୟ/ବାତିଲ ଶୁଭଙ୍କର

ଆଫଗାନିସ୍ତାନରେ ସ୍ଥିତି ଜାହିର କରିଥିବା ଆତଙ୍କବାଦୀ ସଙ୍ଗଠନ ତାଲିବାନ ସହ ଶାନ୍ତି ଚୁକ୍ତି କରିବା ଲାଗି ଆମେରିକା ବର୍ଷେ ହେବ ଚଳାଇ ଆସୁଥିବା ଉଦ୍ୟମ ବାତିଲ...

Advertisement
Archives

Model This Week